spot_img
Home Blog Page 4643

ବରଗଡ଼ରେ ବିଜେପି ମାନୁନି ଆଚରଣ ବିଧି, ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ବାରମ୍ବାର ଅଭିଯୋଗ ସ୍ୱତେ ଭୁଲ ସୁଧାରୁ ନାହିଁ ବିଜେପି  । ସଠିକ କଟକଣା ଭିତ୍ତିରେ ନିର୍ବାଚନ ପରିଚାଳନା ନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି  । କିନ୍ତୁ ରାଜ୍ୟ ବିଜେପି ବେଖାତିର ଭାବେ ପ୍ରତି ଦିନ କଟକଣା ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି  । ବରଗଡ଼ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ବିଜେପି ଏହି ଘଟଣା  । ସ୍ଥାନୀୟ ସାସଂଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ଏବଂ ଜିଲ୍ଲା ପରିଷଦ ସଭ୍ୟ କୋଭିଡ ନିର୍ଦ୍ଦେଶନାମାକୁ ଅବମାନନା କରିଥିବା ଦେଖିବାକୁ ମିଳିଛି  ।

ବିଜେପି ବିରୋଦ୍ଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି ବିଜେପି  ।  ଭିଡେନ ଓ ଅତାବିରାର ୬ ଟି ଜୋନରେ ନିର୍ବାଚନ ଆଚରଣ ବିଧିକୁ ଅବମାମନା କରାଯାଇଛି  । ଅତାବିରାର ୧, ୨,୩ ନମ୍ବର ଜିଲ୍ଲା ପରିଷଦ ଜୋନ ଓ ଭିଡେନର ୧,୩,୪ ନମ୍ବର ଜିଲ୍ଲା ପରିଷଦ ଜୋନରେ ନିୟମ କାନୁନ ଭଙ୍ଗ କରାଯାଉଛି । ଭାରତୀୟ ଜନତା ପାର୍ଟିର ନେତାଙ୍କ ନେତୃତ୍ୱରେ ନିର୍ବାଚନ ବେଳେ ଏଭଳି ବ୍ୟତିକ୍ରମ ବାରମ୍ବାର ଦେଖାଯାଉଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡ଼ି ।

 

 

 

 

କେନ୍ଦ୍ର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ରାହୁଲ, କହିଲେ କେନ୍ଦ୍ର ଚାପରେ କାର୍ଯ୍ୟ କରୁଛି ଟ୍ୱିଟର

ନୂଆଦିଲ୍ଲୀ: ଟ୍ୱିଟରରୁ ଫଲୋଅର୍ସ କମୁଥିବା ନେଇ ଟ୍ୱିଟର କମ୍ପାନୀ ସିଇଓଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧୀ । ସୋସିଆଲ ମିଡିଆରେ ତାଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରାଯାଉଛି । କେନ୍ଦ୍ର ଚାପରେ ଟ୍ୱିଟର କମ୍ପାନୀ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟାରେ ଅଘୋଷିତ ପ୍ରତିବନ୍ଧକ ଲଗାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଗତ ଅଗଷ୍ଟରୁ ରାହୁଲଙ୍କ ଫଲୋଅର୍ସ ବଢ଼ିବାରେ ରୋକ୍‌ ଲଗାଯାଇଛି । ଭାରତରେ ସ୍ୱତନ୍ତ୍ର ଓ ନିରପେକ୍ଷ ଭାଷଣକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଟ୍ୱିଟର ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ଟ୍ୱି୍ଟର ସିଇଓଙ୍କୁ ଚିଠି ଲେଖିଛନ୍ତି ରାହୁଲ ।

