ଛକ ଛକରେ ଜଗିଛି ପୋଲିସ, କଟକଣା ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ହୋଲି ପାଇଁ ଭୁବନେଶ୍ୱରରେ କମିସନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡ଼ି  ।  ସହରରେ ମୁତୟନ ହୋଇଛନ୍ତି ୩୨ ପ୍ଲାଟୁନ ଫୋର୍ସ । ସହରର ପ୍ରମୁଖ ୨୦ଟି ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପଇଁତାରା ମାରୁଛନ୍ତି ୨୦ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ । ଡିସିପିଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୮ ଏସିପି, ୨୪ ଜଣ ଆଇଆଇସି, ୪୨ ଜଣ ଏଏସଆଇ ନଜର ରଖିଛନ୍ତି ।

ରାଜଧାନୀ ରାସ୍ତାରେ ହୋଲି ଉତ୍ସବ ଚାଲିଛି  । ବିଭିନ୍ନ ସ୍ଥାନରେ ଯୁବକ ଯୁବତୀ ହୋଲି ପାଳନରେ ମସଗୁଲ ରହିଛନ୍ତି  । ତେବେ ଏପରି ସ୍ଥିତିରେ କୋଭିଡ କଟକଣା ଭିତରେ ହୋଲି ଖେଳିବାକୁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ପାଳନ କରାଯାଇଛି  । ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଖାସ କରି ମଦ ପିଇ ରାସ୍ତାରେ ବୁଲୁଥିବା ମଦୁଆଙ୍କ ଉପରେ ନଜର ରଖିବ ପୋଲିସ । ସରକାରଙ୍କ ଗାଇଡ଼ ଲାଇନ ମାନି ହୋଲି ଖୋଲି ଖେଳିବା ଉପରେ ଗୁରୁତ୍ବ ଦିଆଯାଇଛି । ଗାଧୁଆ ତୁଠରେ ଅଗ୍ନିଶମ ବିଭାଗ ମୁତୟନ ହୋଇଛନ୍ତି ।