ଅପେକ୍ଷାର ଅନ୍ତ… ୨ ବର୍ଷ ପରେ ଜୁନ୍ ୩୦ରୁ ଅମରନାଥ ଯାତ୍ରା

1 min read
Amarnath Yatra Will Start After Two Years From 30th June

ଶ୍ରୀନଗର: ଘଟିଲା ଅପେକ୍ଷାର ଅନ୍ତ । ୨ ବର୍ଷ ପରେ ଅମରନାଥ ଯାତ୍ରାକୁ ମିଳିଲା ଅନୁମତି । ଜୁନ୍ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ରବିବାର ଅମରନାଥଜୀ ଶ୍ରାଇନ୍ ବୋର୍ଡ ବୈଠକ ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ବସିଥିଲା । ଯେଉଁଥିରେ ଅମରନାଥ ଯାତ୍ରାକୁ ଅନୁମତି ଦିଆଯାଇଛି ।

୪୭ ଦିନ ଧରି ଅମରନାଥା ଯାତ୍ରା ଚାଲିବ । ଜୁନ୍ ୩୦ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରାରେ ସମସ୍ତ କୋଭିଡ୍ ନିୟମ ପାଳନ କରିବାକୁ ପଡ଼ିବ । ପରମ୍ପରା ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଦିନ ଯାତ୍ରା ଶେଷ ହେବ । ଗତ ୨ ବର୍ଷ ହେଲା କରୋନା ପାଇଁ ଅମରନାଥ ଯାତ୍ରା ବନ୍ଦ ରହିଥିଲା । କିନ୍ତୁ ପବିତ୍ର ଗୁମ୍ଫାରେ ବାବା ଅମରନାଥଙ୍କ ପୂଜାର୍ଚ୍ଚନା ଜାରି ରହିଥିଲା । ଅମରନାଥ ଯାତ୍ରା ପାଇଁ ଏପ୍ରିଲରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେବ ।