spot_img
Home Blog Page 4910

ବୈପ୍ଲବିକ ଆହ୍ୱାନ BSKY , ୩୦ ଲକ୍ଷ ପରିବାରରେ ପହଁଚିଲା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ

ଭୁବନେଶ୍ୱର: ନବୀନଙ୍କ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଏବେ ଓଡ଼ିଶାର ୩୦ ଲକ୍ଷ ପରିବାରରେ ପହଁଚିଛି  । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଓଡ଼ିଶା ମଖ୍ୟମନ୍ତ୍ରୀ ନେଇଥିବା ଶୀର୍ଷ ନିଷ୍ପତ୍ତି ଏବେ ଶ୍ରେଷ୍ଠ ଖବର ପାଲଟିଛି  । ଅର୍ଥାତ ମାତ୍ର ସଂକ୍ଷିପ୍ତ ସମୟ ମଧ୍ୟରେ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଅର୍ଥାତ BSKY ବର୍ତ୍ତମାନ ୩୦ ପରିବାରକୁ ବଣ୍ଟନ କରାଯାଇ ସାରିଛି  । ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବିତରଣ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି  ।

CM Naveen Patnaik Distributes BSKY Card In Bijepur Bargarh

“ପ୍ରତ୍ୟେକ ଜୀବନ ମୂଲ୍ୟବାନ”ର ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେଥିପାଇଁ ଓଡ଼ିଶାର ସମସ୍ତ ଗିରିବୀ ଲୋକେ ଉନ୍ନତ ମାନର ସ୍ୱାସ୍ଥ୍ୟ ସୁବିଧା ପାଇବା ନେଇ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ଏହି ବୈପ୍ଲବିକ ଯୋଜନା  । ଯେଉଁଥିରେ  ମହିଳା ମାନେ  ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ  । ଏବଂ ପୁରୁଷ ମାନେ ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ବା ଚିକିତ୍ସା ଖର୍ଚ୍ଚର ସୁବିଧା ନେଇପାରିବେ  ।

ରାଜ୍ୟ ସରକାର ପ୍ରଥମେ ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଉପାନ୍ତ ଅଞ୍ଚଳ କୁହାଯାଉଥିବା ମାଲକାନଗିରିରୁ ଆରମ୍ଭ କରିଥିଲେ  । ଏହି କାର୍ଡରେ କେବଳ ରାଜ୍ୟ ନୁହେଁ ବଂର ରାଜ୍ୟ ବାହାରେ ମଧ୍ୟ ୨୦୦ଟି ଉନ୍ନତ ଓ ଦାମୀ ମେଡିକାଲ ରହିଛି  ।  ହିତାଧିକାରୀ ମାନେ ଚିକିତ୍ସା ପାଇଁ  କୌଣସି ସ୍ଥାନରେ ମଧ୍ୟ ଏହାର ସୁବିଧା ଉଠାଇପାରିବେ  । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଉଦେଶ୍ୟ ବର୍ତ୍ତମାନ ୧୧ଟି ଜିଲ୍ଲାରେ ପହଁଚି ସାରିଛି  । ଯଦ୍ୱାରା ୩୦ ଲକ୍ଷ ପରିବାରଙ୍କ ପାଖରେ ପହଁଚିସାରିଛି ଏହି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ  ।

କାର୍ ନେଇ ରାଷ୍ଟ୍ରପତି ଭବନରେ ପଶିଥିଲେ, ଯୁବକ ଓ ଯୁବତୀ ଗିରଫ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରୁ ଦୁଇ ଯୁବକ ଓ ଯୁବତୀ ଗିରଫ ହୋଇଛନ୍ତି । ଏହି ଦୁଇ ଜଣ ରାତି ସମୟରେ କାର୍ ନେଇ ରାଷ୍ଟ୍ରପତି ଭବନରେ ପଶିଥିଲେ । ତେବେ ଘଟଣାଟି ସୋମବାର ଘଟିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଭବନର ଗେଟ୍ ନଂ ୩୫ରେ କେହି କାର୍ ନେଇ ପ୍ରବେଶ କରୁଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଯାହା ପରେ ତୁରନ୍ତ ସୁରକ୍ଷା ଅଧିକାରୀ ଉଭୟ ପୁଅ ଓ ଝିଅଙ୍କୁ  ଅଟକାଇ ପଚରାଉଚରା କରିବା ସହ ଗିରଫ କରିଥିଲେ ।

ସମ୍ପୃକ୍ତ ଯୁବକ ଜଣକ ଦିଲ୍‌ଲୀର ସଙ୍ଗମ ବିହାରର ଶିବମ ବୋଲି ଜଣାପଡିଛି। ଆଉ ଘଟଣା ଦିନ ସେ ନିଶାରେ ଥିଲା ବେଳେ ତା’ ସହିତ ଜଣେ ଝିଅ ସାଙ୍ଗ ମଧ୍ୟ ଥିଲେ।  କେବଳ ଏତିକି ନୁହେଁ ରାଷ୍ଟ୍ରପତି ଭବନରେ ପଶିବା ପୂର୍ବରୁ ବାହାରେ ଥିବା ବ୍ୟାରିକେଡରେ ମଧ୍ୟ କାର୍ ଧକ୍କା ହୋଇଥିଲା । ଏ

ତେବେ ଏହି ମାମଲାରେ ପୋଲିସ ପକ୍ଷରୁ ଏଫଆଇଆର୍ ଦାଏର କରାଯାଇଥିଲା। ବୁଧବାର ଦିନ ଦୁଇ ଜଣଙ୍କୁ ସାଉଥ୍ ଏଭେନ୍ୟୁ ପୋଲିସ ଦିଲ୍ଲୀର ପଟିଆଲା କୋର୍ଟରେ ହାଜର କରିଥିଲା । ଯାହା ପରେ କୋର୍ଟ ଉଭୟଙ୍କୁ ଜେଲ୍ ପଠାଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।

