spot_img
Home Blog Page 4908

ଜାତୀୟ ସାମ୍ବାଦିକଙ୍କ ମୁହଁରେ ନବୀନଙ୍କ ପ୍ରଶଂସା, କହିଲେ ବିକାଶ କ୍ଷେତ୍ରରେ ଓଡିଶା ମାଇଲଖୁଣ୍ଟ

ଭୁବନେଶ୍ୱର: ଓଡ଼ିଶାରେ କମିଛି ଦାରିଦ୍ର୍ୟ । ଓଡିଶା ବିକାଶ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି । ହକିର ବିକାଶ କ୍ଷେତ୍ରରେ ରାଜ୍ୟର ଭୂମିକା ବହୁତ ଅଧିକ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ ସାମ୍ବାଦିକ ପଦ୍ମଭୂଷଣ ଶେଖର ଗୁପ୍ତା । ରାଜ୍ୟରେ ସବୁକିଛି ସ୍ପଷ୍ଟ, ସେଠାରେ କିଛି ଅସ୍ପଷ୍ଟ ନାହିଁ । ହେଲେ ସବୁ ନିର୍ବାଚନରେ ରୋମାଞ୍ଚ ଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସମ୍ପର୍କରେ ନକାରାତ୍ମକ କଥା କୁହନ୍ତି ନାହିଁ ।

ସେ ଖରାପ କଥା କୁହନ୍ତି ନାହିଁ, ଅନ୍ୟମାନେ ବି ତାଙ୍କ ବିରୋଧରେ ଖରାପ କଥା କୁହନ୍ତି ନାହିଁ। ମୁଁ ନବୀନ ପଟ୍ଟନାୟକଙ୍କୁ ବହୁ ଆଗରୁ ଜାଣିଛି ବୋଲି କହିଛନ୍ତି ଶେଖର ଗୁପ୍ତା । ସେ ବହୁତ ମେଳାପୀ, ବହୁତ କମ କଥା କୁହନ୍ତି । ନବୀନ ୟାରୋଁ କା ୟାର । ସେ ନିଜ ସାଙ୍ଗମାନଙ୍କୁ ସମ୍ମାନ ଦିଅନ୍ତି । ସେ ନିଜ ରାଜନୈତିକ ଦକ୍ଷତା ଦ୍ୱାରା ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । କେହି କେବେ ଭାବି ନଥିଲେ ସେ ରାଜନୀତି କ୍ଷେତ୍ରରେ ଏତେ ଭଲ କରିବେ । ସେ ବହୁତ ଭଲ କରିଛନ୍ତି । ଓଡ଼ିଶା ଦିନେ ଦାରିଦ୍ର୍ୟ ସମସ୍ୟା ଦେଇ ଗତି କରୁଥିଲା। ଏବେ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ।

ସେହିପରି ଶେଖର ଗୁପ୍ତା କହିଛନ୍ତି, ଓଡ଼ିଶା ବହୁ କ୍ଷେତ୍ରରେ ଉପରକୁ ଯାଇଛି  । ଏଠି ବହୁତ ଭଲ ବିକାଶ ଯୋଜନା ଅଛି। ଓଡ଼ିଶା ହକିକୁ ବିକାଶ କରିବା ଏକ ଜାତୀୟ ଯୋଗଦାନ। ହକିରେ କ୍ରିକେଟ ପରି ଅଧିକ ଅର୍ଥ ବି ଲାଭ ହୁଏନି। ହେଲେ ନବୀନ ପଟ୍ଟନାୟକ ହକିକୁ ଆଦରି ଚାଲାକ ପଦ୍ଧତି ଆପଣେଇଛନ୍ତି। ଓଡ଼ିଶା ଏବେ ଦେଶର ହକି ରାଜଧାନୀ। ସେଥିପାଇଁ ଭାରତୀୟ ହକି ପୁଣି ଗତିଶୀଳ ହୋଇଛି। ହକିକୁ ନବୀନ ପଟ୍ଟନାୟକ ପ୍ରାୟୋଜିତ କରିବା ଗୋଟିଏ ବଡ଼ ପଦକ୍ଷେପ। ହକି ପ୍ରେମୀ ଭାବେ ଏହା ବଡ଼ ଦେଶ ସେବା ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ।

ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ କରୁଥିଲା ବିକ୍ରି; ଗିରଫ କଲା ତାଲିବାନ ପୋଲିସ

ନୂଆଦିଲ୍ଲୀ:  ମହିଳାଙ୍କୁ ବିକ୍ରି କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ତାଲିବାନ ପୋଲିସ । ଉତ୍ତର ଆଫଗାନିସ୍ତାନରେ ଜଣେ ବ୍ୟକ୍ତି କିଛି ମହିଳାଙ୍କୁ ବିକ୍ରି କରିବା ଅଭିଯୋଗରେ ଗିରପ କରିଛି ତାଲିବାନ । ଏହି ବ୍ୟକ୍ତି ନାମରେ ଅଭିଯୋଗ ହୋଇଛି କି ସେହି ବ୍ୟକ୍ତି କିଛି ମହିଳାଙ୍କୁ ବିବାହ କରିବାକୁ ପ୍ରଲୋଭନ କରି ସେମାନଙ୍କୁ ବିକ୍ରି କରିଦେଉଥିଲା । ତାଲିବାନର ପ୍ରାଦେଶିକ ପୋଲିସ ମହାନିର୍ଦ୍ଧେଶକ ଦାମୁଲ୍ଲା ସୋରାଜ ସାମ୍ବାଦିକଙ୍କ ସହ କଥା ହେବା ସମୟରେ କହିଛନ୍ତି କି ଉତ୍ତର ଜଜ୍ଜାନ ପ୍ରଦେଶରୁ ସେହି ବ୍ୟକ୍ତିଙ୍କୁ ସୋମବାର ବିଳମ୍ବିତ ରାତ୍ରିରେ ଗିରଫ କରିଛି ।

ଏହି ପ୍ରସଙ୍ଗରେ ପୋଲିସ କହିଛି କି ଆମେ ଏବେ ବି ଅନୁସନ୍ଧାନର ପ୍ରାଥମିକ ପର୍ଯ୍ୟାୟରେ ଅଛୁ । ଆଶା କରାଯାଉଛି କି ଆମେ ଏହି ପ୍ରସଙ୍ଗରେ ଅନେକ ପ୍ରକାର ସୂଚନା ପାଇବୁ । ଜାଜ୍ଜନ ପ୍ରଦେଶର ଜିଲ୍ଲା ପୋଲିସ ଚିଫ୍ ମହମ୍ମଦ ସରଦାର ମୁବାରୀଜ କହିଛନ୍ତି କି ଏହି ବ୍ୟକ୍ତି ନିଜର ଆର୍ଥିକ ସ୍ଥିତିର ଉନ୍ନତି ଆଣିବା ଆଣିବା ପାଇଁ ବିବାହ କରିବାକୁ ଚାହୁଁଥିବା ମହିଳାମାନଙ୍କୁ ଟାର୍ଗେଟ କରୁଥିଲା । ଏହି ବ୍ୟକ୍ତି ଜଣଙ୍କ ମହିଳାମାନଙ୍କୁ ଆଶ୍ବସନା ଦେଉଥିଲେ କି ସେମାନଙ୍କ ବିବାହ ଧନୀ ବ୍ୟକ୍ତିଙ୍କ ସହ କରିବ । ଏହା ପରେ ସେମାନଙ୍କୁ ଅନ୍ୟ ଏକ ପ୍ରଦେଶକୁ ନେଇ ବିକ୍ରି କରିଦେଉଥିଲା । ଏହି ବ୍ୟକ୍ତି ଉପରେ ଅଭିଯୋଗ ହୋଇଛି ଏହି ବ୍ୟକ୍ତି ପ୍ରାୟ ୧୩୦ ଜଣ ମହିଳାଙ୍କୁ ବିକ୍ରି କରିଦେଇଛି ।

 

ଗଣଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ପୀଡ଼ିତାଙ୍କୁ ମିଳିବ କ୍ଷତିପୂରଣ

