ୟୁକ୍ରେନ ଉପରେ ଆକ୍ରମଣ କଲେ କାହାକୁ ମାରିବ ଋଷ ?

1 min read

ନୂଆଦିଲ୍ଲୀ: ସୀମାରେ ସୈନ୍ୟବଳ ବଢ଼ାଉଛି ଋଷ । କେତେବେଳେ ବି କରିପାରେ ୟୁକ୍ରେନ୍ ଉପରେ ଆକ୍ରମଣ । ଆମେରିକା ଗୁଇନ୍ଦା ସଂସ୍ଥା ଅନୁସାରେ, ୟୁକ୍ରେନ୍ ଉପରେ ଋଷ କେବଳ ଆକ୍ରମଣ କରିବନି ବରଂ କାହାକୁ କାହାକୁ ମାରିବ ସେ ନେଇ ତାଲିକା ପ୍ରସ୍ତୁତ କରିଛି । ଋଷର କିଲ୍ ଲିଷ୍ଟରେ ୟୁକ୍ରେନର ରାଜନେତା, ଦୁର୍ନୀତି ବିରୋଧୀ କାର୍ଯ୍ୟକର୍ତ୍ତାଙ୍କ ସହ ୟୁକ୍ରେନରେ ରହୁଥିବା ଋଷ ଓ ବେଲାଋଷ ଅସନ୍ତୁଷ୍ଟଙ୍କ ନାଁ ଥିବା ଆମେରିକା ଆଶଙ୍କା କରିଛି ।

 US officials reportedly say Russia has a list of opponents to arrest or assassinate if it invades Ukraine

ଆମେରିକା ଗୁଇନ୍ଦ ସଂସ୍ଥା ୪ ସହଯୋଗୀଙ୍କ ସହ ମିଶି ଏଭଳି ବିସ୍ଫୋରକ ତଥ୍ୟ ଦେଇଛି । ୟୁକ୍ରନ୍ ଉପରେ ଋଷର ଆକ୍ରମଣ ନେଇ ଅନିଶ୍ଚିତତା ମଧ୍ୟରେ ଆସିଥିବା ରିପୋର୍ଟ ପଶ୍ଚିମୀ ଦେଶର ନେତାଙ୍କ ହୃତସ୍ପନ୍ଦନ ବଢ଼ାଇ ଦେଇଛି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଗାମୀ ଦିନରେ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଆଶଙ୍କାକୁ ଦୃଢ଼ୀଭୂତ କରିଛନ୍ତି ।

 US officials reportedly say Russia has a list of opponents to arrest or assassinate if it invades Ukraine

ଯଦିଓ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ନେଇ କୌଣସି ଯୋଜନା ନଥିବା ଋଷ କହି ଆସୁଛି । ତଥାପି ୟୁକ୍ରେନ୍-ଋଷ ସୀମାରେ ଏବେ ଋଷର ୧ ଲକ୍ଷ ୯୦ ହଜାର ଯବାନ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ମୁତୟନ ଅଛନ୍ତି । ଆମେରିକା, ୟୁନାଇଡେଟ୍ କିଙ୍ଗଡମ୍, ଅଷ୍ଟ୍ରେଲିଆ, କାନାଡା ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ଋଷର ଗୁଇନ୍ଦା ସଂସ୍ଥା ଉପରେ ନଜର ରଖିଛନ୍ତି ।

 US officials reportedly say Russia has a list of opponents to arrest or assassinate if it invades Ukraine

ଋଷର ୟୁକ୍ରେନ ପଲିସି ଅନୁସାରେ, ଯେ କେହି ବି ଋଷର କାର୍ଯ୍ୟରେ ବାଧା ଦେବ ତାକୁ ଋଷ ହତ୍ୟା କରିବ ବୋଲି ଆମେରିକା କହିଛି । ପୂର୍ବରୁ ଭୟ ଦେଖାଇ ବଳପୂର୍ବକ ଋଷ ଅନ୍ୟକୁ ଦମନ କରିଥିବାର ନଜିର୍ ରହିଛି । ସେ ଦୃଷ୍ଟିରୁ ହତ୍ୟା, ଅପହରଣ, ନିର୍ଯାତନା ଭଳି ପ୍ରଥା ଆପଣାଇ ଋଷ ୟୁକ୍ରେନ୍ ଦଖଲ କରିପାରେ ବୋଲି ରିପୋର୍ଟରେ କୁହାଯାଇଛି । ଏପରିକି ୟୁକ୍ରେନରେ ଥିବା ଋଷ ଓ ବେଲାଋଷର ଅସନ୍ତୁଷ୍ଟ ନାଗରିକ, ସାମ୍ବାଦିକ, ଦୁର୍ନୀତି ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ଋଷ ଟାର୍ଗେଟ୍ କରିପାରେ ।

 US officials reportedly say Russia has a list of opponents to arrest or assassinate if it invades Ukraine

ଏପରିକି ୟୁକ୍ରେନରେ ଋଷ ସମର୍ଥିତ ସରକାର ପାଇଁ ପୁଟିନ ୟୁକ୍ରେନ୍ ପ୍ଲାନ୍ କରିଛନ୍ତି । ଏଥିପାଇଁ ଋଷ ସେନା ୟୁକ୍ରେନରେ ଜଣେ ଏପରି ବିଶ୍ୱସ୍ତ ବ୍ୟକ୍ତିଙ୍କ ସନ୍ଧାନର ଅଛି ଯିଏ ଋଷ ସହ ମିଶି ୟୁକ୍ରେନରେ ସରକାର ଚଳାଇ ପାରିବ । ଆକ୍ରମଣକୁ ପ୍ରତିହତ କରିବା କ୍ଷମତା ଥିବା ବ୍ୟକ୍ତିଙ୍କୁ ସରକାର ଚଳାଇବା ଲାଗି ଖୋଜୁଛି ଋଷ । ଏଥିପାଇଁ ଋଷ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଓ ସେନା ପଠାଇବା ପୂର୍ବରୁ ମିସାଇଲ୍ ସହ ବୋମାମାଡ଼ କରିପାରେ ବୋଲି ଆମେରିକା କହିଛି । ଆମେରିକା ବିଦେଶ ସଚିବ ବ୍ଲିଙ୍କେନଙ୍କ ଅନୁସାରେ, ଋଷ ୟୁକ୍ରେନ ଉପରେ ଆକ୍ରମଣ କଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଟାର୍ଗେଟ୍ କରିବ । ଯୁଦ୍ଧର ଆଶଙ୍କା ଭିତରେ ୟୁକ୍ରେନର ଡୋନଷ୍ଟକରେ ସୋମବାର ବିସ୍ଫୋରଣ ହୋଇଥିବା ସୂଚନା ଆସିଛି । ଏବେ ୟୁକ୍ରେନର ଉତ୍ତର ସୀମାରେ ଋଷ ୨୦ ହଜାର ସୈନିକଙ୍କୁ ଠୁଳ କରିଛି । ଋଷ ଯବାନ ଟ୍ୟାଙ୍କ, ଯୁଦ୍ଧ ବିମାନ, ତୋପ ଭଳି ଯୁଦ୍ଧାସ୍ତ୍ର ସହ ୟୁକ୍ରେନ୍ ସୀମାରେ ଅଛନ୍ତି । ଋଷ ସୈନ୍ୟ ଥିବା ସ୍ଥାନ ଠାରୁ ୟୁକ୍ରେନ ରାଜଧାନୀ କିଭର ଦୂରତା ମାତ୍ର ୪ ଘଣ୍ଟାର ରାସ୍ତା ।

Leave a Reply