ମିଳିଲା ଆଉ ଜଣଙ୍କ ମୃତ ଦେହ, ଏବେ ବି ନିଖୋଜ ୩

: ଖରସ୍ରୋତା ନଦୀରେ ୭ ଜଣ ବୁଡ଼ିଯିବା ଘଟଣାରେ ଉଦ୍ଧାର ହୋଇଛି ଆଉ ଜଣଙ୍କ ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି କ୍ରୀଷ୍ଣା ଜେନା । ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଜଣେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି ପରେ ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ ।

ବର୍ତ୍ତମାନ ମଧ୍ୟ ସୁଦ୍ଧା ଆଉ ୩ ଜଣଙ୍କର ପତ୍ତା ମିଳିପାରିନାହିଁ । ସେମାନଙ୍କୁ ଖୋଜାଖୋଜି କରୁଛି ଉଦ୍ଧାରକାରୀ ଦଳ । ଗତକାଲି ହୋଲି ଖେଳିସାରି ଗାଧୋଇବାକୁ ଯାଇ ଭାସିଯାଇଥିଲେ ୭ଜଣ । ମଙ୍ଗଳା ଘାଟରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ସମସ୍ତେ ଭାସିଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ଘର ଲୋକଙ୍କ ଖୋଜାଖୋଜି ପରେ ନଦୀ କୂଳରେ ସମସ୍ତଙ୍କର ସାର୍ଟପ୍ୟାଣ୍ଟ ଚପଲ ଦେଖି ପିଲାମାନେ ଭାସି ଯାଇଥିବା ଜାଣିବାକୁ ପାଇଥିଲେ ।