spot_img
Home Blog Page 4642

ଛାତ୍ରନେତାଙ୍କ ହାତରେ ରହିବ ଡିଜିଟାଲ ଅସ୍ତ୍ର, ପଞ୍ଚାୟତ ବୈତରଣୀ ପାର ହେବ ବିଜେଡି

ଭୁବନେଶ୍ୱର: ଡିଜିଟାଲ କ୍ୟାମ୍ପେନିଂ ପାଇଁ ବିଜେଡିର ଫୋକସ । ଡିଜିଟାଲ କ୍ୟାମ୍ପେନର ମୁଖ୍ୟ ପୁରୋଧା ସାଜିବା ପାଇଁ ବିଜୁ ଛାତ୍ର ଜନତା ଦଳର ପ୍ରତେକ କର୍ମୀଙ୍କୁ ଆହ୍ୱାନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବିକାଶର କାର୍ଯ୍ୟଧାରାକୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ନେଇ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ପ୍ରତେକ କର୍ମୀ ମୁଖ୍ୟମନ୍ତ୍ରୀ ନେତୃତ୍ୱରେ ସଶକ୍ତ ଓ ଆଧୁନିକ ଓଡ଼ିଶା ଗଠନ କରିବା ଦିଗରେ ସଦା ସର୍ବଦା କର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ ପ୍ରଣବ ।

ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଏହି ଭର୍ଚୁଆଲ୍ ବୈଠକରେ ସାମିଲ ହୋଇଥିଲେ । ବିଜୁ ଛାତ୍ର ଜନତା ଦଳର ସମସ୍ତ ଜିଲ୍ଲା ସଭାପତି, ରାଜ୍ୟ କର୍ମକର୍ତ୍ତା ଓ ସମସ୍ତ ବ୍ଲକ୍, ମୁନସିପାଲଟି ଏବଂ ଏନ୍ଏସି ସଭାପତି ମଧ୍ୟ ଭର୍ଚ୍ଚଆଲ ବୈଠକରେ ଉପସ୍ଥିତ ଥିଲେ ।

ଅଧା ହୋଇଗଲା ଜମାଟୋର ପୁଞ୍ଜି ନିବେଶକାରୀଙ୍କ ଟଙ୍କା

ମୁମ୍ବାଇ: ସେୟାର ବଜାରରେ ଅଲନାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜମାଟୋକୁ ଜୋରଦାର ଝଟକା ଲାଗିଛି । ୭ ଦିନ ହେଲା ଲଗାତାର ଖସି ଚାଲିଥିବା ଜମାଟୋର ସେୟାର ଗୁରୁବାର ସର୍ବୋଚ୍ଚ ସ୍ତରରୁ ପ୍ରାୟ ୫୦ ପ୍ରତିଶତ ଖସିଛି । ଗୁରୁବାର କାରବାର ବନ୍ଦ ହେବା ବେଳକୁ ଜମାଟୋର ସେୟାର ୧୦ ପ୍ରତିଶତ ଖସିଥିଲା ।

Zomato Share Fall Investors Lost Half Money Amid Heavy Selling In Stocks
Zomato Share Fall Investors Lost Half Money Amid Heavy Selling In Stocks

ଆଜି ବିଏସ୍ଇରେ ଜମାଟୋର ସେୟାର ୯.୫୯ ପ୍ରତିଶତ ହ୍ରାସ ପାଇ ୯୦.୫୦ ଟଙ୍କାରେ ବନ୍ଦ ହୋଇଥିଲା । ଏହା ଷ୍ଟକର ସର୍ବାଧିକ ମୂଲ୍ୟର ପ୍ରାୟ ୫୦ ପ୍ରତିଶତକୁ ଖସି ଆସିଛି । ଏହାର ଅର୍ଥ ଜମାଟୋରେ ପୁଞ୍ଜି ଲଗାଇଥିବା ନିବେଶକାରୀ ସେମାନଙ୍କର ଅଧା ଟଙ୍କା ବୁଡ଼ାଇ ଦେଇଛନ୍ତି । ପୂର୍ବରୁ କମ୍ପାନୀର ଏମକ୍ୟାପ୍ ୧ ଲକ୍ଷ କୋଟି ଟଙ୍କା ପାରି କରିଥିବା ବେଳେ ଏବେ ୭୧ ହଜାର ୧୯୬ କୋଟି ଟଙ୍କାକୁ ଖସି ଆସିଛି ।

Zomato Share Fall Investors Lost Half Money Amid Heavy Selling In Stocks
Zomato

ଗତ ସପ୍ତାହରେ ୭ଟି ଟ୍ରେଡିଂ ସିଜନରେ ୬ ଥର ଖସିଛି ଜମାଟୋର ଷ୍ଟକ । ଏହାକୁ ନେଇ କମ୍ପାନୀର ପ୍ରତିଷ୍ଠାତା କହିଛନ୍ତି ମୋତେ ଏହାର ଅପେକ୍ଷା ଥିଲା । ଏକ ଚିଠିରେ ଜମୋଟା ପ୍ରତିଷ୍ଠାତା କର୍ମଚାରୀଙ୍କୁ କହିଛନ୍ତି ଦୀର୍ଘ ଦିନରୁ ମୁଁ ଷ୍ଟକ୍ ଖସିବାକୁ ଅପେକ୍ଷା କରିଥିଲି । ବଜାରରେ ମୂଲ୍ୟ ହ୍ରାସ ପାଇ ସବୁଠି ଫଣ୍ଡ ସମାପ୍ତ ହୋଇଯିବ । ଏମିତି ସ୍ଥିତିରେ କେବଳ ଭଲ କର୍ମଚାରୀ ଥିବା କମ୍ପାନୀ ତିଷ୍ଠି ପାରିବ ।

ଅଡୁଆ କଲା ସାଂସଦଙ୍କ ଆଚରଣ, ଗିରଫ ଦାବିରେ ଗ୍ରାମବାସୀ

ରାଉରକେଲା: ବଢିବାରେ ଲାଗିଛି ସୁନ୍ଦରଗଡ଼ ଵିଜେପି ସାଂସଦ ଜୁଏଲ ଓରାମଙ୍କ ଅଡୁଆ । ଅଭଦ୍ର ଆଚରଣ ନେଇ ଝିରପାଣି ଥାନାରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗିରଫ ଦାବି କରି ଜିଲ୍ଲାର ଜଲଦା ଗ୍ରାମରେ ଵିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ଜୁଏଲ ଓରାମଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସହ ଵିଜେଡି ମହିଳା, ଯୁବ ଓ ଛାତ୍ର ନେତା ।

ଜଣେ ସାଂସଦଙ୍କ ଏପରି ଆଚରଣକୁ ନିନ୍ଦା କରିବା ସହ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ । ଵିଜେପିର ଏହି ବରିଷ୍ଠ ନେତା ମୋବାଇଲରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବା ଗୈାରୀ ମୁଣ୍ଡାରୀ ଝିରପାଣୀ ଥାନାରେ ଅଭିଯୋଗ କରିବା ପରେ ଆଜି ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ତା ସହିତ ବରିଷ୍ଠ ନାଗରିକ ଓ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦେବା ଉପରେ ମଧ୍ୟ  ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସକ୍ରିୟ କୋଭିଡ ରୋଗୀ ସଂଖ୍ୟା ସ୍ଥିର ରହିଥିବା ବେଳେ ନୂଆ ପଜିଟିଭ କେସ୍‌ରେ ମଧ୍ୟ ହ୍ରାସ ଘଟିଛି । ତୃତୀୟ ଲହରରେ ଡାକ୍ତରଖାନା ଉପରେ ବିଶେଷ ଚାପ ପଡିନାହିଁ । କିନ୍ତୁ ଏଥିରେ ଆତ୍ମସନ୍ତୋଷର ସ୍ଥାନ ନାହିଁ । ସଂପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ।

ମିଶନ ଶକ୍ତି ଗୋଷ୍ଠୀ ମାନଙ୍କର ସକ୍ରିୟ ସହଯୋଗରେ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜନସାଧାରଣ ଯେପରି କୋଭିଡ ସୁରକ୍ଷା ନିୟମାବଳୀ ଠିକ୍‌ ଭାବରେ ପାଳନ କରନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ପୋଲିସକୁ ପରାମର୍ଶ ପ୍ରଦାନ କରିଛନ୍ତି । ସେହିପରି ପୃଥକ ବାସରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ Rapid Response Team ଓ କର୍ମଚାରୀ ମାନେ ଠିକ୍ ଭାବରେ ତଦାରଖ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।

ବର୍ତ୍ତମାନ ପରିସ୍ଥିତିରେ ଆତଙ୍କିତ ନ ହୋଇ କୋଭିଡ ସୁରକ୍ଷା ନିୟମାବଳୀକୁ ସଠିକ୍‌ ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କୋଭିଡ ନିୟମାବଳୀର ପରିପାଳନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦକଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଏକ ବିସ୍ତୃତ ଚିତ୍ର ଉପସ୍ଥାପନା କରିଛନ୍ତି  ।

ରାଜ୍ୟରେ ଦୈନିକ ଟେଷ୍ଟିଂ ୬୫ ହଜାରରୁ ୭୦ ହଜାର ରହିଥିବା ବେଳେ, ପଜିଟିଭିଟି ହାର ୧୧.୪ ପ୍ରତିଶତ ରହିଛି । ଯାହାକି ଜାତୀୟ ହାର ଠାରୁ କମ୍‌ ଅଟେ। ଯାଜପୁର, ବାଲେଶ୍ୱର, କଟକ, ସୁନ୍ଦରଗଡ ଓ ଖୋର୍ଦ୍ଧାରେ ପଜିଟିଭିଟି ହାର ତୁଳନାତ୍ମକ ଭାବେ ଅଧିକ ରହିଛି । ସେହିପରି ଟିକାକରଣ ସ୍ଥିତି ମଧ୍ୟ ସନ୍ତୋଷଜନର ରହିଛି ବୋଲି ଆର. କେ ଶର୍ମା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ପାଇଭ ଟି ସଚିବ  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Union Budget 2022: ସୁନା, ରୂପା ଉପରେ ହ୍ରାସ ହୋଇପାରେ ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ: ବଜେଟକୁ ନେଇ ବ୍ୟବସାୟୀଙ୍କ ଠାରୁ ସାଧାରଣ ଲୋକଙ୍କ ମଧ୍ୟରେ ରହିଛି ଉତ୍ସାହ । ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ । ବଜେଟରୁ ବଡ଼ ଆଶା ରଖିଛି ଜୁଏଲାରୀ କ୍ଷେତ୍ର । ଆଶା କରାଯାଉଛି ଚଳିତ ବଜେଟରେ ସରକାର ସୁନା ଓ ରୂପା ଆମଦାନୀ ଉପରେ ଆମଦାନୀ ଶୁଳ୍କକୁ ହ୍ରାସ କରିବେ । ଏହାବାଦ୍ ସୁନା, ରୂପା ଓ ହୀରା କ୍ରୟ କରି ବିକ୍ରିର କ୍ୟାପିଟାଲ ଗେନ୍ସ (ପୁଞ୍ଜି ନିବେଶରୁ ମିଳୁଥିବା ଲାଭ) ଉପରେ ଟିକସ ହ୍ରାସ ଆଶା ରହିଛି ।

ଏଥିସହ ପଢ଼ନ୍ତୁ: Union Budget 2022: ବଢ଼ିପାରେ କିଷାନ କ୍ରେଡିଟ୍ କାର୍ଡ ଲିମିଟ୍, ମିଳିପାରେ ଶସ୍ତା ଋଣ

୧୦ ଭରି ସୁନା ନଗଦ ଦେଇ କିଣିବା ଉପରେ ଟିକସ ଛାଡ଼ ଦାବି ହେଉଛି । ଏଥିସହ ପୁରୁଣା ଗହଣା ଦେଇ ନୂଆ ଅଳଙ୍କାର କିଣିବା ବେଳେ ନୂଆର ବିକ୍ରି ମୂଲ୍ୟରୁ ପୁରୁଣାର କ୍ରୟ ମୂଲ୍ୟ କାଟି ଟିକସ ଲଗାଇବା ଆବଶ୍ୟକତା ରହିଛି । ସେହିଭଳି ସୁନା, ରୂପା ଓ ହୀରା କିଣି ବିକ୍ରିର ଲାଭ ଉପରେ ଦୀର୍ଘ ମିଆଦୀ କ୍ୟାପିଟାଲ ଗେନ୍ସରେ ଟିକସ ୨୦ ପ୍ରତିଶତରୁ ୧୦ ପ୍ରତିଶତ ଏବଂ ସ୍ୱଳ୍ପ ମିଆଦୀ କ୍ୟାପିଟାଲ ଗେନ୍ସ ଉପରେ ଟିକସ ୩୦ ପ୍ରତିଶତରୁ ୨୦ ପ୍ରତିଶତକୁ ହ୍ରାସ କରିବା ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ ।

