spot_img
Home Blog Page 4733

ଦେଶରେ ଆଉ ଜଣଙ୍କ ମୁଣ୍ଡ ନେଲା ଓମିକ୍ରନ୍, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ନୂଆଦିଲ୍ଲୀ: ସାରା ଦେଶର ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜସ୍ଥାନରେ ଓମିକ୍ରନ ଭୟଙ୍କର ରୂପ ନେବାରେ ଲାଗିଛି । ତେବେ ଓମିକ୍ରନ ଆତଙ୍କ ଭିତରେ ବଢ଼ିଛି ଟେନସନ । ଭାରତରେ ଆଜି ଦ୍ୱିତୀୟ ମୁଣ୍ଡ ନେଇଛି ଓମିକ୍ରନ । ରାଜସ୍ଥାନରେ ଜଣେ ବୃଦ୍ଧ ଓମିକ୍ରନ ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ରାଜସ୍ଥାନର ଉଦୟପୁରର ଅଟନ୍ତି । ଏହି ବୃଦ୍ଧଙ୍କ ବୟସ ୭୩ ଅଟେ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ବ୍ୟକ୍ତିଙ୍କର ଓମିକ୍ରନରେ ମୃତ୍ୟୁ ବରଣ କରିଛନ୍ତି ସେ କରୋନାର ଉଭୟ ଡୋଜ ଟିକା ନେଇଥିଲେ ।

ଏହି ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ୧୫ ଡିସେମ୍ବରରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଓ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ସାମ୍ପ୍ୟୁଲ ଜିନେମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଜିନେମ ସିକ୍ୱେନ୍ସିଂ ରିପୋର୍ଟରେ ସେ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡ଼ିଥିଲେ । ତେବେ ଗତକାଲି ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ଆଜି ସେ ମୃତ୍ୟୁ ବରଣ କରିଛନ୍ତି । ଏହି ବ୍ୟକ୍ତିଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି । ଏହା ବ୍ୟତୀତ ଗତକାଲି ମହାରାଷ୍ଟ୍ରରେ ଭାରତରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା ।

ସାର୍ବଜନୀନ ହେବ ପଞ୍ଚାୟତ ପ୍ରାର୍ଥୀଙ୍କ ସତ୍ୟପାଠ

ଭୁବନେଶ୍ବର: ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦାଖଲ କରିବେ ସତ୍ୟପାଠ । ଏହାସହ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠ ସର୍ବଜନୀନ ମଧ୍ୟ କରାଯିବ । ତ୍ରିସ୍ତରୀୟ ନିର୍ବାଚନରେ ପ୍ରାର୍ଥୀଙ୍କ ସତ୍ୟପାଠ ବାବଦରେ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖି ଏମିତି କହିଛନ୍ତି । ପ୍ରାର୍ଥୀଙ୍କ ଅପରାଧିକ ମାମଲା, ସମ୍ପତ୍ତି ବିବରଣୀ ଏବଂ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ସତ୍ୟପାଠ ନୋଟିସ ବୋର୍ଡ ସହ ଜିଲ୍ଲା ପ୍ରଶାସନର ୱେବ ସାଇଟରେ ରହିବ । ନାମାଙ୍କନପତ୍ର ଦାଖଲ ଦିନଠାରୁ ନିର୍ବାଚନ ଫଳ ବାହାରିବା ପର୍ଯ୍ୟନ୍ତ ପବ୍ଲିକ ଡୋମେନରେ ରହିବ ସତ୍ୟପାଠ ।