୭ ବର୍ଷରେ ୧୧୭ ଥର କଟିଲା ଚାଲାଣ; ଟଙ୍କାଟେ ବି ଦେଲେନି ସ୍କୁଟର ଚାଳକ

ହାଇଦ୍ରାବାଦ: ରାସ୍ତାରେ ଗାଡି ଚଳାଇବା ସମୟରେ ବାଇକ, ସ୍କୁଟର, କାର ଚଳାଉଥିବା ବ୍ୟକ୍ତି କିଛି ସମୟରେ ଟ୍ରାଫିକ ନିୟମ ଭାଙ୍ଗିଥାଏ । ଟ୍ରାଫିକ ନିୟମ ଭାଙ୍ଗିବା ପରେ ପୋଲିସ ସେମାନଙ୍କର ଚାଲାଣ ମଧ୍ୟ କାଟିଥାଏ । ଏହା ପରେ ଚାଲାଣରେ କଟାଯାଇଥିବା ଟଙ୍କାକୁ ପୈଠ କରିବାକୁ ପଡ଼ିଥାଏ । ତେବେ ସାଧାରଣତଃ ଲୋକ ଏହି ଚାଲଣକୁ ପୈଠ କରିଦିଅନ୍ତି । କିନ୍ତୁ ହାଇଦ୍ରାବାଦରେ ଏମିତି ଏକ ବ୍ୟକ୍ତି ଧରା ପଡ଼ିଛନ୍ତି ଯିଏ ଗତ ୭ ବର୍ଷ ମଧ୍ୟରେ ବହୁବାର ଟ୍ରାଫିକ ନିୟମ ଭାଙ୍ଗିଛନ୍ତି । ବିଗତ ୭ ବର୍ଷ ମଧ୍ୟରେ ସେହିତ ବ୍ୟକ୍ତିଙ୍କ ନାମରେ ୧୧୭ଟି ଚାଲାଣ କଟିଛି । କିନ୍ତୁ ସେଥିମଧ୍ୟରୁ ଗୋଟିଏ ବି ଚାଲାଣ ପୈଠ କରିନଥିଲେ । ତେବେ ଏବେ ସେହି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।

ଏହି ଘଟଣା ହାଇଦ୍ରାବାଦରେ ହୋଇଛି । ହାଇଦ୍ରାବାଦରେ ରହୁଥିବା ଫରୀଦ ଖାନ ନାମକ ଜଣେ ଯୁବକ ତାଙ୍କ ସ୍କଟରରେ ବିଗତ ୭ ବର୍ଷ ମଧ୍ୟରେ ବହୁବାର ଟ୍ରାଫିକ ନିୟମ ଭାଙ୍ଗିଛନ୍ତି । ଫରୀଦଙ୍କ ନାମରେ ୧୧୭ ଥର ଚାଲଣ କଟିଥିଲା । କିନ୍ତୁ ସେ ଏଥିରୁ ଗୋଟିଏ ବି ଚାଲାଣ ଭରି ନଥିଲେ । ତା’ର ପୂରା ଚାଲାଣ ଯଦି କହିବା ତାହାଲେ ପୂରା ଚାଲାଣ ୨୯ ହଜାର ୭୨୦ ଟଙ୍କାର ଅଟେ । ହାଇଦ୍ରାବାଦ ସହରରେ ପୋଲିସ ନିୟମତି ଗାଡି ଚେକିଂ କରିଥାଏ । ଏହି ଚେକିଂ ସମୟରେ ଫରୀଦଙ୍କୁ ନାମପଲ୍ଲୀ ପାଖରେ ରୋକାଯାଇଥିଲା । ସେ ହେଲମେଟ ପିନ୍ଧିନଥିଲେ । ଏହି ସମୟରେ ଯେତେବେଳେ ଟ୍ରାଫିକ ପୋଲିସ ତାଙ୍କ ରେଜିଷ୍ଟ୍ରେସନ ଯାଞ୍ଚ କଲେ ତେବେ ଜଣାପଡ଼ିଥିଲା କି ତାଙ୍କ ଉପରେ ୧୧୭ ଥର ଚାଲାଣ କଟିଛି । ଏହି ଚାଲାଣର ମୋଟ ଟଙ୍କା ୨୯ ହଜାର ୭୨୦ ଟଙ୍କା । ଏପରି ସ୍ଥିତିରେ ଟ୍ରାଫିକ ପୋଲିସ ତା’ର ଗାଡି ଜବତ କରିଦେଇଛି ।ଏହା ସହ ଚାଲାଣ ଟଙ୍କା ପଇଠ କରି ସ୍କୁଟର ନେଇଯିବାକୁ କହୁଯାଇଛି ।

ସୂଚନା ଅନୁଯାୟୀ ତାଙ୍କ ପାଖକୁ କୋର୍ଟରୁ ନୋଟିସ୍ ମଧ୍ୟ ପଠାଯାଇଥିଲା । ଏହି ନୋଟିସରେ କହୁଯାଇଥିଲା କି ସେ ତାଙ୍କ ଚାଲଣ ଟଙ୍କା ଶୀଘ୍ର ଦେଇ ଦିଅନ୍ତୁ ନଚେତ ତାଙ୍କ ଗାଡିକୁ ଜବତ କରାଯିବ ଏବଂ ତାଙ୍କ ନାମରେ ଚାର୍ଜସିଟ ଦାୟର କରାଯିବ । କିନ୍ତୁ ଏହି ନୋଟିସକୁ ଗୁରୁତର ସହ ନେଇନଥିଲା ଫରୀଦ । ତେଣୁ ଏବେ ଟ୍ରାଫିକ ପୋଲିସ ଧରିବା ପରେ ତାଙ୍କ ଗାଡିକୁ ଜବତ କରିନେଇଛି ।

