ଶତ୍ରୁ ଦେଶକୁ ଚକମା ଦେବ ଚୀନ, ପ୍ରସ୍ତୁତ କରୁଛି ହାଇପରସୋନିକ ଏୟାରକ୍ରାଫ୍ଟ

ବେଜିଂ: ଆହୁରି ଶକ୍ତିଶାଳୀ ହେଉଛି ଚୀନ୍ । ଶତ୍ରୁ ଦେଶକୁ ଚକମା ଦେବାକୁ ଚୀନ ପ୍ରସ୍ତୁତ କରୁଛି ହାଇପରସୋନିକ୍‌ ଏୟାରକ୍ରାଫ୍ଟ । ଏହି ଏୟାରକ୍ରାଫ୍ଟ ପାଇଁ ପୁଳା ପୁଳା ଅର୍ଥ ମଧ୍ୟ ଖର୍ଚ୍ଚ କରୁଛି । ଚୀନ୍‌ ଏଭଳି ଏକ ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ ଚେଷ୍ଟା କରୁଛି, ଯେଉଁଥିରେ ୧୦ଜଣ ଲୋକ ବସିବା ସହ ମାତ୍ର ଏକ ଘଣ୍ଟାରେ ପୃଥିବୀର ଯେକୌଣସି କୋଣରେ ପହଞ୍ଚିପାରିବେ । ଏହି ହାଇପରସୋନିକ ପ୍ଲେନରେ ବେଜିଂରୁ ନ୍ୟୁୟର୍କ ମାତ୍ର ଏକ ଘଣ୍ଟା ମଧ୍ୟରେ ପହଞ୍ଚିପାରିବ ।

ଏହି ବିମାନ ଏକ ଘଣ୍ଟାରେ ୧୧ ହଜାର ୨୬୫ କିଲୋମିଟର ଯାଇପାରିବ । ଏହି ସୁପରସୋନିକ୍ ଏୟାରକ୍ରାଫ୍ଟକୁ ରକେଟ୍ ଓ୍ବିଥ ଓ୍ବିଙ୍ଗସ ମଧ୍ୟ କୁହାଯାଉଛି । ଆସନ୍ତା ବର୍ଷ ଚୀନ୍‌ ଏହାର ପରୀକ୍ଷଣ ଆରମ୍ଭ କରିବ । ୨୦୨୪ ସୁଦ୍ଧା ଏହି ସୁପରସୋନିକ ବିମାନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ ବୋଲି ସ୍ପେସ ଟ୍ରାନ୍ସପୋର୍ଟେସନ ବୈଜ୍ଞାନିକ ଆଶା ରଖିଛନ୍ତି ।

Leave a Reply