ଅନ୍ୟ ମହିଳାଙ୍କ ପାଇଁ ବାଲାଟ୍ ପେପର ନେଇ ଭୋଟ ଦେଉଛନ୍ତି ଦବଙ୍ଗ ମହିଳା: ଦେଖନ୍ତୁ ଭିଡିଓ

ଆରଡ଼ି: ଅନ୍ୟ ଜଣଙ୍କ ପାଇଁ ଭୋଟ୍‌ ଦେଉଛନ୍ତି ମହିଳା । ଜଣକ ପରେ ଜଣଙ୍କୁ ଭୋଟ ଦେବା ପାଇଁ ବୁଥ୍ ଭିତରକୁ ନେଇ ଯାଉଛନ୍ତି। ବାରମ୍ବାର ବାରଣ ସତ୍ତ୍ୱେ ଶୁଣୁନାହାନ୍ତି, ପ୍ରିଜାଇଡିଂ ଅଫିସର ଅସହାୟ। ଭଦ୍ରକ ତିହିଡି ବଡ଼ଗାଲୋ ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ୪ନମ୍ବର ବୁଥ୍‌ରେ ବେଧଡ଼କ ଅନ୍ୟ ମହିଳାଙ୍କ ପାଇଁ ବାଲାଟ ପେପର ନେଇ ଭୋଟ୍‌ ଦେଉଥିଲେ ମହିଳା ଜଣକ । ପ୍ରିଜାଇଡିଂ ଅଫିସର ତାଙ୍କୁ ରୋକିଥିଲେ, ହେଲେ ମହିଳା ଜଣକ ଶୁଣିନଥିଲେ । ଫଳରେ ପୋଲିସ ଆଗରେ ନେହୁରା ହୋଇଥିଲେ ପ୍ରିଜାଇଡିଂ ଅଫିସର ।

ଖାଲି ସେତିକି ନୁହେଁ ଭିଡିଓଗ୍ରାଫରଙ୍କୁ ବି ଖୋଲା ଧମକ ଦେଇଛନ୍ତି ସମ୍ପୃକ୍ତ ମହିଳା। ଭିଡିଓ ସୁଟିଂ କେହି ନକରିବା ପାଇଁ ଗାଁରେ ନିଷ୍ପତ୍ତି ହୋଇଛି। ପରିସ୍ଥିତି ଖରାପ ହେବା ଆଗରୁ ପଳାଇ ଯିବାକୁ ଧମକ ଦେଉଛନ୍ତି । ବୁଥ୍ ରିଗିଂ ଖବର ପାଇ ଘଟଣା ସ୍ଥଳରେ ଅତିରିକ୍ତ ଏସ୍‌ପି ପହଞ୍ଚିଥିଲେ । ତାଙ୍କ ସାମନାରେ ଖୋଲାଖୋଲି ମହିଳା ଜଣକ ଦାଦାଗିରି କରିଥିଲେ । ଏପରିକି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ମଧ୍ୟ ସେହି ଜାଗାରୁ ମହିଳା ଜଣକ ତଡ଼ି ଦେଇଥିବା ଅଭିଯୋଗ ହୋଇଛି ।

ଏଥିସହିତ ପଢ଼ନ୍ତୁ: ୧କୋଟି ୨୨ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍

 

Leave a Reply