spot_img
Home Blog Page 4784

୨୪୦ ବୋତଲ ବିଦେଶୀ ମଦ ଜବତ, ମାଫିଆ ଗିରଫ

ଝାରସୁଗୁଡା: ବେଲପାହାଡ଼ ଷ୍ଟେସନ ଅଞ୍ଚଳର ବେଆଇନ ବିଦେଶୀ ମଦ କାରଖାନାରେ ଚଢାଉ । ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗର ସ୍ପେଶାଲ ଟିମ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ, ବୋତଲ, ଠିପି,ଷ୍ଟିକର ଜବତ କରିଛନ୍ତି । ଏଥିସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ  ।

ସେପଟେ ଗିରଫ ଅଭିଯୁକ୍ତଠାରୁ 240 ବୋତଲ ବିଦେଶୀ ମଦ ମଧ୍ୟ ଜବତ କରିବାରେ  ହୋଇଛି । କାରଖାନା ମାଲିକ ଫେରାର ଥିବା ଜଣାପଡିଛି । ଅବକାରୀ ବିଭାଗର ଏଭଳି ଆକ୍ଟିଭନେସ ମଦ ମାଫିଆଙ୍କୁ ଛାନିଆଁ କରିଛି   ।

ବିପର୍ଯ୍ୟୟ ମୁକାବିଲାର ମାଷ୍ଟରମାଇଣ୍ଡ ଓଡ଼ିଶା

ଭୁବନେଶ୍ୱର: ବିପର୍ଯ୍ୟୟ ମୁକାବିଲାରେ ମାଷ୍ଟର ଓଡ଼ିଶା । ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ଆନ୍ତର୍ଜତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ଏହି ଅବସରରେ OSDMA ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ଟ୍ରେନିଂ ପ୍ରୋଗ୍ରାମ ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ରାଜ୍ୟର ପ୍ରତିନିଧି ଦଳ ସାମିଲ ହୋଇଛନ୍ତି । ଏହି ଅବସରରେ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ୧୯୯୯ ମହାବାତ୍ୟା ଏବଂ ୨୦୧୯ ଫନି ବାତ୍ୟାର ମୁକାବିଲା ନେଇ ନିଜର ଅଭିଜ୍ଞତା ବିଷୟରେ କହିଥିଲେ ।

ମହାରାଷ୍ଟ୍ରର ରାଇଗଡ଼ରୁ ଟ୍ରେନିଂ ପାଇଁ ଆସିଥିବା ପ୍ରତିନିଧି ଦଳକୁ ରାଜ୍ୟ ମୁକାବିଲା କରିଥିବା ବାତ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା । ତିନି ଦିନ ପାଇଁ ଆୟୋଜନ ହୋଇଛି ଏହି ଟ୍ରେନିଂ କ୍ୟାମ୍ପ । ଓଡ଼ିଶାକୁ ପ୍ରତିବର୍ଷ ପ୍ରାର୍କୃତିକ ବିପର୍ଯ୍ୟୟ ଆସୁଥିବାବେଳେ ଓଡ଼ିଶା ଏହାକୁ ସଫଳ ରୂପେ ମୁକାବିଲା କରିବାରେ ସମର୍ଥ ହୋଇଛି  । ଓଡ଼ିଶାକୁ ବିପର୍ଯ୍ୟୟ ମୁକାବିଲାରେ କାହାର ସହାୟତାର ଆବଶ୍ୟକତା ପଡୁନାହିଁ  । ଅର୍ଥାତ ଓଡ଼ିଶା ନିଜର ଶକ୍ତି ବଳରେ ମୁକାବିଲା କରିପାରୁଛି  । ଯେଉଁଥିପାଇଁ ବିଦେଶରୁ ମଧ୍ୟ ଓଡ଼ିଶାର କାର୍ଯ୍ୟପନ୍ଥା ଓ ରଣନୀତିକୁ ପ୍ରଶଂସା କରାଯାଇଛି  ।

କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା, ୩୦ ଯାତ୍ରୀ ଆହତ

ଗଞ୍ଜାମ: କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା । ସଂଧ୍ୟାରେ ଘଟିଛି ବସ ଦୁର୍ଘଟଣା  ।  ୩୦ ଜଣ ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଘାଟିର ଓ୍ଵାଲ ଉପରେ ବସିଟି  ଚଢିଯାଇଥିଲା  ।

ସେପଟେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ଗାଡି ଦୁର୍ଘଟଣା ହୋଇଥିବା ସୂଚନା । ତେବେ ସ୍ଥାନୟୀ ଲୋକ ଓ ଅଗ୍ନିଶମ ବାହିନୀ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ମେଡ଼ିକାଲରେ ବର୍ତ୍ତି କରିଥିବା ସୂଚନା ରହିଛି  ।

ଦୁରଘଟମା ସମୟରେ ଏକ କାର ଅନ୍ୟତ୍ର  ୟାଉଥିଲା  । ସେହି ସମୟରେ କାରରେ ଥିବା  ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ  ।  ଘଟଣା ସ୍ଥଳରେ ଦୁଇଟି ୧୦୮ ଆମ୍ବୁଲାନ୍ସ ଓ ସ୍ଥାନୀୟ ଦମକଳ ଗାଡି ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ।ତଥାପି ଦୁର୍ଘଟଣା ସ୍ଥଳରେ ପ୍ରାୟ ଦୁଇରୁ ତିନି ଯାତ୍ରୀ ବସ ଭିତରେ ଚାପି ରହିଥିବା ସନ୍ଦେହ କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି। ଘଟଣା ସ୍ଥଳରେ ଜି.ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୋଲିସ ଅଧିକାରୀ ସମ୍ମିଳନୀରେ ମାନସମନ୍ଥନ

ଭୁବନେଶ୍ୱର: ଆରମ୍ଭ ହେଲା ଓଡିଶା ପୋଲିସର ୬୩ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ । ସମ୍ମଳନୀକୁ ଉଦଘାଟନ କଲେ ପୋଲିସ ଡିଜି ଅଭୟ । ଅପରାଧ ଓ ଅପରାଧୀକ କାର୍ଯ୍ୟକଳାପ ଓ ଆଇନ ଶୃଙ୍ଖଳା ପରିସ୍ଥିତି, ସାଇବର କ୍ରାଇମ ଓ ମହିଳା ଶିଶୁ ସୁରକ୍ଷା ନେଇ ସମ୍ମିଳନୀରେ ହେବ ମାନସମନ୍ଥନ । ଅଭିଭାଷଣରେ ରାଜ୍ୟ ପୋଲିସର ସଫଳତା ବଖାଣିଲେ ଡିଜିପି । ରାଜ୍ୟ ମାଓ କାର୍ଯ୍ୟକଳାପ କମିବା ସହ ବିଚ୍ଛିନାଞ୍ଚଳରେ ମଧ୍ୟ ପୋଲିସ ପହଞ୍ଚିଛି ।

ନିଶାଦ୍ରବ୍ୟ ଚାଲାଣ ରୋକିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସୁ ଚିନ୍ତିତ ଅପରାଧ ବିରୋଧରେ ପୋଲିସ ନେଉଛି କଡା କାର୍ଯ୍ୟାନୁଷ୍ଠାନ । ପୋଲିସ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ବରିବର୍ତ୍ତନ ଅଣାଯାଇଛି । ସମସ୍ତ ରାଙ୍କରେ ପଦନ୍ନୋତି ହୋଇଛି । ଫାଇଭ-ଟି କାର୍ଯ୍ୟକ୍ରମକୁ ତ୍ବରାନିତ କରିବା ପାଇଁ ପୋଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପାସପୋର୍ଟ ଭେରିଫିକେସନ୍ ଠିକ୍ ସମୟରେ କରାଯାଉଛି ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ୍ରାଫ ଟିମର କାର୍ଯ୍ୟଧାରା ବେଶ ଉଚ୍ଚକୋଟିର ରହିଛି । ନିଖୋଜ ହୋଇ ଯାଇଥିବା ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରାଯାଉଛି ବୋଲି କହିଥିଲେ ଡିଜିପି । ସମସ୍ତ ସହଯୋଗ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ପୋଲିସ ଡିଜି । ୨୦୨୨ ରାଜ୍ୟ ପୋଲିସ ପାଇଁ ଚ୍ୟାଲେଞ୍ଜିକ ରହିବ ବୋଲି କହିଛନ୍ତି ଡିଜିପି ଅଭୟ । ସେପଟେ ଏହି ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀରେ ନୂଆ ଡିଜି ସୁନିଲ ବଂଶଲ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇଥିଲେ ।

