spot_img
Home Blog Page 4783

ଦୂର ହେବ ଦୁଃଖ, ମୁଖ୍ୟମନ୍ତ୍ରୀ ଦେବେ ଭେଟି

ଲମତାପୁଟ/ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟର ବ୍ଲକର ୫ ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତବାସୀଙ୍କୁ କୋଲାବ ନଦୀ ବ୍ରିଜ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘଦିନର ସମସ୍ୟା ଦୂର ହେବାକୁ ଯାଉଥିବାରୁ ଅଞ୍ଚଳବାସୀଙ୍କୁ ଖୁସି କହିଲେ ନସରେ । ପଞ୍ଚାୟତବାସୀଙ୍କ ପାଇଁ ବାଧକ ଥିଲା କୋଲାବ ନଦୀ । ଜୀବନ ଜୀବିକା ପାଇଁ ପ୍ରତିଦିନ ଏମାନଙ୍କୁ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେବାକୁ ପଡୁଥିଲା । ନଦୀ ଉପରେ ଏବେ ହାଇ ଲେବଲ ବ୍ରିଜ୍ ନିର୍ଣାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁଃଖ ବୁଝିଛନ୍ତି ନବୀନ । ତିଆରି ହେବ ଲମତାପୁଟ କୋଲାବ ନଦୀ ବ୍ରିଜ । ୫ ପଞ୍ଚାୟତବାସୀଙ୍କ ପାଇଁ ରାସ୍ତ ପାଲଟିବ ଲାଇଫ ଲାଇନ୍ । ଲମତାପୁର ବ୍ଲକର ମୁଖ୍ୟତଃ କୁମାରଗଞ୍ଜନା, ବନମାଳିପୁଟ, ଓମବେଲ ଓ ଟିକରପଡା ପଞ୍ଚାୟତର ଲୋକଙ୍କ ଦୁଖଃ ଥିଲା କୋଲାବ ନଦୀ । ଏହି ସମସ୍ତ ପଞ୍ଚାୟତରେ ପ୍ରାୟ ୨୦ ହଜାର ଲୋକେ ବସବାସ କରନ୍ତି । ହେଲେ  ଜୀବନକୁ ପାଣି ଛଡାଇ ପ୍ରତିଦିନ ଏହି ନଦୀ ଦେଇ ଦେଶୀ ଡଙ୍ଗାରେ ଯାତାୟତ କରନ୍ତି ଅଞ୍ଚଳବାସୀ । ବର୍ଷା ଦିନେ ଏହି ଦୁଃଖ ଦ୍ବିଗୁଣିତ ହୋଇଯାଏ । ସାପ୍ତହିକ ହାଟ ପାଇଁ ନଦୀ ପାର ନକଲେ ନଚଳେ । ଫଳରେ ନଦୀ ଉପରେ ଏକ ପୋଲ ନିର୍ଣାଣ ପାଇଁ ବହୁବାର ଦାବି କରିଆସୁଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ଏହି ବ୍ରିଜ ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି । ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ ।

ଗତ ନଭେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା କହିଛନ୍ତି କୋରାପୁଟ ବିଧାୟକ ରଘୁରାମ ପଡାଲ । ସେପଟେ ବ୍ରିଜ୍ ନିର୍ମାଣ ପାଇଁ ୫୬ କୋଟି ୯୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ୯୦୦ ମିଟର ଦୀର୍ଘ ବ୍ରିଜ୍ ସାଙ୍ଗକୁ ଆପ୍ରୋଚ ରୋଡ ଆଉ ୯୦୦ ମିଟର କରାଯିବା ନେଇ ସୂଚନା ଦେଇଛନ୍ତି ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ।

ବ୍ରିଜ୍ ନିର୍ମାଣ ହେଲେ ଏହି ବିଛିନ୍ନାଞ୍ଚଳର ଜଳବନ୍ଦୀ ଗ୍ରାମଗୁଡିକୁ ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ପାଇଁ ବେଶ ସୁବିଧା ହୋଇପାରିବ ।

ଚାଷୀଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ

ଉଦଳା: ପୁଣି ହାତୀ-ମଣିଷ ଲଢ଼େଇ । ଗଲା ମଣିଷ ଜୀବନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ କରଞ୍ଜନାଳ ନିକଟରେ ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ । ଜଣେ ଗରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ମଧୁସୂଦନ ହୋ ।

ଧାନବିଲରେ କାମ ସାରି ଫେରିବା ବେଳେ ମଧୁସୂଦନ ଓ ସାଲକାଙ୍କୁ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ମଧୁସୂଦନଙ୍କୁ କଚାଡି ମାରି ଦେଇଥିଲା ହାତୀ । ବନ ବିଭାଗ ତରଫରୁ ମୃତକଙ୍କ ପରିବାରକୁ ପ୍ରାଥମିକ ଭାବେ ୪୦ ହଜାର ଓ ପରେ ୩ ଲକ୍ଷ ୬୦ ହଜାର ଟଙ୍କା ଦିଆଯିବ ବୋଲି ବନ ବିଭାଗ ସୂଚନା ଦିଆଯାଇଛି ।

ପାଇକ ବିଦ୍ରୋହକୁ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ପାଇକ ସମାବେଶ

ଖୋର୍ଦ୍ଧା: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦିଅ । ଏମିତି ଦାବିରେ ଖୋର୍ଦ୍ଧା ବରୁଣେଇ ପୀଠରେ ବିରାଟ ପାଇକ ସମାବେଶ । କେନ୍ଦ୍ର ସରକାର ନିଷ୍ପତ୍ତି ବିରୋଧରେ ପାଇକ ପୁଅଙ୍କ ରଣ ହୁଙ୍କାର । ଓଡ଼ିଶା ବୀର ମହାସଂଘ ଆନୁକୂଲ୍ୟରେ ଖୋର୍ଦ୍ଧାର ବରୁଣେଇ ପୀଠରେ ଆରମ୍ଭ ହୋଇଛି ବିରାଟ ପାଇକ ସମାବେଶ ।

ଗଂଜାମ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ ଓ ତାଳଚେର ସମେତ ବିଭିନ୍ନ ପ୍ରାନ୍ତରୁ ପାଇକଙ୍କ ମେଳି । ବରୁଣେଇଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ସମାବେଶକୁ ପାଇକ ଶୋଭାଯାତ୍ରା । ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଏବଂ ପାଇକ ସ୍ମାରକୀ ନିର୍ମାଣ ପ୍ରସ୍ତାବିତ ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ଦାବି କରାଯାଇଛି । ବରୁଣେଇ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ । ପଞ୍ଚ ପାଇକ, ଖୋର୍ଦ୍ଧା ସହର, ଜାତୀୟ ରାଜପଥ ଦେଇ ଭୁବନେଶ୍ବରରେ ପହଞ୍ଚିବ। ଶୋଭାଯାତ୍ରାରେ ପାଇକଙ୍କ ଦାୟଦ, ବୁଦ୍ଧିଜୀବୀ ଓ ସ୍ଥାନୀୟ ନେତୃତ୍ବ ସାମିଲ ହୋଇଛନ୍ତି।

ଏନଡିଏ ପରୀକ୍ଷାରେ ୧,୦୦୨ ମହିଳାଙ୍କ ସଫଳତା

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାରୀ ଶକ୍ତିଙ୍କୁ ସାମିଲ କରାଯିବା ପରେ ଏଥିପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି । ପୁରୁଷଙ୍କ ପରି ମହିଳା ମଧ୍ୟ ଦେଶ ସୁରକ୍ଷା ପାଇଁ ବହୁ ସଂଖ୍ୟାରେ ଆଗେଇ ଆସୁଛନ୍ତି । ପ୍ରଥମ ଥର ଲାଗି ନ୍ୟାସନାଲ ଡିଫେନସ ଏକାଡେମି ବା ଏନଡିଏରେ ସଫଳତା ଲାଭ କରିଛନ୍ତି ୧ ହଜାର ୨ ଜଣ ମହିଳା ପ୍ରାର୍ଥୀ । ଗତ ନଭେମ୍ବର ୧୪ରେ ଅନୁଷ୍ଠିତ କେନ୍ଦ୍ର ଲୋକସେବା ଆୟୋଗ ବା ୟୁପିଏସସି ପରୀକ୍ଷାରେ ମହିଳା ପ୍ରାର୍ଥୀ ଏହି ସଫଳତା ହାସଲ କରିଛନ୍ତି ।