HockeyJuniorWorldCup: ପ୍ରସ୍ତୁତ କଳିଙ୍ଗ ଷ୍ଟାଡ଼ିୟମ, ପହଁଚିଲେ ବିଦେଶୀ ଟିମ୍

ଭୁବନେଶ୍ୱର: ବିଶ୍ୱକପ୍ ଜୁନିୟର ହକି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡ଼ାଉନ  । ୨୪ରେ କମ୍ପିକ କଳିଙ୍ଗ ଷ୍ଟାଡ଼ିୟମ  । ଏଥିପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରସ୍ତୁତି  । ଆଉ ଗୋଟେ ପରେ ଗୋଟିଏ ବିଦେଶୀ ଟିମ୍ ଏବେ ଓଡ଼ିଶାରେ ପହଁଚିବା ଆରମ୍ଭ କରିଦେଇଛନ୍ତି  ।  FIH କନିଷ୍ଠ ବିଶ୍ବକପ୍‌ ଲାଗି  ବିଦେଶୀ ଦଳ ଭୁବନେଶ୍ୱରରେ ପାଦ ରଖିଛନ୍ତି  ।

ବେଲ୍‌ଜିୟମ ଦଳ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଆଜି ନେଦରଲ୍ୟାଣ୍ଡ , ଫ୍ରାନ୍ସ ଓ ଆର୍ଜେଣ୍ଟିନା ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହାସହ ପୂର୍ବରୁ ଭାରତୀୟ ଟିମ ଭୁବନେଶ୍ୱରରେ ରହି କଳିଙ୍ଗ ଷ୍ଟାଡିୟମରେ କସରତ ଚଳାଇଛି  ।  ବର୍ତ୍ତମାନ ଯେଉଁ ଟିମ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସେହି ଟିମ ଆଗୁଆ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି  ।

ନଭେମ୍ବର 24 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ କନିଷ୍ଠ ବିଶ୍ବକପ୍‌  । ଟୁର୍ଣ୍ଣାମେଣ୍ଟରେ ସମୁଦାୟ 16ଟି ଦେଶ ଭାଗନେବାକୁ ଯାଉଛି  । ସେପଟେ ଚୟନମଣ୍ଡଳୀ ଭାଗ ନେବାକୁ ଥିବା ଦେଶ ଗୁଡ଼ିକୁ ଚୟନ କରିସାରିଛନ୍ତି  । ଏହା ପରେ ଉକ୍ତ ୧୬ଟି ଟିମ ଏବେ  ଭୁବନେଶ୍ୱରରେ ଡେରା ପକାଇବା ଆରମ୍ଭ କରିଦେଇଛନ୍ତି ।

ପୁନିତଙ୍କ ପାଇଁ ଚିଠି ଲେଖିଲେ ପତ୍ନୀ ଅଶ୍ୱିନୀ ରେବନାଥ

କନ୍ନଡ ସିନେମାର କିମ୍ବଦନ୍ତୀ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁନିତ  ରାଜକୁମାର ଅକ୍ଟୋବର ୨୯, ୨୦୨୧ରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ହଠାତ୍ ମୃତ୍ୟୁ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା, ଅନେକ ରାଜନୈତିକ ନେତା ତଥା ସେଲିବ୍ରିଟି ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଥିଲେ। କନ୍ନଡ଼ ଇଣ୍ଡଷ୍ଟ୍ରିର ଏତେ ଭଲ ଅଭିନେତାଙ୍କ ସ୍ଥାନ କେହି ବା ପୂରଣ କରିପାରିବେନି ବୋଲି ପୁନିତଙ୍କ ଫ୍ୟାନ୍ସ କହିଛନ୍ତି । ସୁପରଷ୍ଟାର ପୁନିତ୍ ରାଜକୁମାରଙ୍କ ବିୟୋଗ ସମସ୍ତଙ୍କୁ ହତଚକିତ କରିଥିଲା । ପୁନିତଙ୍କ ଫ୍ୟାନ୍ସ ଏହା ଆଦୈା ଗ୍ରହଣ କରିପାରିନଥିଲେ । କିନ୍ତୁ, ଏଯାଏ ତାଙ୍କ ପତ୍ନୀ ଅଶ୍ୱିନୀ ରେବନାଥଙ୍କର ଏନେଇ କୈାଣସି ପ୍ରତିକ୍ରିୟା ଆସିନଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଶଂସକଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଥିଲେ। ସେ ଲେଖିଛନ୍ତି : ପୁନିତଙ୍କ ଅକାଳ ମୃତ୍ୟୁ କେବଳ ପରିବାର ନୁହେଁ ସମଗ୍ର କର୍ଣ୍ଣାଟକ ରାଜ୍ୟକୁ ମଧ୍ୟ ଚକିତ କରିଛି। ଏହି କ୍ଷତିର ପରିମାଣ ଆପଣଙ୍କୁ କଳ୍ପନା କରିବା କଷ୍ଟକର, ତାଙ୍କୁ  ‘ପାଓ୍ୱାର ଷ୍ଟାର୍’ କରିଥିବା ପ୍ରଶଂସକମାନେ ତାଙ୍କୁ ଆଜି ବି ଝୁରୁଛନ୍ତି ।

