‘ଫିଲ୍ମ ଅଫ୍ ଦି ଇୟର’ ଆୱାର୍ଡ ହାତେଇଲା Pushpa, ରଣବୀର ଶ୍ରେଷ୍ଠ ଅଭିନେତା

1 min read

ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମଦାନା ଅଭିନୀତ ବ୍ଲକବ୍ଲାଷ୍ଟର ଫିଲ୍ମ Pushpa: The Rise ହାତେଇଛି ‘ଫିଲ୍ମ ଅଫ୍ ଦି ଇୟର’ ଆୱାର୍ଡ। ରବିବାର ଦିନ ଆୟୋଜିତ ହୋଇଥିବା ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ ୨୦୨୨।

ଏନେଇ ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ପକ୍ଷରୁ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସୂଚନା ଦିଆଯାଇଛି ।


ଏହି ଫେଷ୍ଟିଭାଲରେ ରାଧିକା ମଦାନ, ରବିନା ଟଣ୍ଡନ୍, ମନୋଜ ବାଜପେୟୀ, ଆହାନ ସେଟ୍ଟୀ, କିଆରା ଆଡଭାନି ଓ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଭିନ୍ନ ଭିନ୍ନ ପୁରସ୍କାର ଦିଆଯାଇଛି । ତେବେ ସୁନୀଲ୍‌ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟିଙ୍କୁ ଡେବ୍ୟୁ ପାଇଁ ମିଳିଛି ଆୱାର୍ଡ ।

୧୭ ଡିସେମ୍ବରରେ ରିଲିଜ ହୋଇଥିବା ପୁଷ୍ପା ଫିଲ୍ମ ତେଲୁଗୁ ସହ ହିନ୍ଦୀ, ମାଲାୟାଲମ୍, କନ୍ନଡ ଭାଷାରେ ରିଲିଜ ହୋଇଥିଲା। ଯାହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ସୁକୁମାର ।

ଅଧିକ ପଢନ୍ତୁ- ବକ୍ସ ଅଫିସରେ ଧମାଲ କରିବା ପରେ OTTରେ ରିଲିଜ୍ ହେବ ପୁଷ୍ପା 

ଅପରପକ୍ଷେ ଫିଲ୍ମ ‘୮୩’ ପାଇଁ ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ଓ ଫିଲ୍ମ ‘ମିମି’ ପାଇଁ କ୍ରିତି ସେନନ୍‌ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି। ସେହିପରି ଶେରସାହାକୁ ସର୍ବଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଥିବା ବେଳେ କିଆରା ଆଡଭାନୀଙ୍କୁ ମିଳିଛି କ୍ରିଟିକ୍ସ ବେଷ୍ଟ ଅଭିନେତ୍ରୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କୁ କ୍ରିଟିକ୍ସ ବେଷ୍ଟ ଅଭିନେତା ଆୱାର୍ଡ ।

 

Leave a Reply