ବିଜୟ ପରେ ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ନବନିର୍ବାଚିତ ମେୟର

1 min read

ଭୁବନେଶ୍ୱର: ପୌର ନିର୍ବାଚନରେ ତିନି ମହାନଗର ନିଗମରେ ବିଜେଡିର ବିପୁଳ ବିଜୟ  । ଭୁବନେଶ୍ୱର-କଟକ-ବ୍ରହ୍ମପୁରରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ  । ଗତକାଲି ବିଜୟୀ ହେବାପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଭୁବନେଶ୍ୱରର ନବନିର୍ବାଚିତ ମେୟର ସୁଲୋଚନା ଦାସ  । ଆଜି କଟକ ଓ ବ୍ରହ୍ମପୁରର ନବନିର୍ବାଚିତ ମେୟର ସୁବାସ ସିଂ ଏବଂ ସଂଘମିତ୍ରା ଦଳେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  । ରାଜ୍ୟର ସମୁଦାୟ ୧୦୮ ପୌରାଞ୍ଚଳ ମଧ୍ୟରୁ ବିଜେଡି ସର୍ବାଧିକ ୭୩ଟି ଅଧ୍ୟକ୍ଷ ପଦ ହାତେଇଥିବା ବେଳେ ବିଜେପି ୧୬ଟି, କଂଗ୍ରେସ ୭ଟି ଓ ସ୍ବାଧୀନ ପ୍ରାର୍ଥୀ ୯ଟି ଆସନ କବ୍‌ଜା କରିଛନ୍ତି । ତେବେ ୯୫ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି । ବିଜେଡି ହାତକୁ ଯାଇଛି ୩ ମହାନଗର ନିଗମ ।

କଟକରେ ସୁବାସ ସିଂହ, ଭୁବନେଶ୍ୱରରେ ସୁଲୋଚନା ଦାସ ଓ ବ୍ରହ୍ମପୁରରୁ ସଂଘମିତ୍ରା ଦଳେଇ ମେୟର ହୋଇଛନ୍ତି । ନିର୍ବାଚନରେ ବିଜୟ ପରେ କଟକର ବିଜୟୀ କର୍ପୋରେଟର ଓ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ଥିବା ସିଏମସିର ବିଜୟୀ ବିଜେଡି କର୍ପୋରେଟରମାନେ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ଏହି ଅବସରରେ ଦଳର ସଫଳତା ନେଇ ଦେବାଶିଷ ସାମନ୍ତରାୟ ସନ୍ତୋଷ ପ୍ରକାଶ କରିଛନ୍ତି । କଟକର ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣେଇଥିଲେ ନେତା  ।

ସେପଟେ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିପୁଳ ଭୋଟ ପାଇ ମେୟର ଭାବେ ନିର୍ବାଚିତ ହୋିଛନ୍ତି  । ଆଜି ସଂଘମିତ୍ରା ଏବଂ ବ୍ରହ୍ମପୁରରେ ନିର୍ବାଚିତ ହୋଇଥିବା ସମସ୍ତ କର୍ପୋରେଟର ମୁକ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି  ।  ପୌର ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସମସ୍ତ ବିଜୟୀ ପ୍ରାର୍ଥୀ ।  ବିଧାୟକ ବିକ୍ରମ ପଣ୍ଡାଙ୍କ ସହ  ସମସ୍ତ କର୍ପୋରେଟର ଆସି ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ନେଇଛନ୍ତି । ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବ୍ରହ୍ମପୁରର ନିବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ  । ଏଥି ସହିତ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋଙ୍କ ଆଶୀର୍ବାଦ ନେଇଥିଲେ ସଂଘମିତ୍ରା  ।