ରାଜ୍ୟରେ ରହିଛି ଡେଲଟା ଭାରିଆଣ୍ଟ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Know Why Covid Death Rate Increased In Odisha

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେଉଛି । କିନ୍ତୁ ଯେଉଁ ଟ୍ରେଣ୍ଡ ଦେଖାଯାଉଛି ସଂକ୍ରମଣ କମୁଛି । ତେବେ ରାଜ୍ୟରେ ଡେଲଟା ଭାରିଆଣ୍ଟ ରହିଛି । ସେଥିପାଇଁ ମୃତ୍ୟୁସଂଖ୍ୟା ବଢୁଥିବା କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେପଟେ ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି । ସାମଗ୍ରିକ ଭାବରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ହାଇକୋର୍ଟ ଯାହା ନିର୍ଦେଶ ଦେଇଛନ୍ତି ସେହି ଅନୁସାରେ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏଥିସହ ପଢ଼ନ୍ତୁ: ରାଜ୍ୟରୁ ଆଉ ୩,୬୨୯ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ

ଓମିସିୟର କିଟରେ ହାରାହାରି ୩୧ ହଜାର ୬୬୬ ଜଣଙ୍କର ସାମ୍ପୁଲ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୧୭ ଶହ ୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ମଧ୍ୟରୁ ୫୭୬ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ୩୩ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେତେ ତାହା ଜିନୋମ ସିକ୍ୟୁନ୍ସିଂ ଡାଟା ଏବଂ ଓମିସିୟର କିଟର ଡାଟାକୁ ମିଳିତ ଭାବରେ ଅନୁଧ୍ୟାନ କରିବା ପରେ ଜଣାପଡ଼ିବ ।

Leave a Reply