spot_img
Home Blog Page 4895

‘ରାଜ୍ୟର ବିକାଶ, ଲୋକଙ୍କୁ ସୁବିଧା ଚାହୁଁନି ବିଜେପି… କରୁଛି ବିରୋଧ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିକାଶମୁଳକ କାମକୁ ଦେଖି ସହିପାରୁନି ବିଜେପି । ବିରୋଧ ପ୍ରଦର୍ଶନ କରି ବିକାଶ କାମରେ ବାଧକ ସାଜୁଛି । ଏଭଳି କିଛି ସ୍ଥିତି ଦେଖିବାକୁ ମିଳିଛି ଢେଙ୍କାନାଳରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଗସ୍ତକୁ ବିରୋଧ କରିଛି ବିଜେପି । ଆଜି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଯାଇଥିବା ବେଳେ ବିଜେପି କର୍ମୀ କଳା ପତାକା ଦେଖାଇ ବିରୋଧ କରିଛନ୍ତି । ଢେଙ୍କାନାଳ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ବିଜେପି କୃଷକ ମୋର୍ଚ୍ଚାର ନେତା ରାମଚନ୍ଦ୍ର ପାତ୍ରଙ୍କ ସମେତ କିଛି ବିଜେପି କର୍ମୀ କଳା ପତାକା ଦେଖାଇ ବିରୋଧ କରିଥିଲେ ।

BJP Opposing Odisha Government's Development Work

ସେପଟେ ଅନୁଗୁଳରେ ମଧ୍ୟ ସମାନ ଢଙ୍ଗରେ ବିଜେପି କର୍ମୀ ରାଜ୍ୟ ସରକାରଙ୍କ ବିକାଶମୂଳକ କାମକୁ ବିରୋଧ କରିଛନ୍ତି । ଦଳଗତ ନିର୍ବିଶେଷରେ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିଥିବା ବେଳେ ବିଜେପି ଏହାକୁ କାହିଁକି ବିରୋଧ କରୁଛି ବୋଲି ଜିଲ୍ଲାବାସୀ ପ୍ରଶ୍ନ କରିଛନ୍ତି । ଢେଙ୍କାନାଳ ଓ ଅନୁଗୁଳବାସୀ ବିଜେପିର ହୀନ ରାଜନୀତିକୁ ନିନ୍ଦା କରିଛନ୍ତି । ଅନେକ ଲୋକ ଟଙ୍କା ପଇସା ଅଭାବରୁ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇ ପାରୁ ନାହାନ୍ତି । ଅସ୍ତ୍ରୋପଚାର ନକରିପାରିବାରୁ ମୃତ୍ୟୁ ହେଉଛି । ଏହି ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଅନେକ ଗରିବ ଲୋକ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇବେ ବୋଲି ବୁଦ୍ଧୀଜୀବି କହିଛନ୍ତି ।

ଲାଞ୍ଚ ନେଇ ଧରାପଡ଼ିଲେ ଉଠା ଜଳସେଚନ ନିଗମର ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ

ଭୁବନେଶ୍ୱର: ଅବସର ପରେ ବି ଟଙ୍କା ଲୋଭ । ଲାଞ୍ଚ ନେଇ ଧରାପଡ଼ିଲେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ । ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ ଅମୃତ ସାହୁଙ୍କୁ ଧରିଛି ଭିଜିଲାନ୍ସ ।

Retired Sr. Typist Detained By Vigilince While Aspecting Bribe

ମୃତ ବ୍ୟକ୍ତିଙ୍କ ଇପିଏଫ୍ ଫାଇଲ୍ ପ୍ରୋସେସିଂ କରାଇ ଦେବାରେ ସାହାଯ୍ୟ ପାଇଁ ଅମୃତ ୩ ହଜାର ଟଙ୍କା ଲାଞ୍ଚ ନେଉଥଲେ । ତାଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରିଛି । ଭୁବନେଶ୍ୱର ଭିଜିଲାନ୍ସର କେସ ନମ୍ବର ୩୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଭିଜିଲାନ୍ସ ।

ମୋଦିଙ୍କୁ ଚିଠି ଲେଖିଲେ ବରୁଣ; କହିଲେ, ମୃତ କୃଷକଙ୍କ ପରିବାର ପିଛା କୋଟିଏ ଟଙ୍କା ଲେଖାଏଁ ଦିଅ

ନୂଆଦିଲ୍ଲୀ: ଶୁକ୍ରବାର ଭାରତ ପାଇଁ ଥିଲା ଏକ ବଡ଼ ଦିନ । ଦୀର୍ଘ ଦିନ ଧରି କୃଷି ଆଇନିକୁ ବିରୋଧ କରି ଚାଷୀ ସଂଗଠନମାନେ ଆନ୍ଦୋଳନ ଜାରୀ ରଖିଥିଲେ । ଏହି ଆନ୍ଦୋଳନରେ ପ୍ରାୟ ୭୦୦ରୁ ଅଧିକ ଚାଷୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି କୃଷି ଆଇନିକୁ ପ୍ରତ୍ୟାହାର କରିବା ପାଇଁ ଗତକାଲି ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଏହି ଆଇନି ପ୍ରତ୍ୟାହାର କରାଯିବ ବୋଲି କହିଥିଲେ ମୋଦି । ତେବେ ମୋଦିଙ୍କ ଏହି ବୟାନ ପରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇସାରିଛି । ତେବେ ଅନ୍ୟଦଳରୁ କୃଷି ଆନ୍ଦୋଳନକୁ ନେଇ ଅନ୍ୟ ଦଳରୁ ବିରୋଧର ସ୍ବର ଉଠୁଥିଲା । କିନ୍ତୁ ଏବେ ଚାଷୀ ଆନ୍ଦୋଳନ ଓ ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଅନ୍ୟ ଦଳରୁ ବିରୋଧର ସ୍ବର ଉଠୁଥିଲା କିନ୍ତୁ ଏବେ ନିଜ ଦଳରୁ ଉଠିଛି ବିରୋଧର ସ୍ବର ।

ବରୁଣ ଗାନ୍ଧୀ ଆଜି ମୋଦିଙ୍କୁ ଲେଖିଥିବା ଏହି ଚିଠିରେ ତିନୋଟି ଘଟଣାକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି କି କୃଷି ଆଇନି ପ୍ରତ୍ୟାହାର ନିଷ୍ପତି ଯଦି ପୂର୍ବରୁ ନିଆଯାଇଥାନ୍ତା ତେବେ ଏହି ଆନ୍ଦୋଳନରେ ୭୦୦ରୁ ଅଧିକ ଚାଷୀ ମୃତ୍ୟୁ ବରଣ କରିନଥାନ୍ତେ । ଆଉ ଏବେ ଯେଉଁ ୭୦୦ରୁ ଅଧିକ ଚାଷୀ ଦେଶର ବିଭିନ୍ନ ପ୍ରାନ୍ତରେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାରକୁ ଏକ କୋଟି ଲେଖାଏଁ ସହାୟତା ରାଶି ପ୍ରଦାନ କରନ୍ତୁ ।

ଏହା ବ୍ୟତୀତ ବରୁଣ ଆହୁରି ଲେଖିଛନ୍ତି କି ତୁରନ୍ତ ଲକ୍ଷ୍ମୀପୁର ଖେରୀ ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । କାହିଁକି ନା ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ସମୟରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କାର କିଛି ଚାଷୀଙ୍କ ଉପରେ ଚଢ଼ାଇ ଦେଇଥିଲେ । ତେଣୁ ଏହି ମାମଲାରେ ତୁରନ୍ତୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବରୁଣ ଗାନ୍ଧୀ ଚିଠିରେ ଉଲ୍ଲେଖ କରିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି କି କୃଷକ ମାନଙ୍କ ପାଇଁ ଏମଏସପିର ଏକ ସ୍ବତନ୍ତ୍ର ଆଇନି ଆଣନ୍ତୁ । କାହିଁକି ନା ଆମ ଦେଶରେ ପ୍ରାୟ ୮୫ ପ୍ରତିଶତ କ୍ଷୁଦ୍ର ଚାଷୀ । ତେଣୁ ସେମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏମଏସପି ଉପରେ ଏକ ଆଇନି ଆଣିବା ନିହାତି ଦରକାର । ଏହି ଦାବି ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଶେଷ ହେବ ନାହିଁ । ଆଉ ଯଦି ଏମଏସପି ଆଇନି ଲାଗୁ କରାଯାଏ ନାହିଁ ତେବେ କୃଷକମାନେ ଅସନ୍ତୁଷ୍ଟ ରହିବେ। ତେଣୁ କୃଷି ମୂଲ୍ୟ ଆୟୋଗର C2=50% ଆଧାରରେ ଏମଏସପି ଆସିବା ଦରକାର ବୋଲି କହିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ ।

ଏକଦା ବିଜେପିର ବରିଷ୍ଠ ସାଂସଦ ଥିବା ବରୁଣ ଗାନ୍ଧୀ ଏବେ ଏକ ପ୍ରକାର କଣଠେସା ହୋଇ ବିଜେପିରେ ରହିଛନ୍ତି । ତାଙ୍କୁ କୌଣସି ମନ୍ତ୍ରୀ ପଦ ମିଳିନଥିବା ବେଳେ ବିଜେପି କୋର କମିଟିରୁ ମଧ୍ୟ ବରୁଣ ଗାନ୍ଧୀଙ୍କୁ ହଟାଇ ଦିଆଯାଇଛି । ତେଣୁ ବିଭିନ୍ନ ସମୟରେ ବିଭିନ୍ନ ଘଟଣାରେ ବରୁଣ ଗାନ୍ଧୀ ବିଜେପି ବିରୋଧରେ ସ୍ବର ଉଠାଇ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇଛନ୍ତି ।

ପଞ୍ଜାବରେ ବିଜେପିକୁ ଝଟକା: ହେବନି ମେଣ୍ଟ, ଏକାକୀ ଲଢ଼ିବ ଶିରୋମଣି ଅକାଳୀ ଦଳ

ଚଣ୍ଡିଗଡ଼: ପଞ୍ଜାବରେ ବିଜେପି ଲାଗି ବଢିଲା ଅଡୁଆ । ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରାଯିବ ନାହିଁ ବୋଲି କହିଛନ୍ତି ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ । ତିନି କୃଷି ଆଇନକୁ ନେଇ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଅକାଳୀ ଦଳର ଏକମାତ୍ର ମନ୍ତ୍ରୀ ହରସିମରତ କୌର ବାଦଲଙ୍କୁ ଦଳ ପ୍ରତ୍ୟାହାର କରି ନେଇଥିଲା ।

କଂଗ୍ରେସରେ ଚାଲିଥିବା ସଂକଟ ପରିପ୍ରେକ୍ଷୀରେ ପଞ୍ଜାବରେ କ୍ଷମତାକୁ ଫେରିବା ଲାଗି ଅକାଳୀ ଦଳ ଯଥେଷ୍ଟ ଆଖି ରହିଛି । ସେପଟେ ଅକାଳୀ ଦଳକୁ ଆଶ୍ରା କରି ବିଜେପି ବି ନିର୍ବାଚନ ଲଢିବ ବୋଲି ଆଶା ରଖିଥିଲା । ମାତ୍ର କୃଷି ଆଇନକୁ ନେଇ ବିବାଦ ବଢିବା ସହ ବିଜେପି ଲୋକପ୍ରିୟତା ହରାଇଥିବାରୁ ଅକାଳୀ ଦଳ ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ ଏହି ଆଇନ ନେଇ ମଧ୍ୟ ସୁଖବୀର ପ୍ରଧାନମନ୍ତ୍ରୀଙ୍କୁ ଚେତାଇ ଦେଇଥିଲେ । ଏହା ଏକ କଳା ଆଇନ ଏବଂ ୭୦୦ରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇ ସହିଦ ହୋଇଛନ୍ତି ବୋଲି କହିଛନ୍ତି ସୁଖବୀର । ଗତକାଲି କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ତାଙ୍କ ଉପରେ ବର୍ଷିଥିଲେ ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ । ତିନି କୃଷି ଆଇନ ଉଚ୍ଛେଦ ନେଇ ଘୋଷଣା ସତ୍ତ୍ୱେ ଏହି ଘୋଷଣା କରିଛି ଆକାଳୀ ଦଳ ।

ଏଥିସହିତ ପଢ଼ନ୍ତୁ: ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ବୈଠକ ଡାକିଲେ ଗେହଲଟ୍‌: ପ୍ରାଥମିକାତାରେ ରହିବେ ପାଇଲଟ୍‌ କ୍ୟାମ୍ପର ନେତା!

ପାଇଖାନା ଟାଙ୍କିର ପାଇପ ଦେଇ ଜେଲରୁ ଫେରାର ହୋଇଗଲେ ବିଚାରାଧୀନ କଏଦୀ

ଭଦ୍ରକ: ଜେଲରୁ ବିଚାରାଧୀନ ବନ୍ଦୀଙ୍କ ଫେରାର ଉଦ୍ୟମ। ପାଇଖାନା ଟାଙ୍କିର ପାଇପ ଦେଇ ସେ ଖସିଯାଇଥିବା ବେଳେ ତାଙ୍କୁ ଅଧା ବାଟ ରେ ମାଡିବସିଲେ ଜେଲର ସୁରକ୍ଷା କର୍ମୀ। ସିସିଟିଭି ରେ କଏଦ ହୋଇଛି ଭିଡିଓ। ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ରୁ ବନ୍ଦୀ ଫେରାର ହେଉଥିଲେ। ପିରାହାଟ ଥାନା ଅଧିନ ର ଅକ୍ଷୟ ମଲ୍ଲିକ ନାମକ ବ୍ୟକ୍ତି ୩୫୪ ଦଫାରେ ଜେଲ ଯାଇଥିଲେ। ୨୦ ଅକ୍ଟୋବର ରେ ପିରାହାଟ ଥାନା ଅକ୍ଷୟଙ୍କୁ କୋର୍ଟ ଫରୱାର୍ଡ କରିଥିଲା। ବେଲ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଯାଇଥିଲା। ତେବେ ଅକ୍ଷୟ ଦିନ ଦ୍ୱିପ୍ରହର ରେ ଶୌଚ ପାଇଁ ପାଇଖାନା ଯିବାକୁ କହିଥିଲେ।

ପାଇଖାନା ଯିବା ବେଳେ ହଠାତ ପାଇଖାନା ଉପରକୁ ଉଠି ପାଇପ ସାହାଯ୍ୟ ରେ ଜେଲ ପାଚେରୀ ଡେଇଁ ଫେରାର ଉଦ୍ୟମ କରିଥିଲେ। ତେବେ ଜେଲ ର ସୁରକ୍ଷାକର୍ମୀ ସୂଚନା ପାଇ ଅକ୍ଷୟଙ୍କୁ ଗୋଡ଼ାଇଥିଲେ। ଜେଲ ନିକଟରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ସୁଭଦ୍ରା ଲୁଗା ଦୋକାନ ସମ୍ମୁଖରେ ଥିବା ଅଟୋ ଭିତରେ ସେ ଲୁଚି ଯାଇଥିଲେ। ଲୁଗା ଦୋକାନୀ କର୍ମଚାରୀ ଓ ଜେଲ କର୍ମଚାରୀ ମାନେ ମିଶି ଖସି ଯାଇଥିବା ବନ୍ଦୀ କୁ ଧରିଥିଲେ। ଅକ୍ଷୟ ମଲ୍ଲିକକୁ କାବୁ କରି ପୁଣି ଜେଲକୁ ନିଆଯାଇଛି।

ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ଅଧିନାୟକ ପରିବର୍ତ୍ତନ କରିବାକୁ କହିଲେ ଶଶୀ ଥରୁର

ରାଞ୍ଚି: ଗତକାଲି ରାଞ୍ଚିରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚରେ ୭ ଓ୍ବିକେଟରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଭାରତ ଏହି ତିନି ଟିକିଆ ସିରିଜରେ ୨-୦ରେ ଆଗୁଆ ରହିଛି । ତେବେ ପ୍ରଥମ ଦୁଇଟ ମ୍ୟାଚରେ ବିଜୟ ଲାଭ ପରେ ଏବେ ଟିମ୍ ଇଣ୍ଡିଆର ନଜର ରହିଛି ତୃତୀୟ ମ୍ୟାଚ ଉପରେ । କୋଲକାତାର ଇଡେନ ଗାର୍ଡେନ ହେବାକୁ ଥିବା ଏହି ମ୍ୟାଚକୁ ଜିତି ରୋହିତ ବ୍ରିଗେଡ ଏହି ସିରିଜକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି । ତେବେ ଦ୍ବିତୀୟ ମ୍ୟାଚକୁ ଦେଖିବା ପାଇଁ ରାଞ୍ଚି ଷ୍ଟାଡିୟମରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ।

ଦ୍ବିତୀୟ ମ୍ୟାଚରେ ଦମଦାର ବିଜୟ ପରେ ଭାରତୀୟ ଟିମ୍ ଉପରେ ଖୁସି ବ୍ୟକ୍ତି କରିଛନ୍ତି । ତେବେ ଦ୍ବିତୀୟ ମ୍ୟାଚ ବିଜୟ ପରେ ତୃତୀୟ ମ୍ୟାଚକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଶଶୀ ଥରୁର । ଶଶୀ ଥରୁର କହିଛନ୍ତି କି ତୃତୀୟ ମ୍ୟାଚରେ ସିନିୟର ଖେଳାଳଙ୍କୁ ବିଶ୍ରାମ ଦେଇ ଭାରତୀୟ ଦଳର ବେଞ୍ଚ ଷ୍ଟ୍ରେନ୍ଥଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ଦେବାକୁ । ଏଥିସହ ତୃତୀୟ ଟି-୨୦ ମ୍ୟାଚରେ ରୋହିତ ଶର୍ମାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଅଧିନାୟକ କରିବାକୁ ମଧ୍ୟ କହିଛନ୍ତି ଶଶୀ ଥରୁର ।

ଶଶୀ ଥରୁର ଟୁଇଟ କରି କହିଛନ୍ତି କି ଭାରତ ଏହି ଟି-୨୦ ସିରିଜ ଜିତିବା ଦେଖି ଖୁସି ଲାଗୁଛି । ପରବର୍ତ୍ତୀ ମ୍ୟାଚରେ ସିନିୟର ଖେଳାଳମାନଙ୍କୁ ବିଶ୍ରାମ ଦେଇ ବେଞ୍ଚ ଷ୍ଟ୍ରେନ୍ଥଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିବାକୁ । ସେ କହିଛନ୍ତି କି ରୋହିତ ଶର୍ମା, କେଏଲ ରାହୁଲ, ଋଷଭ ପନ୍ତ, ଭୁବନେଶ୍ବର କୁମାର ଓ ଦିପକ ଚହରଙ୍କୁ ବିଶ୍ରାମ ଦେବା ଉଚିତ୍ । ତୃତୀୟ ମ୍ୟାଚରେ ଶ୍ରେୟସ ଆୟରଙ୍କୁ ଅଧିନାୟକ କରିବାକୁ କହିଛନ୍ତି ଶଶୀ ଥରୁର ।

ମାଓବାଦୀଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରି ଆଇଇଡି ନିଷ୍କ୍ରିୟ କଲା ବିଏସ୍‌ଏଫ୍‌ ଟିମ୍‌

କୋରାପୁଟ: ମାଓବାଦୀଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ବିଏସ୍‌ଏଫ୍‌। କୋରାପୁଟ ଜିଲ୍ଲା ପୂଜାରୀପୁଟ ଜଙ୍ଗଲରୁ ଆଇଇଡି ନିଷ୍କ୍ରିୟ କରିଛି ରାମଗିରିର ବିଏସ୍‌ଏଫ୍‌ ଟିମ୍‌। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାମଗିରି _ଗୁପ୍ତେଶ୍ୱର ରାସ୍ତାର ପୂଜାରୀପୁଟ ଜଙ୍ଗଲରୁ ଆଇଇଡି ଠାବ କରି ନିଷ୍କ୍ରିୟ କରାଯାଇଛି। ସୁରକ୍ଷା ବାହିନୀକୁ ଟାର୍ଗେଟ କରି ମାଓବାଦୀ ଏହା ଖଞ୍ଜିଥିଲେ। ରାମଗିରିସ୍ଥିତ ବିଏସ୍‌ଏଫ୍‌ ୧୫୧ ବାଟାଲିଅନର ବମ ସ୍କ୍ୱାଡ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆଇଇଡି ନିଷ୍କ୍ରିୟ କରିଛନ୍ତି। ଏହାଦ୍ୱାରା ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଛି। ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସକ୍ରିୟଥିବା ମାଓବାଦୀଙ୍କୁ ଦମନ କରିବାକୁ ବିଏସଏଫ ପକ୍ଷରୁ ବ୍ୟାପକ ଅପରେସନ ଚାଲିଛି।

ବିନା କ୍ୟାବିନେଟ୍ ବୈଠକରେ ଆଇନ ପ୍ରଣୟନ ଓ ଉଚ୍ଛେଦ କେବଳ ବିଜେପି ସରକାରରେ ସମ୍ଭବ: ଚିଦାମ୍ୱରମ୍

ନୂଆଦିଲ୍ଲୀ: ତିନି କୃଷକ ଆଇନ ପ୍ରତ୍ୟାହାର ନେଇ ଘୋଷଣା ପରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମ୍ । କହିଛନ୍ତି, ବିଜେପି ସରକାର ଅଧିନରେ ହିଁ ଆଇନ ପ୍ରଣୟନ ଏବଂ ଭଙ୍ଗ ବିନା କୌଣସି କ୍ୟାବିନେଟ୍ ମଞ୍ଜୁରୀରେ ହୋଇଥାଏ । ପ୍ରଧାନମନ୍ତ୍ରୀ ବିନା କୌଣସି କ୍ୟାବିନେଟ୍ ମଞ୍ଜୁରୀରେ ତିନି କୃଷକ ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । କୃଷି ଆଇନ ଉଚ୍ଛେଦ ନେଇ ଘୋଷଣାର ଦିନକ ପରେ ଏହି ବୟାନ ରଖିଛନ୍ତି ପି. ଚିଦାମ୍ୱରମ୍ ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଆଇନ ପ୍ରତ୍ୟାହାର ଘୋଷଣା ଚାଷୀମାନଙ୍କ ପ୍ରତି ଥିବା ଦରଦୀ ମନୋଭାବକୁ ପ୍ରଦର୍ଶନ କରୁଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି ବୋଲି ସେ କହିଛନ୍ତି । ଯାହାକୁ କଟାକ୍ଷ କରିଛନ୍ତି ଚିଦାମ୍ୱରମ୍ । କହିଛନ୍ତି, କେଉଁଠି ଥିଲେ ଏଭଳି ନେତା, ୧୫ ମାସ ହେଲେ କ’ଣ କୃଷକଙ୍କ ସ୍ୱାର୍ଥ କଥା ବୁଝିପାରୁନଥିଲେ ବୋଲି ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଚିଦାମ୍ୱରମ୍ । ଏଥିସହିତ ବିନା କୌଣସି କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣା ଆପଣ ଲକ୍ଷ୍ୟ କରିଛନ୍ତି କି ନାହିଁ ବୋଲି ସେ ପଚାରିଛନ୍ତି ।

ବିନା କୌଣସି କ୍ୟାବିନେଟ୍ ବୈଠକରେ ଆଇନ ପ୍ରଣୟନ ଓ ଉଚ୍ଛେଦ କେବଳ ବିଜେପି ସରକାରରେ ସମ୍ଭବ ବୋଲି କହିଛନ୍ତି ଚିଦାମ୍ୱରମ୍ । ଗତ ନଭେମ୍ୱରରୁ ଏହି ଆଇନ ବିରୋଧରେ କୃଷକ ସଂଗଠନମାନେ ଆନ୍ଦୋଳନ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ୧୧ଥର ଆଲୋଚନା ହୋଇଥିଲା । ସରକାରଙ୍କ ପକ୍ଷରୁ ଏହା ଚାଷୀ ହିତକାରୀ ବୋଲି କହୁଥିବା ବେଳେ ସରକାର ଚାଷୀଙ୍କୁ କର୍ପୋରେଟ୍ ହାଉସଙ୍କ ଭରସାରେ ଛାଡ଼ିଦେଉଥିବା କହିଥିଲେ ଆନ୍ଦୋଳନକାରୀ ।

ଏଥିସହିତ ପଢ଼ନ୍ତୁ: ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ବୈଠକ ଡାକିଲେ ଗେହଲଟ୍‌: ପ୍ରାଥମିକାତାରେ ରହିବେ ପାଇଲଟ୍‌ କ୍ୟାମ୍ପର ନେତା!

ଢେଙ୍କାନାଳବାସୀ ପାଇଲେ ସ୍ମାର୍ଟକାର୍ଡ, ଉପକୃତ ହେବେ ୧୦ ଲକ୍ଷ ହିତାଧିକାରୀ

ଢ଼େଙ୍କାନାଳ: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ଢେଙ୍କାନାଳ। ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ ଢେଙ୍କାନାଳରେ ମଧ୍ୟ ଆରମ୍ଭ ହୋଇଛି।  ଢେଙ୍କାନାଳ ରେ BSKYର ସ୍ମାର୍ଟ କାର୍ଡକୁ ନିଜ ହାତରେ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ ୟେ, ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ଖାଲି କାର୍ଡ ବଣ୍ଟା ଯାଇନାହିଁ, ସ୍ମାର୍ଟ କାର୍ଡ ବାଣ୍ଟନ ସହ ଝାରସୁଗୁଡ଼ାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉପକୃତ ହେବେ ଜିଲ୍ଲାର ୧୦ଲକ୍ଷ ହିତାଧିକାରୀ।

ସେହିପରି ଢେଙ୍କାନାଳ ଜିଲ୍ଲାର ଭିତ୍ତିଭୂମି ବିକାଶ ପାଇଁ ୮୮୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ। ୯୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଢେଙ୍କାନାଳରେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ ସହିତ ଉଦ୍ୟାନ କୃଷିରେ ମଧ୍ୟ ଢେଙ୍କାନାଳ ସୁନାମ କରୁଛି। ଢେଙ୍କାନାଳରେ ପର୍ଯ୍ୟଟନର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିଯୋଗ କରାଯିବ।

ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲ୍‌ଷ୍ଟୋନ୍‌ ହୋଇଥିବା ବେଳେ ବଡ଼ ବଡ଼ ୨ଶହ ହସ୍ପିଟାଲରେ ହିତାଧିକାରୀ ପାଇପାରିବେ ଚିକିତ୍ସା ସୁବିଧା।। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ପ୍ରତିଟି ଜୀବନ ମୂଲ୍ୟବାନ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡ଼ିଗଲେ ଚିନ୍ତା ବଢିଯାଏ । ଜମି ବିକ୍ରି କରି, ସୁନା ଗହଣା ବିକି ଖର୍ଚ୍ଚ ତୁଲାଇବା କଥା ବେଶ ଦୁଃଖଦାୟକ । ଏପରିକି ପିଲାଙ୍କର ପାଠପଢାରେ ମଧ୍ୟ ଡୋରି ବନ୍ଧା ହୋଇଥାଏ । ଏସବୁ ସମସ୍ୟାରୁ ଲୋକଙ୍କୁ ମୁକୁଳାଇବା ପାଇଁ ହେଲଥ୍ କାର୍ଡ ସଞ୍ଜିବନୀ ସଦୃଶ ।

ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ବୈଠକ ଡାକିଲେ ଗେହଲଟ୍‌: ପ୍ରାଥମିକାତାରେ ରହିବେ ପାଇଲଟ୍‌ କ୍ୟାମ୍ପର ନେତା!

ଜୟପୁର: ଶନିବାର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବୈଠକ ଡକାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଗେହଲଟ୍ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ମାଗିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହାରି ମଧ୍ୟରେ ଶିକ୍ଷା ମନ୍ତ୍ରୀ ତଥା ପିସିସି ସଭାପତି ଗୋବିନ୍ଦ ସିଂହ ଦୋସ୍ତାରା, ରାଜସ୍ୱ ମନ୍ତ୍ରୀ ଏବଂ ପଞ୍ଜାବ ଏଆଇସିସି ଇନ୍ ଚାର୍ଜ ହରିସ୍ ଚୌଧୁରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ସେମାନଙ୍କ ଇସ୍ତଫା ଦଳୀୟ ସଭାପତିଙ୍କ ନିକଟକୁ ପଠାଇସାରିଥିବା କହିଛନ୍ତି ଦଳ ସାଧାରଣ ସମ୍ପାଦକ ଅଜୟ ମାକେନ୍ । ‘ଓ୍ୱାନ୍ ମେନ୍, ଓ୍ୱାନ୍ ଫୋଷ୍ଟ୍’ ନିୟମ ଅନୁଯାୟୀ ସେମାନେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଆଜି ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ହେବ କ୍ୟାବିନେଟ୍ ବୈଠକ ।

ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେଲେ ବିଶେଷ କରି ସଚିନ ପାଇଲଟ୍‌ଙ୍କ କ୍ୟାମ୍ପର ନେତାଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଏସବୁ ନେଇ ପାଇଲଟଙ୍କ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିବା ବେଳେ ବିଜେପିରେ ଯୋଗଦେବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏଥିରେ ଜାତୀୟ ନେତୃତ୍ୱଙ୍କ ହସ୍ତକ୍ଷେପ କରିବା ପରେ ପ୍ରସଂଗ ଶାନ୍ତ ପଡ଼ିଥିଲା । ବର୍ତ୍ତମାନ ରାଜସ୍ଥାନରେ କଂଗ୍ରେସ ସରକାର ଗଠନର ଅର୍ଦ୍ଧିାଧିକ ସମୟ ବିତିସାରିଥିବା ବେଳେ ମନ୍ତ୍ରିମଣ୍ଡଳ ଅଦଳବଦଳ ଏକ ନିୟମିତ ପ୍ରକ୍ରିୟା ବୋଲି ମଧ୍ୟ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ମହୁଠାରୁ ବି ମିଠା କଥା କହିଲେ ମୋଦି, ହେଲେ ଭରସା ପାଉନି; ରାକେଶ ଟିକାୟତ