ବସ୍ ଓଲଟି ୮ ଜଣଙ୍କ ମୃତ୍ୟୁ, ୨୦ ଜଣ ଆହତ

1 min read
Karnataka Road Accident 8 Killed Bus Overturns

ବେଙ୍ଗଳୁରୁ: କର୍ଣ୍ଣାଟକର ତୁମକୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ବସ୍ ଓଲଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପାୱାଗଡ଼ା ନିକଟରେ ବସ୍ ଓଲଟି ପଡ଼ିଥିଲା । ବସରେ ୬୦ରୁ ଅଧିକ ଯାତ୍ରୀ ଥିଲେ । ବସ୍ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଓଲଟି ପଡ଼ିଥିଲା । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ୨୦ ଜଣ ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ଓ ଆହତଙ୍କ ମଧ୍ୟରେ କେତେଜଣ ଛାତ୍ରଛାତ୍ରୀ ରହିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର କର୍ଣ୍ଣାଟକର ବିଜୟନଗର ଜିଲ୍ଲା ବନୱିକଲ୍ଲୁ ଜାତୀୟ ରାଜପଥରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଲୋକ ଆହତ ହୋଇଥିଲେ ।