ସଡ଼କ ଦୁର୍ଘଟଣାରେ ’ବଚପନ୍ କା ପ୍ୟାର’ ଗୀତର ପପୁଲାର ସିଙ୍ଗର ସହଦେବ ଡିରଡୋ ଗୁରୁତର

1 min read

ସୁକମା: ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ’ବଚପନ୍ କା ପ୍ୟାର’ ସିଙ୍ଗର ସହଦେବ ଡିରଡୋ । ’ବଚପନ୍ କା ପ୍ୟାର’ ଗୀତ ଗାଇ ଘରେ ଘରେ ବେଶ୍ ପରିଚିତ୍ ଥିଲେ ସହଦେବ । ତେବେ ଦୁର୍ଘଟଣା ପରେ ସେ ଗୁରୁତର ଥିବା ସୂଚନା ମିଳିଛି । ସହଦେବଙ୍କ ଦୁର୍ଘଟଣା ପରେ ତାଙ୍କୁ ପ୍ରଥମେ ସୁକମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ପଠାଯାଇଥିଲା । ସଡ଼କ ଦୁର୍ଘଟଣାରେ ସହଦେବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହି ଖବର ଜାଣିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୁକମା ଜିଲ୍ଲାପାଳଙ୍କୁ ଫୋନ କରି ସହଦେବଙ୍କୁ ଉନ୍ନତ ଚିକିତ୍ସା ଦେବା ପାଇଁ କହିଥିଲେ । ଏଥିସହ ବଲିଉଡ କଣ୍ଠଶିଳ୍ପୀ ବାଦଶାହା ମଧ୍ୟ ଏହି ଘଟଣା ପରେ ଟ୍ୱିଟ୍ କରି ସହଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି କି ମୁଁ ସହଦେବଙ୍କ ପରିବାର ଓ ସାଙ୍ଗମାନଙ୍କ ସହ କଥା ହୋଇଛି । ସହଦେବ ଏବେ ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ବାଦଶାହା ।

ସହଦେବଙ୍କ ଘର ଛତିଶଗଡ଼ ସୁକମାରେ ଅଟେ । ଆଜି ସହଦେବଙ୍କ ବାସଭବନ ସୁକୁମାଠାରେ ହିଁ ତାଙ୍କର ଏହି ସଡକ ଦୁର୍ଘଟଣା ଘଟିଥିଲା । ଏହାପରେ ଗୁରୁତର ଆହତ ହୋଇଥିବା ସହଦେବଙ୍କୁ ପ୍ରଥମେ ସୁକୁମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିବାବେଳେ, ସୁକୁମା ଜିଲ୍ଲାପାଳ ଓ ଏସପି ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply