ପାହାଡ଼ ଧସି ଜଣେ ମୃତ, ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା

Haryana Hill Slope One Dead Many Feared Trapped

ଚଣ୍ଡିଗଡ଼: ବର୍ଷ ଆରମ୍ଭରୁ ଅଘଟଣ । ଧସିଲା ପାହାଡ଼ । ହରିୟାଣାର ଭବାନୀ ଜିଲ୍ଲାରେ ବର୍ଷର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ । ପାହାଡ଼ ଧସି ୮ରୁ ୧୦ଟି ଗାଡ଼ି ଦବି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

Haryana Hill Slope One Dead Many Feared Trapped

ସୂଚନା ଅନୁସାରେ, ଡାଡମ ଖଣି ଅଞ୍ଚଳରେ ପାହାଡ଼ ବଡ଼ ଭାଗ ଖସି ଯାଇ ବଡ଼ ଅଘଟଣ ଘଟିଛି । ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପ୍ରଶାସନିକ ସ୍ତରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଜ୍ୟ କୃଷିମନ୍ତ୍ରୀ ଜେପି ଦଲାଲ ଓ ଏସପି ଅଜିତ୍ ସିଂହ ଶେଖାୱତ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।

ତେବେ କିଭଳି ଭାବେ କେଉଁ ପରିସ୍ଥିତିରେ ପାହାଡ଼ ଧସିଲା ତାର କାରଣ ଜଣାପଡ଼ିନାହିଁ । ପାହାଡ଼ ମନକୁ ମନ ଖସିଲା ନା ବିସ୍ଫୋରଣ ଯୋଗୁଁ ଧସିଲା ଅସ୍ପଷ୍ଟ ରହିଛି । ପାହାଡ଼ ତଳେ ଚାପି ହୋଇ ରହଥିବା ଲୋକଙ୍କି ଉଦ୍ଧାର କରାଯାଇ ମେଡିକାଲକୁ ନିଆ ଯାଉଛି ।

Leave a Reply