କଟକ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଗଣଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ୨୦ ବର୍ଷୀୟା ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୁବତୀଙ୍କର ସ୍ବାସ୍ଥ୍ୟର ଉପଯୁକ୍ତ ଚିକିତ୍ସା ନେଇ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତମ ଚିକିତ୍ସା ସହ ପ୍ରସବ କରାଇବା ପାଇଁ ବ୍ୟବସ୍ଥା କରାଯିବ । ସେଥିପାଇଁ କଟକ ଜିଲ୍ଲାପାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନସେବା ପ୍ରାଧିକରଣ ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରାଯିବ । ଗତ ଏପ୍ରିଲ ୧୪ ତାରିଖରେ କଟକରେ ହୋଇଥିଲା ଗଣଦୁଷ୍କର୍ମ । ପୋଲିସ ଗର୍ଭପରୀକ୍ଷା କରାଇବା କିମ୍ବା ଆଇନସେବା ପ୍ରାଧିକରଣର ସାହାଯ୍ୟ ନେବାକୁ ପରାମର୍ଶ ଦେଇନଥିଲା । କୋର୍ଟକୁ ଏହାକୁ ସମାଲୋଚନା କରିବା ସହ କୌଣସି ଦୁଷ୍କର୍ମ ପିଡିତା ଆସିଲେ ପୋଲିସ ପ୍ରଥମେ ଏହି ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଗର୍ଭପାତ କରାଇବାକୁ ଅନୁମତି ପାଇଁ ହାଇକୋର୍ଟରେ ଆବେଦନ କରିଥଲେ ପୀଡ଼ିତା ।

ପ୍ରଥମ ଟି-୨୦ରେ ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ

ଜୟପୁର: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯାଉଛି ପ୍ରଥମ ଟି-୨୦ ମ୍ୟାଚ । ଜୟପୁର ଖେଳାଯାଉଛି ଏହି ମ୍ୟାଚ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ଟସ୍ ଜିତିବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡକୁ ଆମନ୍ତ୍ରଣ କରିଥିଲା ଟିମ୍ ଇଣ୍ଡିଆ । ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ବିନିମୟରେ ୧୬୪ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ ଗପ୍ଟିଲ ୪୨ ବଲରେ ୭୦ ରନ କରିଥିବାବେଳେ ମାର୍କ ଚାପମ୍ୟାନ ୫୦ ବଲରେ ୬୩ ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଓ ରବିଚନ୍ଦ୍ରନ ଅଶ୍ବିନ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବାବେଳେ  ଦିପକ ଚହର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ତେବେ ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ୧୬୫ ରନ ଆବଶ୍ୟକ । ତେବେ ଏହି ମ୍ୟାଚ ଜିତି ସିରିଜରେ ୧-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ବିରାଟ କୋହଲି ଟି-୨୦ରୁ ଅଧିନାୟକ ପଦ ଛାଡିବା ପରେ ରୋହିତଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ ।ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଆଜି ଭାରତ ପାଇଁ ଡେବ୍ୟୁ କରିଥିଲେ ଅଲରାଉଣ୍ଡର ଭେଙ୍କଟେଶ ଆୟର ।

 

କାଶ୍ମୀରରେ TRF କମାଣ୍ଡର ସୁରକ୍ଷା ବଳଙ୍କ ସହ ସଂଘର୍ଷରେ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧରେ ସେନାର ବଡ଼ ସଫଳତା। କୁଲଗାମରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । କୁଲଗାମର ପାମବେରେ ୩ ଓ ଗୋପାଳପୁରାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସେନା ପକ୍ଷରୁ  ଏହି ଅପରେସନ୍ ଆରମ୍ଭ କରାଯାଇଥିଲା । ପରେ ପାମବେ ଅଞ୍ଚଳରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ସେନା ଚାରିପଟୁ ଉକ୍ତ ଅଞ୍ଚଳକୁ ଘେରି ଯିବା ସହ ଖସିବାକୁ କାହାକୁ ସୁଯୋଗ ଦେଇନଥିଲେ । ଖାଲି ଏତିକି ନୁହେଁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ପୂରା ଅଞ୍ଚଳରେ ଯାତାୟାତ ଉପରେ ରୋକ୍ ଲଗାଯାଇଥିଲା ।