ଏଠି ଭୋଟ୍ ନାହିଁ, ୪୪ ଲକ୍ଷ ଦେଲେ ସରପଞ୍ଚ

ଭୋପାଳ: ମଧ୍ୟପ୍ରଦେଶରେ ଆସନ୍ତା ଜାନୁଆରୀ ମାସରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସରପଞ୍ଚ ହେବାକୁ ହେଲେ ନିର୍ବାଚନରେ ଜିତିବାକୁ ପଡ଼େ । କିନ୍ତୁ ମଧ୍ୟପ୍ରଦେଶରେ ନିଲାମ ଜରିଆରେ ସରପଞ୍ଚ ବାଛିଛନ୍ତି ଗାଁ ଲୋକ । ନିର୍ବାଚନ ପୂର୍ବରୁ ହିଁ ନିଲାମ ଜରିଆରେ ସରପଞ୍ଚ ବାଛିଲେ ଗାଁ ଲୋକ ।

ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲା ମୁଖ୍ୟାଳୟରୁ ୩୦ କିଲୋମିଟର ଦୂରରେ ଥିବା ଭଟୌଲୀ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଏହି ଗ୍ରାମର ଗ୍ରାମବାସୀମାନେ ନିଜ ମଧ୍ୟରେ ନିଷ୍ପତ୍ତି ନେଇଥିଲେ କି ଯେଉଁ ଆଶାୟୀ ଅଧିକ ଟଙ୍କା ଦେବ ସେ ତାଙ୍କୁ ସରପଞ୍ଚ ଭାବରେ ନିଯୁକ୍ତି ଦେବେ । ସରପଞ୍ଚ ପଦ ପାଇଁ ୨୧ ଲକ୍ଷରୁ ଆରମ୍ଭ ହୋଇଥିଲା ନିଲାମ ପ୍ରକ୍ରିୟା । ଯାହା ଶେଷରେ ୪୪ ଲକ୍ଷରେ ପହଞ୍ଚିଥିଲା । ୪୪ ଲକ୍ଷ ଟଙ୍କାରେ ସୌଭାଗ ସିଂ ସରପଞ୍ଚ ଭାବରେ ନିଯୁକ୍ତି ହୋଇଥିଲେ ।

ସରପଞ୍ଚ ପଦ ପାଇଁ କାହିଁକି ନିଲାମ ହେଲା ପଚାରିବାରୁ ଗ୍ରାମବାସୀ କହିଥିଲେ କି ନିର୍ବାଚନ ହୋଇଥିଲେ ସେଥିରେ ଟଙ୍କା ଖର୍ଚ୍ଚ ହୋଇଥାଏ । ନିର୍ବାଚନରେ ଲୋକମାନଙ୍କୁ ମଦ ଦେଇ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ଏଥିପାଇଁ ନିଲାମ ପ୍ରକ୍ରିୟାରେ ସରପଞ୍ଚ ବାଛିବାରେ ନିଷ୍ପତ୍ତି ନିଆଯାଇଥିଲା । ସମସ୍ତ ଗ୍ରାମବାସୀ ଏହା ନିଶ୍ଚିତ କରିଥିଲେ କି ସୌଭାଗ ସିଂଙ୍କୁ ସରପଞ୍ଚ ଭାବରେ ନିଯୁକ୍ତି ଦିଆଯାଇଛି । ନିଲାମ ପ୍ରକ୍ରିୟାରେ ଆଦାୟ ହୋଇଥିବା ଟଙ୍କାକୁ ଗ୍ରାମରେ ବିକାଶ କାର୍ଯ୍ୟ ନିୟୋଜିତ ହେବ ବୋଲି ଗ୍ରାମବାସୀ କହିଛନ୍ତି । ଜଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯଦି ଧାର୍ଯ୍ୟ ସମୟ ମଧ୍ୟରେ ସୌଭାଗ ୪୪ ଲକ୍ଷ ଟଙ୍କା ଜମା କରିବାରେ ବିଫଳ ହେବେ, ତା’ହେଲେ ତାଙ୍କଠାରୁ କମ୍ ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ସରପଞ୍ଚ କରାଯିବ। ଗାଁ ପକ୍ଷରୁ ଗଠିତ କମିଟିରେ ହିଁ ଟଙ୍କା ଜମା କରିବାକୁ ସୌଭାଗଙ୍କୁ କୁହାଯାଇଛି ।