ତେବେ ଟ୍ୱିଟରକୁ କରିଥିବା ଚିଠିର ଉତ୍ତର ରଖିଛି ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟର । ଟ୍ୱିଟର କହିଛି ଯେ ଆକାଉଣ୍ଟ ସହ ଅନୁସରଣକାରୀଙ୍କ ସଂଖ୍ୟା ମଧ୍ୟ ଆମେ ଚାହୁଁ । ମ୍ୟାନିପୁଲେସନ ଏବଂ ସ୍ପାମ୍ ପାଇଁ ଟ୍ୱିଟରର କୌଣସି ସ୍ଥାନ ନାହିଁ । ଆମେ ମେସିନ୍ ଲର୍ଣ୍ଣିଂ ଉପକରଣ ମାଧ୍ୟମରେ ପ୍ରତି ସପ୍ତାହରେ ବଟ୍ ଅନୁସରଣକାରୀ ଏବଂ ସ୍ପାମର ବୃହତ ସର୍ଟିଂ କରୁ । ଏହି ମାଧ୍ୟମରେ ଅନୁସରଣକାରୀଙ୍କ ସଂଖ୍ୟା ହ୍ରାସ ହୋଇଥାଏପାରେ ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି ।

ଯୁକ୍ତଦୁଇ ବୋର୍ଡ ପରୀକ୍ଷା ବାତିଲ ଦାବିରେ ଗର୍ଜିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଯୁକ୍ତଦୁଇ ଛାତ୍ରଛାତ୍ରୀ । ପରୀକ୍ଷା ବାତିଲ ଦାବିରେ ରାଜଧାନୀ ରାଜରାସ୍ତାରେ ଗର୍ଜନ କଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ମାର୍ଚ୍ଚରେ ହେବାକୁ ଥିବା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଚଳିତ ଶିକ୍ଷା ବର୍ଷରେ ମାତ୍ର ୫ ମାସର ଅଫଲାଇନ ପାଠପଢାରେ ଗୋଟିଏ ତ୍ରୟ ମାସିକ ମାସିକ ଟେଷ୍ଟ ସରିଛି । ଏବେ ସୁଦ୍ଧା ୭୦ ପ୍ରତିଶତ ସିଲାବସ ମଧ୍ୟ ସରିନାହିଁ । ଅନ୍ୟପଟେ ୟୁଟ୍ୟୁବ ପାଠପଢ଼ା ସହ ଅନଲାଇନ ପାଠପଢ଼ା ବି ଠିକ ଭାବେ ହୋଇପାରିନି । ଏଭଳି ସ୍ଥିତିରେ ପରୀକ୍ଷା ବାତିଲ କରାଯାଇ ତ୍ରୟ ମାସିକ ପରୀକ୍ଷାର ମାର୍କ ଅନୁସାରେ ବୋର୍ଡ ପରୀକ୍ଷାର ମାର୍କ ଦିଆଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ଖୋଲା ବଜାରରେ କୋଭାକ୍ସିନ୍ ଓ କୋଭିସିଲ୍ଡ ବିକ୍ରି ପାଇଁ DCGIଙ୍କ ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ପ୍ରବାହ ଚାଲିଥିବା ବେଳେ ଦୈନିକ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଛନ୍ତି । ତଥ୍ୟ କହୁଛି କୋଭିଡ୍ ଟିକା ନେଇଥିବା ଲୋକ ବେଶୀ ଗୁରୁତର ହେଉନାହାଁନ୍ତି କି ମେଡିକାଲରେ ଆଡମିଟ୍ ହେବାକୁ ପଡ଼ୁନାହିଁ । ଆଉ ଯେଉଁମାନେ ଆଦୌ କୋଭିଡ୍ ଟିକା ନେଇନାହାଁନ୍ତି ସେମାନେ ଗୁରୁତର ହେଉଛନ୍ତି । ଏହାରି ଭିତରେ ଆଜି DCGI କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି ।

