କିଏ ହେବ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ? ରେସରେ ୨ ବିଧାୟକଙ୍କ ନାଁ

ଡେରାଡୁନ୍: କିଏ ହେବ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଦେବଭୂମିର ସିଏମ୍ ପଦକୁ ନେଇ ସସପେନ୍ସ । ପୁଷ୍କର ସିଂ ଧାମିଙ୍କ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସଂଶୟ ଜାରି ରହିଛି । ରେସରେ ଅଛନ୍ତି ଧନ ସିଂ ରାୱତ ଓ ସତପାଲ ମହାରାଜ । ମସୁରି ବିଧାୟକ ଗଣେଶ ଜୋଶି ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟଜଣେ ଦାବିଦାର । ଅନ୍ୟପଟେ ପୁଷ୍କର ସିଂ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ବିଜେପି ନୂଆ ଯୋଜନା ପ୍ରସ୍ତୁତ କରୁଛି । ଚମ୍ପାବତ୍ ଆସନରୁ ଜିତିଥିବା କୈଳାସ ଗହତୋଡ଼ି ଇସ୍ତଫା ଦେଇ ଧାମିଙ୍କୁ ତାଙ୍କ ସିଟରୁ ଲଢ଼ିବାକୁ ଅଫର୍ ଦେଇଥିବା ଚର୍ଚ୍ଚା ହେଉଛି ।

 Who Will Be The Chief Minister Of Uttarakhand

୫ ରାଜ୍ୟ ବିଧାନସଭା ନିର୍ବାଚନରେ ୪ ରାଜ୍ୟରେ ବହୁମତ ପାଇଛି ବିଜେପି । ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀକୁ ନେଇ ଚିତ୍ର ସ୍ପଷ୍ଟ ଥିବା ବେଳେ ଉତ୍ତାଖଣ୍ଡରେ ସସପେନ୍ସ ଜାରି ରହିଛି । ଦେବଭୂମିରେ ବିଜେପିର ପ୍ରଚଣ୍ଡ ବିଜୟ ସତ୍ତ୍ୱେ ଖାଟିମା ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପୁଷ୍କର ସିଂ ଧାମି । ନିର୍ବାଚନ ହାରିବା ପରେ ଧାମି ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେପଟେ ବିଧାନମଣ୍ଡଳ ବୈଠକ ପରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତାହା ଜଣାପଡ଼ିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ କହିଛନ୍ତି ।