ପୁନିତଙ୍କ ମୃତ୍ୟୁବେଳେ ତାଙ୍କୁ ୪୬ ବର୍ଷ ହୋଇଥିଲା । ପୁନିତଙ୍କ ଛାତିରେ କଷ୍ଟ ହେବାପରେ ତାଙ୍କୁ ବାଙ୍ଗାଲୋରର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ପରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ।  ବଡ଼ ବଡ଼ ମନ୍ତ୍ରୀ ଯଥା ନରେନ୍ଦ୍ର ମୋଦି, ଏମ କେ ଷ୍ଟାଲିନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଫିଲ୍ମ ତାରକା ସୋନୁ ସୁଧ, ଜୁନିୟର ଏନଟିଆର, ସୁଧିର ବାବୁ ଆଦି ପୁନିତଙ୍କ ଶେଷ ଦର୍ଶନରେ ଉପସ୍ଥିତ ଥିଲେ ।

କମିଲାନି LPG ଦାମ୍, RDC ସ୍ତରୀୟ ଆନ୍ଦୋଳନ କରିବ BJD

ଭୁବନେଶ୍ୱର: ଦଶ ଦିନର ମହଲତ ପରେ ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ  ।  ଦରଦାମ ବୃଦ୍ଧି, ବେଲଗାମ LPG ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ପୁନର୍ବାର ଆନ୍ଦୋଳନ ଓ ପ୍ରତିବାଦ ଜାରି ରଖିବ ।  ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳାୟରେ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି ବିଧାୟିକା ତଥା ମହିଳା ଜନତା ଦଳର  ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଏବଂ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ  ।

ବିଜେଡ଼ି ଏହି ଆନ୍ଦୋଳନକୁ RDC ସ୍ତରୀୟ କରିବ  । ଅର୍ଥାତ ରାଜ୍ୟରେ ତିନୋଟି ଆରଡ଼ିସି କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରରେ ପ୍ରତିବାଦ କରିବ ବିଜେଡ଼ି  । ସେହିପରି ଆରଡ଼ିସି ଜରିଆରେ ଆସୁଥିବା ସମସ୍ତ ବ୍ଲକରେ ମଧ୍ୟ ପ୍ରତିବାଦ ଓ ଆନ୍ଦୋଳନ କରିବ ବିଜେଡ଼ି  । ପୂର୍ବରୁ ଅହେତୁକ ଦରଦାମ ବୃଦ୍ଧି, ପେଟ୍ରୋଲ-ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବ୍ଲକ ସ୍ତରୀୟ ପ୍ରତିବାଦ ଜାରି ରଖିଥିଲା  ।

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପରେ ଏହି ଆନ୍ଦୋଳନକୁ ୧୦ ଦିନ ପାଇଁ ସ୍ଥଗିତ ରଖିଥିଲା ଦଳ  । ଅର୍ଥାତ କେନ୍ଦ୍ର ସରକାରଙ୍କୁ ୧୦ ଦିନର ମହଲତ ଦିଆଯାଇଥିଲା  । ଯେଉଁଥିରେ ଉଲ୍ଲେଖ ରହିଥିଲା କି, ଗ୍ୟାସ ଦର ହ୍ରାସ କରିବା ସହ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଯାଉ । ରାଜ୍ୟପାଳକୁ ଏନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ ବିଜେଡ଼ିର ଶୀର୍ଷ ନେତୃତ୍ୱ  ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି କେଇଠି ମୁଖ୍ୟ ମୁଦ୍ଦା ଉଲ୍ଲେଖ କରିଛି  । ଯେଉଁଥିରେ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି – ଓଡ଼ିଶାର ମା, ଭଉଣି ତଥା ସାଢେ ଚାରିକୋଟି ଲୋକଙ୍କୁ ମାତ୍ରାଧିକ ଭାବେ ପ୍ରଭାବିତ କରିଛି  ।  ବିଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦% ବୃଦ୍ଧି ପାଇଛି । ୨୦୧୬-୧୭ ରେ ୧୪.୨ କିଲୋ ସିଲିଣ୍ଡରର ଦାମ୍ ଥିଲା ଟ. ୫୪୯.୬୯ ଏବେ ଏହା ମାତ୍ରାଧିକ ଦର ବୃଦ୍ଧି ପାଇ ୯୨୬ ଟଙ୍କା ସିଲିଣ୍ଡର ଗୋଟା ପହଁଚିଥିବା କହିଛି ବିଜେଡ଼ି  ।

ତେଣୁ ୨୨ ନଭେମ୍ବର ୨୦୨୧ରେ ବିଜେଡ଼ି ପ୍ରଥମେ କଟକ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ , ଏହା ପରେ ୨୩ ନଭେମ୍ବର ୨୦୨୧ରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଏବଂ ୨୪ ନଭେମ୍ବର ୨୦୨୧ରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ  ।  ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବାକୁ ଦାବି କରିବା ସହିତ ଉଜ୍ଜ୍ୱଳା ଯୋଜନା ବିଫଳତାକୁ ନେଇ ଲୋକମାନଙ୍କ ସମ୍ମୁଖକୁ ନେବ ବୋଲି କହିଛି ବିଜେଡ଼ି  ।

ଦୀର୍ଘ ୭ଦିନ ପରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଇଞ୍ଜିନିୟର, ଖୋଜିବାକୁ ଯାଇଥିଲେ ପତ୍ନୀ