ଗତବର୍ଷ ଜାନୁଆରୀ ୩ରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଥିଲା । ଏହାପରେ ଜାନୁଆରୀ ୧୬ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ । କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣା ଟିକା ଯୋଗାଇଛନ୍ତି । ଏଥିସହ ଘରୋଇ ମେଡିକାଲରେ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ରହିଥିବା ବେଳେ କୋଭିସିଲ୍ଡର ପ୍ରତି ଡୋଜ୍ ଦର ୭୮୦ ଟଙ୍କା ରହିଛି । ଏଥିସହ ଟିକା ଦେବାକୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡ଼ୁଛି ।

ଏଥିସହ ପଢ଼ନ୍ତୁ: କମିପାରେ କୋଭିଡ୍ ଟିକା କୋଭିସିଲ୍ଡ, କୋଭାକ୍ସିନ୍ ଦାମ

ଏବେ ଉଭୟ ଟିକାକୁ ବଜାର ବିକ୍ରି ପାଇଁ DCGI ଅନୁମତି ଦେବା ପରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଡୋଜ୍ ପିଛା ଦର କମିପାରେ । ସୂଚନା ଅନୁସାରେ, ଖୋଲା ବଜାରରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୭୫ ଟଙ୍କା ରହିପାରେ । ପ୍ରତି ଡୋଜ୍ ପିଛା ସେବା ଶୁଳ୍କ ଭାବେ ୧୫୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।

ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ହମିଦ୍ ଅନସାରୀ, ଭାରତର ଗଣତନ୍ତ୍ରକୁ ନେଇ କହିଲେ ଏମିତି କିଛି…

ନୂଆଦିଲ୍ଲୀ:ପୁଣି ବିବାଦରେ ଭାରତର ପୂର୍ବତନ ଉପ ରାଷ୍ଟ୍ରପତି ହମିଦ୍ ଅନସାରୀ । ହମିଦ ଅନସାରୀଙ୍କ ଏକ ବୟାନ ତାଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ଜଡ଼ିତ ଏକ ସଂସ୍ଥାର କାର୍ଯ୍ୟକ୍ରମରେ ହମିଦ ଅନସାରୀ ଭାରତର ଗଣତନ୍ତ୍ରକୁ ସମାଲୋଚନା କରିବା ସହ ଏହା ଦେଶର ସାମ୍ବିଧାନିକ ମୂଲ୍ୟବୋଧଠାରୁ ଦୂରେଇ ଯାଉଛି ବୋଲି କହିଛନ୍ତି । ଗଣତନ୍ତ୍ର ଦିବସରେ ଭାରତୀୟ-ଆମେରିକୀୟ ମୁସଲିମ ପରିଷଦ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ହମିଦ ଅନସାରୀ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏପରିକି ହିନ୍ଦୁ ଜାତୀୟତାବାଦ ବୃଦ୍ଧି ନେଇ ଅନସାରୀ ଚିନ୍ତା ପ୍ରକଟ କରିଛନ୍ତି ।

କାର୍ଯ୍ୟକ୍ରମରେ ହମିଦ ଅନସାରୀ କହିଛନ୍ତି, ନିକଟ ଅତୀତରେ ଆମେ ଏପରି ଧାରା ଓ ଆଚରଣ ଦେଖିଛୁ ଯାହା ପୂର୍ବରୁ ଥିବା ରାଷ୍ଟ୍ରବାଦ ନାଗରିକ ବିରୋଧୀ । ଏହା ସାଂସ୍କୃତିକ ରାଷ୍ଟ୍ରବାଦର କାଳ୍ପନିକ ବ୍ୟବସ୍ଥା । ସେ ଆହୁରି ଦାବି କରିଛନ୍ତି, ଏବେ ନିର୍ବାଚନ ବହୁମତକୁ ଧାର୍ମିକ ବହୁମତ ଭାବରେ ଲୋକଙ୍କ ଆଗରେ ରଖାଯାଇ ରାଜନୈତିକ ଶକ୍ତି ଏକଚାଟିଆ ଅଧିକାର କରିବାକୁ ଚେଷ୍ଟା କରୁଛନ୍ତି । ଏପରିକି ଲୋକ ଚାହୁଁଛନ୍ତି ସେମାନଙ୍କୁ ସେମାନଙ୍କର ବିଶ୍ୱାସ ଆଧାରରେ ଅଲଗା ଅଲଗା କରି ଦିଆଯାଇ ସୁରକ୍ଷାକୁ ବଢ଼ାଇ ଦିଆଯାଉ । ରାଜନୈତିକ ଏବଂ ଆଇନଗତ ଭାବେ ଏଭଳି ଧାରାକୁ ଚ୍ୟାଲେଞ୍ଜ କରାଯିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି ।

