ବସ୍ତିରେ ବ୍ରାଣ୍ଡ ବିଦେଶୀ ମଦ, ଚଢାଉ କଲା ଅବକାରୀ

ରାଉରକେଲା: ସହରର ସେକ୍ଟର ୪ ଆଇବି ବସ୍ତିରେ ଅବକାରୀ ବିଭାଗର ଚଢ଼ାଉ । ବିପୁଳ ପରିମାଣର ନକଲୀ ବିଦେଶୀ ମଦ ଜବତ କରାଯାଇଛି । ନାମିଦାମୀ ବ୍ରାଣ୍ଡର ନକଲୀ ବିଦେଶୀ ମଦ, ଲେବୁଲ, ଇଏଏଲ, ଖାଲି ବୋତଲ, ଠିପି, ନକଲି ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇ ପଚରାଉଚରା କରୁଛି ଅବକାରୀ ବିଭାଗ ।

ବେଆଇନ ଭାବେ କିପରି ଏତେ ମାତ୍ରାରେ ମଦ କାରବାର ଏଠାରେ ଚାଲିଥିଲା  । କିପରି ଆଇନକୁ ଆଖି ଠାର ମାରି ବିଦେଶୀ ମଦ ବିକ୍ରୟ କରାଯାଉଥିଲା  । ପୋଲିସର ନାକ ତଳେ ବ୍ୟାପକ ପରିମାଣର ମଦ କାରବାର ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି  । ତେବେ ହୋଲି ଥିବାବେଳେ ମଦର ବେଆଇନ ବେପାର ହେବା ନେଇ ସନ୍ଦେହ ପ୍ରକଟ କରିଥିଲା ଅବକାରୀ ବିଭାଗ  ।