ବର୍ତ୍ତମାନ ସର୍ଭିସ ସିଲେକ୍ସନ ବୋର୍ଡ ପରୀକ୍ଷାର ସମ୍ମୁଖୀନ ହେବା ସହ ସେମାନଙ୍କର ମେଡିକାଲ ଟେଷ୍ଟ କରାଯିବ । ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କୁ ଆସନ୍ତାବର୍ଷର ଏନଡିଏ କୋର୍ସ ପାଇଁ ମନୋନୀତ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ସେନା, ନୌସେନା ଓ ଭାରତୀୟ ବାୟୁସେନାରେ ଅଫିସର ଭାବେ ନିଯୁକ୍ତି ଦିଆଯିବ । ସେଥିରୁ ସର୍ବାଧିକ ୧୦ ଜଣଙ୍କୁ ସେନାରେ ସାମିଲ କରାଯିବ । ଆସନ୍ତାବର୍ଷ ଏନଡିଏ ମୋଟ ୪୦୦ କ୍ୟାଡେଟଙ୍କୁ ଗ୍ରହଣ କରିବ ଏବଂ ସେମାନଙ୍କ ମଧ୍ୟରୁ କେବଳ ସେନାରେ ୨୦୮ କ୍ୟାଡେଟଙ୍କୁ ସାମିଲ କରାଯିବ । ଏହି ୨୦୮ କ୍ୟାଡେଟଙ୍କ ଭିତରେ ୧୦ ଜଣ ମହିଳାଙ୍କୁ ସୁଯୋଗ ଦିଆଯିବ । ସେହିପରି ନୌସେନାରେ ୪୨ କ୍ୟାଡେଟଙ୍କୁ ଗ୍ରହଣ କରାଯିବ । ଯେଉଁଥିରେ ୩ ଜଣ ରହିବେ ମହିଳା କ୍ୟାଡେଟ । ବାୟୁସେନାରେ ୧୨୦ କ୍ୟାଡେଟଙ୍କୁ ସାମିଲ କରାଯିବ, ଯେଉଁଥିରେ ମହିଳା କ୍ୟାଡେଟ ରହିବେ ୬ ଜଣ ।