ଅନ୍ୟପକ୍ଷରେ, ହମିଦ ଅନସାରୀଙ୍କ ଏଭଳି ମନ୍ତବ୍ୟର କାଉଣ୍ଟର କରିଛି ବିଜେପି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନାକଭି କହିଛନ୍ତି, ମୋଦିଙ୍କୁ ସମାଲୋଚନା କରିବାର ପାଗଳାମୀ ବର୍ତ୍ତମାନ ଭାରତକୁ ସମାଲୋଚନା କରିବାର ଷଡ଼ଯନ୍ତ୍ରରେ ପରିଣତ ହୋଇଛି। ସେ କହିଛନ୍ତି, “ଯେଉଁମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟକୁ ଶୋଷଣ କରୁଥିଲେ ସେମାନେ ବର୍ତ୍ତମାନ ଦେଶର ସକରାତ୍ମକ ବାତାବରଣକୁ ନେଇ ଚିନ୍ତିତ ଅଛନ୍ତି । ଏହି କାର୍ଯ୍ୟକ୍ରମ ୧୭ଟି ଆମେରିକୀୟ ସଂଗଠନ ଦ୍ୱାରା ହୋଇଥିଲା ଯେଉଁଥିରେ ଭାରତୀୟ-ଆମେରିକୀୟ ମୁସଲିମ ପରିଷଦ ବି ସାମିଲ ରହିଥିଲା ।

୧୦ ବର୍ଷ ପରେ ଆମେରିକା ବିପକ୍ଷରେ ଆସିଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଆମେରିକା ବିପକ୍ଷରେ ଚୀନର ବଡ଼ ବିଜୟ । ଅନ୍ତର୍ଜାତୀୟ ସ୍ତରରେ ଦୁନିଆର ସୁପର ପାୱାର ଆମେରିକା ବିପକ୍ଷରେ ଚୀନକୁ ମିଳିଛି ସଫଳତା । ବିଶ୍ୱ ବାଣିଜ୍ୟ ସଂଗଠନ (WTO)ର ଏକ ୧୦ ବର୍ଷ ପୁରୁଣା ମାମଲାରେ ଚୀନ ସପକ୍ଷରେ ରାୟ ଆସିଛି । କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ ବାଣିଜ୍ୟ ସଂଘ ମଧ୍ୟ ଚୀନକୁ ଆମେରିକା ବିରୋଧରେ ୬୪୫ ମିଲିଅନ ଡଲାରର ଟାରିଫ୍ ଲଗାଇବାକୁ ଅନୁମତି ଦେଇଛି ।

୨୦୦୮ରୁ ୨୦୧୨ ମସିହା ମଧ୍ୟରେ କିଛି ସାମଗ୍ରୀ ଉପରେ ଆମେରିକା ଆଣ୍ଟି ସବସିଡ୍ ଟାରିଫ୍ ଲଗାଇଥିଲା । ଏହି ଟାରିଫ୍ ସୋଲାର ପ୍ୟାନେଲରୁ ନେଇ ଷ୍ଟିଲ ତାର ଏଭଳି ୨୨ଟି ଚାଇନିଜ୍ ସାମଗ୍ରୀ ଉପରେ ଲଗାଇଥିଲା ଆମେରିକା । ବାରାକ ଓବାମାଙ୍କ ସମୟରେ ଆମେରିକା ନେଇଥିବା ଏହି ନିଷ୍ପତ୍ତି ବିରୋଧରେ ୨୦୧୨ ମସିହାରେ ବିଶ୍ୱ ବାଣିଜ୍ୟ ସଂଗଠନର ଦ୍ୱାରସ୍ଥ ହୋଇଥିଲା ଚୀନ୍ । ଏବେ ଏକ ଦଶନ୍ଧି ପରେ ଚୀନ ସପକ୍ଷରେ ରାୟ ଦେଇଛି ବିଶ୍ୱ ବାଣିଜ୍ୟ ସଂଗଠନ ।