ସେହିପରି କୁଲଗାମର ଗୋପଳପୁରା ଅଞ୍ଚଳରେ ସେନା ଓ ଆତଙ୍କବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ମୃତ୍ୟୁ ବରଣ କରିଥିବା ଆତଙ୍କବାଦୀଙ୍କ ନାମ ଟପ୍ କମାଣ୍ଡର ଅଫାଫ୍ ସିକନ୍ଦର, ଶକିର, ହୖେଦର ଓ ଇବ୍ରାହିମ୍ ବୋଲି ଜଣାପଡିଛି ।

ଗତ କିଛି ଦିନ ହେବ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ନିକଟରେ ମଧ୍ୟ ଶ୍ରୀନଗରର ହୈଦରପୋରା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା ।

IPS ସ୍ତରରେ ପରିବର୍ତ୍ତନ: ବିନୟାନନ୍ଦ ଗୃହ ବିଭାଗର ଓଏସ୍‍ଡି, ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୁଲିସ୍‍ ଦାୟିତ୍ୱ

ଭୁବନେଶ୍ୱର: ଆଇପିଏସ୍‍ ସ୍ତରରେ ବିରାଟ ପଟପରିବର୍ତ୍ତନ  ।  ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର  ।  ୧୯୮୮ ବ୍ୟାଚ୍‍ ଆଇପିଏସ୍‍ ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ଓଏସ୍‍ଡି ଭାବେ ନିଯୁକ୍ତ ଦେଇଛନ୍ତି ସରକାର  । ସେହିପରି ୧୯୮୯ ବ୍ୟାଚ୍‍ ଆଇପିଏସ୍‍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଏଚ୍‍ଆରସିର ଅତିରିକ୍ତ ପୁଲିସ୍‍ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି  ।

ଅନ୍ୟ ପକ୍ଷରେ ୧୯୯୦ ବ୍ୟାଚ୍‍ ଆଇପିଏସ୍‍ ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୁଲିସ୍‍ ଓ ଉପକୂଳ ସୁରକ୍ଷା ଦାୟିତ୍ୱ, ୨୦୦୩ ବ୍ୟାଚ୍‍ ଆଇପିଏସ୍‍ ସଫିନ ଅହମ୍ମଦ ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗର ଆଇଜିପି  ଏବଂ ୨୦୧୩ ବ୍ୟାଚ୍‍ ଆଇପିଏସ୍‍ ସୁଶ୍ରୀ ଏଲ.ଡିଭ୍ୟାଙ୍କୁ ଢେଙ୍କାନାଳ ଏସ୍‍ପି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର  ।

 

ଦୋକାନୀଙ୍କୁ ଖଣ୍ଡାରେ ହାଣିଲେ ଲୁଟେରା

ମହାରାଷ୍ଟ୍ର : ମହାରାଷ୍ଟ୍ରର ବୁଲଡାଣା ଜିଲ୍ଲା ଅନ୍ତର୍ଗତ ଗତ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦୋକାନୀଙ୍କୁ ଡକାୟତମାନେ ଖଣ୍ଡାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ବୁଲଡାଣାର ଚିଖଲି ସିଟି ଏରିଆରେ ଥିବା ଏକ ଇଲେକ୍ଟ୍ରିକ ଦୋକାନ ଭିତରେ ଘଟିଥିଲା । ଯାହା ଦୋକାନ ବାହାର ଆଉ ଭିତରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା । ଦୋକାନ ମାଲିକ କମଳେଶ ପୋପଟ ଯେତେବେଳେ ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ ଠିକ୍ ଏତିକିବେଳେ ଦୁଇ ଜଣ ଯୁବକ ମାସ୍କ ପିନ୍ଧିଥିବା ଅବସ୍ଥାରେ ଦୋକାନ ଭିତରକୁ ପ୍ରବେଶ କରିଥିଲେ । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରିବା ବେଳେ ଅନ୍ୟ ଜଣେ ପାଖରେ ଥିବା ଖଣ୍ଡା ବାହାର କରିବାର ସିସିଟିଭିରେ ଦେଖାଯାଇଥିଲା ।