ପୁଣି ଅରୁଣାଚଳ ପ୍ରଦେଶକୁ ନିଜର କହିଲା ଚୀନ, ନାଁ ଦେଲା ଜାଙ୍ଗନାନ୍

ନୂଆଦିଲ୍ଲୀ: ପୁଣି ଚୀନର ଭାରତ ବିରୋଧୀ ଯୋଜନା । ଭାରତ ବିରୋଧରେ ପୁଣି ଚୀନର ଷଡ଼ଯନ୍ତ୍ର ରଚିଛି । ଅରୁଣାଚଳ ପ୍ରଦେଶର ନାମ ପରିବର୍ତ୍ତନ କରି ଏହାର ଅନେକ ଅଞ୍ଚଳକୁ ନିଜ ନାମରେ ନାମିତ କରିଛି ଚୀନ । ଚୀନର ସିଭିଲ ଆଫାୟାର୍ସ ବିଭାଗ ପକ୍ଷରୁ ଅରୁଣାଚଳ ପ୍ରଦେଶର ନାଁକୁ ବଦଳାଇ ଜାଙ୍ଗନାନ୍ ରଖାଯାଇଛି । ଏହି ରାଜ୍ୟ ଅନ୍ତର୍ଗତ ୧୫ଟି ଅଞ୍ଚଳକୁ ତିବ୍ବତ, ଚୀନ ଓ ରୋମାନ ଭାଷାରେ ନାମିତ କରାଯାଇଛି । ଚୀନ ଷ୍ଟେଟ କାଉନସିଲ ପକ୍ଷରୁ ଏହି ନୂଆ ନାଁ ଜାରି କରାଯାଇଥିବା ସୂଚନା ମିଳିଛି । ଏହି ୧୫ଟି ସ୍ଥାନ କେଉଁଠି ଅଛି, ତାହାର ଭୌଗଳିକ ବିବରଣୀ ପ୍ରଦାନ କରାଯାଇଥିବା ବେଳେ ସେଥିରୁ ୮ଟି ଆବାସିକ ଅଞ୍ଚଳ, ୪ଟି ପାର୍ବତ୍ୟାଞ୍ଚଳ, ୨ଟି ନଦୀ ଓ ଗୋଟିଏ ମାଉଣ୍ଟେନ ପାସ୍ ରହିଛି ।

ଅରୁଣାଚଳ ପ୍ରଦେଶରେ ଚୀନ କରିଥିବା ଏହି ନାମକରଣ ପ୍ରକ୍ରିୟାକୁ ଭାରତ ତୀବ୍ର ବିରୋଧ କରିଛି । ଦକ୍ଷିଣ ତିବ୍ବତ ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରିବା ସହ ଅରୁଣାଚଳ ପ୍ରଦେଶରେ ନିଜ ଅଧିକାର ସାବ୍ୟସ୍ତ କରିବା ଲାଗି ଏହି ପଦକ୍ଷେପ ନେଇଛି । ପୂର୍ବରୁ ଏପ୍ରିଲ ୨୦୧୭ରେ ମଧ୍ୟ ୬ଟି ଅଞ୍ଚଳକୁ ଚୀନ ପୁନଃନାମିତ କରିଥିଲା ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । ଅରୁଣାଚଳ ପ୍ରଦେଶ ସର୍ବଦା ଭାରତର ଅବିଚ୍ଛେଦ ଅଙ୍ଗ ହୋଇ ରହିବ ବୋଲି ସେ କହିଛନ୍ତି । ଦକ୍ଷିଣ ତିବ୍ବତକୁ ଚୀନ ନିଜର ବୋଲି ଦାବି କରିବା ସହ ଅରୁଣାଚଳ ପ୍ରଦେଶ ଦକ୍ଷିଣ ତିବ୍ବତର ଏକ ଅଞ୍ଚଳ ବୋଲି ଚୀନ ଦର୍ଶାଉଛି ।

ଗତବର୍ଷ ପୂର୍ବାଞ୍ଚଳ ଲଦାଖ ସୀମା ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ ହୋଇଥିବା କଥାବାର୍ତ୍ତାରେ ଅଗ୍ରଗତି ହୋଇ ନଥିବାବେଳେ, ଚୀନର ଏହି ପଦକ୍ଷେପ ପୁଣି ଅଧିକ ବିବାଦ ସୃଷ୍ଟି କରିଛି । ପୂର୍ବରୁ ଚୀନର ସମ୍ଭାବ୍ୟ ଆକ୍ରମଣକୁ ନେଇ ପ୍ରକୃତ ନିୟନ୍ତ୍ରଣ ସୀମା ରେଖାରେ ଭାରତ ସାମରିକ ପ୍ରସ୍ତୁତି ଜାରି ରଖିଛି । ଗତ ଅକ୍ଟୋବରରେ ପୂର୍ବାଞ୍ଚଳ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଚୀନର ଯୁଦ୍ଧ ପ୍ରସ୍ତୁତି ସମ୍ପର୍କରେ ଆଭାସ ଦେଇଥିଲେ ।

ଦଲାଲ ମୁକ୍ତ ହେବ ଆରଟିଓ

ଭୁବନେଶ୍ବର: ନୂଆବର୍ଷରୁ ପରିବହନ ବିଭାଗରେ ଆସିବ ନୂଆ ସଂସ୍କାର । ମିଡିଲ୍ ମ୍ୟାନ ବା ଦଲାଲ ମିଳିବ ମୁକ୍ତି ହେବ ଆରଟିଓ । ଏଣିକି ଅଫଲାଇନ ନୁହେଁ, ଅନଲାଇନରେ ହେବ ଡିଏଲ ଆବେଦନଠାରୁ ଆରମ୍ଭ କରି ଗାଡି ପରମିଟ୍‌ ଭଳି ସବୁ କାମ ।

ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଯେ ଏସବୁ କାର୍ଯ୍ୟରେ ଦଲାଲଙ୍କର ବଡ଼ ଭୂମିକା ରହୁଛି । ଅନେକାଶଂରେ ଦଲାଲଙ୍କ ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ତେଣୁ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତାକାଲିଠୁ ଲାଗୁ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ଓମିକ୍ରନ୍ ପାଇଁ ଚିନ୍ତାରେ RBI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ସାରା ଦେଶରେ ବୃଦ୍ଧି ପାଉଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ ପାର କରିସାରିଲାଣି । ଏମିତି କି ମହାରାଷ୍ଟ୍ର ଓ ଦିଲ୍ଲୀରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି । ତେବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।  ଯଦି ଓମିକ୍ରନ୍ ଭାରତରେ କାୟା ବିସ୍ତାର କରେ ତେବେ ଦେଶରେ ବ୍ୟାଡ ଲୋନ ବା ଅନାଦେୟ ଋଣ ପରିମାଣ ବଢ଼ିବ । ଚଳିତ ବର୍ଷ ସେପ୍ଟେମ୍ବରରେ ବ୍ୟାଡ ଲୋନ ହାର ୬.୯ ପ୍ରତିଶତ ଥିବାବେଳେ ଆସନ୍ତା ବର୍ଷ ସେପ୍ଟେମ୍ବର ବେଳକୁ ଏହି ହାର ପ୍ରାୟ ୯.୫ ପ୍ରତିଶତ ହେବ ବୋଲି ଚେତାବନୀ ଦେଇଛି ଆରବିଆଇ । ଓମିକ୍ରନ୍ ସଂକ୍ରମଣ ଘନୀଭୂତ ହେଉଥିବା ବେଳେ ଖୁଚୁରା ଋଣ ପରିମାଣ ଉପରେ ଚାପ ପଡିଛି । ଦେଶର ବିଭିନ୍ନ ବ୍ୟାଙ୍କର ମୋଟ ନନ୍‌ପରଫର୍ମିଂ ଆସେଟ୍ସ ବା ଜିଏନପିଏ ୬.୯ ପ୍ରତିଶତ ଥିବାବେଳେ, ନେଟ୍ ନନପରଫର୍ମିଂ ଆସେଟ୍ସ ବା ଏନଏନପିଏ ୨.୩ ପ୍ରତିଶତ ରହିଛି । ମାତ୍ର ଓମିକ୍ରନ୍ ସଂକଟ ଯୋଗୁ ଜିଏନପିଏ ପରିମାଣ ୮.୧ ପ୍ରତିଶତକୁ ବୃଦ୍ଧି ପାଇବ । ଏପରିକି ଏହି ପରିମାଣ ୯.୫ ପ୍ରତିଶତକୁ ବଢିବା ଆଶଙ୍କା ରହିଛି ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଜିଏନପିଏ ପରିମାଣ ଗତ ସେପ୍ଟେମ୍ବରରେ ୮.୮ ପ୍ରତିଶତ ଥିବାବେଳେ ଏହା ଆସନ୍ତା ବର୍ଷ ୧୦.୫ ପ୍ରତିଶତକୁ ବଢିବା ଆଶଙ୍କା କରାଯାଇଛି । ସେହିପରି ଘରୋଇ ବ୍ୟାଙ୍କର ଜିଏନପିଏ ପରିମାଣ ଗତ ସେପ୍ଟେମ୍ବରରେ ୪.୬ ପ୍ରତିଶତ ଥିବାବେଳେ, ଏହା ଆସନ୍ତା ବର୍ଷ ସେପ୍ଟେମ୍ବର ବେଳକୁ ୫.୨ ପ୍ରତିଶତକୁ ବୃଦ୍ଧି ପାଇବ । ବିଦେଶୀ ବ୍ୟାଙ୍କର ଜିଏନପିଏ ପରିମାଣ ଗତ ସେପ୍ଟେମ୍ବରରେ ୩.୨ ପ୍ରତିଶତ ଥିବାବେଳେ, ଆସନ୍ତା ବର୍ଷ ଏହି ପରିମାଣ ୩.୯ ପ୍ରତିଶତ ହେବ ବୋଲି ଆଶଙ୍କା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ତାମିଲନାଡୁରେ ବର୍ଷା ବିତ୍ପାତ, ୩ ମୃତ