ମାଲକାନଗିରି: ଲାଲବାହିନୀ କବଳରୁ ଦୀର୍ଘ ୭ ଦିନ ପରେ ମୁକୁଳିଛନ୍ତି ଇଞ୍ଜିନିୟର ଅଜୟ ରୋଶନ। ପ୍ରଜାକୋର୍ଟରେ ହାଜର ପରେ ଅଜୟଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଥିଲା ମାଓ ସଙ୍ଗଠନ। ସେପଟେ ସ୍ୱାମୀଙ୍କ ଫେରିବା ବାଟକୁ ଜଙ୍ଗଲ ନିକଟରେ ଅପେକ୍ଷା କରି ରହିଥିଲେ ପତ୍ନୀ ଅର୍ପିତା। ଶେଷରେ ଅଜୟ ରୋଶନ ଫେରିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି।

ଇଞ୍ଜିନିୟରଙ୍କୁ ଅପହରଣ କରିବା ପରେ ନିସର୍ତ୍ତ ମୁକୁଳାଇବାକୁ ପତ୍ନୀ ନିବେଦନ କରିଥିଲେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର କୁରନା ଏବଂ ମକେଲି ଠାରେ ଗ୍ରାମ୍ୟ ସଡକ ଯୋଜନାର କାମ ଦେଖିବାକୁ ଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଅଜୟ ରୋଷନ ଲାକ୍ରା ଏବଂ ପିଅନ ସରଜା ଲକ୍ଷ୍ମଣ ପରିତଗିରିଙ୍କୁ ନକ୍ସଲ ମାନେ ଅପହରଣ କରିଥିଲେ।

ଅଧିକ ପଢନ୍ତୁ:- ଇଞ୍ଜିନିୟର ସ୍ୱାମୀଙ୍କୁ ଅପହରଣ କରିନେଲେ ନକ୍ସଲ, ପିଲାଙ୍କୁ ଧରି ଖୋଜିବାକୁ ଜଙ୍ଗଲ ଆଡ଼େ ବାହାରିଲେ ପତ୍ନୀ

ଉଲ୍ଲେଖଯୋଗ୍ୟ, ସବ୍ ଇଞ୍ଜିନିୟର ଅଜୟ ରୋଶନ ନିକଟ ଅତୀତରେ ଲକ୍ଷ୍ମଣଙ୍କ ସହ ପରତାଗିରି ଗୋରନା ମନକେଲି କ୍ଷେତ୍ରରେ ଚାଲିଥିବା ରାସ୍ତାକାମର ନିରିକ୍ଷଣ କରିବାକୁ ଯାଇଥିଲେ। ହେଲେ ଅନେକ ସମୟ ପର୍ଯ୍ୟନ୍ତ ମୁଖ୍ୟାଳୟକୁ ଫେରିନଥିଲେ। ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ବହୁତ ଖୋଜିଥିଲେ ହେଲେ କିଛି ବି ସୁରାକ ମିଳିନଥିଲା। ଏହାପରେ ଗାଁ ଲୋକମାନେ ଖବର ଦେଇଥିଲେ ଯେ ସବ୍ ଇଞ୍ଜିନିୟର ଓ ଚପରାସୀଙ୍କୁ କିଛି ଲୋକ ଜଙ୍ଗଲ ଭିତରକୁ ନେଇଯାଇଛନ୍ତି। ତତପରେ ନକ୍ସଲମାନେ ଉଭୟଙ୍କୁ ଅପହରଣ କରିନେଇଥିବା ଜଣାପଡ଼ିଥିଲା। ପରର୍ବତ୍ତୀ ସମୟରେ ସ୍ୱାମୀଙ୍କୁ ସକୁଶଳ ଛାଡ଼ିବାକୁ ମାଓବାଦୀଙ୍କ ନିବେଦନ କରିଥିଲେ ଇଞ୍ଜିନିୟରଙ୍କ ପତ୍ନୀ ଅର୍ପିତା।

ଗାନ୍ଧିଜୀ ଓ ନେତାଜୀଙ୍କ ସମ୍ପର୍କକୁ ନେଇ କ’ଣ କହିଲେ ଝିଅ ଅନିତା ବୋଷ ଜାଣନ୍ତୁ

0

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବୟାନ ହେତୁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି ।  ଏବେ ସେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଗୋଟିଏ ଗାଲରେ ଚାପୁଡା ଖାଇ ଆର ଗାଲ ଦେଖାଇଲେ ସ୍ୱାଧିନତା ନୁହେଁ ଭିକ ମିଳେ ବୋଲି କହିଛନ୍ତି ଆତ୍ମବିମୁଗ୍ଧ କଙ୍ଗନା ରନାୱତ।

ମଙ୍ଗଳବାର ଇନଷ୍ଟା ଷ୍ଟୋରି ପୋଷ୍ଟ୍ କରି କଙ୍ଗାନ ପୁଣି ଇନଷ୍ଟାଣ୍ଟ୍ କଣ୍ଟ୍ରୋଭର୍ସି କ୍ରିଏଟ୍ କରିଛନ୍ତି। କଙ୍ଗନାଙ୍କ ଅନୁସାରେ ଖାଲି ଗାନ୍ଧୀଙ୍କ ପାଇଁ ସ୍ୱାଧିନତା ମିଳିନଥିଲା.. ନେତାଜୀ ଓ ଭଗତ ସିଂହଙ୍କୁ ଗାନ୍ଧୀଙ୍କ ସମର୍ଥନ ମିଳିନଥିଲା.. ସେ ଗାନ୍ଧିଙ୍କ ଗୋଟିଏ ଗାଲରେ ଚାପୁଡା ବଦଳରେ ଆର ଗାଲ ଦେଖାଇବା ନୀତିକୁ ମଧ୍ୟ ବିଦ୍ରୁପ କରିଥିଲେ… ସ୍ୱାଧୀନତା ପରେ ନେତାଜୀଙ୍କୁ ବ୍ରିଟିଶ ସରକାର ହାତରେ ସମର୍ପଣ କରିବାକୁ ଗାନ୍ଧୀ ଓ ନେହେରୁ ରାଜିଥିଲେ ବୋଲି କଙ୍ଗନା କହିଛନ୍ତି ।