ଏହି ମାରଣାସ୍ତ୍ରରେ ଉଭୟେ ଦୋକାନୀକୁ ଆକ୍ରମଣ କରିବା ପରେ ଦୋକାନୀ ଜଣକ ତାଙ୍କ ସହ ଲଢ଼େଇ କରିଥିଲେ । ମାତ୍ର ଖଣ୍ଡା ଧରିଥିବା ଯୁବକ ଜଣକ ଦୋକାନୀଙ୍କୁ ଉକ୍ତ ଖଣ୍ଡାରେ ହାଣିଦେଇଥିଲା । ଏହା ପରେ ଉଭୟ ଯୁବକ ଦୋକାନରେ ଥିବା ଟଙ୍କା ଲୁଟିବା ସଙ୍ଗେ ସଙ୍ଗେ ଅନ୍ୟ ମହଙ୍ଗା ଜିନିଷ ବାଇକରେ ନେଇଯାଇଥିବା ଦେଖାଯାଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୋକାନୀ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିସ ମାମଲାର ଯାଞ୍ଚ କରିବା ସଙ୍ଗେ ସଙ୍ଗେ ଉଭୟ ଯୁବକଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଛି ।

ବିଗ୍ ବସରେ ଧୁମ୍ ମଚାଇଲେ ଭାରତୀୟ ଖେଳାଳି; ସ୍ମୃତିଙ୍କ ଶତକ; ହରମନପ୍ରୀତଙ୍କ ଧୂଆଁଧାର ୮୧ ରନ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲୁଥିବା ମହିଳା ବିଗ୍ ବସରେ ଦମ ଦେଖାଇଲେ ଭାରତୀୟ ଖେଳାଳି । ବୁଧବାର ଖେଳାଯାଇଥିବା ମ୍ୟାଚରେ ମେଲବର୍ଣ୍ଣ ଓ ସିଡନୀ ମଧ୍ୟରେ ଖେଳାଯାଇଥିଲା ମ୍ୟାଚ । ଏହି ମ୍ୟାଚରେ ଉଭୟ ଦଳ ପକ୍ଷରୁ ଜଲଓ୍ବା ଦେଖାଇଛନ୍ତି ଦୁଇ ଭାରତୀୟ ମହିଳା କ୍ରିକେଟର । ଟିମ୍ ଇଣ୍ଡିଆର ଓପନର ସ୍ମୃତି ମନ୍ଧାନା ଦମଦାର ଶତକ ହାସଲ କରିଥିଲେ । କିନ୍ତୁ ସ୍ମୃତି ମନ୍ଧାନାଙ୍କ ଶତକ ତାଙ୍କ ଦଳକୁ ବିଜୟ ଭେଟି ଦେଇପାରିନଥିଲା । ସ୍ମୃତି ମନ୍ଧାନା ୬୪ଟି ବଲ ଖେଳି ୧୧୪ ରନ ସଂଗ୍ରହ କରିଛନ୍ତି । ଏହି ପାରିରେ ସ୍ମୃତି ୧୪ଟି ଚୈକା ଥିବାବେଳେ ୩ଟି ଛକା ମାରିଥିଲେ ।

ସ୍ମୃତି ମନ୍ଧାନାଙ୍କ ଏହି ଶାନଦାର ପାରି ଫଳରେ Sydney Thunder Women ଟିମ୍ ୧୭୧ ରନ କରିପାରିଥିଲେ । ଯାହା ଫଳରେ ସିଡନୀ ୪ ରନରେ ପରାଜୟ ବରଣ କରିଥିଲା । ଯଦି ମେଲବର୍ଣ୍ଣ କଥା କହିବା ତାହାଲେ Melbourne Renegades Woman ନିର୍ଦ୍ଧାରିତ ୨୦ ଓଭରରେ ୧୭୫ ରନ କରିଥିଲା । ମେଲବର୍ଣ୍ଣ ତରଫରୁ ଟିମ୍ ଇଣ୍ଡିଆ ଅଧିନାୟକ ହରମନପ୍ରୀତ କୌର ୫୫ ବଲରେ  ୮୧ ର ଧୁଆଁଧାର ଇନିଂସ ଖେଳିଥିଲେ । ହରମନପ୍ରୀତଙ୍କ ଏହି ଇନିଂସରେ ସେ ୧୧ଟି ଚୌକା ମାରିଥିବାବେଳେ ୨ଟି ଛକା ମାରିଥିଲେ । ସବୁଠାରୁ ବଡ଼ କଥା ହେଉଛି ହରମନପ୍ରୀତ ତାଙ୍କ ଟିମ୍ ପାଇଁ ଶେଷ ଓଭର ବୋଲିଂ କରିଥିଲେ । ଯେତେବେଳେ କି ଶେଷ ଓଭରରେ ସିଡନୀକୁ ଦରକାର ଥିଲା ୧୩ ରନ । ଯାହାକୁ ଅଟକାଇ ଦେଇଥିଲେ ହରମନପ୍ରୀତ ଏବଂ ନିଜ ଦଳକୁ ବିଜୟ ଭେଟି ଦେଇଥିଲେ । କିନ୍ତୁ ଏହି ମ୍ୟାଚରେ ଦମଦାର ଶତକ ପାଇଁ ସ୍ମୃତି ମନ୍ଧାନାଙ୍କ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା ।