ନୂଆଦିଲ୍ଲୀ: ତାମିଲନାଡୁରେ ଜାରି ରହିଛି ଅବିଶ୍ରାନ୍ତ ବର୍ଷା । ଲଗାଣ ବର୍ଷାରେ ଉବୁଟୁବୁ ଚେନ୍ନାଇ ସହ ଅନେକ ସହର । ଗତ ୨୪ ଘଣ୍ଟାରେ ଚେନ୍ନାଇରେ ୨୦୦ ମିଲିମିଟର ବର୍ଷା ହୋଇଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ବର୍ଷା ବିତ୍ପାତ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଇଲେକ୍ଟ୍ରି କରେଣ୍ଟ ଲାଗି ୩ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନ୍ନା ନାଗୋଟା ଅଞ୍ଚଳରେ ଏକ ମଲର ଛାତ ଖସି ପଡ଼ିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଅବିଶ୍ରାନ୍ତ ବର୍ଷା ଫଳରେ ରାସ୍ତାଘାଟ ସହ ତଳିଆ ଅଞ୍ଚଳ ସବୁ ଜଳମଗ୍ନ ହୋଇଛି ।

 

ବର୍ଷା ସାଙ୍ଗକୁ ଚେମ୍ବ୍ରାମ୍ବକମ ଡ୍ୟାମରୁ ଏକ ହଜାର କ୍ୟୁସେକ ପାଣି ଛଡ଼ାଯାଇଥିବା ବେଳେ ଚେନ୍ନାଇରେ ରେଡ୍ ଆଲର୍ଟ ଜାରି କରାଯାଇଛି । ବର୍ଷା ଜଳ ନିଷ୍କାସିତ ହୋଇପାରୁ ନଥିବାରୁ ଚାରିଟି ସବ୍-ଓ୍ୱେକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଚେନ୍ନାଇ ସମେତ ତୀରୁଭାଲୁର, କାଞ୍ଚିପୁରମ୍ ଓ ଚେଙ୍ଗଲପେଟ୍ଟୁ ଜିଲ୍ଲାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ ବନ୍ଦ ଘୋଷଣା କରାଯାଇଛି । କେବଳ ଜରୁରୀକାଳୀନ ସେବା ଚାଲୁ ରହିଥିବାବେଳେ ଅନ୍ୟ ସମସ୍ତ ଅଫିସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଶେଷ ଯାତ୍ରାରେ କିଶୋର

ବ୍ରଜରାଜନଗର: ରାସ୍ତା କଡ଼ରେ ଲମ୍ବା ଲାଇନ । ସମସ୍ତେ ଯୋଡ଼ିଛନ୍ତି ହାତ । ଆଖିରୁ ଝରି ଯାଉଛି ଲୁହ । ଶୋକରେ ବୁଡ଼ିଛି ବ୍ରଜରାଜନଗର । ବିଦାୟ ନେଉଛନ୍ତି ପ୍ରିୟ ନେତା କିଶୋର ମହାନ୍ତି । ଶେଷ ଯାତ୍ରାରେ କିଶୋରଙ୍କୁ ଲୋକେ ଦେଉଛନ୍ତି ଆଶ୍ରୁଳ ବିଦୟ ।

ବ୍ରଜରାଜନରେ ଶୋକାକୁଳ ପରିବେଶ । ସହର ସ୍ତବ୍ଧ । ମଉଳି ଯାଇଛନ୍ତି ଅଞ୍ଚଳର ଗରିବ ଲୋକଙ୍କ ପାଇଁ ଛିଡ଼ା ହେଉଥିବା ସେହି ହୃଦୟବାନ ବ୍ୟକ୍ତି । ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ସେମାନଙ୍କ ଦୁଃଖ ସମୟରେ ସାହସ ହୋଇ ଛିଡ଼ା ହେଉଥିବା କିଶୋର ବାବୁ ।

