spot_img
Home Blog Page 4644

ମାତ୍ର ୪୨୫ ଟଙ୍କାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଥିବା କରୋନା ଟିକା । ଏଥିପାଇଁ କରୋନାର ଉଭୟ ଟିକା କୋଭାକ୍ସିନ ଓ କୋଭିସିଲ୍ଡର ଦର ନିର୍ଦ୍ଧାରିତ ହୋଇଛି । ଡୋଜ ପିଛା ଦର ୨୭୫ ଟଙ୍କା ହୋଇଥିବାବେଳେ ଶୁଳ୍କ ବାବଦରେ ଅଧିକ ଦେବାକୁ ପଡିବ ଆଉ ୧୫୦ ଟଙ୍କା । ଅର୍ଥାତ ମାତ୍ର ୪୨୫ ଟଙ୍କାରେ ବଜାରରେ ମିଳିବ କରୋନା ଟିକା । ଏହି ଦୁଇଟି ସଞ୍ଜୀବନୀର ଦର ନିର୍ଦ୍ଧାରଣ କରିବା ଲାଗି ଜାତୀୟ ଫାର୍ମାସ୍ୟୁଟିକାଲ ଦର ନିର୍ଦ୍ଧାରଣ କର୍ତ୍ତୃପକ୍ଷ ବା ଏନପିପିଏକୁ ଦିଆଯାଇଛି ନିର୍ଦ୍ଦେଶ । ଏହି ଟିକା ଯେପରି ସମସ୍ତଙ୍କ ନିକଟରେ ଉପଲବ୍ଧ ହୋଇପାରିବ ସେଥିଲାଗି ବି ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ବିଭିନ୍ନ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କୋଭାକ୍ସିନର ଦର ୧୨ଶହ ଟଙ୍କା ରହିଥିବାବେଳେ କୋଭିସିଲ୍ଡର ଦାମ୍ ରହିଛି ୭୮୦ ଟଙ୍କା । ଏହି ଦୁଇ ଟିକାର ଦାମ ଯେପରି କମ୍ ରହିବ ସେଥିଲାଗି କାର୍ଯ୍ୟ କରିବା ସକାଶେ ଏନପିପିଏକୁ ଦିଆଯାଇଥିଲା ନିର୍ଦ୍ଦେଶ ।

କୋଭିସିଲ୍ଡର ବଜାର ପ୍ରବେଶ ନେଇ ଗତ ଅକ୍ଟୋବର ୨୫ ତାରିଖରେ ଡିସିଜିଆଇଙ୍କ ନିକଟରେ ଆବେଦନ କରିଥିଲେ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ । ସେହିପରି ଭାରତ ବାୟୋଟେକର ନିର୍ଦ୍ଦେଶକ ଭି.କ୍ରିଷ୍ଣମୋହନ ମଧ୍ୟ କୋଭାକ୍ସିନର ସବିଶେଷ ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିଥିଲେ । ସେପଟେ ଖୁବ୍ ଶୀଘ୍ର ଓମିକ୍ରନ ଟିକା ଉପଲବ୍ଧ ହେବା ନେଇ ଘୋଷଣା କରିଛି ଆମେରିକୀୟ ବାୟୋଟେକ କମ୍ପାନୀ ମଡର୍ଣ୍ଣା । ବର୍ତ୍ତମାନ ଏହି ଟିକାର କ୍ଲିନିକାଲ ଟ୍ରାଏଲ ଜାରି ରହିଛି ଏବଂ ୬୦୦ ଲୋକଙ୍କ କ୍ଷେତ୍ରରେ ଏହାର ପରୀକ୍ଷା କରାଯାଉଛି ବୋଲି କମ୍ପାନୀ ସୂଚନା ଦେଇଛି । ଏହି ଟିକାକୁ ତୃତୀୟ ଓ ଚତୁର୍ଥ ଡୋଜ ଭାବେ ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ପିକ୍ ଅତିକ୍ରମ କରି ସାରିଛି କରୋନା: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । କିଛି ଦିନ ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ତଳମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ । ରାଜ୍ୟ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି କି ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଛି ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି ରାଜ୍ୟରେ ଆକ୍ଟିଭ କେସ୍ମଧ୍ୟ ତଳମୁହାଁ ରହିଛି କିନ୍ତୁ ବେସ୍ ଲାଇନ ଆସିବା ଦରକାର । ବର୍ତ୍ତମାନ ରାଜ୍ୟରେ ପ୍ରତ୍ୟେକ ଦିନ ୫ରୁ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଟ୍ରାନ୍ସମିଶନ ବହୁତ ଅଧିକ ରହିଛି ଏବେ ବି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ୨୪ ଘଣ୍ଟାରେ ରାଜ୍ୟରେ ୫ ହଜାର ୯୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ହଜାର ୪୧୯ ଜଣ ଚିହ୍ନଟ ହୋଇଥିବାବେଳେ ହଜାର ୪୮୨ ଜଣ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି ୦ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୭୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି ଭାବରେ ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୦୭୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି

 

ଋଷ ବିରୋଧରେ ଲଢିବା ପାଇଁ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ପଠାଇଲା ଆମେରିକା

ନୂଆଦିଲ୍ଲୀ: ୟୁକ୍ରେନଋଷ ମଧ୍ୟରେ ବଢୁଛି ବିବାଦ ଋଷ ବିରୋଧରେ ଲଢ଼ିବା ଲାଗି ୟୁକ୍ରେନକୁ ଷ୍ଟିଞ୍ଜର କ୍ଷେପଣାସ୍ତ୍ର ଜାଭେଲିନ ଟ୍ୟାଙ୍କ ବିଧ୍ୱଂସୀ ଅସ୍ତ୍ର ପଠାଇଛି ଆମେରିକା ଏପରିକି ଅସ୍ତ୍ରଗୁଡିକରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନାଁ ଲେଖାଯାଇଥିବା କୁହାଯାଇଛି ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶ କ୍ରମେ ଏହି ଯୁଦ୍ଧାସ୍ତ୍ର ପଠାଯାଇଛି ପେଣ୍ଟାଗନ ପକ୍ଷରୁ ପ୍ରେରିତ ଏହି ଅସ୍ତ୍ର ୟୁକ୍ରେନର କିଏଭ ସହରସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରେ ରହିବ ଏହାସହ ଏକ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ବି ପଠାଯାଇଛି ପୁଟିନଙ୍କ ବିରୋଧରେ ବ୍ୟକ୍ତିଗତ କଟକଣା ଲଗାଇବାକୁ ମଧ୍ୟ ଆମେରିକା ଧମକ ଦେଇଛି

ପୁଟିନ, ତାଙ୍କ ପରିବାରର ବିଭିନ୍ନ ସଦସ୍ୟ ଗାର୍ଲଫ୍ରେଣ୍ଡ କୁହାଯାଉଥିବା ତଥା ଅଲିମ୍ପିକ ଜିମ୍ନାଷ୍ଟ ଏଲିନା କାବାଏଭାଙ୍କ ଉପରେ ଟ୍ରାଭେଲ ବ୍ୟାନ ନିର୍ଦ୍ଦେଶ ଜାରି କରାଯାଇପାରେ ବୋଲି ସୂଚନା ମିଳିଛି ଆମେରିକା କଂଗ୍ରେସରେ ଏନେଇ ଏକ ବିଲ୍ ଗୃହୀତ ହୋଇଛି ଶୀତଳଯୁଦ୍ଧର ଅବସାନ ପରେ ବର୍ତ୍ତମାନ ୟୁକ୍ରେନ ପ୍ରସଙ୍ଗରେ ଆମେରିକା ଋଷ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଅସ୍ଥିରତା ବଢିବା ଆଶଙ୍କା କରାଯାଉଛି ଆସନ୍ତା ମାସ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ରିପୋର୍ଟ ପ୍ରକାଶ ପାଇବା ପରେ ତତ୍ପର ହୋଇଛନ୍ତି ଆମେରିକା ନେତୃତ୍ୱାଧୀନ ନାଟୋ ବାହିନୀ

ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଘମାଘୋଟ ପ୍ରଚାର, ଭୋଟ ପାଇଁ ତତ୍ପର ନେତା ଓ ଜନତା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ପାଇଁ ଚାଲିଛି ଘମାଘୋଟ ପ୍ରଚାର । ପଞ୍ଚାୟତ ପରୀକ୍ଷା ପାଖେଇ ଆସୁଥିବାରୁ ତତ୍ପର ନେତା ଓ ଜନତା । ଗାଁ ଗାଁରେ ଛାଇଗଲାଣି ପୋଷ୍ଟର, ବ୍ୟାନର । କୋଭିଡ କଟକଣା ଯୋଗୁଁ ସାଧାରଣ ସଭା, ଶୋଭାଯାତ୍ରା ଉପରେ ଅଙ୍କୁଶ ଥିବାରୁ ଡୋର୍ ଟୁ ଡୋର୍‌ କ୍ୟାମ୍ପେନିଂ ଉପରେ ଗୁରୁତ୍ୱ ଦେଇଛନ୍ତି ସବୁ ଦଳ । ବିଜେଡି ଡିଜିଟାଲ ପ୍ରଚାରରେ ଆଗରେ ଥିବାବେଳେ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେପି । କଂଗ୍ରେସ ବି ପଛରେ ପଡ଼ିନି ଡିଜିଟାଲ ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛି ଦଳ । ସେପଟେ ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦ ନିର୍ଦ୍ୱନ୍ଦ୍ୱରେ ଜିତି ଖାତା ଖୋଲିଲା ବିଜେଡି । ବରଗଡ଼ ଅମ୍ବାଭୋନା ବ୍ଲକ ଜୋନ ନଂ-୨ରେ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । ସେହିପରି ୩୬ ହଜାର ୫୨୩ ଓ୍ୱାର୍ଡ ମେମ୍ବର, ୧୨୬ ସରପଞ୍ଚ ଓ ୩୨୬ ସମିତି ସଭ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ଦେଶରେ ବଢ଼ିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨ ଲକ୍ଷ ୮୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୫୭୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୯.୫୯ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୦୬ ହଜାର ୩୫୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ ବୁଧବାର ୨ ଲକ୍ଷ ୮୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ବୃଦ୍ଧି ପାଇଛି । ଆଜି ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୨ ଲକ୍ଷ ୦୨ ହଜାର ୪୭୨ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୦୬ ହଜାର ୩୫୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ଆଜି କରୋନାର ସ୍ଥିତି ସମୀକ୍ଷା କରିବା ପାଇଁ DVMAର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଶୀର୍ଷରେ ଥିବା ୫ ରାଜ୍ୟର କରୋନା ସଂକ୍ରମଣ ହାର ଓ ସ୍ଥିତି ବେଶ ଖରାପ ରହିଛି । କର୍ଣ୍ଣାଟକରେ ଲଗାତାର ବଢୁଛି ସଂକ୍ରମଣ । ସେହିପରି କେରଳରେ ମଧ୍ୟ କରୋନାର ଭାୟବହତା ବଢିଚାଲିଛି ।

 