US China Tariff War World Trade Organization Verdict Favouring China

ଚୀନ ଡବ୍ଲୁଟିଓର ଦ୍ୱାରସ୍ଥ ହେବା ସହ ୨.୪ ବିଲିଅନ୍ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍ ଲଗାଇବା ଲାଗି ଅନୁମତି ମାଗିଥିଲା । ଚୀନର ଏହି ଦାବିକୁ ବିଶ୍ୱ ବାଣିଜ୍ୟ ସଂଗଠନ ଖାରଜ କରି ଦେବା ସହ ୬୪୫ ମିଲିଅନ୍ ଡଲାରର ଆମେରିକୀୟ ସାମଗ୍ରୀ ଉପରେ କମ୍ପାନସେଟରି ଟାରିଫ୍ ଲଗାଇବାକୁ ଅନୁମତି ଦେଇଥିଲେ । ଏହା ପୂର୍ବରୁ ୨୦୧୯ରେ ଆମେରିକା ବିପକ୍ଷରେ WTOରେ ଚୀନକୁ ବିଜୟ ମିଳିଥିଲା । ସେତେବେଳେ ବିଶ୍ୱ ବାଣିଜ୍ୟ ସଂଗଠନ ୩.୫୮ ଡଲାଲର ଟାରିଫ୍ ଲଗାଇବାକୁ ଚୀନକୁ ଅନୁମତି ଦେଇଥିଲେ ।

ଚୀନ ସପକ୍ଷରେ ବିଶ୍ୱ ବାଣିଜ୍ୟ ସଂଗଠନର ରାୟ ପରେ ମୁହଁ ଖୋଲିଛି ଆମେରିକା । ବିଶ୍ୱ ବାଣିଜ୍ୟ ସଂଗଠନର ନିୟମରେ ସଂଶୋଧନର ଆବଶ୍ୟକତା ଥିବା ଆମେରିକା କହିଛି । WTOର ନିୟମ ଏବେ ପୁରୁଣା ଓ ଅପ୍ରାସଙ୍ଗିକ ହୋଇଯାଇଛି । ଚୀନ୍ ଏଭଳି ନିୟମର ଭୁଲ୍ ଉପଯୋଗ କରି ଚାପ ପକାଉଥିବା କହିଛି ଆମେରିକା ।

ଜୁଏଲ ଓରାମଙ୍କ ବଢ଼ିଲା ଅଡୁଆ, ମହିଳା କମିଶନଙ୍କ ପାଖରେ ଫେରାଦ ହେଲେ ଯୁବନେତ୍ରୀ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କ ପାଇଁ ବଢୁଛି ଅଡୁଆ । ନ୍ୟାୟ ପାଇଁ ମହିଳା କମିଶନଙ୍କ ପାଖରେ ଫେରାଦ ହେଲେ ଯୁବନେତ୍ରୀ ଗୌରୀ ମୁଣ୍ଡାରୀ । ପୂର୍ବରୁ ଝିରପାଣି ଥାନାରେ ଜୁଏଲଙ୍କ ନାଁରେ ଅଭିଯୋଗ ହୋଇଥିଲା । ଜୁଏଲଙ୍କ ନାଁରେ ଦଫା ୨୯୪ ଓ ୫୦୯ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଜୁଏଲ ଓରାମ ନିଜ ଦଳର ଯୁବନେତ୍ରୀ ଗୈାରୀ ମୁଣ୍ଡାରୀଙ୍କୁ ଫୋନରେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଓ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି ଗୌରୀ । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ଜୁଏଲଙ୍କୁ ବହିଷ୍କାର କରାଯାଉ ।

