ଆଶିଷ ମିଶ୍ରାଙ୍କୁ ଜାମିନ୍ ବିରୋଧରେ ସୁପ୍ରିମକୋର୍ଟ ଗଲେ ମୃତ ଚାଷୀଙ୍କ ପରିବାର

Farmers Challenged Bail To Ashish Mishra On Lakhimpur Kheri Case In Supreme Court

ନୂଆଦିଲ୍ଲୀ: ୟୁପି ଲଖିମପୁର ଖିରିରେ ଗାଡ଼ି ଚଢ଼ାଇ ଚାଷୀଙ୍କୁ ହତ୍ୟା ମାମଲା । ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ୍ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ ହୋଇଛି । ଲଖିମପୁର ଖିରି ମାମଲାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ କୃଷକଙ୍କ ପରିବାର ପକ୍ଷରୁ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ୍ ବିରୋଧରେ ଆବେଦନ କରିଛନ୍ତି ପ୍ରଶାନ୍ତ ଭୂଷଣ ।

ସେ କହିଛନ୍ତି, ଜାମିନ୍ ଦେବା ବେଳେ ହାଇକୋର୍ଟ ଅପରାଧକୁ ଗମ୍ଭୀରତାର ସହ ଧ୍ୟାନ ଦେଇ ନାହାନ୍ତି । ଏହା ବିରୋଧରେ ରାଜ୍ୟ ସରକାର, ସୁପ୍ରିମକୋର୍ଟରେ ଅପିଲ୍ କରିବା କଥା । କିନ୍ତୁ ରାଜ୍ୟ ସରକାର ସେଭଳି କରି ନାହାନ୍ତି । ଏହା ପୂର୍ବରୁ ଓକିଲ ଶିବ କୁମାର ତ୍ରିପାଠୀ ଓ ସିଏସ୍ ପଣ୍ଡା ଫେବ୍ରୁଆରୀ ୧୭ରେ ଜାମିନକୁ ବିରୋଧ କରି ଆବେଦନ କରିଥିଲେ । ଆଶିଷ ମିଶ୍ରାଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ଫେବ୍ରୁଆରୀ ୧୦ରେ ଜାମିନ୍ ଦେଇଥିଲା ।

 Farmers Challenged Bail To Ashish Mishra On Lakhimpur Kheri Case In Supreme Court

୨୦୨୧ ଅକ୍ଟୋବର ୩ରେ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି କୃଷକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗାଡ଼ି ଚଢ଼ାଇ ଦେଇଥିଲେ । ଏଥିରେ କେତେକ କୃଷକଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ସ୍ଥାନୀୟ ସାମ୍ବାଦିକ ରମନ କଶ୍ୟପଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ କୃଷକ ବିଜେପି କର୍ମୀଙ୍କୁ ମାଡ଼ ମାରିଥିଲେ, ଯେଉଁଥିରେ କିଛି ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏନେଇ ଓକିଲ ଶିବ କୁମାର ତ୍ରିପାଠୀ ପ୍ରଧାନ ବିଚାରପତି ଏନଭି ରମଣାଙ୍କୁ ଘଟଣା ସମ୍ପର୍କରେ ଚିଠି ଲେଖିଥିଲେ । ଏହାକୁ ଗମ୍ଭୀରତାର ସହ ନେଇ ସୁପ୍ରିମକୋର୍ଟ ଶୁଣାଣି କରିବା ସହ ନଭେମ୍ବର ୧୭ରେ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟ ଏସଆଇଟି ଗଠନ କରିଥିଲେ ।

Leave a Reply