ରାଜ୍ୟରେ କମିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫ ହଜାର ୯୦୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି କମିଲା କରୋନା ସଂକ୍ରମଣ । ଗତକାଲି ୭ ହଜାର ୪୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ୫ ହଜାର ୯୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୪୧୯ ଜଣ ଚିହ୍ନଟ ହୋଇଥିବାବେଳେ ୨ ହଜାର ୪୮୨ ଜଣ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୭୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୦୭୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧ ହଜାର ୪୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୯୩, ବାଲେଶ୍ୱରରୁ ୩୦୦, ବରଗଡ଼ରୁ ୧୦୨, ଭଦ୍ରକରୁ ୯୬, ବଲାଙ୍ଗୀରରୁ ୧୮୪, ବୌଦ୍ଧରୁ ୭୮, କଟକରୁ ୪୦୨, ଦେଓଗଡ଼ରୁ ୮୯, ଢେଙ୍କାନାଳରୁ ୭୩, ଗଜପତିରୁ ୬୯, ଗଞ୍ଜାମରୁ ୯୫, ଜଗତସିଂହପୁରରୁ ୮୨, ଯାଜପୁରରୁ ୧୯୧, ଝାରସୁଗୁଡ଼ାରୁ ୬୩, କଳାହାଣ୍ଡିରୁ ୧୬୮, କନ୍ଧମାଳରୁ ୮୬, କେନ୍ଦ୍ରାପଡ଼ାରୁ ୧୪୪, କେନ୍ଦୁଝରରୁ ୧୨୮, କୋରାପୁଟରୁ ୬୪, ମାଲକାନଗିରିରୁ ୫୫, ମୟୁରଭଞ୍ଜରୁ ୧୪୯, ନବରଙ୍ଗପୁରରୁ ୧୧୩, ନୟାଗଡ଼ରୁ ୧୮୦, ନୂଆପଡ଼ାରୁ ୧୮୯, ପୁରୀରୁ ୧୧୭, ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୧୩୮, ସୋନପୁରରୁ ୮୬, ସୁନ୍ଦରଗଡ଼ରୁ ୫୪୫ ଓ ଷ୍ଟେଟ ପୁଲରୁ ୨୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ଆଜି ଟାଟା ଗ୍ରୁପକୁ ହସ୍ତାନ୍ତର ହେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ମହାରାଜାଙ୍କ ୬୯ ବର୍ଷର ରାଜତ୍ୱର ଆଜି ହେବ ଅବସାନ । ସାତ ଦଶନ୍ଧିର ସେବା ପରେ ମହାରାଜା ହେବେ ହସ୍ତାନ୍ତର । ଆଜି ଟାଟା ଗ୍ରୁପକୁ ହସ୍ତାନ୍ତର ହେବ ଏୟାର ଇଣ୍ଡିଆ ମାଲିକାନା । ଫଳରେ ମହାରାଜା ବ୍ରାଣ୍ଡ ଭାବେ ବିଶ୍ୱରେ ପରିଚିତ ଏୟାର ଇଣ୍ଡିଆ ଉପରୁ କର୍ତ୍ତୃତ୍ୱ ହରାଇବେ ସରକାର । ଗତବର୍ଷ ଅକ୍ଟୋବର ୮ରେ ଟାଟା ଗ୍ରୁପର ଅନ୍ୟତମ ସବସିଡାରୀ ଟେଲେସ ପ୍ରାଇଭେଟ ଲିମିଟେଡ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ନିଲାମ ନେବାକୁ ସମ୍ମତ ହୋଇଥିଲା । ସେପଟେ ସମସ୍ତ ବକେୟା ଅର୍ଥ ପ୍ରଦାନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଛନ୍ତି ଇଣ୍ଡିଆନ ପାଇଲଟସ ଗିଲଡ ବା ଆଇପିଜି ଏବଂ ଇଣ୍ଡିଆନ କମର୍ସିଆଲ ପାଇଲଟସ ଆସୋସିଏସନ ବା ଆଇସିପିଏ । ଏନେଇ ଦୁଇ ସଂଗଠନ ପକ୍ଷରୁ ଏୟାର ଇଣ୍ଡିଆ ସିଏମଡି ବିକ୍ରମ ଦେବ ଦତ୍ତଙ୍କୁ ସୂଚନା ଦିଆଯାଇଛି ।