ଝଡ଼ସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ମଙ୍ଗଳା ବଜାର ସ୍ଥିତି ବାସଭବନରେ କିଶୋର ମହାନ୍ତି ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ । କିଶୋର ମହାନ୍ତି ଅମର ରହେ ଧ୍ବନୀରେ ପ୍ରକମ୍ପିତ ହେଉଛି ଅଞ୍ଚଳ । ୬ ଖଣ୍ଡ କାଠର କୋକେଇରେ ଶୋଇଥିବା ପ୍ରିୟ ନେତାଙ୍କୁ ରାସ୍ତାର ଦୁଇ କଡ଼ରେ ହାତଯୋଡ଼ି ଛିଡ଼ା ହୋଇ ବିଦାୟ ଦେଉଛନ୍ତି ଅଞ୍ଚଳବାସୀ । କିଶୋର ବାବୁଙ୍କ ମରଶରୀର ବ୍ରଜରାଜନଗର ସହର ପରିକ୍ରମା କରିବା ପରେ ଅପରାହ୍ନରେ ଝାଡ଼େଶ୍ବର ମନ୍ଦିରସ୍ଥିତ ମୁକ୍ତିଧାମଠାରେ ଶେଷକୃତ୍ୟ କରାଯିବ ।

ସହର ପରିକ୍ରମା ପରେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାଧାରଣ ଲୋକ ଶେଷ ଦର୍ଶନ କରିପାରିବେ । କିଶୋରଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବ୍ରଜରାଜନଗର ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ କିଶୋରଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଆଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେପଟେ ଭୁବନେଶ୍ବର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ଶୋକସଭା । ଦଳର ବରିଷ୍ଠ ବିଧାୟକ ଓ ନେତା କିଶୋରଙ୍କ ସ୍ମୃତିଚାରଣ କରିଛନ୍ତି । କିଶୋର ମହାନ୍ତିଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ବିଜେଡି ନେତା ।

ଦେଶରେ ୧୨ ଶହ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭାରତରେ ଦ୍ରୁତ ଗତିରେ ମାଡି ଚାଲିଛି । ଗୁରୁବାର ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ ଥିବା ବେଳେ ଶୁକ୍ରବାର ଏହି ସଂଖ୍ୟା ୧୨୭୦ରେ ପହଞ୍ଚିଛି । ଅର୍ଥାତ ଗତ ୨୪ ଘଣ୍ଟାରେ ଦେଶରେ ୩୦୦ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶର ଓମିକ୍ରନ ଆକ୍ରାନ୍ତଙ୍କ ସର୍ବାଧିକ କେସ୍ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଆଜି ୧୯୮ ନୂଆ ଓମିକ୍ରନ ଚିହ୍ନଟ ହୋଇଥିବାବେଳେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ ପାର୍ କରିଛି ।

ମହାରାଷ୍ଟ୍ର ପରେ ଦିଲ୍ଲୀରେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ରେ ପହଞ୍ଚିଛି । ସେହିପରି କେରଳରେ ୧୦୯, ଗୁଜରାଟରେ ୯୭, ରାଜସ୍ଥାନରେ ୬୯, ତେଲେଙ୍ଗାନାରେ ୬୨, ତାମିଲନାଡୁରେ ୪୬, କର୍ଣ୍ଣାଟକରେ ୩୪, ଆନ୍ଧ୍ର ପ୍ରଦେଶରେ ୧୬, ହରିୟାଣାରେ ଓ ଓଡ଼ିଶାରେ ୧୪ ଓ ପଶ୍ଚିମବଙ୍ଗରେ ୧୧, ମଧ୍ୟପ୍ରଦେଶରୁ ୯, ଉତ୍ତରାଖଣ୍ଡରୁ ୪, ଚଣ୍ଡିଗଡ଼ରୁ ୩, ଜମ୍ମୁ-କଶ୍ମୀରରୁ ୩, ଆଣ୍ଡାମାନ ଓ ନିକୋକର ଦ୍ୱୀପରୁ ୨, ଉତ୍ତର ପ୍ରଦେଶରୁ ୨, ଗୋଆ, ହିମାଚଳ ପ୍ରଦେଶ, ଲଦାଖ, ମଣିପୁର ଓ ପଞ୍ଜାବରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଳ୍ପନାଜଳ୍ପନାର ଅନ୍ତ, ୩ରେ ଖୋଲିବ ପ୍ରାଥମିକ ସ୍କୁଲ

