spot_img
Home Blog Page 4732

ଫିକା ପଡ଼ିବ ନୂଆବର୍ଷ, ସନ୍ଧ୍ୟା ୫ରୁ ସକାଳ ୫ ପର୍ଯ୍ୟନ୍ତ ପାର୍କ, ସମୁଦ୍ର କୂଳ ମନା

ମୁମ୍ବାଇ: ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ୧୨ ଶହରୁ ଅଧିକ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇସାରିଲେଣି । ଦେଶରେ ସର୍ବାଧିକ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥିତିରେ ଆସନ୍ତାକାଲି ନୂଆ ବର୍ଷ ଥିବାରୁ ମୁମ୍ବାଇ ପୋଲିସ ଏକ ସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରିଛି । ମୁମ୍ବାଇରେ ବଢ଼ୁଥିବା ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ଚଳିତ ନୂଆବର୍ଷ ପାଳନ ଫିକା ପଡ଼ିବ ।

ନୂଆ ନିୟମ ଅନୁସାରେ ନୂଆ ବର୍ଷ ପୂର୍ବରୁ ମୁମ୍ବାଇରେ ଜାରି କରାଯାଇଥିବା ୧୪୪ ଧାରାକୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସନ୍ଧ୍ୟା ୫ଟାରୁ ନେଇ ସକାଳ ୫ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କଡ଼ା କଟକଣା ଲାଗୁ କରାଯାଇଛି । ସମୁଦ୍ର କୂଳ, ଖୋଲା ପଡିଆ, ଗାର୍ଡେନ, ପାର୍କ ଓ ଅନ୍ୟ ସାର୍ବଜାନୀନ ସ୍ଥାନରେ ସନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି ।

ନିୟମ ଅନୁସାରେ ଏହି ସମୟ ମଧ୍ୟରେ ବିବାହ ସମାରୋହରେ କେବଳ ୫୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ରହିଛି । ଏହା ବ୍ୟତୀତ କୌଣସି ରାଜନୈତିକ ଓ ସାର୍ବଜନୀକ କାର୍ଯ୍ୟକ୍ରମରେ ମଧ୍ୟ ୫୦ ଲୋକଙ୍କୁ ଏକାଠି ହେବା ପାଇଁ ଅନୁମତି ମିଳିଛି । ସେହିପରି ଭାବରେ ଶୁଦ୍ଧକ୍ରିୟାରେ କେବଳ ୨୦ ଜଣ ଲୋକଙ୍କୁ ଅନୁମତି ରହିଛି । ଏହା ବ୍ୟତୀତ ମୁମ୍ୱାଇ ମହାନଗର ନିଗମ ଅଞ୍ଚଳରେ ୨୪ ଡିସେମ୍ୱରରେ ଜାରି ହୋଇଥିବା ନିୟମରେ ସଂଶୋଧନ କରାଯାଇଛି । ନୂଆ ଗାଇଡ ଲାଇନ୍ସ ଅନୁସାରେ ୟୁଏଇ ଏବଂ ଦୁବାଇରୁ ଆସୁଥିବା ବ୍ୟକ୍ତିଙ୍କୁ ୭ ଦିନ କ୍ୱାରେଣ୍ଟିନ୍‌ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।

 

ଦାୟିତ୍ୱ ଗ୍ରହଣ କଲେ ଡିଜିପି ସୁନିଲ ବଂଶଲ

କଟକ: ଦାୟିତ୍ବ ନେଲେ ନୂଆ ଡିଜିପି ସୁନୀଲ ବଂଶଲ । ଡିଜିପି ଅଭୟଙ୍କ ଅବସର ପରେ ତାଙ୍କ ସ୍ଥାନରେ ନୂଆ ଡିଜିପି ଭାବେ ଦାୟିତ୍ବ  ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ସୁନୀଲ ବଂ । କଟକ ସ୍ଥିତ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ସୁନୀଲଙ୍କୁ ଗାର୍ଡ ଅଫ ଅନର ପରେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି  । ଏହି ଅବସରରେ ବରିଷ୍ଠ ପୋଲିସ ଅଧିକାରୀମାନେ ସାମିଲ ହୋଇଥିଲେ ।

1987 ବ୍ୟାଚର ବରିଷ୍ଠ ଆଇପିଏସ ସୁନିଲ ବଂଶଲ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । ପୂର୍ବରୁ ଓଡ଼ିଶାରେ ମଧ୍ୟ ସେ କାମ କରିସାରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା, ମାଓ ଦମନ, ବରିଷ୍ଠ ନାଗରିକ ତଥା ନାରୀ ସୁରକ୍ଷା, ସାଇବର ଅପରାଧ ରୋକିବା ଦିଗରେ ତାଙ୍କ ନଜର ରହିବ । ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ମଧ୍ୟାରେ ସାରିବା ନୂଆ ଡିଜିପିଙ୍କ ମୁଖ୍ୟ ଲକ୍ଷ ରହିବ ।

କାହାଣୀ ୨୧: ବିବାଦରେ ପେଗାସସ୍, ଟାର୍ଗେଟରେ ୫୦ ହଜାର ବିଶିଷ୍ଟ ବ୍ୟକ୍ତି

ନନ୍ଦିଘୋଷ ବ୍ୟୁରୋ: ୨୦୨୧ ମସିହାରେ ସାରା ବିଶ୍ୱରେ ଅନେକ ବାଦ ବିବାଦ ସାମ୍ନାକୁ ଆସିଥିଲା । ତେବେ ଏହି ସବୁ ମଧ୍ୟରେ ୨୦୨୧ ମସିହାର ଚର୍ଚ୍ଚିତ ଓ ବିବାଦୀୟ ଘଟଣା ମଧ୍ୟରୁ ଇସ୍ରାଏଲ ସ୍ପାଇଓ୍ୱେୟାର କମ୍ପାନୀ ପେଗାସସ୍ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସାରା ବିଶ୍ୱର ପ୍ରାୟ ୫୦ ହଜାର ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଟାର୍ଗେଟ କରିଥିଲା ପେଗାସସ୍ । ଏହି ତାଲିକାରେ ଏକ ହଜାରରୁ ଅଧିକ ଭାରତୀୟଙ୍କୁ ଟାର୍ଗେଟ କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ଥିଲେ ବରିଷ୍ଠ ନେତା, ମନ୍ତ୍ରୀ, ବିଚାରପତି , ସାମ୍ବାଦିକଙ୍କ ସହ ଅନ୍ୟ କିଛି ବରିଷ୍ଠ ବ୍ୟକ୍ତି ବିଶେଷ ପେଗାସସର ଶିକାର ହୋଇଥିଲେ ।

 

ପେଗାସସ୍ ହେଉଛି ଇସ୍ରାଏଲର ଏକ ସ୍ପାଇୱେୟାର । ଏହା ଏମିତି ଏକ ସ୍ପାଇୱେୟାର, ଯାହା ଦ୍ୱାରା ଲୋକମାନଙ୍କର ଫୋନ୍ ନମ୍ବର ମାଧ୍ୟମରେ ଫୋନରେ ଥିବା ସମସ୍ତ ତଥ୍ୟ ଚୋରେଇ ନିଆଯାଇପାରିବ । ଫୋନରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍ସଆପ୍ ଚାଟ୍, ଫେସବୁକ୍ ଅପଡେଟ୍ ଆଦି ବହୁ ତଥ୍ୟ ଫୋନ୍ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍ ସ୍ପାଇୱେୟାର୍ ଚୋରି କରି ଏହାର କ୍ରେତାଙ୍କୁ ଜଣାଇଥାଏ । ଇସ୍ରାଏଲର ଏନଏସଓ ସଂସ୍ଥା ଏହି ‘ପେଗାସସ୍ ସ୍ପାଇୱେୟାର’କୁ କେବଳ ବିଭିନ୍ନ ସରକାରଙ୍କୁ ହିଁ ବିକ୍ରି କରିଥାଏ ।


ପେଗାସସକୁ ନେଇ ଭାରତରେ ମଧ୍ୟ ସୃଷ୍ଟି ହୋଇଥିଲା ରାଜନୈତିକ ଝଡ । ଏହି ଘଟଣାକୁ ଆମେରିକାର ବହୁ ଚର୍ଚ୍ଚିତ ଓ୍ୱାଟରଗେଟ ଦୁର୍ନିତ ସହ ତୁଳନା କରିଥିଲେ । ଭାରତରେ ପ୍ରାୟ ଏକ ହଜାରରୁ ଅଧିକ ଫୋନ ନମ୍ବରର ପେଗାସସର ଟାର୍ଗେଟରେ ରହିଥିବା ଜଣାପଡ଼ିଥିଲା । ପେଗାସସ୍ ଟାର୍ଗେଟରେ ଶାସକ, ବିରୋଧୀ ଦଳର ନେତା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ସାମାଜିକ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ବିଚାରପତି, ସାମ୍ବାଦିକ , ବେସରକାରୀ ସଂଗଠନର କର୍ମକତ୍ତା କେହି ବି ବର୍ତ୍ତିନଥିଲେ । ଭାରତ ସମେତ ବିଶ୍ୱର ୫୦ଟି ଦେଶରେ ପେଗାସସ୍ ମାଧ୍ୟମରେ ଫୋନ ହ୍ୟାକିଂ ହୋଇଥିବା ଜଣାପଡ଼ିଥିଲା ।


ପେଗାସସରେ ମୋଦୀ ସରକାରଙ୍କ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ନେତା, ସାମ୍ବାଦିକ, ସାମାଜିକ କର୍ମୀ ଆଦିଙ୍କ ବିରୋଧରେ ଏହି ଗୁଇନ୍ଦାଗିରି ହୋଇଥିବା ଅଭିଯୋଗ ରହିବା ସରକାରଙ୍କୁ କାଠଗଡ଼ାକୁ ଟାଣିଥିଲା । ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ହଙ୍ଗାମା କରିଥିଲେ । ଶେଷରେ ଏହି ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଥିଲା । ଉକ୍ତ ମାମଲା ସଂପର୍କରେ ସରକାର ସୁପ୍ରିମ କୋର୍ଟରେ ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରିଥିଲେ। ଅନୁମାନ ଏବଂ ତଥ୍ୟବିହୀନ ଗଣମାଧ୍ୟମ ରିପୋର୍ଟ ଉପରେ ଏହି ଅଭିଯୋଗ ପର୍ଯ୍ୟବସିତ ବୋଲି ସରକାର କହିଥିଲେ। ଏହାର ଶୁଣାଣି କରି ସୁପ୍ରିମ କୋର୍ଟ ଏକ ସାଇବର ବିଶେଷଜ୍ଞ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଆରଭି ରବୀନ୍ଦ୍ରନ ଉକ୍ତ ତଦନ୍ତର ଅନୁଧ୍ୟାନ କରିବେ ବୋଲି ସୁପ୍ରିମ କୋର୍ଟ କହିଥିଲା । ପେଗାସସ୍ ସ୍ପାଏଓ୍ୱେୟାର ମଧ୍ୟରେ ବିବାଦ ଘେରକୁ ଆସିବା ପରେ ଏହାର ବ୍ୟବହାର ଉପରେ ରୋକ ଲଗା ଯାଇଥିଲା । ଇସ୍ରାଏଲ ସରକାରଙ୍କ ତଦନ୍ତ ଅଧିକାରୀ ପେଗାସସର ଅଫିସ ଯାଞ୍ଚ କରିବା ପରେ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିଲେ ।


ବିଭିନ୍ନ ଦେଶର ସରକାର ଏନଏସଓ ପାଖରୁ ପେଗାସସର ଲାଇସେନ୍ସ ନେଇଥିଲେ। ହେଲେ କିଛି ସରକାର ଲାଇସେନ୍ସର ଅପବ୍ୟବହାର କରିଥିବା ସୂଚନା ମିଳିଥିଲା। ତେଣୁ ଏନଏସଓ ସେହି ସରକାରଙ୍କ ଲାଇସେନ୍ସ ସସପେଣ୍ଡ କରିଛି। ଏହାବାଦ ସମସ୍ତ ସରକାର ଏବେ ପେଗାସସ ବ୍ୟବହାର କରିପାରିବେ ନାହିଁ ବୋଲି ଏନଏସଓ ନିଷ୍ପତ୍ତି ନେଇଛି। ଇସ୍ରାଏଲ ଅଧିକାରୀ ଏନଏସଓ ଅଫିସ ଯାଞ୍ଚ କରିବା ବେଳେ ଅନେକ କିଛି ତଥ୍ୟ ପାଇଥିଲେ । କିନ୍ତୁ କେଉଁ ସବୁ ତଥ୍ୟ ଜବତ ହୋଇଛି ସେ ନେଇ କମ୍ପାନୀ କୌଣସି ସୂଚନା ଦେଇ ପାରିବ ନାହିଁ ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ।
ଅନ୍ୟପକ୍ଷରେ ପେଗାସସ୍ ସଫ୍ଟୱେୟାର କମ୍ପାନୀର ନିର୍ମାତା ଇସ୍ରାଏଲର ଏନଏସଓ ପ୍ରତିକ୍ରିୟା ରଖି ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଉଥିବା ଅଭିଯୋଗକୁ ଖାରଜ କରିସାରିଛି। କମ୍ପାନୀ କହିଛି ଏହି ସଫ୍ଟୱେୟାର କାହା ମୋବାଇଲର ଡାଟା ଚୋରି କରେ ନାହିଁ। ବରଂ ଏହି ସଫ୍ଟୱେୟାର ଏକ ଏପରି ଟେକ୍ନୋଲଜିରେ ତିଆରି ହୋଇଛି ଯାହାକି ସାରା ବିଶ୍ୱକୁ ସୁରକ୍ଷିତ ରଖିପାରିବ ବୋଲି ଏନଏସଓ କହିଥିଲା ।

୯ ପ୍ରସ୍ତାବକୁ କ୍ୟାବିନେଟର ମୋହର, ନୂଆ ବର୍ଷରେ ଶିକ୍ଷକଙ୍କୁ ଗିଫ୍ଟ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଐତିହାସିକ ନିଷ୍ପତ୍ତି ନେଇଛି । ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇ ଦିଆଯିବ । ଉପକୃତ ହେବେ ୧ ଲକ୍ଷ ୯୦ ପରିବାରର ୮ ଲକ୍ଷ ୫୮ ହଜାର ଲୋକ । ୫ ମହାନଗର ନିଗମରେ ୯୩୮ଟି ବସ୍ତି ରହିଛି । ୬ ମାସ ଭିତରେ ଶେଷ ହେବ ଜମି ଯୋଗାଣ । ଲ୍ୟାଣ୍ଡ ରାଇଟ୍ସକୁ ଆକ୍ଟ ଅନୁସାରେ ମିଳିବ ଜମି । ପୃଥିବୀର ସବୁଠୁ ବଡ଼ କାର୍ଯ୍ୟକ୍ରମ ହେଉଛି ଜାଗା ମିଶନ । ବର୍ଷର ଶେଷ କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ ଦେଇଛି ।

ଗ୍ରାଣ୍ଟ ଇନ ଏଡ ଶିକ୍ଷକଙ୍କୁ ୭ମ ବେତନ କମିଶନ ଅନୁଯାୟୀ ଦରମା ମିଳିବା ନେଇ ମୋହର ମରାଯାଇଛି  । ସେହି୍ପରି ଲାବରେଟୋରି ଟେକ୍ନିସିଆନ୍, ଲାଇବ୍ରିରିଆନ ପିଇଟି ନିଯୁକ୍ତି ଆକ୍ଟରେ ସଂଶୋଧନ କରାଯାଇଛି । ଏମାନଙ୍କୁ ଷ୍ଟାଫ ସିଲେକସନ୍ ବୋର୍ଡ ଜରିଆରେ ନିଯୁକ୍ତି ମିଳୁଥିବାବେଳେ ଏଣିକି ଉଚ୍ଚଶିକ୍ଷାର ସିଲେକସନ୍ ବୋର୍ଡ ଜରିଆରେ ନିଯୁକ୍ତି ମିଳିବ । ଫଳରେ ସରକାରୀ କଲେଜ ଗୁଡିକରେ ଆଗକୁ ଲାବ ଟେକ୍ନିସିଆନ୍, ଲାଇବ୍ରେରୀଆନ, ପିଇଟିଙ୍କ ନିଯୁକ୍ତି ସହଜ ହୋଇପାରିବ ।

