ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ଘଟିଛି ହୃଦୟ ବିଦାରକ ଘଟଣା । ଜନ୍ମ କଲା ପୁଅ ସାଜିଲା ସଇତାନ । ଅତି ନୃଶଂସ ଭାବେ ମାଆକୁ ପୋଡ଼ି ମାରିଲା ପୁଅ । ଭୁବନେଶ୍ୱର ବଡ଼ଗଡ ଥାନା କଳିଙ୍ଗବସ୍ତିର ଏ ଅଭାବନୀୟ ଘଟଣା । ଦରପୋଡା ଅବସ୍ଥାରେ ମାଆର ମୃତଦେହ ଜବତ କରିଛି ପୋଲିସ । ହତ୍ୟା କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତ ପୁଅ ପ୍ରଶାନ୍ତ ଜେନାକୁ ଅଟକ ରଖି ପୋଲିସର ତଦନ୍ତ ଜାରି ରଖିଛି ।
ମାଓବାଦୀଙ୍କୁ ବଡ଼ ଝଟକା: ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନିପାତ
ମାଲକାନଗିରି: ମାଓ ମୁକାବିଲାରେ ବଡ଼ ସଫଳତା । ଲାଲବାହିନୀକୁ ବଡ଼ ଝଟକା । ବିଜାପୁର ଓ ତେଲେଙ୍ଗାନା ସୀମାନ୍ତରେ ମାଓବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ । ମୃତକଙ୍କ ମଧ୍ୟରେ ୨ ମହିଳା ମାଓବାଦୀ ଥିବା ସୂଚନା । ଦୁର୍ଦ୍ଦାନ୍ତ ମାଓନେତା ସୁଧାକର ନିହତ ହୋଇଥିବା ସ୍ପଷ୍ଟ ହୋଇଛି । ମାଓ ଆକ୍ରମଣରେ ଜଣେ ଗ୍ରେହାଣ୍ଡ ଯବାନ ଗୁରୁତର ଅବସ୍ଥାରେ ଏୟାରଲିପ୍ଟ ହୋଇ ଚିକିତ୍ସିତ ହୋଇଛନ୍ତି । ଗ୍ରେହାଉଣ୍ଡ, ଡ଼ିଆରଜି ଓ ସିଆରପିଏଫର ମିଳିତ ଟିମ୍ ବିଜାପୁର ଓ ସୁକୁମା ଅଞ୍ଚଳରେ ଅପରେସନ କରିଥିଲେ । ଏନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି ।
ଏଥିସହିତ ପଢ଼ନ୍ତୁ: ଛତିଶଗଡ଼ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨ମାଫିଆ ଗିରଫ
ଛତିଶଗଡ଼ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨ମାଫିଆ ଗିରଫ
ଲମତାପୁଟ: ଓଡ଼ିଶା ରାସ୍ତା ଦେଇ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଛି ବିପୁଳ ପରିମାଣରେ ଗଞ୍ଜେଇ । ଗଞ୍ଜେଇ ଭର୍ତ୍ତି ଗୋଟିଏ ପିକଅପ୍ ଭ୍ୟାନ ସହ ୨ ଜଣ ଗଞ୍ଜେଇ ମାଫିଆକୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହେଇଛି । ମାଛକୁଣ୍ଡ ଥାନା ଅନ୍ତର୍ଗତ ହରଗଣ୍ଡା ଅଞ୍ଚଳରୁ ଏକ ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ ସଗର ଓ ମରିଛମାଲ ଦେଇ ଛତିଶଗଡ଼ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ଯୋଜନା ରହିଥିଲା ।

ଏ ସମ୍ପର୍କରେ କୋରାପୁଟ SPଙ୍କ ନିକଟରେ ଖବର ରହିଥିଲା । ପରେ spଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ମିଳିତ ଭାବେ ଲମତପୁଟ ଠାରୁ ୧୨ କିଲୋମିଟର ସଗର ଗାଁ ନିକଟ ଛକରେ ନାକାବନ୍ଧି କରି ଗାଡି ଯାଞ୍ଚ କରିଥିଲେ । ହରଗଣ୍ଡା ଅଞ୍ଚଳରୁ ଗୋଟିଏ ପିକୋପ ଭ୍ୟାନ ଦ୍ରୁତ ଗତିରେ ଆସୁଥିବା ନେଇ ପୁଲିସ ସନ୍ଦେହ କରି ଗାଡିକୁ ଅଟକାଇଥିଲା । ଗାଡିକୁ ଯାଞ୍ଚ କରିବା ପରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ ।
