ନିଜ ନିଜ ସ୍ତ୍ରୀଙ୍କୁ ଏକାଥରକେ କାହିଁକି ୩ ଭାଇ ଦେଲେ ଛାଡ଼ପତ୍ର ?

Three brothers divorce their wives at the same time in Algeria

ନୂଆଦିଲ୍ଲୀ: ଆଧୁନିକ ସମାଜରେ ଯୌଥ ପରିବାର ବଦଳରେ ଅନେକ ଛୋଟ ପରିବାରରେ ରହିବାକୁ ପସନ୍ଦ କରୁଛନ୍ତି । ସୀମିତ ରୋଜଗାର ହେଉ ଅବା ଯୌଥ ପରିବାରରେ ବ୍ୟୟୋଜେଷ୍ଠ୍ୟଙ୍କ ଆଦବକାଏଦା । ଏସବୁ କାରଣରୁ ଏବେ ଅଧିକାଂଶ ବଡ଼ ପରିବାର ବଦଳରେ ଏକାକୀ ରହିବାକୁ ପସନ୍ଦ କରୁଛନ୍ତି । ଅନେକ କ୍ଷେତ୍ରରେ ବାପା, ମାଆଙ୍କୁ ଅଲଗା କରି ସ୍ତ୍ରୀ ସହ ରହୁଛି ପୁଅ । ଥରେ ଭାବିଲେ ପିଲାଟି ଦିନରୁ ଆପଣଙ୍କୁ କଷ୍ଟ କରି ବଡ଼ କରିଥିବା ବାପାମାଆ ବୃଦ୍ଧାବସ୍ଥାରେ କେମିତି ନିଃସଙ୍ଗ ଜୀବନ ବିତାଇବେ ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ଅଲଜେରିଆରର ଏହି ଖବରରୁ…

ଘରେ ତିନି ପୁଅ, ତିନି ବୋହୂ । ଭାବୁଥିବେ ବୃଦ୍ଧ ବାପାମାଆଙ୍କ ଜୀବନ ବେଶ୍ ଆରାମରେ କଟୁଥିବ । କିନ୍ତୁ ନା… ବଡ଼ ପରିବାର ଥାଇ ବି ଅବହେଳିତ ବୃଦ୍ଧା ମାଆ । ଯେଉଁଥିପାଇଁ ତିନି ଭାଇ ଏକାଥରକେ ନିଜ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି । ଗୋଟିଏ ମିନିଟ୍ ଭିତରେ ବୁଝି ବିଚାରି ଏଭଳି ସ୍ତ୍ରୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ତିନିଭାଇ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।

ଏଥିସହ ପଢ଼ନ୍ତୁ: ବଞ୍ଚିବ ମରଶରୀର ! ବଡ଼ ବଡ଼ ଟାଙ୍କିରେ ବର୍ଷ ବର୍ଷ ଧରି ରଖାଯାଇଛି ମୃତଦେହ

ସୂଚନା ଅନୁସାରେ, ବୁଢ଼ି ମାଆର ଦେଖାଶୁଣା କରୁ ନଥିଲେ ତିନି ବୋହୂ । ଯାହା ଫଳରେ ତିନି ଭାଇ ଏଭଳି ନିଷ୍ପତ୍ତି ନେଇ ନିଜ ସ୍ତ୍ରୀଙ୍କୁ ଶିକ୍ଷା ଦେବା ସହ ସମାଜକୁ ବାର୍ତ୍ତା ଦେଇଛନ୍ତି । ଗୋଟିଏ ଦିନ ତିନି ଭାଇ କାମରୁ ଫେରିବା ବେଳେ ଦେଖନ୍ତି ବୁଢି ମାଆକୁ ପଡ଼ୋଶୀ ଗାଧୋଇ ଦେଉଛନ୍ତି । ଘରେ ତିନି ବୋହୂ ଥିଲେ ସୁଦ୍ଧା ପାଖରେ କେହି ନାହାନ୍ତି । ଏଥିରେ ବ୍ୟଥିତ ହୋଇ ତିନିଭାଇ ସଙ୍ଗେ ସଙ୍ଗେ ନିଜ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଦେଇଥିଲେ ।

ତିନି ଭାଇଙ୍କ ସ୍ତ୍ରୀମାନେ ବୁଢି ମାଆର ସେବା ତ ଦୂରର କଥା, ଖାଇବା ପିଇବା କଥା ବୁଝି ନଥିଲେ । ସପ୍ତାହରେ ଦୁଇଥର ଝିଅ ଆସି ମାଆକୁ ଗାଧୋଇ ଦେବା ସହ ଖାଇବା ଦେଇ ଯାଉଥିଲା । ହେଲେ ଝିଅର ସ୍ୱାମୀ କ୍ୟାନସରରେ ପଡ଼ିବା ପରେ ସେ ଆସି ପାରି ନଥିଲା । ଝିଅ ନ ଆସିବାରୁ ବୁଢ଼ି ମାଆର ସମସ୍ୟା ଆହୁରି ବଢ଼ି ଯାଇଥିଲା । ତିନି ପୁଅଙ୍କ କହିବା ସତ୍ତ୍ୱେ ସେମାନଙ୍କ ସ୍ତ୍ରୀ ବୁଢ଼ି ମାଆର ସେବା କରି ନଥିଲେ । ଯାହାର ଫଳ ଏବେ ତିନି ବୋହୂଙ୍କୁ ଭୋଗିବାକୁ ପଡ଼ିଛି ।

Leave a Reply