ଏହା ସହ ହାଉସିଂବୋର୍ଡ ବିଡିଏ ଲ୍ୟାଣ୍ଡ ପ୍ୟାନେଲ ଅର୍ଥକୁ ସରକାର ଛାଡ କରିଛନ୍ତି । ସେହିପରି ପଞ୍ଚାୟତ ଆଇନ୍ , ପଞ୍ଚାୟତ ସମିତି ଆଇନ୍, ଜିଲ୍ଲା ପରିଷଦ ଆଇନର ସଂଶୋଧନ ଉପରେ ମୋହର ବାଜିଛି ।  ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ଭୁଲ ସତ୍ୟପାଠ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରପଞ୍ଚଙ୍କୁ ଅଧିକ ଦାୟିତ୍ବ ମିଳିବା ନେଇ ନିଷ୍ପତ୍ତି ହୋଇଛି । ଗ୍ରାମୀଣ ବିକାଶରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ବିଭାଗର ରିଷ୍ଟ୍ରକଚରିଂ ପ୍ରସ୍ତାବ କୁ ଅନୁମତି ମିଳିଛି ।  ସେହିପରି ରାୟଗଡ଼ାଠାରେ ନୂଆ ରୁରାଲ ସର୍କଲ ପ୍ରତିଷ୍ଠା ହେବ । ଉଦଳା, ବାଂଶପାଳ, ବଣାଇରେ ତିନିଟି ରୁରାଲ ୱାର୍କ ଡିଭିଜନ ସ୍ଥାପନ ହେବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ସମସ୍ତ ୩୧୪ ବ୍ଲକରେ ରୁରାଲ ୱାର୍କ ସବଡିଭିଜନ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାଦ୍ବାରା ଅଧିକ ନିଯୁକ୍ତି ସୃଷ୍ଟି ହେବ ।

 

 

କରୋନାରୁ ସୁସ୍ଥ ହେଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

କୋଲକାତା: ସୁସ୍ଥ ହେଲେ ସୌରଭ ଗାଙ୍ଗୁଲି । ଗତ ସୋମବାର ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହା ଫଳରେ ତାଙ୍କୁ କୋଲକାତାର ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତିନି ଜଣିଆ ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରିଥିଲେ । କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସାମ୍ପ୍ୟୁଲ ଜିନେମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । କିନ୍ତୁ ଏହି ରିପୋର୍ଟରେ ଓମିକ୍ରନ ନେଗେଟିଭ୍ ଆସିଥିଲା । ୪୯ ବର୍ଷିୟ ସୌରଭ ଗାଙ୍ଗୁଲି ହସ୍ପିଟାଲରେ ଭର୍ତ୍ତି ହେବା ପରେ ତୁରନ୍ତ ତାଙ୍କୁ ଆଣ୍ଟିବଡି କକଟେଲ ଥେରାପି ଦିଆଯାଇଥିଲା । ସୋମବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ଉଡଲାଣ୍ଡ ହସ୍ପିଟାଲ ପକ୍ଷରୁ ପ୍ରତିଦିନ ସୌରଭ  ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟକୁ ନେଇ ସ୍ୱତନ୍ତ୍ର ବୁଲେଟିନ ଜାରି କରାଯାଇଥିଲା ।

