ତୈଳ ଦର ପ୍ରଭାବ, ରାଜ୍ୟରେ ବଢ଼ିବ ବସ୍ ଭଡ଼ା

ଭୁବନେଶ୍ୱର: ବଢ଼ିବ ବସ୍ ଭଡ଼ା । ଏସି ବସରେ କିଲୋମିଟର ପିଛା ୮ ପଇସା, ଏକ୍ସପ୍ରେସ ବସରେ କିଲୋମିଟର ପିଛା ୬ ପଇସା ଓ ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ଲେଖାଏଁ ଭଡା ବୃଦ୍ଧି ପାଇବ । ଗତବର୍ଷ ନଭେମ୍ବର ମାସରେ ଟିକସ ଛାଡ଼ ପରେ ଉଭୟ ଡିଜେଲ ଓ ପେଟ୍ରୋଲ ଦର ହ୍ରାସ ପାଇବା ସହ ବସ ଭଡା କମିଥିଲା । କିନ୍ତୁ ବର୍ତ୍ତମାନ ନିୟମିତ ଭାବରେ ପେଟ୍ରୋଲ ଓ ଡିଜେଲ ଏକ ସପ୍ତାହ ମଧ୍ୟରେ ୭ ଟଙ୍କା ବୃଦ୍ଧି ପାଇଛି । ତେବେ ତୈଳ ଦର ୭ ଟଙ୍କା ବୃଦ୍ଧି ପାଇଥିଲେ ମଧ୍ୟ ଯାତ୍ରୀଭଡ଼ା ବୃଦ୍ଧି ପାଇନାହିଁ । ଯାହା ଅଟୋମେଟିକ ମେକାନିଜିମ ଅନୁସାରେ ପ୍ରତି ଦୁଇ ଟଙ୍କାରେ କିଲୋମିଟର ପିଛା ୧ ପଇସା ବସ୍ ଭଡା ବୃଦ୍ଧି ପାଇବା କଥା । ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ଅନୁମାନ କରାଯାଉଛି ଯେ ପେଟ୍ରୋଲ ଓ ଡିଜେଲ ୧୨୦ ଟଙ୍କା ଛୁଇଁବ । ଏଣୁ ସରକାର ଖୁବଶୀଘ୍ର ବସ୍ ଭଡା ବୃଦ୍ଧି କରିବା ଜରୁରୀ ବୋଲି କହିଛନ୍ତି ରାଜଧାନୀ ବସ୍ ମାଲିକ ସଂଘ ସମ୍ପାଦକ ।