PMAYରେ ଓଡ଼ିଶାକୁ ମିଳୁ ୬ ଲକ୍ଷ ଘର, ସଂସଦରେ ତେଜିଲା ଦାବି

BJD MP Raised PMAY Matter In Rajya Sabha

ନୂଆଦିଲ୍ଲୀ: ଓଡ଼ିଶାକୁ କେନ୍ଦ୍ର କରୁଛି ଅଣଦେଖା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶାକୁ ଘର ଦେଉ କେନ୍ଦ୍ର । ଖୋଲାଯାଉ ଆବାସ ପ୍ଲସ୍ ପୋର୍ଟାଲ୍ । ରାଜ୍ୟସଭାର ଶୂନ୍ୟକାଳରେ ପିଏମୱାଇ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତା ପାତ୍ରା, ଡ. ଅମର ପଟ୍ଟନାୟକ ଓ ସୁଜିତ କୁମାର । ଓଡ଼ିଶାର ୬ ଲକ୍ଷ ହିତାଧିକାରୀଙ୍କୁ ପିଏମୱାଇରେ ସାମିଲ୍ ଲାଗି ଆବାସ ପ୍ଲସ୍ ପୋର୍ଟାଲ ଖୋଲିବାକୁ ଦାବି କରିଛନ୍ତି ।

BJD MP Raised PMAY Matter In Rajya Sabha

ଆବାସରୁ ବଞ୍ଚିତ ହିତାଧିକାରୀ ମୁଖ୍ୟତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର । ପଶ୍ଚିମ, ଦକ୍ଷିଣ ସହ କେବିକେ ଜିଲ୍ଲାର ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ୬ ଲକ୍ଷ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ୍ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖି ଆସୁଥିବା ବେଳେ କେନ୍ଦ୍ର କର୍ଣ୍ଣପାତ କରୁନାହିଁ ।

BJD MP Raised PMAY Matter In Rajya Sabha

ଅଥଚ ଜାନୁଆରୀ ୧୩ ତାରିଖରେ କର୍ଣ୍ଣାଟକର ୨୫ ଲକ୍ଷ ହିତାଧିକାରୀଙ୍କୁ ପିଏମୱାଇରେ ସାମିଲ୍ ଲାଗି ଆବାସ ପ୍ଲସ୍ ପୋର୍ଟାଲ ଖୋଲାଯାଇଛି । ଯେତେବେଳେ କି ଓଡ଼ିଶାର ୬ ଲକ୍ଷ ହିତାଧିକାରୀ ମୁଖ୍ୟତଃ ଆଦିବାସୀ ଏଥିରୁ ବଞ୍ଚିତ ହେଉଛନ୍ତି । ଶୀଘ୍ର ଆବାସ ପ୍ଲସ୍ ପୋର୍ଟାଲ ଖୋଲିଲେ ଓଡ଼ିଶାର ଆଦିବାସୀ ହିତାଧିକାରୀ ଉପକୃତ ହୋଇପାରିବେ ।

Leave a Reply