ଅନ୍ୟପକ୍ଷରେ ସ୍ଥାନୀୟ ଅଧିକାରୀମାନେ ଏହି ନିଲାମ ପ୍ରକ୍ରିୟାକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଜଣେ ଅଧିକାରୀ କହିଛନ୍ତି, “ଯିଏ ବି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ତାଙ୍କୁ ନାମାଙ୍କନ ଦାଖଲ କରିବାକୁ ପଡ଼ିବ। ଯଦି ଜଣେ ବ୍ୟକ୍ତି ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କରିବେ, ତା’ହେଲେ ଏହାକୁ ଯାଞ୍ଚ କରାଯିବ ଓ ଏହା ଯଦି ବୈଧ, ତା’ହେଲେ ତାଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରାଯିବ।”

୪୫ ମାସ ପରେ ଅଧିନାୟକ ଭୂମିକାକୁ ଫେରିଲେ ଷ୍ଟିଭ୍ ସ୍ମିଥ୍

ଆଡିଲେଡ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରୁ ଜାରି ରହିଛି ଆସେସ୍ ଟେଷ୍ଟ ସିରିଜ । ଗୁରୁବାରଠାରୁ ଆଡିଲେଡରେ ଆରମ୍ଭ ହୋଇଛି ଆସେସ୍ ସିରିଜର ଦ୍ୱିତୀୟ ମ୍ୟାଚ । ୫ ଟିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଅଧିନାୟକତ୍ୱ କରିଥିଲେ ଷ୍ଟିଭ୍ ସ୍ମିଥ । ୪୫ ମାସ ପରେ ଅଧିନାୟକ ଭାବରେ ନଜର ଆସିଛନ୍ତି ସ୍ମିଥ୍ । ଶେଷ ଥର ପାଇଁ ସ୍ମିଥ୍ ୨୨ ମାର୍ଚ୍ଚ ୨୦୧୮ରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇଥିଲେ । ସେତେବେଳେ ତାଙ୍କ ବିପକ୍ଷରେ ବଲ ବିକୃତିର ଅଭିଯୋଗ ଆସିଥିଲା ।

ଆଡିଲେଡ ଡେ-ନାଇଟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ କମିନ୍ସ ମ୍ୟାଚରୁ ବାହାର ଯାଇଥିଲେ । କମିନ୍ସ ଜଣେ କରୋନା ସମ୍ପର୍କିତଙ୍କ ସଂସ୍ପର୍ଷରେ ଆସିବା ଫଳରେ ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ଖେଳିବାକୁ ସୁଯୋଗ ଦିଆଯାଇନଥିଲା । ଏହି କାରଣରୁ ଆସେସର ଦ୍ୱିତୀୟ ମ୍ୟାଚରେ ଅଧିନାୟକତ୍ୱ କରିଥିଲେ ଷ୍ଟିଭ୍ ସ୍ମିଥ । ଏହା ପୂର୍ବରୁ ସ୍ମିଥ ଅଷ୍ଟ୍ରେଲିଆ ଦଳର ଉପ-ଅଧିନାୟକ ଭୂମିକା ତୁଲାଉଥିଲେ ।

ଷ୍ଟିଭ୍ ସ୍ମିଥ୍ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇଥିଲେ । ସେ ସମୟରେ କେପଟାଉନରେ ବଲ ବିକୃତି ଅଭିଯୋଗ ସାମ୍ନାକୁ ଆସିଥିଲା । ଏହି ଅଭିଯୋଗରେ ଷ୍ଟିଭ୍ ସ୍ମିଥ ଓ ଡେଭିଡ ଓ୍ୱାର୍ଣ୍ଣରଙ୍କୁ ଗୋଟିଏ ବର୍ଷ ପାଇଁ ବାସନ୍ଦ କରିଥିଲେ । ସ୍ମିଥଙ୍କ କ୍ୟାରିୟରରେ ଏହା ଏମିତି ଏକ ଦାଗ ଥିଲା ଯାହା କେବେ ଲିଭିବ ନାହିଁ । ଅଷ୍ଟ୍ରେଲିଆ ଦଳରୁ ଏକ ବର୍ଷ ବାସନ୍ଦ କରିବା ସହ ଅଧିନାୟକ ପଦରୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା ସ୍ମିଥଙ୍କୁ । ଏହି ଅବଧି ଶେଷ ହେବା ପରେ ଏବେ ପୁଣି ଥରେ ସ୍ମିଥଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କୁ ଅଧିନାୟକ କରିବାକୁ ଚେଷ୍ଟା କରୁଛି ।

ଅଧିନାୟକ ଭାବରେ ସ୍ମିଥ୍ ଅଷ୍ଟ୍ରେଲିଆ ପାଇଁ ୩୪ଟି ମ୍ୟାଚରେ ଅଧିନାୟକତ୍ୱ କରିଥିଲେ । ସେଥିମଧ୍ୟରୁ ଅଷ୍ଟ୍ରେଲିଆ ୧୮ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ମାତ୍ର ୧୦ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖି ଥିଲା । ସେହିପରି ଭାବରେ ଦିନିକିଆରେ ଷ୍ଟିଭ୍ ସ୍ମିଥ ୫୧ଟି ମ୍ୟାଚରେ ଅଧିନାୟକତ୍ୱ କରିଥିବାବେଳେ ୨୫ ଟି ମ୍ୟାଚରେ ବିଜୟ ଲାଭ କରିଥିଲା ଅଷ୍ଟ୍ରେଲିଆ । ଟି-୨୦ ଅନ୍ତର୍ଜାତୀୟରେ ମାତ୍ର ୮ଟି ମ୍ୟାଚରେ ଅଧିନାୟକତ୍ୱ କରିଥିଲେ ସ୍ମିଥ ସେଥିମଧ୍ୟରୁ ୪ଟିରେ ଅଷ୍ଟ୍ରେଲିଆ ବିଜୟ ଲାଭ କରିଥିଲା ।

୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: କ୍ରୀଡ଼ାବିତ୍‌ଙ୍କୁ ନବୀନଙ୍କ ନୂଆବର୍ଷ ଭେଟି । ବିଭିନ୍ନ ଜିଲ୍ଲାରେ କ୍ରୀଡ଼ା ପ୍ରକଳ୍ପ ସମୂହର ଉଦ୍‌ଘାଟନ ଓ ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉପଲକ୍ଷେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ 5-ଟି ସଚିବ ଭି. କେ ପାଣ୍ଡିଆନ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ରାଉରକେଲାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଶୁଭାରମ୍ଭ ହୋଇଛି । ଅନୁଗୁଳ ସୁଇମିଂ ପୁଲ୍‌, ବାରିପଦା ସୁଇମିଂ ପୁଲ୍‌, କଳିଙ୍ଗ ଷ୍ଟାଡିୟମର ନୂତନ ଛାତ୍ରାବାସ ଓ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ୮୯ଟି ଇନଡୋର ଷ୍ଟାଡିୟମ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୫୦ଟି କ୍ଷେତ୍ରରେ ଖୁବଶୀଘ୍ର କାମ ଆରମ୍ଭ ହେବ ।

ସମସ୍ତ ଇନଡୋର ଷ୍ଟାଡିୟମ ୨୦୨୨-୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।  ଏସବୁ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍‌, ଭାର ଉତ୍ତୋଳନ ବ୍ୟବସ୍ଥା ରହିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ପାଇଁ ସାହାରା ପାଲଟିବ ଏସବୁ ଇନଡୋର ଷ୍ଟାଡିୟମ । ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