ବର୍ଷ ୨୦୨୧ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ବର୍ଷ ଥିଲା । ଏହା ପୂର୍ବରୁ ଏହି ବର୍ଷ ଆରମ୍ଭରେ ସୌରଭ ଗାଙ୍ଗୁଲି ହସ୍ପିଟାଲରେ ଆଡମିଟ ହୋଇଥିଲେ । ୨୦୨୧ ଜାନୁଆରୀରେ ଗାଙ୍ଗୁଲିଙ୍କ ହାର୍ଟ ସମସ୍ୟା ପାଇଁ ତାଙ୍କୁ ଏଞ୍ଜିଓପ୍ଲାଷ୍ଟି କରିବାକୁ ପଡ଼ିଥିଲା । ଏଥି ପାଇଁ କିଛି ଦିନ ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିଥିଲା । ତେବେ ବର୍ତ୍ତମାନ ଗାଙ୍ଗୁଲିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଗାଙ୍ଗୁଲି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କ ଘରେ କିଛି ଦିନ ଆଇସୋଲେସନରେ ରହିବେ ।

ଡ୍ରଗ୍ସ ମାଫିଆ ଟକଲୁ ରାଜା ସମ୍ପତ୍ତି ବାଜ୍ୟାପ୍ତି ଅନୁମତି

ଭୁବନେଶ୍ବର: ଡ୍ରଗ୍ସ କିଙ୍ଗ ଟକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ମିଳିଲା ଅନୁମତି । କୋଲକାତା କମିଟେଣ୍ଟ ଅଥରିଟି ଦେଲେ ଅନୁମତି । ଡ୍ରଗ୍ସ କିଙ୍ଗର ୨ କୋଟି ସମ୍ପତ୍ତି ବାଜ୍ୟାପ୍ତି ପାଇଁ STF ଅନୁମତି ମାଗିଥିଲା । ସମ୍ପତ୍ତିରେ ରହିଛି ବାଲେଶ୍ବର ଜିଲ୍ଲାରେ ୧୯ଟି ପ୍ଲଟ, ୨୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି । ପୁଅ, ଝିଅ ଏବଂ ନିଜ ମାମୁଁ ସହ ନିଜ ନାଁରେ କିଣିଥିଲା କୋଟି କୋଟି ଟଙ୍କାର ସମ୍ପତ୍ତି । ପୂର୍ବରୁ ଡ୍ରଗ୍ସ କାରବାର ନେଇ ଜେଲ ଯାଇଛି ସେକ ସମୁରିଦିନ ଓରଫ ଟକଲୁ ରାଜା ।

ଜାଗା ମିଶନରେ ଉପକୃତ ହେବ ୧ ଲକ୍ଷ ୯୦ ପରିବାର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୫ ମହାନଗର ନିଗମ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ । ଲ୍ୟାଣ୍ଡ ରାଇଟ୍ସକୁ ଆକ୍ଟ ଅନୁସାରେ ମିଳିବ ଜମି । ଉପକୃତ ହେବ ୧ ଲକ୍ଷ ୯୦ ପରିବାର । ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଯୋଗାଇ ଦିଆଯିବ ଜାଗା ।

୫ ମହାନଗର ନିଗମରେ ୯୩୮ଟି ବସ୍ତିର ୮ ଲକ୍ଷ ୫୮ ହଜାର ଲୋକ ହେବେ ଉପକୃତ । ୬ ମାସ ଭିତରେ ଶେଷ ହେବ ଜମି ଯୋଗାଣ କାର୍ଯ୍ୟକ୍ରମ । ପୃଥିବୀର ସବୁଠୁ ବଡ଼ କାର୍ଯ୍ୟକ୍ରମ ହେଉଛି ‘ଜାଗା ମିଶନ’ । ଯାହା କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହା ବସ୍ତିବାସିନ୍ଦାଙ୍କୁ ସେମାନେ ବସବାସ କରୁଥିବା ସହରରେ ସେମାନଙ୍କ ସମ୍ପୂର୍ଣ ଅଧିକାର ଅଛି ବୋଲି ଭରସା ଯୋଗାଇବ ଏବଂ ଲୋକଙ୍କ ମୂଲ୍ୟ, ଭୂମି ମୂଲ୍ୟଠାରୁ ଅଧିକ ବୋଲି ସରକାରଙ୍କର ବିଶ୍ଵାସକୁ ପ୍ରତିପାଦିତ କରୁଛି ।