ଭୁବନେଶ୍ବର: ୩ ତାରିଖରେ ସ୍କୁଲ ଖୋଲିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାରେ ବିରାମ । ଘୋଷଣା ତାରିଖରେ ହିଁ ଖୋଲିବ ସ୍କୁଲ । ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଲେ- ସ୍କୁଲ ଖୋଲିବା ନେଇ କୌଣସି ଦ୍ବନ୍ଦ୍ବ ନାହିଁ । ଏହାସହ ଦୀର୍ଘ ୨ ବର୍ଷ ପରେ ଖୋଲିବାକୁ ଯାଉଛି ପ୍ରାଥମିକ ବିଦ୍ୟାଳୟ । ୩ ତାରିଖରୁ କୋଭିଡ କଟକଣାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବ ।

ମନ୍ତ୍ରୀ କହିଛନ୍ତି, ‘ଜିଲ୍ଲା ସ୍ତରରେ ନୋଡାଲ ଅଫିସର ବୁଲି ଭିତ୍ତିଭୂମି ଦେଖିବା ସହ ଜିଲ୍ଲା ଶିକ୍ଷାଧିକାରୀ ସହ ଆଲୋଚନ କରିଛନ୍ତି । ସଚିବ ଡିଇଓ ଓ ବିଇଓଙ୍କ ସହ ବୈଠକ କରିଛନ୍ତି । ଆସନ୍ତା 4 ତାରିଖରେ ଡିଇଓଙ୍କ ସହ ଫଲ ଆଉଟ୍ ସମ୍ପର୍କରେ ବୈଠକ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଯିଏ ଚାହିଁବେ, ଅନଲାଇନରେ ପଢିବେ । ଭିତ୍ତିଭୂମିକୁ ନଜରରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍କୁଲ କ୍ୟାମ୍ପସକୁ ସ୍ବଚ୍ଛ କରାଯାଇଛି । କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି । ତେଣୁ ପିଲାଙ୍କୁ ଗହଳି ସ୍ଥାନରୁ ଦୂରେଇ ରଖିବାକୁ ଅଭିଭାବକମାନଙ୍କୁ ନିବେଦନ କରାଯାଇଛି । ଓମିକ୍ରନକୁ ଦୃଷ୍ଟିରେ ରଖି ସଂକ୍ରମଣ ମୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହୋଇଛି । 2022ରେ ପରୀକ୍ଷା ଠିକ ସମୟରେ ହେବ ଓ ଫଳ ଠିକ ସମୟରେ ପ୍ରକାଶ ପାଇବାକୁ ପ୍ରସ୍ତୁତି କରାଯାଇଛି ।’

ଓଡ଼ିଶା ପାଇବ ନୂଆ ଡିଜିପି

ଭୁବନେଶ୍ବର: ଆଜି ଓଡ଼ିଶା ପାଇବ ନୂଆ ପୋଲିସ ମୁଖିଆ । ନୂଆ ଡିଜିପି ଭାବେ ଆଜି ଦାୟିତ୍ବ ନେବେ ୧୯୮୭ ବ୍ୟାଚର ଆଇପିଏସ୍‌ ଅଫିସର ସୁନିଲ ବଂଶଲ । ଅପରାହ୍ନରେ ୪ଟାରେ ଡିଜିପିଙ୍କ କାର୍ଯ୍ୟାଳୟରେ ଦାୟିତ୍ବ ନେବେ ସୁନିଲ ।

କେନ୍ଦ୍ରୀୟ ଡେପୁଟେସନରେ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି ବଂଶଲ । ଏହାସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେ ପୂର୍ବରୁ ସଫଳତାର ସହିତ କାମ କରିଛନ୍ତି । ଅଭିଜ୍ଞତାକୁ ପାଥେୟ କରି ଅପରାଧ ଦମନରେ ଓଡିଶା ପୋଲିସକୁ ଆଗକୁ ନେବେ ବୋଲି କହିଛନ୍ତି ବଂଶଲ ।