Budget-2022 Jewellery Industry Expects Import Duty Cut On Gold Silver

ଗତ ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ ସୁନା ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ହ୍ରାସ କରି ୭.୫ ପ୍ରତିଶତ କରିଥିଲେ । ତେବେ ଅଲଗା ଅଲଗା ସେସ୍, ସରଚାର୍ଜ ଓ ୩ ପ୍ରତିଶତ ଜିଏସଟି ମିଶାଇ ସୁନା ଉପରେ ୧୦.୭୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡ଼ୁଛି । ତେଣୁ ଚଳିତ ବର୍ଷ ବଜେଟରେ ସର୍ବନିମ୍ନ ଆମଦାନୀ ଶୁଳ୍କ ୪ରୁ ୫ ପ୍ରତିଶତ କରାଯାଇପାରେ ।

ଏଥିସହ ପଢ଼ନ୍ତୁ: Budget 2022: ଫେବ୍ରୁଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍, ଜାଣନ୍ତୁ ବଜେଟ୍ ଟିମରେ ଅଛନ୍ତି କିଏ କିଏ ?

ଦୁନିଆରେ ସୁନା ଆମଦାନୀ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ଦେଶରେ ସୁନାର ବେଶ ଚାହିଦା ରହିଛି । ଏହାଛଡ଼ା ପୂଜାପାର୍ବଣ, ମହୋତ୍ସବ, ବିବାହ ଓ ବ୍ରତରେ ସୁନାର ଚାହିଦା ଆହୁରି ବେଶି ବଢ଼ିଯାଏ । ଫଳରେ ଆମଦାନୀ ଶୁଳ୍କ ଘରୋଇ ବଜାରରରେ ସୁନାର ମୂଲ୍ୟ ଆହୁରି ବଢ଼ାଇ ଦିଏ । ତେଣୁ ସୁନା ଉପରେ ୧ ପ୍ରତିଶତ ଜିଏସଟି ଦାବି ହେଉଛି ।

ସରଗରମ ପଞ୍ଚାୟତ: ବିଜେପି ପ୍ରକାଶ କଲା ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ଗାଁ ରୁ ସହର  । ଛକ ଛକରେ ପୋଷ୍ଟର ଲଢେଇ  । ରଣାଙ୍ଗନରେ ବିଜେଡି ବନାମ ବିଜେପି  । ସେପଟେ ଭୋଟକୁ ହାତରେ କେଇଟି ଦିନ ଥିବାବେଳେ  ରାଜ୍ୟ ବିଜେପି ଜାରି କରିଛି ନିର୍ବାଚନୀ ଇସ୍ତାହାର । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଛି । ବିଜେପି ନିର୍ବାଚନୀ ଇସ୍ତାହାରରେ ୧୫ଟି ପ୍ରସଙ୍ଗ ଉତଥାପନ କରିଛି  ।

ବିଜେପିକୁ ପଞ୍ଚାୟତ ନିର୍ବାଚନରେ ବିଜୟୀ କଲେ ପଞ୍ଚାୟତରେ ଗ୍ରାମସଭା ଓ ପଲ୍ଲୀସଭା ହେବ । କେନ୍ଦ୍ର ପଠାଉଥିବା ଟଙ୍କାର ଜଗୁଆଳି ହେବ । ମହିଳା ଶସକ୍ତିକରଣ ଓ ପ୍ରତ୍ୟେକ ପଞ୍ଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ଜିନିଷକୁ ବଜାରରେ ବିକ୍ରି କରାଯିବ  । ଗାଁ ଗଣ୍ଡାରେ ଥିବା ନାଳ ନର୍ଦ୍ଦମାର ସ୍ଥିତି ସୁଧାରିବା ସହିତ ରୋସନ କାର୍ଡରୁ ବଞ୍ଚିତ ହୋଇଥିବା ସାଧାରଣ ଲୋକଙ୍କୁ ରେସନକାର୍ଡ ଯୋଗାଇଦିଆଯିବ  ।

ଷ୍ଟ୍ରିଟ୍‌ ଲାଇଟ ଲଗାଇବା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ସୁଧାର ଆସିବ  । ସେହିପରି ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ପହଁଚାଯିବ  । ସେହିପରି ମହିଳାମାନଙ୍କ  ପାଇଁ ଗଠନ କରାଯାଇଥିବା ସ୍ୱଂୟ ସହାୟକ ଗୋଷ୍ଠୀ ଭଳି ରାଜ୍ୟର ବେକାର ଯୁବକ ମାନଙ୍କୁ କର୍ମନିଯୁକ୍ତ କରିବା ପାଇଁ ସଂୟ ସହାୟକ ଗୋଷ୍ଠୀ ଗଢିବ ବିଜେପି  । ଯୁବକ ମାନଙ୍କୁ ତାଲିମ ସହ କର୍ମନିଯୁକ୍ତି ଯୋଗାଇବାରେ ସହାୟକ ହେବ ବୋଲି ଇସ୍ତାହାରରେ ପ୍ରକାଶ ପାଇଛି  ।