କଙ୍ଗନାଙ୍କ ଇନଷ୍ଟା ଷ୍ଟୋରି ଭାଇରାଲ ହେବା ପରେ ଗାନ୍ଧୀ ଓ ନେତାଜୀଙ୍କ ସମ୍ପର୍କକୁ ନେଇ ନେତାଜୀଙ୍କ ଝିଅ ଅନିତା ବୋଷ ମଧ୍ୟ ଆଶ୍ଟର୍ଯ୍ୟକର ବୟାନ ଦେଇଛନ୍ତି । ନେତାଜୀ ଓ ଗାନ୍ଧୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସେ ବେବାକ ନିଜ ବୟାନ ରଖିଛନ୍ତି । ଅନୀତା ସ୍ପଷ୍ଟ ଭାବେ କହିଛନ୍ତି ଯେ, ଗାନ୍ଧୀ ଓ ନେତାଜୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ନଥିଲା । ଅନୀତାଙ୍କ ଅନୁସାରେ ଗାନ୍ଧୀ ଜାଣିପାରିଥିଲେ ଯେ, ନେତାଜୀ ଅନ୍ୟମାନଙ୍କ ଭଳି ତାଙ୍କ ନିୟନ୍ତ୍ରଣରେ ରହିବେ ନାହିଁ । ତେଣୁ ଉଭୟଙ୍କ ମଧ୍ୟରେ ସଂପର୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ନଥିଲା। ଏହା ସହିତ ଅନୀତା ଏହାମଧ୍ୟ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ସଂପର୍କରେ ଉଷ୍ମତା ନଥିଲେ ମଧ୍ୟ ତାଙ୍କ ପିତାଙ୍କର ଗାନ୍ଧୀଙ୍କ ପ୍ରତି ସମ୍ମାନ  ଯଥେଷ୍ଟ ଥିଲା ।

ଏମିତିରେ ଗାନ୍ଧୀ ଓ ନେତାଜୀଙ୍କ ମଧ୍ୟରେ ରାଜନୈତିକ ମତଭିନ୍ନତା ଐତିହାସିକ ସତ । ନେତାଜୀ କଂଗ୍ରେସ ସଭାପତି ଭାବେ ପଟ୍ଟଭି ସୀତାରମେୟାଙ୍କୁ ହରାଇ ନିର୍ବାଚିତ ହୋଇଥିଲେ । ଏଥିରେ କ୍ଷୁବ୍ଧ ଗାନ୍ଧୀ କହିଥିଲେ ପଟ୍ଟଭିଙ୍କ ପରାଜୟ ମୋ ପରାଜୟ । ଏହା ସତ୍ୱେ ନେତାଜୀଙ୍କର ଗାନ୍ଧୀଙ୍କ ପ୍ରତି ସମ୍ମାନ କମ ହୋଇନଥିଲା ।

କଙ୍ଗନା ଯେଉଁ କଥା କହିଛନ୍ତି ଆଗରୁ ମଧ୍ୟ ଅନେକ ରାଜନୈତିକ ବିଶ୍ଲେଷକ ସେଇକଥା କହିଛନ୍ତି । ଭାରତକୁ ସ୍ୱାଧୀନତା କ’ଣ କେବଳ ଅହିଂସା ଆନ୍ଦୋଳନ ଦ୍ୱାରା ମିଳିଥିଲା କି ବୋଲି ପ୍ରଶ୍ନ ଆଗରୁ ମଧ୍ୟ ଉଠିଛି । ଅନିତା ସେହି କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ଯେ, କେବଳ ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ଦ୍ୱାରା ସ୍ୱାଧିନତା ମିଳିଥିଲା ବୋଲି କଂଗ୍ରେସର ନେତା ମାନେ ଯେଉଁ ଦାବି କରନ୍ତି ତାହା ଠିକ ନୁହେଁ । ଆଜାଦ୍ ହିନ୍ଦ୍ ଫୌଜ୍ ଓ ଗାନ୍ଧୀଙ୍କ ଆନ୍ଦୋଳନ ପାଇଁ ସ୍ୱାଧିନତା ମିଳିଥିଲା । କେବଳ ଗାନ୍ଧୀଙ୍କ ପାଇଁ ସ୍ୱାଧିନତା ମିଳିଥିଲା ବୋଲି କହିବା ଠିକ୍ ନୁହେଁ । ଏହା ସହିତ ସେ ଗାନ୍ଧୀ ବନାମ ନେତାଜୀ ତୁଳନାକୁ ମଧ୍ୟ ନାପସନ୍ଦ କରିଛନ୍ତି । ଅନୀତାଙ୍କ ଅନୁସାରେ ଜଣଙ୍କ ବିନା ଅନ୍ୟଜଣେ ସ୍ୱାଧିନତା ହାସଲ କରି ପାରିନଥାନ୍ତେ । ଦୁହିଙ୍କ ତ୍ୟାଗ ଓ ଆନ୍ଦୋଳନର ସମୀଶ୍ରଣ ସ୍ୱାଧିନତା ଥିଲା ବୋଲି ସେ କହିଛନ୍ତି ।

