ଭାରତରେ ୪୨ ଅରବ ଡଲାର ନିବେଶ ପାଇଁ ଜାପାନର ଯୋଜନା

1 min read
Japan Plans To Invest 42 Billion In India

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ । ଇଣ୍ଡୋ-ପେସିଫିକ୍ ଅଞ୍ଚଳରେ ଉଭୟ ଦେଶ ସୁରକ୍ଷା ମଜଭୁତ୍ କରିବା ଲକ୍ଷ୍ୟ ରହିଛି । ଏଥିସହ ଦୁଇ ଦେଶର ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ପ୍ରସଙ୍ଗରେ ଆଲୋଚନା କରିବେ ।

ସୂଚନା ଅନୁସାରେ, ଜାପାନ ପ୍ରଧାନମନ୍ତ୍ରୀ ଆଗାମୀ ୫ ବର୍ଷରେ ଭାରତରେ ୪୨ ଅରବ ଡଲାର ପୁଞ୍ଜି ନିବେଶ ଘୋଷଣା କରିପାରନ୍ତି । କୁହାଯାଉଛି ଗସ୍ତ ସମୟରେ ଦୁଇ ଦେଶର ମୁଖ୍ୟ ୟୁକ୍ରେନର ଯୁଦ୍ଧ ସ୍ଥିତି ନେଇ କଥା ହେବେ ।

ଭାରତ ସହ ସୁରକ୍ଷା ଓ ଆର୍ଥିକ କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ଜାପାନ । ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୨୦୧୪ରେ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ସିଞ୍ଜୋ ୩.୫ ଟ୍ରିଲିୟନ୍ ପୁଞ୍ଜି ନିବେଶ ଘୋଷଣା କରିଥିଲେ । ଭାରତରେ ଦ୍ରୁତ ସହରୀକରଣ ଓ ବୁଲେଟ୍ ଟ୍ରେନ୍ କ୍ଷେତ୍ରରେ ଜାପାନ ସହାୟତା ଯୋଗାଉଛି ।