ଇସ୍ତାହାରରେ ବିଜେପି ପ୍ରକାଶ କରିଛି,  ଓଡିଶାରେ ବାରମ୍ବାର ବନ୍ୟା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ପ୍ରତିବର୍ଷ ଆସୁଛି  । ଜଗତସିଂହପୁରର ଆରମ୍ଭ କରି ମୟୁରଭଞ୍ଜ ପର୍ଯ୍ୟନ୍ତ ସାଧାରଣ ଲୋକ ଅତ୍ୟାବଶକୀୟ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ପଠାଉଥିବା ଅର୍ଥକୁ ହ଼ଡପ କରାଯାଉଛି  । ତେଣୁ ବିଜେପି ଏହି ଅର୍ଥକୁ ସୁପରିଚାଳନା କରିବା ସହିତ ସାଧାରଣ ଲୋକଙ୍କ ପାଖରେ ପହଁଚାଇବ ବୋଲି ଇସ୍ତାହାରରେ ପ୍ରକାଶ କରିଛି ବିଜେପି  ।

 

 

 

ଭୋଟ ପୂର୍ବରୁ ସୋହେଲାରେ ୧୮ ସମିତି ସଭ୍ୟ ପ୍ରାର୍ଥୀ ବିଜୟୀ

ବରଗଡ: ନିର୍ବାଚନ ଆରମ୍ଭ ହୋଇନି ବାଜିମାତ କଲାଣି ବିଜେଡି । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ତାତି ଆରମ୍ଭ ହୋଇଛି । ଚୂଡ଼ାନ୍ତ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ ପାଇଛି । ମୋଟ ୬୭୯୪ ପଞ୍ଚାୟତ ଓ ୬୭୯୩ ସମିତିସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ବିଭିନ୍ନ ଦଳର ସମର୍ଥିତ ସଭ୍ୟ। ସେପଟେ ବାଲାଟ ବକ୍ସରେ ଭୋଟ ନପଡିବା ପୂର୍ବରୁ ବିଜୟୀ ହୋଇଛନ୍ତି ଅନେକ ପ୍ରାର୍ଥୀ  । ଅର୍ଥାତ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି  । ଏହାରି ଭିତରେ ବରଗଡ଼ ଜିଲ୍ଲା ସୋହେଲାରେ ବିଜେଡି ସମର୍ଥିତ ପ୍ରାର୍ଥୀ ବୀଜୟୀ ହୋଇଛନ୍ତି  ।

ବିଜେଡି ସମର୍ଥିତ ୧୮ ଜଣ ସମିତି ସଭ୍ୟ ପ୍ରାର୍ଥୀଙ୍କ ବିଜୟ ହୋଇଛି । ବିଜୟୀ ସମିତି ସଭ୍ୟ ସଭ୍ୟାଙ୍କୁ ଆଜି ବିଜେଡି କାର୍ଯ୍ୟାଳୟରେ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ବଜାୟ ରଖିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସବୁବେଳେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖିବାକୁ କହିଛନ୍ତି ସୁଶାନ୍ତ ।

ତୃଣମୂଳ ସ୍ତରରେ ବିଜେଡିର କାର୍ଯ୍ୟଧାରା ସାଧାରଣ ଲୋକଙ୍କୁ ଆକୃଷ୍ଟ କରିଛି  । କେବଳ ଭୋଟର ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ହିଁ ବିଜୟୀ କରିବାର ନିଷ୍ପତ୍ତି ନେଇଛନ୍ତି  । ସୋହେଲା ବ୍ଲକର ୧୮ ସମିତି ସଭ୍ୟ ପ୍ରାର୍ଥୀଙ୍କ ବଜୟୀ ଦଳର ଲୋକ ପ୍ରିୟତାକୁ ପ୍ରମାଣିତ କରିଛି  ।  ସେପଟେ ସମସ୍ତ ବିଜୟୀ ସଭ୍ୟ /ସଭ୍ୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା  ପ୍ରଦାନ କରିଛନ୍ତି ।

Union Budget 2022: ବଢ଼ିପାରେ କିଷାନ କ୍ରେଡିଟ୍ କାର୍ଡ ଲିମିଟ୍, ମିଳିପାରେ ଶସ୍ତା ଋଣ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆସିବ କେନ୍ଦ୍ରୀୟ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡ଼ି ଉପରେ ରହିଛି ସମସ୍ତଙ୍କ ନଜର । ଅର୍ଥନୀତିକୁ ମଜଭୁତ୍ କରିବା ଲାଗି କ’ଣ ଘୋଷଣା କରିବେ ନିର୍ମଳା ? ମହାମାରୀ କୋଭିଡର ତୃତୀୟ ପ୍ରବାହ ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିଥିବା ବେଳେ ବଜେଟରୁ ରୋଜଗାର ବଢ଼ିବା ଆଶା ରଖିଛନ୍ତି ଜନତା । ଏଥିସହ ଜରୁରୀ ସାମଗ୍ରୀର ମୂଲ୍ୟ ହ୍ରାସ ଉପରେ ରହିଛି ଲୋକଙ୍କ ନଜର । ତେବେ ବଜେଟରୁ କୃଷକଙ୍କୁ ମିଳିବ କ’ଣ ?

ଗତବର୍ଷରୁ କେନ୍ଦ୍ରର ତିନି କୃଷି ଆଇନକୁ ନେଇ ବିରୋଧ ପରେ ସରକାର ପଛକୁ ଫେରିଥିଲେ । ତିନି କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ ପ୍ରଧାନମନ୍ତ୍ରୀ । ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର କୃଷକଙ୍କୁ ଦାବିକୁ ମାନି ନେଇଥିବା ବେଳେ ବଜେଟରେ କିଛି ବଡ଼ ଘୋଷଣା କରିବା ଆଶା କରାଯାଉଛି । କୃଷି ବିଶେଷଜ୍ଞଙ୍କ ଅନୁସାରେ, କେନ୍ଦ୍ର ସରକାର କିଷାନ କ୍ରେଡିଟ୍ କାର୍ଡ ଲିମିଟ୍ ବଢ଼ାଇ ପାରନ୍ତି । କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଚାଷୀଙ୍କୁ କମ୍ ସୁଧଦରରେ ଋଣ ମିଳିଥାଏ ।

ଏଥିସହ ପଢ଼ନ୍ତୁ: Budget 2022: ଫେବ୍ରୁଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍, ଜାଣନ୍ତୁ ବଜେଟ୍ ଟିମରେ ଅଛନ୍ତି କିଏ କିଏ ?

କିଷାନ କ୍ରେଡିଟ୍ କାର୍ଡରେ ଋଣ ନେଲେ ୭ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି । ତେବେ ନେଇଥିବା ଋଣକୁ କୃଷକ ବର୍ଷେ ଭିତରେ ପରିଶୋଧ କଲେ ୪ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି ।

କିଷାନ କ୍ରେଡିଟ୍ କାର୍ଡ ଫାଇଦା

  • କେସିସି କାର୍ଡଧାରୀଙ୍କୁ ମାଗଣା ଏଟିଏମ୍ କମ୍ ଡେବିଟ୍ କାର୍ଡ ମିଳେ ।
  • ଭାରତୀୟ ଷ୍ଟେଟ ବ୍ୟାଙ୍କ କିଷାନ କ୍ରେଡିଟ୍ କାର୍ଡ ନାଁରେ ଏଟିଏମ୍ ଦିଏ ।
  • କେସିସିରେ ୩ ଲକ୍ଷ ଟଙ୍କା ଯାଏ ଋଣ ପାଇଁ ପ୍ରତିବର୍ଷ ୨ ପ୍ରତିଶତ ସୁଧ ରିହାତି ମିଳେ ।
  • ସମୟ ପୂର୍ବରୁ ଋଣ ପରିଶୋଧ କଲେ ବାର୍ଷିକ ଅତିରିକ୍ତ ୩ ପ୍ରତିଶତ ସୁଧ ଛାଡ଼ ହୁଏ ।
  • କେସିସି ଋଣକୁ ନେଇ ଫସଲ ବୀମା କଭରେଜ୍ ମିଳେ ।