ଲକଡାଉନରେ ପ୍ରଦୂଷଣ ହ୍ରାସ ‘ଓଜନସ୍ତର’ ବୃଦ୍ଧି

0

ଦିଲ୍ଲୀ : ଦିଲ୍ଲୀରେ ଲକଡାଉନ ଲଗାଯାଇଥିବା ବେଳେ ଦିଲ୍ଲୀ ବାୟୁମଣ୍ଡଳ ବିଶୁଦ୍ଧ ହେବା ସହ ଅନେକ ସଫା ମଧ୍ୟ ଦେଖାଯାଉଥିଲା । ଏପରିକି ଏଭେରେଷ୍ଟ ଶୃଙ୍ଗ ଦେଖାଯିବା ସହ ହିମାଳୟ ପର୍ବତର ଶିଖର ଦେଖାଯାଉଥିଲା । ପୂର୍ବରୁ ଦିଲ୍ଲୀରେ ଲକଡାଉନ ନିୟମ ଲଗାଯାଇଥିବାରୁ ଦିଲ୍ଲୀରେ ଅନେକ ମାତ୍ରାରେ ପ୍ରଦୂଷଣର ହାର କମ୍ ହୋଇଥିଲା ସତ ମାତ୍ର ଲକଡାଉନ କାରଣରୁ ଯେତେ ପରିମାଣରେ ବାୟୁ ପ୍ରଦୂଷଣ ହାର ହ୍ରାସ ହେବାର ଅନୁମାନ କରାଯାଇଥିଲା ସେତେ ମାତ୍ରାରେ ପ୍ରଦୂଷଣ ହାର କମିନଥିଲା । ଏହାର ବଡ଼ କାରଣ ଏବେ ଏକ ରିପୋର୍ଟରୁ ଜଣାପଡ଼ିଛି । ନିକଟରେ ଅର୍ନ୍ତରାଷ୍ଟ୍ରୀୟ ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ ହ୍ରାସ ନ ହେବାର ମୁଖ୍ୟ କାରଣ ଓଜନସ୍ତର ।

କାନାଡ଼ା ସ୍ଥିତ ୟାର୍କ ୟୁନିଭର୍ସିଟି ରିପୋର୍ଟ ଅନୁଯାୟୀ ଲକଡାଉନ କାରଣରୁ ପ୍ରଦୂଷଣରେ ସହାୟ ହେଉଥିବା ପଦାର୍ଥ ହ୍ରାସ ହେଲା ସତ ମାତ୍ର ଓଜନସ୍ତରରେ କୈାଣସି ପରିବର୍ତ୍ତନ ଦେଖାଯାଇନଥିଲା । ଏହା ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇଥିବାର ଦେଖାଦେଇଥିଲା । ୟାର୍କ ୟୁନିଭର୍ସିଟିର କର୍ମକର୍ତ୍ତାଙ୍କ କହିବାନୁସାରେ ଲକଡାଉନରେ ବାୟୁପ୍ରଦୂଷଣର ମାତ୍ରା ହ୍ରାସ ହୋଇଥିବାର ଦେଖାଯାଇଥିଲା ଏହାର କାରଣ ଥିଲା ଦିଲ୍ଲୀରେ ଯାନବାହାନ ଚଳାଚଳ ଉପରେ ଲଗାଯାଇଥିଲା ପ୍ରତିବନ୍ଧକ । ଯାତାୟତ ବ୍ୟବସ୍ଥା ଅନେକ ମାତ୍ରାରେ କମିଯାଇଥିବାରୁ ପ୍ରଦୂଷଣ ମାତ୍ରା କମ୍ ହେବାର ଦେଖାଯାଇଥିଲା । ଏହି କାରଣରୁ ଆକାଶ ନିର୍ମଳ ଦେଖାଯାଉଥିଲା ।