ନୀତିନ ଗଡ଼କରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ବିଜେଡି ସାଂସଦ । ସଂସଦର ରୁମ୍ ନଂ-୬୨ରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡିର ଲୋକସଭା ଓ ରାଜ୍ୟସଭା ସାଂସଦ । ଏହି ଅବସରରେ ରାଜ୍ୟରେ ବିଭିନ୍ନ ସଡ଼କ ଓ ଅନ୍ୟ ପ୍ରକଳ୍ପର ବିକାଶ ଆଲୋଚନା ହୋଇଥିଲା । ଓଡ଼ିଶାର ସ୍ୱାର୍ଥ ଜନିତ ବିଭିନ୍ନ ଦାବିକୁ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଉପସ୍ଥାପନା କରିଥିଲେ ବିଜେଡ଼ି ସାଂସଦ  ।

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ବିଜେଡ଼ିର ସାଂସଦ ମାନେ ଭେଟିବା ସହ ଅନେକ ଓଡ଼ିଶା ସ୍ୱାର୍ଥ ଜନିତ ଦାବି ଉଠାଇଛନ୍ତି  । ସାଂସଦମାନଙ୍କ ପ୍ରସ୍ତାବକୁ ଶୁଣିବା ସହ ଏହାର ତୁରନ୍ତ ସମାଧାନ ଦିଗରେ ବିଭାଗ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନତିନ ଗଡକରୀ  ।

 

ଭୋପାଳରେ ପହଞ୍ଚିଲା ସହିଦ ବରୁଣ ସିଂଙ୍କ ପାର୍ଥିବ ଶରୀର; ଶୁକ୍ରବାର ହେବ ଅନ୍ତିମ ସଂସ୍କାର

ଭୋପାଳ: ତାମିଲନାଡୁର କୁନ୍ନୁରରେ ଡିସେମ୍ବର ୮ରେ ହୋଇଥିଲା ହେଲିକପ୍ଟର ଦୁର୍ଘଟଣା । ଏହି ଦୁର୍ଘଟଣାରେ ଭାରତର ପ୍ରଥମ ସିଡିଏସ ଜେନେରାଲ ବିପିନ୍ ରାଓ୍ୱତଙ୍କ ସହ ୧୩ ଜଣ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ କେବଳ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଗୁରୁତର ଆହତ ହୋଇ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତ ବୁଧବାର ସହିଦ ହୋଇଥିଲେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ । ଗୁରୁବାର ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ପାର୍ଥିବ ଶରୀର ଭୋପାଳରେ ପହଞ୍ଚିଥିଲା । ଭୋପାଳରେ ସହିଦ ବରୁଣ ସିଂଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବାୟୁସେନାର ଅଫିସରଙ୍କ ସହ ମଧ୍ୟପ୍ରଦେଶ ସରକାର ବହୁ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପହଞ୍ଚିଥିଲେ ।

ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରୁଣ ସିଂଙ୍କ ପରିବାରକୁ ୧ କୋଟିର ସମ୍ମାନ ନିଧି ଦେବା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆହୁରି କହିଛନ୍ତି ଯେ ଭାରତ ମାତାର ବୀର ପୁତ୍ର ସୌର୍ଯ୍ୟର ପ୍ରତୀକ ବୀର ଯୋଦ୍ଧା ବରୁଣ ସିଂଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ଅଦ୍ଭୁତ ଓ ଅଦ୍ୱିତୀୟ ଯୋଦ୍ଧା ଥିଲେ।  ସେ ଆଗରୁ ମଧ୍ୟ ମୃତ୍ୟୁକୁ ମାତ ଦେଇଥିଲେ। କିନ୍ତୁ ଏବେ ସେ ଆମ ଗହଣରେ ନାହାନ୍ତି। ତାଙ୍କର ଅନ୍ତିମ ସଂସ୍କାର ରାଜକୀୟ ଓ ସୈନ୍ୟ ସମ୍ମାନ ସହ ହେବ। ତାଙ୍କ ପରିବାର ପୁରା ଦେଶର, ପୁରା ରାଜ୍ୟର ପରିବାର। ପ୍ରତ୍ୟେକ ଭାରତବାସୀ ତାଙ୍କ ପରିବାର ସହ ଛିଡା ହୋଇଛନ୍ତି । ଏଥିସହ ଶିବରାଜ ସିଂ ଚୌହାନ ଆହୁରି କହିଥିଲେ କି ବରୁଣ ସିଂଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ମଧ୍ୟ ଦିଆଯିବ । ସେ ଆହୁରି କହିଥିଲେ କି ପରିବାରର ଭାବନାକୁ ଦୃଷ୍ଟିରେ ରଖି ବରୁଣ ସିଂଙ୍କର ପ୍ରତିମୂର୍ତ୍ତୀ କିମ୍ବା କୌଣସି ଏକ ଅନୁଷ୍ଠାନକୁ ତାଙ୍କ ନାମରେ ନାମିତ କରିବାକୁ କହିଛନ୍ତି ।