ବିଜେପି ପକ୍ଷରୁ ମୋତେ କୌଣସି ସହଯୋଗ ମିଳୁନଥିବା କହିଛନ୍ତି ଗୌରୀ ମୁଣ୍ଡାରୀ । ତେଣୁ ନ୍ୟାୟ ଆଶାରେ ମହିଳା କମିଶନରଙ୍କ ନିକଟରେ ଫେରାଦ ହୋଇଛ ବୋଲି କହିଛନ୍ତି ଯୁବନେତ୍ରୀ । ସରପଞ୍ଚ ନିର୍ବାଚନ ପ୍ରଚାରରେ ସହଯୋଗ ପାଇଁ ଫୋନ କରିଥିଲେ ଗୌରୀ । କିନ୍ତୁ ମଦ ନିଶାରେ ସାଂସଦ ଜୁଏଲ ଓରାମ ଖରାପ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି ଗୌରୀ ମୁଣ୍ଡାରୀ ।

ରାଜ୍ୟରେ ୨୧ ଲକ୍ଷ ଲୋକ ନେଇ ନାହାନ୍ତି ଟିକା: ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନା ଟିକାକରଣ । ଏବେ ସୁଦ୍ଧା ରାଜ୍ୟରେ ୫ କୋଟି ୬୨ ଲକ୍ଷ ଡୋଜ୍ ଦିଆସରିଛି । ପ୍ରଥମ ଡୋଜ୍ ଟିକା ୯୩.୫ ପ୍ରତିଶତ ଲୋକ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ୭୪ ପ୍ରତିଶତ ଲୋକ । ଏବେ ସୁଦ୍ଧା ରାଜ୍ୟରେ ୨୧ଲକ୍ଷ ଲୋକ ଟିକା ନେଇ ନଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେହିପରି ଭାବରେ ୧୫ରୁ ୧୮ବର୍ଷ ବର୍ଗରେ ମଧ୍ୟ ଟିକାକରଣ ଚାଲିଛି । ୧୪ଲକ୍ଷରୁ ଅଧିକ କିଶୋର କରୋନା ଟିକା ନେଇ ସାରିଲେଣି । ସେହିପରି ଭାବରେ ରାଜ୍ୟରେ ପ୍ରିକସନ ଡୋଜ୍ ଟିକାକରଣ ମଧ୍ୟ ଚାଲିଛି । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ ୱାର୍କର ଓ ସିନିୟର ସିଟିଜେନଙ୍କୁ ଟିକାକରଣ ଜାରି ରିହଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭ ହଜାର ପ୍ରିକସନ୍ ଡୋଜ୍ ଦିଆସରିଛି । ଖୁବ ଶୀଘ୍ର ସମସ୍ତଙ୍କ ଟିକାକରଣ ନେଇ ପ୍ରୟାସ ଜାରି ରହିଛି । କିଛି ସ୍ଥାନରେ ଟିକାକରଣ କେନ୍ଦ୍ର ବୃଦ୍ଧି ହୋଇଛି । ବର୍ତ୍ତାମାନ ୩ ହଜାର ୨୬୨ଟିକାକରଣ କେନ୍ଦ୍ରରେ ଚାଲିଛି ଭ୍ୟାକ୍ସିନେସନ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