ସେହିପରି ଡିଜିସିଏଙ୍କ ପକ୍ଷରୁ ଜାରି ନିୟାମକର ଯଦି ଉଲ୍ଲଂଘନ କରାଯାଏ ତେବେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଭାରତୀୟ ଏୟାର ଇଣ୍ଡିଆ କର୍ମଚାରୀ ସଂଘ ବା ଏଆଇଇୟୁ ଏବଂ ସର୍ବଭାରତୀୟ କ୍ୟାବିନ କ୍ରିଉ ମହାସଂଘ ବା ଏଆଇସିସିଏ । ଏୟାର ଇଣ୍ଡିଆକୁ ବିକ୍ରି କରିଦିଆଯିବ ବୋଲି ସରକାର ଘୋଷଣା କରିବା ପରେ ଗତବର୍ଷ ଅକ୍ଟୋବର ୮ରେ ଟାଟା ଗ୍ରୁପ ଏହାକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଥିଲା । ଏହି ଚୁକ୍ତି ଅନୁସାରେ ଏୟାର ଇଣ୍ଡିଆ ସମେତ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ କରାୟତ୍ତ କରିବ ଟାଟାଗ୍ରୁପ । ସ୍ପାଇସ ଜେଟ ପ୍ରମୋଟର ଅଜୟ ସିଂ ଏୟାର ଇଣ୍ଡିଆ ଲାଗି ୧୫ ହଜାର ୧୦୦ କୋଟି ଟଙ୍କା ନିଲାମ ଧାର୍ଯ୍ୟ କରିଥିବାବେଳେ ଟାଟା ଗ୍ରୁପ ୧୮ ହଜାର କୋଟି ଟଙ୍କା ନିଲାମ ଧାର୍ଯ୍ୟ କରିଥିଲା ।

କେନ୍ଦ୍ର ମନ୍ତ୍ରାଳୟରେ ଫାଙ୍କା ପଡ଼ିଛି ୩୦ ପ୍ରତିଶତ ପଦବୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରାଳୟରେ ପାଖାପାଖି ୩୦ ପ୍ରତିଶତ ପଦବୀ ଖାଲି ପଡିଛି । ମଧ୍ୟମରୁ ଆରମ୍ଭ କରି ବରିଷ୍ଠ ପଦରେ ପରିଚାଳନା କ୍ଷେତ୍ରରେ ପଦବୀ ଖାଲି ପଡିଛି  । ଏହାକୁ ପୂରଣ କରିବା ପାଇଁ ଦାବି ହେଉଥିଲେ ମଧ୍ୟ ସରକାର ଏଥିରେ କର୍ଣ୍ଣପାତ କରୁନାହାନ୍ତି । ଖାଲି ଏତିକି ନୁହେଁ ବିଗତ ୬ ବର୍ଷ ହେବ କୌଣସି ଅଧିକାରୀଙ୍କର ପଦନ୍ନୋତି ମଧ୍ୟ ହୋଇନାହିଁ । ଏନେଇ ବରିଷ୍ଠ ଅଧିକାରୀ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ଫରକ ପଡୁନି । ପଦୋନ୍ନତି ହେଉନଥିବା ବେଳେ ଏହି ସମୟ ମଧ୍ୟରେ ଅନେକ ଅଧିକାରୀ ଅବସର ନେଇସାରିଲେଣି । ଫଳରେ ସେମାନେ ବର୍ଦ୍ଧିତ ଦରମା ଏବଂ ପେନସନ୍ ଜନିତ କିଛି ସୁବିଧାରୁ ବଞ୍ଚିତ ଅଛନ୍ତି  ।

ସେଣ୍ଟ୍ରାଲ ସେକ୍ରେଟେରିଏଟ ସର୍ଭିସ ଫୋରମ ଅନୁସାରେ ୬ ହଜାର ୨୧୦ଟି ସେକ୍ସନ ଅଫିସର ପଦବୀ, ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ ପଦବୀ ଫାଙ୍କା ପଡ଼ିଛି । ଏଥିସହ ୧୮ ଶହ ୩୯ଟି ପଦବୀରେ ଆଦୌ ନିଯୁକ୍ତି ହେଉନଥିବା ମଧ୍ୟ ଜଣାପଡିଛି । ଅକ୍ଟୋବର ୨୦୨୧ରୁ ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ପଡିରହିଛି । ପୂର୍ବରୁ କୋର୍ଟ ମଧ୍ୟ ପଦୋନ୍ନତି ପାଇଁ ଅନୁମତି ଦେଇଥିଲେ । ଏସସି ଓ ଏସଟି ଚାକିରିଆଙ୍କୁ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ତାହା ମଧ୍ୟ ହୋଇପାରିନାହିଁ  ।

ପ୍ରବଳ ଶୀତରେ ଥରିବ ଓଡ଼ିଶା, ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

ଭୁବନେଶ୍ୱର: ପ୍ରବଳ ଶୀତ ଲହରୀରେ ଥରିବ ଓଡ଼ିଶା । ମେଘ ମୁକ୍ତ ଆକାଶ ସହ ଓଡ଼ିଶାକୁ ଉତ୍ତର-ପଶ୍ଚିମା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ପାଇଁ କମିବ ପାରା । ଉପାନ୍ତରୁ ଉପକୂଳ ସବୁଠି ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୨୮ ରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ୬ଟି ଜିଲ୍ଲା ଝାରସୁଗୁଡା, ବରଗଡ, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି  । ସେହିଭଳି ୨୯ ତାରିଖରୁ  ୩୦ ତାରିଖ ସକାଳ ପର୍ଯ୍ୟନ୍ତ ୧୦ଟି ଜିଲ୍ଲା ଝାରସୁଗୁଡା, ବରଗଡ, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ନୂଆପଡା, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ତୀବ୍ର ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୩୧ ତାରିଖରେ ମଧ୍ୟ ୫ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ରାତ୍ରି ସମୟରେ ବାଇକରେ ଦୂର ଯାତ୍ରାରେ ନଯିବାକୁ ପରାମର୍ଶ ଦିଆଯାଇଛି । ଘନ କୁହୁଡି ଏବଂ ତୀବ୍ର ଶୀତ ଲହରୀ ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଦୁର୍ଘଟଣା ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ପୋଲିସ ଏବଂ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

 

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ପାଇଁ ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ବିରାଟ କୋହଲି ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ଟିମରେ ଖେଳିବେ । ଉଭୟ ଫର୍ମାଟରେ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା । ଦିନିକିଆ ଦଳରୁ ଭୁବନେଶ୍ୱର କୁମାର ବାଦ୍ ପଡ଼ିଥିବା ବେଳେ ଯଶପ୍ରୀତ୍ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି ।

ଟି-ଟ୍ୱେଣ୍ଟି ଟିମରେ ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ ଅଧିନାୟକ), ଇଶାନ କିଷାନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ରବି ବିଶୋୟୀ, ଅକ୍ଷର ପଟେଲ, ଯୁଜବେନ୍ଦ୍ର ଚହଲ, ୱାଂଶିଟନ୍ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଆବେଶ ଖାନ ଓ ହର୍ଷ ପଟେଲ ରହିଛନ୍ତି ।

ସେହିଭଳି ଦିନିକିଆ ଦଳରେ ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ ଅଧିନାୟକ), ଋତୁରାଜ ଗାଏକୱାଡ, ଶିଖର ଧୱାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡ୍ଡା, ଋଷଭ ପନ୍ତ, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଂଶିଟନ୍ ସୁନ୍ଦର, ରବି ବିଶୋୟୀ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଓ ଆବେଶ ଖାନ ରହିଛନ୍ତି ।

ଯଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ଉଭୟ ସିରିଜରେ ଆରାମ ଦିଆଯାଇଛି । କେଏଲ୍ ରାହୁଲ୍ ଦ୍ୱିତୀୟ ଦିନିକିଆରୁ ଦଳରେ ସାମିଲ୍ ହେବେ । ଆହତ କାରଣରୁ ରବୀନ୍ଦ୍ର ଜାଡ଼େଜାଙ୍କୁ ଦଳରେ ସାମିଲ୍ କରାଯାଇଛି । ଅକ୍ଷର ପଟେଲଙ୍କୁ କେବଳ ଟି-ଟ୍ୱେଣ୍ଟି ଟିମରେ ସ୍ଥାନ ମିଳିଛି ।