‘ଗାନ୍ଧୀ ବନାମ ନେତାଜୀ’ଏହି ପ୍ରସଙ୍ଗ ଏବେର ନୁହେଁ । ସ୍ୱାଧିନତା ପ୍ରାପ୍ତି ପରଠାରୁ ଏହି ପ୍ରଶ୍ନ ଉଠି ଆସିଛି । ଏହାର ଗୋଟିଏ ବଡ଼ କାରଣ ହେଉଛି ଯେଉଁଭଳି ଭାବେ ଗଲା ୭୦ ବର୍ଷ ମଧ୍ୟରେ ସ୍ୱାଧିନତା ସଂଗ୍ରାମରେ ସାମିଲ ଥିବା ଅନ୍ୟ ସଂଗ୍ରାମୀଙ୍କ ଅବଦାନକୁ ଗୁରୁତ୍ୱ ନଦେଇ କେବଳ ଅଳ୍ପ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଗୁରୁତ୍ୱ ଦିଆଯାଇଛି । ଏହା ମଧ୍ୟ ସତ ଯେ, ନେତାଜୀଙ୍କ ଆଜାଦ ହିନ୍ଦ ଫୌଜ୍ ହାରିଥିଲା ସତ କିନ୍ତୁ ଏହା ବିଦ୍ରୋହ ପାଇଁ ରାସ୍ତା ସଫା କରିଥିଲା । ଏହର ଏକ ବଡ଼ ଉଦାହରଣ ହେଉଛିବେ ମୁମ୍ବାଇରେ ବ୍ରିଟିସ ରୟାନ ନେଭିର ବିଦ୍ରୋହ । ଯେଉଁଭଳି ଭାବେ ନୌସେନା ବିଦ୍ରୋହ କରିଥିଲା ତାହା ବ୍ରିଟିଶ ସରକାରକୁ ଡରାଇ ଦେଇଥିଲା । ଗାନ୍ଧିଙ୍କ ସବିନୟ ଆନ୍ଦୋଳନ ସହିତ ନେତାଜୀଙ୍କ ଶସସ୍ତ୍ର ସଂଗ୍ରାମ ସ୍ୱାଧିନତାର ରାସ୍ତା ସଫା କରିଥିଲା ।

ଆଇସିସି କ୍ରିକେଟ କମିଟି ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଆଇସିସି କ୍ରିକେଟ କାଉନସିଲର ଚେୟାରମ୍ୟାନ ହେଲେ ସୌରଭ ଗାଙ୍ଗୁଲି । ଅନିଲ କୁମ୍ଭଲେଙ୍କ ସ୍ଥାନରେ ଗାଙ୍ଗୁଲିଙ୍କୁ ମିଳିଛି ଏହି ପଦ । ବିସିସିଆଇ ସଭାପତି ସହ ସୌରଭ ଗାଙ୍ଗୁଲି ଆଇସିସି କ୍ରିକେଟ କାଉନସିଲର ଚେୟାରମ୍ୟାନ ପଦ ମଧ୍ୟ ସମ୍ଭାଳିବେ । ଆଇସିସି ଗଭର୍ଣ୍ଣିଂ ବଡି ଆଜି ଏନେଇ ସୂଚନା ଦେଇଛି । ୨୦୧୨ରେ ଏହି ପଦରେ ନିଯୁକ୍ତି ହୋଇଥିବା କୁମ୍ଭଲେ ଲଗାତର ତିନି ବର୍ଷ ଧରି ତିନି ତିନି ଥର ଏହି ପଦରେ ରହିଛନ୍ତି । ତେବେ ୯ ବର୍ଷ ଧରି ଅନିଲ କୁମ୍ଭଲେ ଏହି ପଦରେ ରହିଥିଲେ । ତେବେ ଅନିଲ କୁମ୍ଭଲେ ଏହି ପଦରୁ ଇସ୍ତଫା ଦେବାରେ ଗାଙ୍ଗୁଲିଙ୍କୁ ମିଳିଛି ଏହି ପଦ । ଗାଙ୍ଗୁଲି ଏହି ପଦରେ ନିଯୁକ୍ତି ହେବା ପରେ ଆଇସିସି ଚେୟାରମ୍ୟାନ ଗ୍ରେଗ୍ ବାରକ୍ଲେ କହିଛନ୍ତି କି ଆଇସିସି ପୁରଷ କ୍ରିକେଟ କମିଟିର ଚେୟାରମ୍ୟାନ ଭାବରେ ନିଯୁକ୍ତି ହୋଇଥିବା ନିଷ୍ପତିକୁ ମୁଁ ସ୍ବାଗତ କରୁଛି । ସେ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ଅଟନ୍ତି । ଏବଂ ଏହା ପରେ ପ୍ରଶସକ ଭାବରେ ମଧ୍ୟରେ ତାଙ୍କ ବେଶ୍ ଅନୁଭବ ରହିଛି । ତେବେ ଗାଙ୍ଗୁଲିଙ୍କ ଏହି ଅଭିଜ୍ଞତା ଆମକୁ ଆଗକୁ ବଢ଼ିବାରେ ଏବଂ କ୍ରିକେଟକୁ କିପରି ଆହୁର ଭଲ କରାଯାଇପାରିବ ସେ ଉପରେ ଗାଙ୍ଗୁଲି ସାହାର୍ଯ୍ୟ କରିବେ ବୋଲି କହିଛନ୍ତି ଆଇସିସି ଚେୟାରମ୍ୟାନ ଗ୍ରେଗ୍ ବାରକ୍ଲେ ।

