କୋଟିଆରେ ପାୱାର ପ୍ଲାଣ୍ଟ ପାଇଁ ଆନ୍ଧ୍ରର ଚକ୍ରାନ୍ତ, ସର୍ଭେ ବେଳେ ଘଉଡ଼ାଇଲେ ପଟାଙ୍ଗୀ ବିଧାୟକ

1 min read
Patangi MLA Pritam Padhi Opposed Andhra Officials In Kotia GP

ଜୟପୁର: ଓଡ଼ିଶା-ଆନ୍ଧ୍ର ମଧ୍ୟରେ କୋଟିଆକୁ ନେଇ ବିବାଦ ଥମିବାର ନାଁ ନେଉନି । ବାରମ୍ବାର କୋଟିଆରେ ଅନୁପ୍ରବେଶ କରୁଛି ଆନ୍ଧ୍ରପ୍ରଦେଶ । ମଙ୍ଗଳବାର କୋଟିଆର ତଳ ଗଞ୍ଜେଇପଦରରେ ଆନ୍ଧ୍ର ଅଧିକାରୀ ହାଇଡ୍ରୋ ପାୱାର ପ୍ଲାଣ୍ଟ ପାଇଁ ଜମି ସର୍ଭେ କରୁଥିବା ବେଳେ ଘଉଡ଼ାଇଛନ୍ତି ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ । ତଳ ଗଞ୍ଜେଇପଦରରେ ୬୬୦୦ ମେଗା ୱାଟର ପମ୍ପେଡ୍ ଷ୍ଟରେଜ୍ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଲାଗି ଜାଗା ଚିହ୍ନଟ ଚାଲିଥିଲା ।

 Patangi MLA Pritam Padhi Opposed Andhra Officials In Kotia GP

ଏହି ସମୟରେ ପଟାଙ୍ଗୀ ବିଧାୟକ ସେଠି ପହଞ୍ଚିବା ସହ ଓଡ଼ିଶା ଭିତରେ କାହା ଅନୁମତିରେ ପ୍ରବେଶ କରି ସର୍ଭେ କରୁଛ ବୋଲି ପ୍ରଶ୍ନ କରିଥିଲେ । ବିଧାୟକ ଓ ଆନ୍ଧ୍ରର ସର୍ଭେ ପାଇଁ ଆସିଥିବା ଅଧିକାରୀଙ୍କ ସହ ବାକଯୁଦ୍ଧ ହୋଇଥିଲା । ବିଧାୟକଙ୍କ ବଳିଷ୍ଠ ଯୁକ୍ତି ଓ ପ୍ରତିବାଦ ପରେ ସର୍ଭେ ନକରି ଫେରି ଯାଇଛନ୍ତି ଆନ୍ଧ୍ର ଅଧିକାରୀ । ପଟାଙ୍ଗୀ ଲ୍ୟାମ୍ପ ଦ୍ୱାରା ବଳରାମ ଯୋଜନାରେ ଚାଷୀଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ବିଧାୟକ ସର୍ଭେକୁ ବିରୋଧ କରିଥିଲେ ।

 Patangi MLA Pritam Padhi Opposed Andhra Officials In Kotia GP

ସର୍ଭେ ପାଇଁ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ ବିଜୟ କୁମାର ରାଜୁଙ୍କ ସହ ଆଦାନୀ ଗ୍ରୁପର ୨ ଜଣ, ବେଙ୍ଗଳୁରୁ ଟିସିଏସର ଜଣେ, ତାମିଲନାଡୁ ଟିସିଏସର ଜଣେ ଏବଂ ଚାୱଲା ଗ୍ରୁପର ଜଣେ ଅଧିକାରୀ ତଳ ଗଞ୍ଜେଇପଦର ଆସିଥିଲେ । ଏହି ସମୟରେ ସେହି ବାଟ ଦେଇ ଫେରୁଥିବା ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ପଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି ଆନ୍ଧ୍ରର ଅଧିକାରୀଙ୍କୁ ବିରୋଧ କରିଥିଲେ ।

Leave a Reply