ଏନଡିଏରେ ସାମିଲ ହେବାଲାଗି ମୋଟ ୫ ଲକ୍ଷ ୭୫ ହଜାର ୮୫୬ ପ୍ରାର୍ଥୀ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୧ ଲକ୍ଷ ୭୭ ହଜାର ୬୫୪ । ପରିବର୍ତ୍ତିତ ନିୟମ ଅନୁସାରେ ମହିଳା ଇନଷ୍ଟ୍ରକ୍ଟର, ଡାକ୍ତର, ଗାଏନେକୋଲୋଜିଷ୍ଟ ଓ ଅନ୍ୟାନ୍ୟ ଷ୍ଟାଫଙ୍କୁ ପ୍ରଥମଥର ଲାଗି ନିଯୁକ୍ତି ଦିଆଯିବ । ୧୯୫୫ରେ ପୁଣେର ଖାଦାକ୍ବାସଲାରେ ପ୍ରତିଷ୍ଠିତ ଏନଡିଏରେ ୧୮ଟି ସ୍କ୍ବାଡ୍ରନ ରହିଛି । ପ୍ରତି ସ୍କ୍ବାଡ୍ରନରେ ୧୨୦ ଜଣ କ୍ୟାଡେଟ ରହିଛନ୍ତି । ପ୍ରତିଷ୍ଠାନରେ ମୋଟ ୨ ହଜାର ୨୦ ଜଣ କ୍ୟାଡେଟ ରହିଛନ୍ତି । ଗତ ସେପ୍ଟେମ୍ବରରେ ମହିଳାଙ୍କୁ ଏନଡିଏରେ ନେବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୧୫୦ ମହିଳାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଏନଡିଏରେ ନିଆଯିବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ସିଡିଏସଙ୍କୁ ନେଇ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବତଙ୍କ ଦେହାନ୍ତ ଘଟିବା ପରେ ଏହି ପଦବୀ ଖାଲି ପଡିଛି । କିଏ ହେବେ ପରବର୍ତ୍ତୀ ସିଡିଏସ ତାକୁ ଚାତପ କକ୍ଷୀ ପରି ଅନାଇ ବସିଛନ୍ତି ଦେଶବାସୀ । କେବଳ ଦେଶବାସୀ ନୁହେଁ ବିଶ୍ବ ମହାଶକ୍ତିଙ୍କଠାରୁ ଆରମ୍ଭ କରି ପ୍ରତିଟି ଦେଶର ନଜର ଏବେ ଭାରତର ପରବର୍ତ୍ତୀ ସିଡିଏସଙ୍କ ଉପରେ । ଏହାରି ଭିତରେ ପରବର୍ତ୍ତୀ ସିଡିଏସଙ୍କ ନିଯୁକ୍ତିକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଗତ ଡିସେମ୍ବର 8 ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବତଙ୍କ ଦେହାନ୍ତ ପରଠାରୁ ସେନାମୁଖ୍ୟ ଜେନେରାଲ ଏମଏମ ନରଓ୍ବାଣେ ସିଡିଏସଙ୍କ କେତେକ ଦାୟିତ୍ବ ବହନ କରିଆସୁଛନ୍ତି । ଚିଫସ୍ ଅଫ ଷ୍ଟାଫ କମିଟିର ଅଧ୍ୟକ୍ଷ ଭାବେ ସେ ଏବେ ଦାୟିତ୍ବ ସମ୍ପାଦନ କରୁଛନ୍ତି । ଏହି କମିଟି ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟଙ୍କୁ ନେଇ ଗଠିତ ଏବଂ ବିଭିନ୍ନ ସାମରିକ ପ୍ରସଙ୍ଗ ସମ୍ପର୍କରେ ଏହି କମିଟି ନିଷ୍ପତ୍ତି ନେଇଥାଏ । ଗତ 2020 ଜାନୁଆରୀ 1 ତାରିଖରେ ସିଡିଏସ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଏହାର ପ୍ରଥମ ମୁଖ୍ୟ ହୋଇଥିଲେ ବିପିନ ରାଓ୍ବତ । ବର୍ତ୍ତମାନ ତିନି ବାହିନୀର ମୁଖ୍ୟଙ୍କ ମଧ୍ୟରୁ ସବୁଠାରୁ ବୟସ୍କ ହେଉଛନ୍ତି ନରଓ୍ବାଣେ । ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଭି.ଆର. ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର ଜେନେରାଲ ନରଓ୍ବାଣେଙ୍କ ଠାରୁ 2 ବର୍ଷ ଜୁନିଅର । ସେପଟେ ଆସନ୍ତା ବର୍ଷ ଏପ୍ରିଲରେ ଅବସର ନେବେ ନରଓ୍ବାଣେ । ଯଦି ନରଓ୍ବାଣେଙ୍କୁ ସିଡିଏସ କରାଯାଏ, ତେବେ ଉପସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ତାଙ୍କ ସ୍ଥାନ ନେଇପାରନ୍ତି । ଚଣ୍ଡୀ ପ୍ରସାଦଙ୍କ ପରେ ବରିଷ୍ଠତା ଭିତ୍ତିରେ ପରବର୍ତ୍ତୀ ଅଫିସର ହେବେ ନର୍ଦର୍ଣ୍ଣ ଆର୍ମି କମାଣ୍ଡର ଲେଫଟନାଣ୍ଟ ଜେନେରାଲ ଓ୍ବାଇ.କେ. ଯୋଶୀ ।

ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର: କାଲୁଆ ଶୀତରେ ଥରୁଛି ଓଡ଼ିଶା । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ହ୍ରାସ ହେବା ପରେ ଶୀତ ବଢିବାରେ ଲାଗିଛି । କିଛି ସ୍ଥାନରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ରାଜ୍ୟର ୨୨ ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି ।

ଓଡ଼ିଶାର ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗବାଡି । ଦାରିଙ୍ଗବାଡିରେ ସର୍ବନିମ୍ନ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରୀ ରହିଛି । ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚମ ଓ ଉତ୍ତର ଦିଗରୁ ଥଣ୍ଡା ଶୁଖିଲା ପବନ ପ୍ରବାହିତ ହେଉଥିବାରୁ ଶୀତ ବଢିବାରେ ଲାଗିଛି । ଅନୁଗୁଳ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ପରିମାଣ ବଢିବ । ପାହାଡ଼ିଆ ଅଞ୍ଚଳରେ ରେକର୍ଡ ତାପମାତ୍ରା ହ୍ରାସ ହୋଇଛି ।

ରାଜନୀତି ପାଠରେ ପାରଙ୍ଗମ ହେବେ ବିଜେଡି ଯୁବ ନେତା

ଭୁବନେଶ୍ବର: ଆଜି ଭୁବନେଶ୍ବର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ବ ସମ୍ମିଳନୀ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ଏଥିରେ ଯୁବ ଓ ଛାତ୍ରଙ୍କୁ ସ୍ବତନ୍ତ୍ର ଟିପ୍ସ ଦେବେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅନ୍ୟ ନେତା । ଆଗାମୀ ପଞ୍ଚାୟତ ନିର୍ବାଚନରେ ଗାଁ ଗାଁ ବୁଲି ବିଜେଡି ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଯୁବ ଓ ଛାତ୍ରଙ୍କୁ ଦାୟିତ୍ବ ବଣ୍ଟନ କରାଯିବ । ସେହିପରି ନେତୃତ୍ବ ସମ୍ମିଳନୀ ଜରିଆରେ ପୌର ନିର୍ବାଚନ ପାଇଁ ବି ଛାତ୍ର ଓ ଯୁବକଙ୍କୁ ପ୍ରସ୍ତୁତ କରିବ ଦଳ । ଓ୍ବାର୍ଡ ଗୁଡ଼ିକରେ ସଂଗଠନ ଅଧିକ ମଜବୁତ କରିବାରେ ପ୍ରମୁଖ ଭୂମିକା ନେବେ ଛାତ୍ର ଓ ଯୁବ ନେତା  ।

ଆଜି ବି ବ୍ୟାଙ୍କ ବନ୍ଦ, ରାସ୍ତାରେ ଗର୍ଜିବେ ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ: ଗତକାଲି ଭଳି ଆଜି ବି ବନ୍ଦ ରହିବ ବ୍ୟାଙ୍କ । କେନ୍ଦ୍ର ସରକାରଙ୍କ ଘରୋଇକରଣକୁ ବିରୋଧ କରି ଦୁଇ ଦିନିଆ ବ୍ୟାଙ୍କ ବନ୍ଦ ଡାକରା ଦେଇଛି ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ୍ ୟୁନିଅନ୍ସ । ଯାହାର ପ୍ରଭାବ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିବ ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଘରୋଇ କମ୍ପାନୀ ହାତରେ ଟେକି ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଯାହକୁ ତୀବ୍ର ବିରୋଧ କରି ସାରା ଦେଶରେ ଡିସେମ୍ବର ୧୬ ଓ ୧୭ ତାରିଖରେ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି । ବ୍ୟାଙ୍କ ବନ୍ଦ ଯୋଗୁଁ ସାଧାରଣ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ପୂର୍ବରୁ ମଧ୍ୟ କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରି କର୍ମଚାରୀ ଆନ୍ଦୋଳନ ଓ ଧର୍ମଘଟ କରିଆସୁଥିଲେ । କେନ୍ଦ୍ର ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଫୋରମ୍ ।