ଭୋପାଳ ଜିଲ୍ଲାପାଳ ଅବିନାଶ ଲମ୍ବାନିଆ କହିଛନ୍ତି କି ଶୁକ୍ରବାର ଭୋପାଳରେ ସହିଦ ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ଅନ୍ତିମ ସଂସ୍କାର କରାଯିବ । ଗୁରୁବାର ବରୁଣ ସିଂଙ୍କ ପାର୍ଥିବ ଶରୀର ଭୋପାଳରେ ପହଞ୍ଚିବା ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ଏୟାରପୋର୍ଟ ରୋଡସ୍ଥିତ ସନ ସିଟି କଲୋନୀରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ହେବ । ଏହାପରେ ୧୭ ଡିସେମ୍ବର ଅର୍ଥାତ ଶୁକ୍ରବାର ଦିନ ୧୧ଟା ସମୟରେ ଭଦଭଦା ବିଶ୍ରାମ ଘାଟରେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ଅନ୍ତିମ ସଂସ୍କାର କରାଯିବ ।

‘ସତସଙ୍ଗ’ର ଆଚାର୍ଯ୍ୟଦେବ ଶ୍ରୀଶ୍ରୀ ଅଶୋକ ଦାଦାଙ୍କର ମହାପ୍ରୟାଣ

0

କୋଲକାତା: କୋଟି ହୃଦୟର ଆରାଧ୍ୟ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ ହୋଇଛି। ଆଜି ସକାଳ ୯ଟା ୪୦ ମିନିଟରେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିଶନ୍ ହସ୍ପିଟାଲରେ ଶ୍ରୀଶ୍ରୀଦାଦା ଇହଲୀଳା ସମ୍ବରଣ କରିଛନ୍ତି। ଗତ କିଛିଦିନ ଧରି ସେ ଅସୁସ୍ଥତା ହେତୁ ମିଶନ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ଦେଶ ବିଦେଶରେ କୋଟି କୋଟି ସତସଙ୍ଗୀ ଅଭିଭାବକହୀନ ହୋଇପଡ଼ିବା ସହ ଆଧ୍ୟାତ୍ମିକ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବୈଦିକ ବିଧିମତେ ଆଚାର୍ଯ୍ୟଦେବଙ୍କର ଶେଷକୃତ୍ୟ ଦକ୍ଷିଣ ଦୁର୍ଗାପୁର ସତସଙ୍ଗ ବିହାର ପରିସରରେ ସଂପନ୍ନ ହେବ। ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପୌତ୍ର ଶ୍ରୀଶ୍ରୀଦାଦା, ଶ୍ରୀଶ୍ରୀଠାକୁରଙ୍କର ଭାବାଦର୍ଶ ଓ ‘ସତସଙ୍ଗ’ ଆନ୍ଦୋଳନର ବିସ୍ତାରରେ ନିଜକୁ ସାମିଲ କରିଥିଲେ। ୧୯୩୩ ମସିହା ଅକ୍ଟୋବର ୨୧ ତାରିଖରେ ସେ ଏବେକାର ବାଂଲାଦେଶର ହିମାୟିତପୁରଠାରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀଶ୍ରୀଦାଦା ୧୯୯୪ ମସିହାରେ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ଭାବେ ଅଭିଷିକ୍ତ ହେବାପରେ ତାଙ୍କର ଅଭିଭାବକତ୍ୱ ଓ ନେତୃତ୍ବରେ କାୟାବିସ୍ତାର କରିଥିଲା ସତସଙ୍ଗ।