ବିଟା କରାଟେ ବିରୋଧ ଥିବା ମାମଲାକୁ ପୁନଃ ତଦନ୍ତ ଦାବି, କାଶ୍ମୀର ପଣ୍ଡିତଙ୍କ ପିଟିସନର ଶୁଣାଣୀ ଆଜି

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କ ସୃଷ୍ଟି କରିଥିବା ଆତଙ୍କବାଦୀ ବିଟା କରାଟେ ବିରୋଧରେ ଆଜି ଶୁଣାଣି ହେବାକୁ ଯାଉଛି । ଶ୍ରୀନଗର କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ଯେଉଁଥିରେ ବିଟା କରାଟେ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପୁନଃ ତଦନ୍ତ ଦାବି କରାଯାଇଛି । ଆଜି ଶ୍ରୀନଗର କୋର୍ଟ ଏହି ମାମଲା ଉପରେ ଶୁଣାଣି କରିବେ। ସୂଚନା ଅନୁସାରେ, ପୀଡିତ ସତୀଶ ଟିକ୍କୁଙ୍କ ପରିବାର ଶ୍ରୀନଗର କୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଟିକ୍କୁଙ୍କ ପରିବାର ପକ୍ଷରୁ ଓକିଲ ଉତ୍କଳ ବାଇନ୍ସ ପକ୍ଷ ରଖିବେ । ଆଜି ଶ୍ରୀନଗର କୋର୍ଟରେ ଏହି ମାମଲାର ଶୁଣାଣି ହେବ।

କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କହିଥିବା ବିଟା କରାଟେ ସ୍ୱୀକାର କରିଥିଲା

ବିଟା କରାଟେ, ନିରୀହ ଲୋକଙ୍କୁ ହତ୍ୟା ଏବଂ ଦେଶରେ ଆତଙ୍କବାଦ ସୃଷ୍ଟି କରୁଥିବା ଅଭିଯୋଗରେ କାଶ୍ମୀରରେ କାରାଗାରରେ ଥିଲା । ଏକ ସାକ୍ଷାତକାରରେ ବିଟା ନିଜେ ୨୦ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ବିଟା କରାଟେ କହିଥିଲା ଯେ ସେ ୨୦ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଛି । ୧୯୯୧ରେ ଏକ ସାକ୍ଷାତକାରରେ ବିଟା କହିଥିଲା ଯେ, ଯଦି ତା ମା କିମ୍ବା ଭାଇଙ୍କୁ ହତ୍ୟା କରିବାକୁ ପଡ଼ିଥାନ୍ତା ତାହାଲେ ସେ ତାଙ୍କୁ ମଧ୍ୟ ହତ୍ୟା କରିବାକୁ ପଛାଇନଥାନ୍ତା । ୨୨ବର୍ଷ ବୟସ୍କ କାଶ୍ମୀର ପଣ୍ଡିତ ସତୀଶ କୁମାର ଟିକ୍କୁଙ୍କ ହତ୍ୟାରୁ କେମିତି ସେ ରକ୍ତ ପିପାଶୁ ପାଲଟି ଯାଇଥିଲା ତାହାକୁ ଗୋଟି ଗୋଟି କରି ବଖାଣି ଥିଲା ବିଟା ।

ଜନ ସୁରକ୍ଷା ଆଇନ ଅନୁଯାୟୀ ବିଟାଙ୍କୁ ମଧ୍ୟ ଗିରଫ କରାଯାଇଥିଲା

ବିଟା ନାଁରେ ୧୯ରୁ ଅଧିକ ଉଗ୍ରବାଦ ସମ୍ବନ୍ଧୀୟ ମାମଲା ରହିଥିଲା। ୨୦୦୮ ରେ ଅମରନାଥ ବିବାଦ ସମୟରେ ବିଟାକୁ ଗିରଫ କରାଯାଇଥିଲା। ବିଟା ମାର୍ଶଲ ଆର୍ଟରେ ଟ୍ରେଣ୍ଡ ଥିଲା, ତେଣୁ ଲୋକମାନେ ତା ନାମ ଶେଷରେ କରାଟେ ଲଗାଇଥାନ୍ତି । ବିଟା କରାଟେ ପ୍ରାୟ ୧୬ ବର୍ଷ ଜେଲ ଜେଲରେ ବିତାଇଛି ଆଉ ପରେ ୨୩ ଅକ୍ଟୋବର ୨୦୦୬ରେ, ଟାଡ଼ା କୋର୍ଟ ତାକୁ ଜାମିନରେ ଛାଡ଼ିଥିଲା । ଏହି ମାମଲାର ପୁନଃ ତଦନ୍ତ କିରବା ନେଇ ଡିଜିପି ସୂଚାଇ ଦେଇଛନ୍ତି। ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ ୟାସିନ ମଲିକ ଏବଂ ବିଟା କରାଟେଙ୍କ ବିରୋଧରେ ପଞ୍ଜୀକୃତ ମାମଲା ଖୋଲିବାକୁ ସୂଚାଇ ଦେଇଛନ୍ତି। ସେ କହିଥିଲେ ଯେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ପଞ୍ଜୀକୃତ ମାମଲାଗୁଡ଼ିକର ଯାଞ୍ଚ କରିବୁ । କୌଣସି ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ ।