ରାଜ୍ୟରେ କମୁଛି ମାତୃ ମୃତ୍ୟୁହାର

1 min read
Odisha Declines Maternal mortality Rates

ଭୁବନେଶ୍ୱର: ରାଜ୍ୟରେ କମୁଛି ମାତୃମୃତ୍ୟୁ ହାର । ୨୦୧୭ରୁ ୨୦୧୯ ମଧ୍ୟରେ ହୋଇଥିବା ସର୍ଭେରେ ଓଡ଼ିଶା ମାତୃ ମୃତ୍ୟୁହାର କମାଇବାରେ ସଫଳ ହୋଇଛି । ଏନେଇ ରେଜିଷ୍ଟାର ଜେନେରାଲ୍ ଅଫ ଇଣ୍ଡିଆ ତରଫରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି । ରିପୋର୍ଟ ଅନୁସାରେ ପ୍ରତି ୧ ଲକ୍ଷରେ ଓଡ଼ିଶାରେ ୧୩୬ ଜଣଙ୍କର ମୃତ୍ୟୁ ହେଉଛି । ଯାହାକି ୨୦୧୬-୧୮ ସର୍ଭେ ରିପୋର୍ଟଠାରୁ ୧୪ ପ୍ରତିଶତ କମ୍ । ୨୦୧୬-୧୮ ମସିହାରେ ପ୍ରତି ଏକ ଲକ୍ଷରେ ୧୫୦ ଜଣଙ୍କର ମୃତ୍ୟୁ ହେଉଥିଲା ।

Odisha Declines Maternal mortality Rates

ଦୃତଗତିରେ ମୃତ୍ୟୁହାର ଖସୁଥିବା ଦେଶର ୫ଟି ରାଜ୍ୟରେ ଏବେ ସାମିଲ୍ ହୋଇପାରିଛି ଓଡ଼ିଶା । ଶିଶୁ ଓ ମାତୃ ମୃତ୍ୟୁହାର କମାଇବାକୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଛି । ଗର୍ଭାବସ୍ଥାରେ ମହିଳାମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଓ ସେମାନଙ୍କର ଯତ୍ନ କାରଣରୁ ମୃତ୍ୟୁହାର କମିଛି । ରାଜ୍ୟ ସରକାରଙ୍କ ଜନନୀ ସୁରକ୍ଷା ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଭଳି ଅନେକ ପଦକ୍ଷେପକୁ ରିପୋର୍ଟରେ ପ୍ରଶଂସା କରାଯାଇଛି ।