FIH ପ୍ରୋ ଲିଗ୍: ୨୦ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା

ନୂଆଦିଲ୍ଲୀ:  FIH ପ୍ରୋ ଲିଗ ପାଇଁ ୨୦ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା । ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଏହି  ଲିଗରେ କେଉଁ କେଉଁ ଖେଳାଳୀ ଖେଳିବେ, ସେନେଇ ଘୋଷଣା ହୋଇଛି । ଦଳରେ କ୍ୟାପଟେନ ଭାବେ ମନପ୍ରୀତ ସିଂ ଓ ଭାଇସ କ୍ୟାପଟେନ ହରମନପ୍ରୀତ ସିଂକୁ ଚୟନ କରାଯାଇଛି  ।

ସେହିପରି ଚଳିତ ଲିଗରେ ଭାରତୀୟ ହକି ଦୁଇ ନୂଆ ଖେଳାଳୀଙ୍କୁ ସୁଯୋଗ ଦେଇଛି  ।  ଯୁବରାଜ ସିଂ ଓ ଅଭିଷେକ ନୂତନ ଖେଳାଳୀ ଭାବେ ଲିଗରେ ସାମିଲ ହୋଇଛନ୍ତି । ସେହିଭଳି ଓଡ଼ିଶାର ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଦଳରେ ସାମିଲ ହୋଇଛନ୍ତି । ଫେବୂଆରୀ ୮ରୁ ୧୩ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ଚୂଡ଼ାନ୍ତ ଖେଳାଳୀ ତାଲିକା ପ୍ରକାଶ ପାଇଛି  ।

ଅନ୍ୟମାନଙ୍କ ମଧ୍ୟରେ ଟିମରେ ଅଛନ୍ତି ପିଆର ଶ୍ରିଜେଶ, କ୍ରିଷ୍ଣା ବାହାଦୂର ପାଠକ, ହାପର୍ଦ ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ବରଣ କୁମାର, ଜରମନପ୍ରୀତ ସିଂ, ନିଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂ, ଜଶକ୍ରାନ ସିଂ, ମନ୍ଦିପ ସିଂ, ଲଳିତ କୁମାର ଉପାଧ୍ୟାୟ,  ଆକାଶଦୀପ ସିଂ, ଦିଲପ୍ରୀତ ସିଂ ଆଦି ସ୍ଥାନିତ ପାଇଛନ୍ତି  ।

ଶ୍ୱେତା ତିୱାରୀଙ୍କ ଭଗବାନ-ବ୍ରା ବୟାନକୁ ନେଇ ତେଜୁଛି ବିବାଦ

ଭୋପାଳ: ପୁଣି ବିବାଦରେ ଶ୍ୱେତା । ବିଗ୍ ବସ୍ ସିଜନ୍-୪ର ବିଜେତା ତଥା ଅଭିନେତ୍ରୀ ଶ୍ୱେତା ତିୱାରୀ ତାଙ୍କ ବୟାନକୁ ନେଇ ବିବାଦ ଘେରକୁ ଆସିଛନ୍ତି । ଭୋପାଳରେ ଏକ କାର୍ଯ୍ୟକ୍ରମରେ ଶ୍ୱେତା କହିଛନ୍ତି, ତାଙ୍କ ବ୍ରା ସାଇଜ୍ ଭଗବାନ ନିଅନ୍ତି । ଶ୍ୱେତାଙ୍କ ଏହି ବୟାନକୁ ମଧ୍ୟପ୍ରଦେଶରେ ନିଆଁ ଲାଗିଥିବା ବେଳେ ଏବେ ଦେଶବ୍ୟାପୀ ଉଠିଲାଣି ବିରୋଧର ସ୍ୱର । ଏପରିକି ମାମଲାର ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହସି ହସି କାହିଁକି ଏଭଳି କହିଲେ ଶ୍ୱେତା ?

God Is Taking The Size Of My Bra Controversial Statement Of Shweta Tiwari

ଫ୍ୟାସନ ସହ ଜଡ଼ିତ ଏକ ୱେବ୍ ସିରିଜର ପ୍ରସ୍ତୁତି ଓ ପ୍ରମୋସନ ବେଳେ ଜାନୁଆରୀ ୨୬ରେ ଏଭଳି ବୟାନ ଦେଇଛନ୍ତି ଶ୍ୱେତା । ମଞ୍ଚରେ ପଡକ୍ସନ୍ ଟିମ୍ ସହ ଶ୍ୱେତା ଥିଲେ । ଭୋପାଳର ଏକ ହୋଟଲରେ ୱେବ ସିରିଜ୍ ‘ଶୋ ଟପ୍ପର’ର ପ୍ରମୋସନ୍ ଚାଲିଥିଲା । ଏହାରି ଭିତରେ ଭଗବାନ ଓ ବ୍ରାକୁ ନେଇ ମଞ୍ଚରେ ଶ୍ୱେତା କହିଥିଲେ ଭଗବାନ ମୋ ବ୍ରାର ସାଇଜ୍ ନିଅନ୍ତି । ଯାହାକୁ ନେଇ ବିବାଦ ଉଗ୍ର ହେଉଥିବା ବେଳେ ସାମ୍ନାକୁ ଆସିଛି ଶ୍ୱେତା କହିଥିବା ‘ଭଗବାନ ଓ ବ୍ରା’ ସତ ।