ରାଜ୍ୟରୁ ରାଜ୍ୟକୁ ଡେଉଁଛି ଓମିକ୍ରନ

ନୂଆଦିଲ୍ଲୀ: ଓମିକ୍ରନ ଚିନ୍ତା ଘାରିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଚିହ୍ନଟ ହେଉଛନ୍ତି ନୂଆ ନୂଆା ସଂକ୍ରମିତ । ପୁଣି ନୂଆ ରାଜ୍ୟ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ପାଦ ଥାପିଛି ଓମିକ୍ରନ । କର୍ଣ୍ଣାଟକରୁ ୫ ଓ ତେଲେଙ୍ଗାନାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ମୋଟ ୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।

ସଂକ୍ରମିତଙ୍କୁ ଚିକିତ୍ସା କରାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ବିମାନ ବନ୍ଦର ଉପରେ ବିଶେଷ ଭାବେ ଧ୍ୟାନ ଦିଆଯାଉଛି । ବର୍ଷ ଆରମ୍ଭରୁ ମହାରାଷ୍ଟ୍ରରେ ଓମିକ୍ରନ କାୟା ବିସ୍ତାର କରିବା ନେଇ ମହାରାଷ୍ଟ୍ରର ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ସମସ୍ତ ରାଜ୍ୟର ସରକାର ଓମିକ୍ରନର ମୁକାବିଲା କରିବା ପାଇଁ ଆଗୁଆ ସଜାଗ ହୋଇଛନ୍ତି । କରୋନା କଟକଣା ମାନିବା ସହ ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ସେପଟେ ବ୍ରିଟେନରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ୮୮ ହଜାର ୩୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତେ ମାସ୍କ ପିନ୍ଧିବା ସହ କରୋନା ଗାଇଡଲାଇନ ମାନିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ।

‘ମେଡ଼ିକାଲର ସ୍ୱତନ୍ତ୍ର ବ୍ଲକର୍ ରହିବେ ଓମିକ୍ରନ ଆକ୍ରାନ୍ତ‘

ଭୁବନେଶ୍ୱର: ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି । ବାହାରଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡାନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । ଓମିକ୍ରନ୍‌ ପଜିଟିଭଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ କରାଯିବ ସ୍ୱତନ୍ତ୍ର ବ୍ଲକ । ଯେପରି ଅନ୍ୟ ରୋଗୀଙ୍କ ସହ ସଂସ୍ପର୍ଶରେ ନଆସିବେ ବ୍ୟବସ୍ଥା କରାଯିବ । ସେମାନଙ୍କ ପାଇଁ ହୋମ ଆଇସୋଲେସନ୍‌ ବ୍ୟବସ୍ଥା ନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଓମିକ୍ରନ୍‌ ଡେଲ୍ଟା ଠାରୁ ୫ ଗୁଣା ଅଧିକ ସଂକ୍ରାମକ । ତେବେ କେତେ ହସ୍ପିଟାଲାଇଜେସନ ହେବେ, କେତେ ଗୁରୁତର ହେବ ଜଣାପଡିନି । କିନ୍ତୁ ସାଧାରଣତଃ କୋଭିଡ ଭଳି ଲକ୍ଷଣ ପ୍ରକାଶ ପାଉଛି । ଭ୍ୟାକ୍ସିନ ଉପରେ ଏହାର ପ୍ରଭାଵ କଣ ରହିବ ବିଚାରାଧୀନ ଅଛି । ବର୍ତ୍ତମାନ ଅଧିକ ରୋଗୀ ନଥିବାରୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଷ୍ଟାଣ୍ଡବାଇ ମୋଡ୍‌ରେ ଅଛି ।

ଆବଶ୍ୟକ ସ୍ଥଳେ ଦୁଇତିନି ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ। ସ୍ଥାନୀୟ ଲୋକ ପ୍ରତିନିଧି, ଗାଁର ମୁଖିଆ ବି ସୂଚନା ଦେଲେ ସର୍ଭିଲାନ୍ସକୁ ଆଣି ଟେଷ୍ଟ କରାଯିବ । ସରକାର ଏଆର ସୁବିଧା ପୋର୍ଟାଲରେ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରୁଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।