କନ୍ନୌଜରେ ପୁଣି ଆୟକର ବିଭାଗର ଚଢ଼ାଉ, ଅଖିଳେଶ ଯାଦବଙ୍କ ଘନିଷ୍ଠ MLC ପୁଷ୍ପରାଜଙ୍କ ଘରେ ରେଡ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଆକ୍ଟିଭ୍ ମୋଡରେ ଆୟକର ବିଭାଗ । ୟୁପିରେ ସପ୍ତାହେ ଧରି ଚାଲିଛି ମାରାଥନ୍ ରେଡ୍ । କୁବେର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ପରେ କନ୍ନୌଜର ଆଉ ଜଣେ ଅତର ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ । ଟ୍ୟାକ୍ସ ଚୋରି ଅଭିଯୋଗରେ ଅତର ବ୍ୟବସାୟୀ ପୁଷ୍ପରାଜ ଜୈନ୍‌ଙ୍କ ଘର ଓ ଅଫିସରେ ଚାଲିଛି ରେଡ୍‌ । ସମାଜବାଦୀ ପାର୍ଟିର MLC ବା ବିଧାନ ପରିଷଦ ସଦସ୍ୟ ହେଉଛନ୍ତି ପୁଷ୍ପରାଜ ଜୈନ୍। ଆଜି ସକାଳ ୭ଟାରୁ ଆୟକର ବିଭାଗର ଏକାଧିକ ଟିମ୍ ପୁଷ୍ପରାଜଙ୍କ ଘର ଓ ଅନ୍ୟସ୍ଥାନରେ ପହଞ୍ଚି ଚଢ଼ାଉ ଆରମ୍ଭ କରିଛନ୍ତି ।

ଗତମାସରେ ପୁଷ୍ପରାଜ ଜୈନ୍ ‘ସମାଜବାଦୀ ପାର୍ଟି’ ଅତର ଲଞ୍ଚ କରିଥିଲେ । ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଅତର ଲଞ୍ଚ କରାଯାଇଥିଲା । ଉତ୍ତରପ୍ରଦେଶ, ଦିଲ୍ଲୀ, NCR ଓ ମୁମ୍ବାଇ ସମେତ ପ୍ରାୟ ୫୦ଟି ସ୍ଥାନରେ ରେଡ୍‌ ଜାରି ରହିଛି । ଅତର ବ୍ୟବସାୟରେ ସମ୍ପୃକ୍ତ ଅନେକ ବ୍ୟବସାୟୀ ଟ୍ୟାକ୍ସ ଚୋରି କରୁଥିବା ନେଇ ଅଭିଯୋଗ ପରେ ଚାଲିଛି ରେଡ୍‌ । ପୂର୍ବରୁ କନ୍ନୌଜର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଚଢ଼ାଉ କରି ପ୍ରାୟ ୨ଶହ କୋଟିର ନଗଦ ଟଙ୍କା, ସୁନା ବିସ୍କୁଟ ଆଦି ଜବତ କରିଥିଲା ଆୟକର ବିଭାଗ । ନିର୍ବାଚନର କିଛି ମାସ ପୂର୍ବରୁ ୟୁପିରେ ଆୟକର ବିଭାଗର ରେଡକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି ।

ସୁପ୍ରିମକୋର୍ଟ ଓକିଲ ମୋତେ ଧମକାଉଛନ୍ତି: ଡିମ୍ପଲ

ବ୍ରହ୍ମପୁର: ବ୍ରହ୍ମପୁର ବ୍ରହ୍ମାନଗର ଡିମ୍ପଲ-ସୁମିତ ବିବାହ ବିବାଦ ମାମଲାରେ ଆଉ ଏକ ନୂଆ ଟ୍ୱିଷ୍ଟ । ଗତକାଲି ରାତିରେ ଜଣେ ଅଜଣା ବ୍ୟକ୍ତି ଆସି ଡିମ୍ପଲଙ୍କ ସହ ଯୁକ୍ତିତର୍କ କରିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ ନିଜକୁ ଶ୍ରୀରାମ ସୁପ୍ରିମକୋର୍ଟ ଓକିଲର ପରିଚୟ ଦେଇ ଡିମ୍ପଲଙ୍କ ସହ ଯୁକ୍ତିତର୍କ କରିଥିଲେ । ଏନେଇ ଡିମ୍ପଲ ବି.ଏନ ପୁର ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଅଭିଯୋଗ କରିଛନ୍ତି । ତେବେ ଯେଉଁ ବ୍ୟକ୍ତି ଆସି ଡିମ୍ପଲଙ୍କୁ ଧମକାଇ ଥିଲେ ସେ କିଏ, ତାଙ୍କୁ କ’ଣ ଧମକ ଦେଇଛିନ୍ତି ତାହା ସବୁକୁ ଡିମ୍ପଲ ଭିଡିଓ ରେକର୍ଡିଂ କରିଛନ୍ତି । ତେବେ ଏହି ଭିଡିଓକୁ ଡିମ୍ପଲ ପୋଲିସକୁ ଦେଖାଇବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଡିମ୍ପଲଙ୍କ ସହ ଯୁକ୍ତିତର୍କ କରିଥିବା ବ୍ୟକ୍ତି ଜଣଙ୍କ ସତରେ ଜଣେ ଓକିଲ ନା ଆଉ କିଏ ତାହା ତଦନ୍ତ ପରେ ହିଁ ଜଣାପଡ଼ିବ । ସେପଟେ ଡିମ୍ପଲଙ୍କ ଧାରଣାକୁ ୩୯ ଦିନରେ ପହଞ୍ଚିଥିବାବେଳେ ସେ ଅସୁସ୍ଥ ହୋଇପଡିଲେଣି ବୋଲି କହିଛନ୍ତି ।

ନାଇଟ୍ କର୍ଫ୍ୟୁ ଗାଇଡ୍ ଲାଇନରେ ସଂଶୋଧନ

ଭୁବନେଶ୍ବର: ଜିରୋ ନାଇଟ, ନୂଆବର୍ଷ ପାଇଁ ଜାରି ହୋଇଥିବା ନାଇଟ୍ କର୍ଫ୍ୟୁ ଗାଇଡଲାଇନରେ ସଂଶୋଧନ । ସଂଶୋଧିତ ବିଜ୍ଞପ୍ତି ଜାରି କଲେ ଏସ୍ଆରସି । ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀ ସେବା ଅଧିକାରୀଙ୍କୁ ଅନୁମତି ମିଳିବ ।

ସରକାରୀ କର୍ମଚାରୀ, ଡାକ୍ତର, ପୋଲିସ୍‌ଙ୍କୁ କର୍ଫ୍ୟୁ ସମୟରେ ଅନୁମତି ମିଳିବ । ବିଦ୍ୟୁତ କର୍ମଚାରୀ, ଅଗ୍ନିଶମ ଓ ଟେଲିକମ କର୍ମଚାରୀଙ୍କୁ ମଧ୍ୟ ଅନୁମତି ମିଳିବ । ଗଣମାଧ୍ୟମ କର୍ମଚାରୀ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ । କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର ଉପରେ ରହିବନି କଟକଣା । କର୍ଫ୍ୟୁ ସମୟରେ ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିବ । ଜାତୀୟ ରାଜପଥ କଡ ଢାବା ଓ ରେସ୍ତୋରାଁକୁ ଟେକ୍ଆୱେ ପାଇଁ ଅନୁମତି ମିଳିବ । ଖାଦ୍ୟ ସାମଗ୍ରୀର ହୋମଡେଲିଭରୀକୁ ଅନୁମତି ମିଳିବ ।