ଆହତ ବାଇକ୍ ଆରୋହୀଙ୍କୁ ଉଦ୍ଧାର କଲେ ପ୍ରଣବ ପ୍ରକାଶ

ଯାଜପୁର: ଦୁର୍ଘଟଣାରେ ଆହତ ହୋଇ ଛଟପଟ ହେଉଥିବା ଜଣେ ବାଇକ ଆରୋହୀକୁ ସାହାଯ୍ୟ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ । ଛତିଆ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଜଣେ ବାଇକ ଆରୋହୀ ଗାଡିରୁ ପଡ଼ିଯାଇ ଆହତ ହୋଇ ପଡିଥିଲେ  । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ସେହି ରାସ୍ତାରେ ଯାଜପୁର ଯାଇଥିଲେ  । ରାସ୍ତାରେ ଆହତକୁ ଦେଖି ପ୍ରଣବ ପ୍ରକାଶ ଦାସ ଗାଡ଼ି ଅଟକାଇବା ସହିତ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଇବା ବ୍ୟବସ୍ଥା କରିଥିଲେ । ପ୍ରଣବଙ୍କ ଏହି ମାନବୀୟ କାର୍ଯ୍ୟପାଇଁ ସଂପୃକ୍ତ ଅଞ୍ଚଳରେ ଲୋକଙ୍କ ପ୍ରଶଂସା ସହ ସାଧୁବାଦ ଦେଇଛନ୍ତି  ।

କାର୍ଯ୍ୟ ବ୍ୟସ୍ତତା ଭିତରେ ଯାଜପୁର ଫେରୁଥିଲେ ପ୍ରଣବ ପ୍ରକାଶ  । ବାଟରେ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହୋଇ ଛଟପଟ ହେଉଥିବା ଦେଖି, ରାସ୍ତା ଅତିକ୍ରମ କରିପାରିନଥିଲେ ବିଜେଡି ସାଙ୍ଗଠନିକ ସଂପାଦକ । ହଠାତ ଗାଡି ସେହିଠାରେ ଅଟକାଇ ଆହତ ହୋଇଥିବା ବ୍ୟକ୍ତିକୁ ଉଦ୍ଧାର କରିଥିଲେ  । ମେଡିକାଲ ପଠାଇବା ନିମନ୍ତେ ସମସ୍ତ ବନ୍ଦୋବସ୍ତ ମଧ୍ୟ କରିଥିଲେ  । ତେବେ ଜଣେ ଜନପ୍ରତିନିଧିଙ୍କ ଏଭଳି ମାନବିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି  ।