୩୧ ଯାଏଁ ଶୁଖିଲା ପାଗ, ୨୪ ଘଣ୍ଟାରେ ୪ ଜିଲ୍ଲାକୁ ବର୍ଷା

1 min read

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ସାଙ୍ଗକୁ ବଢୁଛି ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ଭୁବନେଶ୍ୱର ଓ କଟକରେ ଦିନର ତାପମାତ୍ରା ୩୬ . ୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ୨୪ ଘଣ୍ଟାରେ ଓଡ଼ିଶାର ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାସହ ଆସନ୍ତାକାଲିଠୁ ୩୧ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତ ଶୁଖିଲା ରହିବ । ଏହି ସମୟ ଅବଧି ମଧ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ  । ସେପଟେ ରାଜ୍ୟରେ ଦିନକୁ ଦିନ ଟାଣ ଖରାରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ  ।  ଆଜି ରାଜ୍ୟରେ ବୌଦ୍ଧ ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି । ଗ୍ରାଷ୍ମ ପ୍ରବାହ  ସେହିପରି ବଲାଙ୍ଗୀର ୩୯. ୮ ଡିଗ୍ରୀ, ବାରିପଦା ୩୯. ୬ ଡିଗ୍ରୀ ରହିଛି  ।

ଲଗାତାର ରାଜ୍ୟରେ ତାତି ବଢିବାରେ ଲାଗିଛି  । ଟିଟିଲାଗଡ଼ରେ ତାପମାତ୍ରା ବିଗତ ଦିନରେ ମଧ୍ୟ ସର୍ବାଧିକ ରହିଥିଲା  । ତେବେ ରାଜ୍ୟ ପାଣିପାଗ ବିଭାଗର ସୂଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ଜିଲ୍ଲାରେ ତାପମାତ୍ରା ହ୍ରାସ ଘଟିବାର ସମ୍ଭାବନା ରହିଛି  । ଅର୍ଥାତ ଏହି ଜିଲ୍ଲା ଗୁଡିକ ଯଥାକ୍ରମେ- ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ବର୍ଷା ହେବାର ସମ୍ଭାବନା ରହିଛି  ।