ଏପ୍ରିଲ ୧ରୁ ବଡ଼ ପରିବର୍ତ୍ତନ, ବ୍ଯାଙ୍କିଂରୁ ନେଇ ପୋଷ୍ଟ ଅଫିସରେ ବଦଳିବ ଏ ସବୁ ନିୟମ…

1 min read
Changes From 1st April Axis Bank To Post Office

ଭୁବନେଶ୍ୱର: ୨୦୨୨ ଏପ୍ରିଲ୍ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବ । ଆର୍ଥିକ ବର୍ଷ ଆରମ୍ଭ ସହ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଉଥିବା ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ପରିବର୍ତ୍ତନ ପୂର୍ବରୁ ଆପଣ ବଦଳିବାକୁ ଯାଉଥିବା ନିୟମ ବିଷୟରେ ଅବଗତ ହୋଇ ଆର୍ଥିକ କ୍ଷତିରୁ ବଞ୍ଚନ୍ତୁ । ବଦଳିବାକୁ ଯାଉଥିବା ନିୟମ ଭିତରେ ପୋଷ୍ଟ ଅଫିସରୁ ନେଇ ବ୍ୟାଙ୍କିଂ ଓ ନିବେଶ ଆଦି ସାମିଲ୍ ରହିଛି ।

ପୋଷ୍ଟ ଅଫିସ୍ ସ୍କିମ୍

୧ ଏପ୍ରିଲରୁ ପୋଷ୍ଟ ଅଫିସର ଅନେକ ସ୍କିମରେ ପରିବର୍ତ୍ତନ ଆସିବ । ଲାଗୁ ହେବାକୁ ଥିବା ନୂଆ ନିୟମରେ ଜମା ଖାତା, ବରିଷ୍ଠ ନାଗରିକଙ୍କ ଜମା ଖାତା ଓ ମାସିକ ରୋଜଗାର ଯୋଜନାରେ ନିବେଶ ପାଇଁ ଆପଣଙ୍କୁ ସଞ୍ଚୟ ଖାତା ଖୋଲିବାକୁ ପଡ଼ିବ । ଏହାଛଡ଼ା ସ୍ୱଳ୍ପ ସଞ୍ଚୟ ଉପରେ ମିଳୁଥିବା ସୁଧ ଏଣିକି ପୋଷ୍ଟ ଅଫିସ୍ ସଞ୍ଚୟ ଖାତା କିମ୍ବା ବ୍ୟାଙ୍କ ଖାତାରେ ଜମା ହେବ । ଏଥିସହ ସ୍ୱଳ୍ପ ସଞ୍ଚୟ ଖାତା ଥିଲେ ପୋଷ୍ଟ ଅଫିସ୍ ସଞ୍ଚୟ ଖାତା କିମ୍ବା ବ୍ୟାଙ୍କ ଜମା ଖାତା ସହ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି ।

ଆକ୍ସିସ୍ ବ୍ୟାଙ୍କ

ଆକ୍ସିସ୍ ବ୍ୟାଙ୍କ ସଞ୍ଚୟ ଖାତା ଉପରେ ମାସିକ ହାରାହାରି ଜମାରାଶି ୧୦ ହଜାରରୁ ୧୨ ହଜାରକୁ ବୃଦ୍ଧି କରିଛି । ବ୍ୟାଙ୍କ ଏହି ନିୟମକୁ ୨୦୨୨ ଏପ୍ରିଲ୍ ୧ ତାରିଖରୁ ଲାଗୁ କରିବ ।

Changes From 1st April Axis Bank To Post Office

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ

ସେହିଭଳି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଏପ୍ରିଲ୍ ୪ରୁ ପଜିଟିଭ୍ ପେ ସିଷ୍ଟମ ଲାଗୁ କରିବାକୁ ଯାଉଛି । ପଜିଟିଭ୍ ପେ ସିଷ୍ଟମ ଅନୁସାରେ, ବିନା ଭେରିଫିକେସନରେ ଚେକ୍ ପେମେଣ୍ଟ ହୋଇପାରିବ ନାହିଁ । ଆଉ ଏହି ନିୟମ ୧୦ ଲକ୍ଷ ଟଙ୍କାରୁ ଅଧିକ ଚେକ୍ ପାଇଁ ବାଧ୍ୟତାମୂଳକ ହେବ ।

କ୍ରିପ୍ଟୋକରେନ୍ସି ଉପରେ ଟିକସ

ବଜେଟରେ କେନ୍ଦ୍ର ସରକାର କ୍ରିପ୍ଟୋକରେନ୍ସି ଟିକସ ଉପରେ ସୂଚନା ଦେଇଥିଲେ । ଏପ୍ରିଲ୍ ପହିଲାରୁ ସରକାର ଭର୍ଚୁଆଲ୍ ଡିଜିଟାଲ୍ ଆସେଟ୍ ଅଥବା କ୍ରିପ୍ଟୋକରେନ୍ସି ଉପରେ ୩୦ ପ୍ରତିଶତ ଟିକସ ଲାଗୁ କରିବେ । ଏହାବାଦ ଯେବେ କେହି କ୍ରିପ୍ଟୋକରେନ୍ସି ବିକ୍ରି କରିବ ତ ତା’ଉପରେ 1 ପ୍ରତିଶତ ଟିଡିଏସ୍ ଲାଗୁ ହେବ ।

Changes From 1st April Axis Bank To Post Office

ଘର କିଣିଲେ ଝଟକା

ଏପ୍ରିଲ୍ ପହିଲାରୁ ଘର କିଣିବା ଆହୁରି ବ୍ୟୟବହୁଳ ହୋଇଯିବ । କେନ୍ଦ୍ର ସରକାର ପ୍ରଥମଥର ପାଇଁ ଘର କ୍ରୟକାରୀଙ୍କୁ ଧାରା ୮୦ଇଇଏ ପ୍ରକାରେ ମିଳୁଥିବା ଟିକସ ରିହାତିକୁ ବନ୍ଦ କରି ଦେବେ ।

ମହଙ୍ଗା ହେବ ଔଷଧ

ପେନ୍ କିଲର, ଆଣ୍ଟିବାୟୋଟିକ୍ସ, ଆଣ୍ଟି-ଭାଇରସ୍, ପାରାସିଟାମଲ୍ ଭଳି ଔଷଧର ମୂଲ୍ୟ ବୃଦ୍ଧି ପାଇବ । ୧୦ ପ୍ରତିଶତ ଯାଏ ଦର ବଢ଼ିପାରେ । ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ରାୟ ୮୦୦ ଔଷଧର ଦାମ୍ ବଢ଼ିଯିବ ।

Changes From 1st April Axis Bank To Post Office

ମହଙ୍ଗା ହେବ ଗ୍ୟାସ୍

ପ୍ରତିମାସ ଆରମ୍ଭରେ ସରକାରୀ ତୈଳ କମ୍ପାନୀ ଗ୍ୟାସ୍ ଦରର ସମୀକ୍ଷା କରିଥାନ୍ତି । କୁହାଯାଉଛି ୧୦ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଗ୍ୟାସ୍ ସିଲିଣ୍ଡର ବୃଦ୍ଧି ହୋଇପାରେ । ମାର୍ଚ୍ଚ ୨୨ରେ ଘରୋଇ ଗ୍ୟାସ୍ ଦର ୫୦ ଟଙ୍କା ସିଲିଣ୍ଡର ପିଛା ବଢ଼ିଥିଲା ।