God Is Taking The Size Of My Bra Controversial Statement Of Shweta Tiwari

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଶ୍ୱେତାଙ୍କ ଭଗବାନ ହେଉଛନ୍ତି, ୱେବ୍ ସିରିଜରେ ତାଙ୍କ ସହ ଅଭିନେତା ସୌରଭ ରାଜ ଜୈନ୍ । ସିରିଜରେ ଏକ ରୋଲ୍ ହେଉଛି ବ୍ରା ଫିଟର । ଯେଉଁ ଭୂମିକାରେ ଅଛନ୍ତି ସୌରଭ ଜୈନ୍ । ପୂର୍ବରୁ ସୌରଭ ମହାଭାରତ ସିରିଏଲରେ ଶ୍ରୀକୃଷ୍ଣ ଭୂମିକାରେ ନଜର ଆସିଛନ୍ତି । ଏବେ ଶ୍ରୀକୃଷ୍ଣ ଚରିତ୍ରରୁ ସିଧା ବ୍ରା ଫିଟର ଭୂମିକାକୁ ନେଇ ମଞ୍ଚ ସଞ୍ଚାଳକ ପ୍ରଶ୍ନ କରିଥିଲେ । ଆଉ ଏହାରି ଭିତରେ ହସି ହସି ଶ୍ୱେତା କହିଥିଲେ ସିରିଜରେ ଭଗବାନ ମୋ ବ୍ରାର ସାଇଜ୍ ନେଉଛନ୍ତି । ଆଉ ଶ୍ୱେତାଙ୍କ ଏହି ବୟାନକୁ ଦେଶବ୍ୟାପୀ ବେଶ୍ ବିବାଦ ଦେଖିବାକୁ ମିଳିଛି ।

ହସ ମଜାକରେ ଶ୍ୱେତା ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ସୋସିଆଲ୍ ମିଡିଆରୁ ସମାଜ ସବୁଠି ପ୍ରତିବାଦର ସ୍ୱର ଉଠିଛି । ମଞ୍ଚରେ ଶ୍ୱେତାଙ୍କ ଏହି ବୟାନକୁ ମଜାକରେ ନିଆ ଯାଇଥିବା ବେଳେ ସୋସିଆଲ୍ ମିଡିଆ ଉଠୁଛି ପଡ଼ୁଛି । ଭିଡିଓ ଭାଇରାଲ୍ ହେବା ସହ ବିଭିନ୍ନ ସଂସ୍କୃତି ବଞ୍ଚାଅ ମଞ୍ଚ ଭୋପାଳରେ ଗୁରୁବାର ଶ୍ୱେତାଙ୍କ ଫୋଷ୍ଟର ଓ ଫଟୋ ଜାଳି ପ୍ରତିବାଦ କରିଛନ୍ତି ।

God Is Taking The Size Of My Bra Controversial Statement Of Shweta Tiwari

ପୂର୍ବରୁ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ଶ୍ୱେତା ତିୱାରୀ । ପ୍ରଥମ ବିବାହ ବିବାଦ ପରେ ତଲାକ୍ ନେଇ ଶ୍ୱେତା ଦ୍ୱିତୀୟ ବିବାହ କରିଛନ୍ତି । ତେବେ ଦ୍ୱିତୀୟ ବିବାହ ବି ବିଚ୍ଛେଦ ରାସ୍ତା ଦେଇ ଗତି କରୁଛି । ପ୍ରଥମ ପତି ରାଜା ଚୌଧୁରୀଙ୍କ ଠାରୁ ଅଲଗା ହେବା ପରେ ଶ୍ୱେତା ଅଭିନେତା ଅଭିନବ କୋହଲିଙ୍କୁ ବାହା ହୋଇଥିଲେ । ଏବେ ପତି ଅଭିନବଙ୍କ ସହ ଏକାଠି ରହୁନାହାଁନ୍ତି ଶ୍ୱେତା ।