ଏହା ସହ ଅନିଲ କୁମ୍ଭଲେ ଯେପରି ବିଗତ ୯ ବର୍ଷ ଧରି ନେତୃତ୍ବ ନେଉଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଯେଉଁଭଳି ଭାବରେ କ୍ରିକେଟର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ଡିଆରଏସକୁ ଯେପରି ନିୟମିତ ଭାବରେ କ୍ରିକେଟରେ ବ୍ୟବହାର ହେଉଛି ଏବଂ ଲଗାତର ଭାବରେ ଅନ୍ତର୍ଜାତୀୟ କ୍ରିକେଟରେ ସୁଧାର ଆସିଛି ସେଥିରେ ଏକ ବଡ଼ ଭୂମିକା ତୁଲାଇଛନ୍ତି ଅନିଲ କୁମ୍ଭଲେ ବୋଲି କହିଛନ୍ତି ଆଇସିସି ଚେୟାରମ୍ୟାନ ଗ୍ରେଗ୍ ବାରକ୍ଲେ ।

 

 

‘Jai Bhim’କୁ ନେଇ ବଢୁଛି ବିବାଦ, ଧମକ ପରେ ସୁରିୟାଙ୍କ ଘରେ ପୋଲିସ ସୁରକ୍ଷା

ଚେନ୍ନାଇ: ତାମିଲ ଅଭିନେତା ସୁରିଆ ତେଜଙ୍କ ‘ଜୟ ଭୀମ’ ରିଲିଜ ହେବା ପରଠାରୁ ଲଗାତାର ବିବାଦ ଘେରରେ ରହିଛି। ନଭେମ୍ବର ୨ରେ ଆମାଜନ ପ୍ରାଇମ ଭିଡିଓରେ ଏହି ଫିଲ୍ମ ମୁକ୍ତିଲାଭ କରିଥିଲା। ଦର୍ଶକ ମାନେ ‘ଜୟ ଭୀମ’କୁ ଖୁବ୍ ପସନ୍ଦ କରୁଥିବାବେଳେ ଗୋଟିଏ ସମ୍ପ୍ରଦାୟ ଏହାର ବିରୋଧ କରିଛି। ଫିଲ୍ମର ଦୃଶ୍ୟକୁ ନେଇ ଆରମ୍ଭ ହୋଇଥିବା ବିବାଦ ଚଳଚ୍ଚିତ୍ର ରିଲିଜ୍ ହେବାର ୨ସପ୍ତାହ ପରେ ଥମୁନାହିଁ। ଫିଲ୍ମକୁ ନେଇ ଅଭିନେତା ସୁରିଆଙ୍କୁ ମଧ୍ୟ ଧମକ ମିଳିବାରେ ଲାଗିଛି। ଫଳରେ ସୁରକ୍ଷାକୁ ନେଇ ପାଞ୍ଚ ଜଣ ପୋଲିସ ଅଧିକାରୀ ଟି ନଗରସ୍ଥିତ ସୂରିୟାଙ୍କ ବାସଭବନ ବାହାରେ ମୁତୟନ ହୋଇଛନ୍ତି।

ଫିଲ୍ମକୁ ନେଇ ସୂରିୟା ଓ ତାଙ୍କ ଟିମକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଲଗାତାର ଧମକ ଦିଆଯାଉଛି। ନିକଟରେ ବନିୟର୍ ସଙ୍ଗମଙ୍କ ଦ୍ୱାରା ପଠାଯାଇଥିବା ନାେଟିସରେ ଫିଲ୍ମର କିଛି ଦୃଶ୍ୟ ହଟାଇବା ଓ ଇରୁଲାର ସମ୍ପ୍ରଦାୟର ଲୋକଙ୍କୁ କ୍ଷମା ମାଗିବା ସହ ସାତ ଦିନ ମଧ୍ୟରେ ୫କୋଟି ଟଙ୍କାର କ୍ଷତିପୂରଣ ଦେବାକୁ କୁହାଯାଇଛି। ଏହି ନୋଟିସ୍ ବନିୟାର ସଙ୍ଗମର ପ୍ରଦେଶ ଅଧ୍ୟକ୍ଷଙ୍କ ପକ୍ଷରୁ ଫିଲ୍ମର ଅଭିନେତା ସୂରିୟାଙ୍କ ସହିତ ଜ୍ୟୋତିିକା, ଆମାଜନ୍ ପ୍ରାଇମ୍ ଭିଡିଓ ଏବଂ ‘ଜୟ ଭୀମ’ର ନିର୍ଦ୍ଦେଶକ ଟିଜେ ଗ୍ନାନୱେଲଙ୍କୁ ପଠାଯାଇଛି |

ହେଲେ ଏଭଳି କରିବାକୁ ସୂରିୟା ସଫାସଫା ମନା କରି ଦେଇଛନ୍ତି । ସେ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତାମାନେ ଚଳଚ୍ଚିତ୍ର ମାଧ୍ୟମରେ ଯେକୗେଣସି ବାର୍ତ୍ତା ଦେବାକୁ ସ୍ୱାଧୀନତା ପାଇଛନ୍ତି। ତେବ ଚଳଚ୍ଚିତ୍ରରେ କୗେଣସି ବ୍ୟକ୍ତି କିମ୍ବା ସମ୍ପ୍ରଦାୟକୁ ଅପମାନିତ କରିବାର ମୋର ଉଦ୍ଦେଶ୍ୟ ନାହିଁ ବୋଲି ସୂରିଆ ଏକ ବିବୃତ୍ତି ଜାରି କରି କହିଛନ୍ତି। ତାଙ୍କ ଟୁଇଟ୍ ପରେ ‘ଜୟ ଭୀମ’ ଟିମକୁ ସମର୍ଥନ କରିବା ପାଇଁ ଅନେକ ସେଲିବ୍ରିଟି ଓ ପ୍ରଶଂସକମାନେ ସୋସିଆଲ୍ ମିଡିଆରେ ସମର୍ଥନ ଜଣାଇଛନ୍ତି ।