ରାଜ୍ୟ ନିର୍ବାଚନ ଆୟୋଗଙ୍କ ଘୋଷଣା, ହେବନି ପଞ୍ଚାୟତ ନିର୍ବାଚନ

ଭୋପାଳ: ଓମିକ୍ରନ ସଂକ୍ରମଣ ପାଇଁ ମଧ୍ୟପ୍ରଦେଶରେ ହେବନି ପଞ୍ଚାୟତ ନିର୍ବାଚନ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ମଧ୍ୟପ୍ରଦେଶରେ ତିନୋଟି ପର୍ଯ୍ୟାୟରେ ହୋଇଥାଆନ୍ତା ନିର୍ବାଚନ । ଜାନୁଆରୀ ୬, ଜାନୁଆରୀ ୨୮ ଓ ଫେବ୍ରୁଆରୀ ୧୬ରେ ହୋଇଥାଆନ୍ତା ନିର୍ବାଚନ । ଶିବରାଜ ସରକାରଙ୍କ କ୍ୟାବିନେଟ ବୈଠକରେ ପାରିତ ହୋଇଥିବା ପ୍ରସ୍ତାବକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ରାଜ୍ୟପାଳ ଏହାକୁ ଅନୁମୋଦନ ଦେବା ପରେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ବାତିଲ୍ କରିଛନ୍ତି ।

 Madhya Pradesh Cancelled Panchayat Poll Omicron

ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଗତ ମାସରେ ରାଜ୍ୟ ସରକାର ଏକ ନିୟମ ପ୍ରଣୟନ କରି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ଡିସେମ୍ବର ୪ରେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ସୂଚୀ ଘୋଷଣା କରିଥିଲେ । ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଥିଲା । ଗତ ଦେଢ଼ ବର୍ଷ ହେବ କରୋନା ପାଇଁ ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଉଥିଲେ ସରକାର ।

Leave a Reply