ଆଉ ୨ ଦିନ ପରେ ଏ ସ୍ମାର୍ଟଫୋନରୁ କରି ପାରିବେନି କଲ୍

1 min read
Blackberry Is Taking Back Its Support To Older Smartphones

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍… ନିତିଦିନିଆ ଜୀବନର ଅବିଚ୍ଛେଦ ଅଙ୍ଗ । ସକାଳୁ ଉଠିବା ଠାରୁ ରାତିରେ ବେଡକୁ ଯିବା ଯାଏ ସମସ୍ତଙ୍କ ହାତରେ ଥାଏ ଫୋନ୍ । ଫୋନ୍ ହାତରେ ନଥିଲେ ଦୁନିଆ ଅଟକି ଯିବା ଭଳି ଲାଗେ । ଦିନ ଥିଲା ଏ ସ୍ମାର୍ଟଫୋନ୍ ବି ରାଜ୍ କରୁଥିଲା । ହାତରେ ଏ ସ୍ମାର୍ଟଫୋନ୍ ଥିଲେ ଷ୍ଟାଟସ ସିମ୍ବଲ କୁହାଯାଉଥିଲା । ପ୍ରାୟ ଏକ ଦଶନ୍ଧି ତଳେ ବ୍ଲାକବେରୀ ଫୋନକୁ ଦେଖିଲେ ଲୋକେ କେତେ କଣ ଭାବୁଥିଲେ । ଏବେ ଏହି ଫୋନ୍ ମାର୍କେଟରୁ ହଜି ଯାଇଛି । ଆଉ ମାତ୍ର ଦୁଇ ଦିନ ପରେ ବ୍ଲାକବେରୀ ଫୋନ୍ ଅଚଳ ହୋଇଯିବ ।

ଆଜି ଯାଏ ଆପଣ ବ୍ୟବହାର କରି ଆସୁଥିବା ବ୍ଲାକବେରୀ ଫୋନ୍ ଆଉ କାମ କରିବ ନାହିଁ । କାରଣ କମ୍ପାନୀ ପୁରୁଣା ସ୍ମାର୍ଟଫୋନ୍ ଉପରେ ଯୋଗାଉଥିବା ସପୋର୍ଟ ସେବା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି । ପୂର୍ବରୁ କମ୍ପାନୀ କୌଣସି ବ୍ୟବହାରକାରୀଙ୍କୁ କିଛି ସମସ୍ୟା ହେଲେ ସାହାଯ୍ୟ କରୁଥିଲା । ଏଣିକି ଏହା ବନ୍ଦ ହୋଇଯିବ । ଫଳରେ ଏହି ସ୍ମାର୍ଟଫୋନ୍ ଆଉ କୌଣସି କାମରେ ଆସିବ ନାହିଁ । କେବଳ ଘରେ ସୋ ପିସ୍ ଭାବେ ଫୋନକୁ ରଖିବା ଛଡ଼ା ବ୍ୟବହାର କରିପାରିବେ ନାହିଁ ।

Blackberry Is Taking Back Its Support To Older Smartphones

କମ୍ପାନୀ ପୁରୁଣା ସଫ୍ଟୱେରରରେ ଚାଲୁଥିବା ସ୍ମାର୍ଟଫୋନ୍ ଉପରେ ସପୋର୍ଟ ବନ୍ଦ କରୁଛି । ଯଦି ଆପଣ ବ୍ଲାକବେରୀ ଫୋନ୍ ୟୁଜର ତେବେ ଆପଣ ଡରୁଥିବେ ନିଶ୍ଚୟ । କଣ ଆପଣଙ୍କ ଫୋନ୍ ବି ବନ୍ଦ ହୋଇଯିବ ? ତେବେ ଆସନ୍ତୁ ଜାଣିବା ବ୍ଲାକବେରୀ କେଉ ମଡେଲ ଉପରେ ଆଉ ସପୋର୍ଟ ଯୋଗାଇବ ନାହିଁ ।

ବ୍ଲାକବେରୀର ଘୋଷଣା ଅନୁସାରେ OS, 7.1 OS, ପ୍ଲେବୁକ୍ OS 2.1 ସିରିଜ୍ ଓ ବ୍ଲାକବେରୀ ୧୦ ସ୍ମାର୍ଟଫୋନରେ ସପୋର୍ଟ ପ୍ରଦାନ କରିବ ନାହିଁ । ଫଳରେ ଉପରୋକ୍ତ ମଡେଲର ବ୍ଲାକବେରୀ ଫୋନ୍ ବ୍ୟବହାରକାରୀ ଆଉ ସ୍ମାର୍ଟଫୋନ୍ ଚଲାଇ ପାରିବେ ନାହିଁ । ଏପରିକି ପୁରୁଣା ସଫ୍ଟୱେର କମ୍ପାନୀ ଏପଡେଟ୍ କରିବ ନାହିଁ । ବ୍ଲାକବେରୀ ଜାନୁଆରୀ ୪ ତାରିଖରୁ ସପୋର୍ଟ ସେବା ପ୍ରତ୍ୟାହାର କରି ନେବାକୁ ଘୋଷଣା କରିଛି । ତେବେ ବ୍ଲାକବେରୀର ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀଙ୍କୁ ପୂର୍ବ ଭଳି ସପୋର୍ଟ ସେବା ମିଳିବ ।

Leave a Reply