ପୁରୀରେ ପ୍ରାକ୍ ନିର୍ବାଚନୀ ହିଂସା, ଫୁଟିଲା ବୋମା

ପୁରୀ: ପୁରୀ ସଦର ନିର୍ବାଚନ ମଣ୍ଡଳୀ କାଶୀହରିପୁର ପଞ୍ଚାୟତରେ ପ୍ରାକ୍ ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀଙ୍କ ଘର ନିକଟରେ ବୋମା ବିସ୍ଫୋରଣ । ଚଳିତ ନିର୍ବାଚନରେ କାଶୀହରିପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଥିବା ମୁକ୍ତିକାନ୍ତ ପଣ୍ଡାଙ୍କ ଘର ପଛପଟେ ଏହି ବୋମା ବିସ୍ଫୋରଣ ହୋଇଛି । କେହି ଆକ୍ରୋଶମୂଳକ ଭାବରେ ତାଙ୍କ ଘର ପଛରେ ବୋମାମାଡ କରିଥିବା କୁହାଯାଇଛି । ବୋମାମାଡ ପରେ ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା କହିଛନ୍ତି ଯେ ଆଜି ସକାଳ ପ୍ରାୟ ୯ ଟା ୩୦ ସମୟରେ ସେ ଠାକୁର ପୂଜା କରିବା ସମୟରେ ତାଙ୍କ ଘର ପଛପଟରେ ବୋମାମାଡ କରାଯାଇଥିଲା । ମୁଁ ସରପଞ୍ଚ ପ୍ରାର୍ଥୀ ହୋଇଥିବାରୁ କେହି ଆକ୍ରୋଶମୂଳକ ଭାବରେ ଏପରି କରିଥାଇପାରେ ବୋଲି କହିଛନ୍ତି ମୁକ୍ତିକାନ୍ତ ପଣ୍ଡା । ବୋମାମାଡ ପରେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିର୍ବାଚନକୁ ନେଇ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରିଛି ପୋଲିସ । ବୋମାମାଡ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବେ ବୋଲି କହିଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ ।

ଫୁଟିଲା ପ୍ରସାଦଙ୍କ କ୍ଷୋଭ, ଟାର୍ଗେଟରେ ପିସିସି ସଭାପତି

ପୁରୀ: ପୁରୀ ସତ୍ୟବାଦୀରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନଦେବା ପ୍ରସଙ୍ଗ । ମୁହଁ ଖୋଲିଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଟିକେଟ ଦେବା ଦାୟିତ୍ୱ ପିସିସି ସଭାପତିଙ୍କର, ସେ ସଂପର୍କରେ ନିରଞ୍ଜନ ପଟ୍ଟନାୟକ କହିବେ ବୋଲି ପ୍ରସାଦ କହିଛନ୍ତି । ଟିକେଟ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷ ଓଗାରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ୨୦୧୯ ସାଧାରଣ ନିର୍ବାଚନରେ ସେ ସତ୍ୟବାଦୀ ଆସନରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ । ପ୍ରସାଦ ସତ୍ୟବାଦୀରୁ ନିର୍ବାଚନ ଲଢ଼ନ୍ତୁ, ସେକଥା ପିସିସି ସଭାପତି ଚାହୁଁନଥିଲେ। କିନ୍ତୁ ସେ ନିର୍ବାଚନ ଲଢିବା ପାଇଁ ଚାହୁଁଥିଲେ । ପିସିସି ସଭାପତିଙ୍କ ମନୋଭାବ କ’ଣ ଥିଲା ସେ ଜାଣିଛନ୍ତି କହି ନିରଂଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ପ୍ରସାଦ । ସଂଗଠନକୁ ଉଦ୍ଦେଶ୍ୟମୂଳକ ଭାବେ ସତ୍ୟବାଦୀରେ କରାଇ ଦିଆଯାଉ ନାହିଁ ବୋଲି କହିଛନ୍ତି ପ୍ରସାଦ । ଏଥିସହ ସେ ରାଜନୀତିରୁ ଦୂରେଇ ନାହାନ୍ତି ବୋଲି ମଧ୍ୟ ପ୍ରସାଦ କହିଛନ୍ତି । ବର୍ତ୍ତମାନ ପିସିସି ସଭାପତି ଅସୁସ୍ଥ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରସାଦ।