ମହଙ୍ଗା ହେଲା ଅନଲାଇନ୍ ଖାଦ୍ୟ ଓ ଗାଡ଼ି ଚଢ଼ା

Ordering Online Food May Be Costlier Due To New GST Rules

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ଝଟକା । ମହଙ୍ଗା ହେଲା ସେବା । ଅନଲାଇନରେ ଖାଦ୍ୟ ଅର୍ଡର ଠାରୁ ଅନଲାଇନ୍ ଟ୍ୟାକ୍ସି ସେବା ଆଜିଠୁ ମହଙ୍ଗା ହୋଇଛି । ଆଜିଠୁ ସ୍ୱିଗି ଓ ଜମାଟୋ ଡେଲିଭରୀ ଆପରେ ଖାଦ୍ୟ ମଗାଇବା ଉପରେ ଅତିରିକ୍ତ ୫ ପ୍ରତିଶତ ଜିଏସଟି ଲାଗୁ ହୋଇଛି । ଫଳରେ ଅନଲାଇନରେ ଖାଦ୍ୟ ମଗାଇ ଖାଉଥିବା ଲୋକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ।

ତେବେ ଏଭଳି ନିଷ୍ପତ୍ତି ଯେ କେବଳ ଗ୍ରାହକଙ୍କୁ ପ୍ରଭାବିତ କରିବ ତା’ନୁହେଁ । ଏହା ଦ୍ୱାରା ଛୋଟ ରେଷ୍ଟୁରାଣ୍ଟ, ଡେଲିଭରୀ ପ୍ଲାଟଫର୍ମ ମଧ୍ୟ ପ୍ରଭାବିତ ହେବେ । ଏଭଳି କ୍ଷେତ୍ରରେ ଛୋଟ ହୋଟେଲ ଖାଦ୍ୟ ସାମଗ୍ରୀ ଦର ବଢ଼ାଇବେ ନଚେତ୍ ଅନଲାଇନ୍ ପ୍ଲାଟଫର୍ମରେ ଖାଦ୍ୟ ବିକ୍ରି ବନ୍ଦ କରିବାକୁ ବାଧ୍ୟ ହେବେ । ପୂର୍ବରୁ ରେଷ୍ଟୁରାଣ୍ଟ ଖାଦ୍ୟ ଉପରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ୁଥିବା ବେଳେ ଆଜିଠୁ ଅତିରିକ୍ତ ୫ ପ୍ରତିଶତ କର ଲାଗୁ ହୋଇଛି ।

Ordering Online Food May Be Costlier Due To New GST Rules

ଏଥିସହ ନିତିଦିନିଆ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଥିବା ଅନଲାଇନ୍ ପରିବହନ ସେବା ମହଙ୍ଗା ହୋଇଛି । କୋଭିଡ୍ ସମୟରେ ସର୍ବସାଧାରଣ ପରିବହନ ପରିବର୍ତ୍ତେ ଆପଣ ଯଦି ଓଲା, ଉବର ଭଳି ଆପ୍ ଉପରେ ନିର୍ଭରଶୀଳ । ତେବେ ଏ ଖବର ଆପଣଙ୍କ ପାଇଁ । ଅନଲାଇନ୍ ଅଟୋ ରାଇଡ୍ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହୋଇଛି । ପୂର୍ବଭଳି ଅଫଲାଇନ୍ ଅଟୋ ସେବା ଟିକସମୁକ୍ତ ରହିବ ।

ଅନଲାଇନ୍ ଫୁଡ୍ ଡେଲିଭରୀ ଓ ଅନଲାଇନ୍ ଟ୍ୟାକ୍ସି ସେବା ମହଙ୍ଗା ହୋଇଥିବା ବେଳେ ନୂଆବର୍ଷରୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି । ଜିଏସଟି ଆଇନ୍ ଅନୁସାରେ, ଜିଏସଟି ରିଫଣ୍ଡ ପାଇଁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଆଧାର କାର୍ଡ ଦେବେ । ଆଧାର କାର୍ଡ ତଥ୍ୟ ନଦେଲେ ଜିସଏଟି ରିଫଣ୍ଡ ମିଳିବ ନାହିଁ ।

Leave a Reply