ମାଛକୁଣ୍ଡ ପୁଲିସ ଗଞ୍ଜେଇ ଭର୍ତ୍ତି ଗାଡ଼ି ସହ ୨ଜଣକୁ ଗିରଫ କରିଥିଲେ । ଜବତ ଗାଡିରୁ ୩ ଶହ ୧୦ କେଜି ଗଞ୍ଜେଇ ଓଜନ କରିଥିଲେ । ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ସ୍ଥାନୀୟ ଅଞ୍ଚଳରେ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଏହି ମାମଲାରେ ମାଲକାନଗିରି ଜିଲ୍ଲା ଚିତ୍ରକଣ୍ଡା ଅଂଚଳର ଦୈତାରି ଲକେଇ ଓ ମାଛକୁଣ୍ଡ ଥାନା ଅନ୍ତର୍ଗତ କୁମ୍ଭାରପୁଟ ଗାଁ ର ଖୋଗପତି ଗୋଲାରୀକୁ ପୁଲିସ ଗରଫ କରିଛି । ଏହାର ଅଧିକ ତଦନ୍ତ ଜାରି ରହିଥିବା ନେଇ ନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ ମହାପାତ୍ର ପୁଲିସ ପ୍ରକାଶ କରିଛନ୍ତି ।
ଏଥିସହିତ ପଢ଼ନ୍ତୁ: ଖୁବଶୀଘ୍ର ରାଜଧାନୀରେ ଉଦ୍ଘାଟିତ ହେବ ୨୦୦ କୋଟି ଟଙ୍କାର ପ୍ରକଳ୍ପ: ଜାଣନ୍ତୁ କ’ଣ
ଖୁବଶୀଘ୍ର ରାଜଧାନୀରେ ଉଦ୍ଘାଟିତ ହେବ ୨୦୦ କୋଟି ଟଙ୍କାର ପ୍ରକଳ୍ପ: ଜାଣନ୍ତୁ କ’ଣ
ଭୁବନେଶ୍ୱର: ଖୁବଶୀଘ୍ର ରାଜଧାନୀରେ ଉଦଘାଟିତ ହେବ ୨୦୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ । ସ୍ମାର୍ଟସିଟିର ୩ଟି ବୃହତ ପ୍ରକଳ୍ପର ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି । ଶହୀଦ ନଗର ସ୍ଥିତ ମଲ୍ଟି ଲେବେଲ କାର ପାର୍କିଂ ସହିତ ସତ୍ୟନଗରରେ ୧୧ତାଲା ଵିଶିଷ୍ଟ ବିଏମସିର ନୂତନ କାର୍ଯ୍ୟାଳୟ ଓ ବାପୁଜୀ ନଗରରେ ଆଉ ଏକ ପ୍ରକଳ୍ପର ଉଦଘାଟନ କରାଯିବ ।
ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସରେ ଏ ଗୁଡ଼ିକ ଉଦଘାଟନ ହେବାର ସମ୍ଭାବନା ରହିଛି । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ସମସ୍ତ ୩ଟି ପ୍ରକଳ୍ପରେ ପ୍ରାୟ ୨୩୦କୋଟି ଟଙ୍କା ବିନିଯୋଗ ହୋଇଛି । ବିଏମସି ନୂତନ କାର୍ଯ୍ୟାଳୟରେ ୧୦୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ମଲ୍ଟି ଲେବେଲ କାର ପାର୍କିଂ ପାଇଁ ୧୦୮କୋଟି ଓ ବାପୁଜୀ ନଗରରେ ଏକ ପ୍ରକଳ୍ପ ପାଇଁ ପ୍ରାୟ ୨୦କୋଟି ଟଙ୍କା ବିନିଯୋଗ ହୋଇଛି । ସତ୍ୟନଗରସ୍ଥିତ ବିଏମସିର ନୂତନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲେ ସେଠାରେ ଗୋଟିଏ କୋଠାରେ ବିଏମସି, ବିଡିଏ ଓ ସ୍ମାର୍ଟସିଟି କାର୍ଯ୍ୟାଳୟ ରହିବ । ଅବଶିଷ୍ଟ ଉପର ୫ଟି ମହଲା କର୍ପୋରେଟ କାର୍ଯ୍ୟାଳୟ ପାଇଁ ଲିଜ ସୂତ୍ରରେ ଦିଆଯିବ ବୋଲି ସୂଚନା ମିଳିଛି ।


ରାଜନୀତିରେ ବିରଳ ବ୍ୟକ୍ତିତ୍ୱ । ଦୁର୍ନୀତି ମୁକ୍ତ ରାଜନୀତିକୁ ବିଶ୍ୱାସ । ନିସ୍ୱାର୍ଥପର ମାନବସେବାରେ ଇଚ୍ଛା । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ । ନା ଅଛି ରାଜନେତାଙ୍କ ପରି ଠାଣି, ନା ବେଶବୁସା । ନା ଗାଡି ଅଛି, ନା ଆଖି ଝଲସିଲା ଭଳି ଅଟ୍ଟାଳିକା । ପାଦରେ ହାଓ୍ୱାଇ ଚପଲ, ଆଉ ଦେହରେ ଖଣ୍ଡେ ସୂତା ଗଜି । ଏତିକରେ ଚାଲିଛି ରାଜନୀତି । ଦୁଇଥର ବ୍ଲକ୍ ଅଧ୍ୟକ୍ଷ ହୋଇଛନ୍ତି, ହେଲେ ଦୁର୍ନୀତି ପାଖ ପାସିନାହିଁ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇଛି ରାଜନୀତିର ପସାପାଲିରେ ଗୋଟି ଗଡ଼ାଇ ଚାଲିଛନ୍ତି ଦେବଗଡ଼ ଜିଲ୍ଲା ବାରକୋଟର ସମରେନ୍ଦ୍ର କୁମାର ଜିତ୍ । ମାନବସେବାକୁ ମାଧବସେବା ଭାବି ଜାରି ରଖିଛନ୍ତି ସ୍ୱଚ୍ଛ ରାଜନୀତି ।