ଏହି ରିପୋର୍ଟ ଅନୁସାରେ ଓଜନସ୍ତର ଦିଲ୍ଲୀରେ ଲକଡାଉନ ସମୟରେ ପ୍ରଦୂଷଣରେ ସହାୟ ହେଉଥିବା ପଦାର୍ଥ ଅନେକ ମାତ୍ରାରେ ହ୍ରାସ ହେଲା ସତ ମାତ୍ର ଓଜନସ୍ତର ଖୁବ୍ ବୃଦ୍ଧି ପାଇଥିଲା । ବାୟୁମଣ୍ଡଳ ସହ ଆକାଶ ଅନେକ ସଫା ଦେଖାଯିବା ସଙ୍ଗେ ସଙ୍ଗେ ସୂର୍ଯ୍ୟଙ୍କର ଉଜ୍ଜ୍ୱଳ କିରଣ ମଧ୍ୟ ଦେଖାଦେଇଥିଲା । ମାତ୍ର ଏହି କାରଣରୁ ୩୦ ପ୍ରତିଶତ ଓଜନସ୍ତର ବୃଦ୍ଧି ପାଇଥିଲା ।

ସୁର କୋଭିଡ଼ ସଂକ୍ରମିତ, ସଂଗରୋଧରେ ରହିବେ ପତି-ପତ୍ନୀ

ଭୁବନେଶ୍ୱର: ମାସ୍କ ପିନ୍ଧୁନଥିଲେ  । ଭୂତାଣୁକୁ ବେଖାତିର କରୁଥିଲେ  । ଏବେ ସଂକ୍ରମିତ ହେଲେ  । ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ କରୋନା  । ସୁର ଏବଂ ତାଙ୍କ ପତ୍ନୀ ଉଭୟେ କୋଭିଡ଼ ସଂକ୍ରମିତ ହୋଇଥିବା ଜଣାପଡ଼ିଛି  । ମେଡ଼ିକାଲରେ କୋଭିଡ଼ ପରୀକ୍ଷା କରାଇବା ପରେ ତାଙ୍କ ଠାରେ କରୋନା ପଜିଟିଭ ଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର  ।

ସବୁଠାରୁ ବଡ଼ କଥା ହେଉଛି, ଯେଉଁ ସମୟରେ ସମଗ୍ର ବିଶ୍ୱରେ କୋଭିଡର କହର ଜାରି ରହିଥିଲା  । ସେହି ସମୟରେ ସୁର କୋଭିଡର ନିୟମକୁ ବେଖାତିର କରିଚାଲିଥିଲେ  । ପ୍ରଥମ ପର୍ଯ୍ୟାୟ କୋଭିଡ  ଏବଂ ଦ୍ୱିତୀୟ ପର୍ଯ୍ୟାୟ କୋଭିଡରେ ମଧ୍ୟ ମାସ୍କ ପିନ୍ଧୁନଥିଲେ ବିଧାୟକ ସୁର ରାଉତରାୟ  ।

ବିଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ  । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ଟେଷ୍ଟ କରିଥିଲେ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀ  । ଶେଷରେ ଉଭୟଙ୍କ ଶରୀରରେ କୋଭିଡ ପଜିଟିଭ ଥିବା ନେଇ ଜଣାପଡ଼ିଛି  । କୋଭିଡ ନିୟମ ଅନୁପାଳନ କରି ବର୍ତ୍ତମାନ ସେ ସଂଗରୋଧରେ ରହିବେ ବୋଲି କହିଛନ୍ତି ଡାକ୍ତର  ।