‘ମାନ୍’ଙ୍କ ମନ୍ତ୍ରିମଣ୍ଡଳରେ ଶପଥ ନେଲେ ୧୦ ମନ୍ତ୍ରୀ, କିଛି ସମୟ ପରେ କ୍ୟାବିନେଟ୍ ବୈଠକ

Punjab's Bhagwant Mann Cabinet Expansion Ceremony AAP Leaders Take Oath As Ministers

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଆଜି ଶପଥ ନେଇଛି । ମାନଙ୍କ ମନ୍ତ୍ରିମଣ୍ଡଳରେ ୧୦ ମନ୍ତ୍ରୀ ସାମିଲ୍ ହୋଇଛନ୍ତି । ୧୦ ମନ୍ତ୍ରୀଙ୍କ ମଧ୍ୟରେ ଜଣେ ମହିଳା ମନ୍ତ୍ରୀ ରହିଛନ୍ତି । ଚଣ୍ଡିଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତ, ବିଧାୟକଙ୍କୁ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ପରେ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ଆଲୋଚନା କରିଛନ୍ତି । ମାନଙ୍କ କ୍ୟାବିନେଟର ପ୍ରଥମ ବୈଠକ ଆଜି ଦିନ ୨ଟାରେ ବସିବ । ଯେଉଁଥିରେ ସରକାର କିଛି ବଡ଼ ଫଇସଲା ନେଇପାରନ୍ତି ।

Punjab's Bhagwant Mann Cabinet Expansion Ceremony AAP Leaders Take Oath As Ministers

ଆମ୍ ଆଦମୀ ପାର୍ଟିରୁ ଦ୍ୱିତୀୟ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୨ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି । ପ୍ରଥମଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୮ ଜଣଙ୍କୁ ମନ୍ତ୍ରୀ କରାଯାଇଛି । ତେବେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ୧୦ ମନ୍ତ୍ରୀ କିଏ କେଉଁ ବିଭାଗ ପାଇବେ ତାହା ଘୋଷଣା କରାଯାଇ ନାହିଁ ।

କିଏ କ୍ୟାବିନେଟ୍ ମନ୍ତ୍ରୀ ?

  • ହରପାଲ ଚିମା
  • ଡା. ବଲଜିତ୍ କୌର
  • ହରଭଜନ ସିଂହ ଇଟିଓ
  • ଡା. ବିଜୟ ସିଙ୍ଗଲା
  • ଲାଲଚନ୍ଦ କଟାଋଚକ
  • ଗୁରମିତ ସିଂହ ମିତ ହେୟର
  • କୁଲଦୀପ ସିଂହ ଧାଲିୱାଲ
  • ଲାଲଜିତ୍ ସିଂହ ଭୁଲ୍ଲର
  • ବ୍ରହ୍ମା ଶଙ୍କର
  • ହରଜୋତ୍ ସିଂହ ବୈଂସ

ପଞ୍ଜାବ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ପଦ ସହ ୧୮ ପଦ ରହିଛି । ଗତ ବୁଧବାର ଭଗତ ସିଂହଙ୍କ ଗାଁରେ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେଇଥିଲେ । ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏକାକୀ ୯୨ଟି ଆସନରେ ବିଜୟ ଲାଭ କରିଛି । ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସକୁ ୧୮ଟି ଆସନ ମିଳିଥିବା ବେଳେ ଶିରୋମଣି ଅକାଳୀ ଦଳ ମେଣ୍ଟକୁ ୪ଟି ଆସନ ମିଳିଛି ।