IPL 2022: ବିଜୟରୁ ଅଭିଯାନ ଆରମ୍ଭ କଲା ଦିଲ୍ଲୀ କ୍ୟାପିଟାଲ୍ସ

IPL 2022 Delhi Capitals Beat Mumbai Indians By 4 Wickets

ମୁମ୍ବାଇ: ଆଇପିଏଲରେ ଆଜି ୨ଟି ମୁକାବିଲା ଖେଳା ଯାଉଛି । ପ୍ରଥମ ମ୍ୟାଚଟି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୪ ୱିକେଟରେ ମ୍ୟାଚ୍ ଜିତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୭ ରନ୍ କରିଥିଲା ।

IPL 2022 Delhi Capitals Beat Mumbai Indians By 4 Wickets

୧୭୮ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ଜବରଦସ୍ତ ବ୍ୟାଟିଂ କରିଥିଲା । ଦିଲ୍ଲୀ ୬ ୱିକେଟ୍ ହରାଇ ୧୮.୨ ଓଭରରେ ମ୍ୟାଚକୁ ଜିତି ନେଇଥିଲା । ଦଳ ପକ୍ଷରୁ ଲଳିତ ଯାଦବ ଅପରାଜିତ ୪୮ ରନ୍ କରିଥିଲେ । ସେହିଭଳି ଅକ୍ଷର ପଟେଲ ଅପରାଜିତ ୩୮ ରନ୍ କରିଥିବା ବେଳେ ପୃଥ୍ୱୀ ଶ ୩୮ ରନ୍, ଶାର୍ଦ୍ଦୁଲ ଠାକୁର ୨୨ ରନ୍, ଟିମ୍ ସେଇଫର୍ଟ ୨୧ ରନ୍ କରିଥିଲେ । କୁଲଦୀପ ଯାଦବ ୩ଟି ୱିକେଟ୍ ନେଇଥିବା ବେଳେ ଖଲିଲ ଅହମଦ ୨ଟି ୱିକେଟ୍ ନେଇଥିଲେ ।

IPL 2022 Delhi Capitals Beat Mumbai Indians By 4 Wickets

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଇଶାନ କିଷାନ ସର୍ବାଧିକ ଅପରାଜିତ ୮୧ ରନ୍ ସ୍କୋର କରିଥିବା ବେଳେ ରୋହିତ ଶର୍ମା ୪୧ ରନ୍ କରିଥିଲେ । ତିଲକ ବର୍ମା ୨୨ ରନ୍, ଟିମ୍ ଡେଭିଡ୍ ୧୨ ରନ୍ କରିଥିଲେ । ବସିଲ ଥାମ୍ପି ୩ଟି ୱିକେଟ୍ ନେଇଥିବା ବେଳେ ମୁର୍ଗାନ ଅଶ୍ୱିନ ୨ଟି ୱିକେଟ୍ ନେଇଥିଲେ । ଆଜିର ଦ୍ୱିତୀୟ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳା ଯାଉଛି । ଏବେ ବ୍ୟାଟିଂ କରୁଛି ଆରସିବି ।