spot_img
Home Blog Page 4280

ଗୁଳି ଫୁଟାଇ ସୁନା ଦୋକାନୀଙ୍କ ଠାରୁ ଲୁଟ୍ ଉଦ୍ୟମ: ଜଣେ ଗୁରୁତର

ଭୁବନେଶ୍ୱର: ପୁଣି ରାଜଧାନୀରେ ଫୁଟିଲା ଗୁଳି । ଲୁଟେରାଙ୍କ ଟାର୍ଗେଟରେ ସୁନା ଦୋକାନୀ। ଲୁଟ୍ ଉଦ୍ଦେଶ୍ୟରେ ସାମନ୍ତରାପୁର ଛକରେ ହୋଇଛି ଗୁଳିମାଡ଼ । ଦେବୀ ଦୁର୍ଗା ଜୁଏଲାରୀ ମାଲିକ ଓ କାରିଗର ଲୁଟ୍‌ର ଶିକାର ହୋଇଥିବା ବେଳେ କାରିଗର ରାଜେନ୍ଦ୍ର ସାହୁଙ୍କ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅଳ୍ପକେ ବର୍ତ୍ତିଛନ୍ତି ସୁନା ଦୋକାନ ମାଲିକ ପ୍ରଶାନ୍ତ କୁମାର ସାହୁ । ସ୍ଥାନୀୟ ଲୋକ ଆସିବାରୁ ଦୋକାନ ଲୁଟିବା ଯୋଜନା ଫେଲ୍ ମାରିଛି ।

କାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ କଳାପଲସରରେ ୩ଜଣ ଲୁଟେରା ଆସି ୩ରାଉଣ୍ଡ ଗୁଳି ଚଲାଇଥିଲେ । ସୁନା ଦୋକାନ କର୍ମଚାରୀଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ମାଲିକ ପ୍ରଶାନ୍ତଙ୍କ ଗୋଡ଼ରେ ଘସି ହୋଇ ଗୁଳି ଖସିଯାଇଛି । ଲିଙ୍ଗରାଜ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସିସିଟିଭି ଫୁଟେଜ୍ ଆଧାରରେ ଚାଲିଛି ଛାନବିନ୍ ।

୬୬ ବର୍ଷରେ ଦ୍ୱିତୀୟ ଥର ବର ସାଜିଲେ ଅରୁଣ, ୨୮ ବର୍ଷ ସାନ ବୁଲବୁଲଙ୍କୁ କଲେ ବିବାହ

ନୂଆଦିଲ୍ଲୀ: ପୁଣି ଥରେ ବର ସାଜିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଆରୁଣ ଲାଲ୍ । ୬୬ ବର୍ଷରେ ପୁଣି ଥରେ ବର ବେଶରେ ନଜର ଆସିଲେ ଅରୁଣ । କୋଲକାତାରେ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲ ସାହାଙ୍କ ବିବାହ କରିଛନ୍ତି ଅରୁଣ ଲାଲ । ଗତ ମାସରେ ଅରୁଣ ଲାଲ ଓ ବୁଲବୁଲ ସାହା ର୍ନିବନ୍ଧ କରିଥିଲେ । ୬୬ ବର୍ଷିୟ ଅରୁଣ ଲାଲଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ଏହା ପୂର୍ବରୁ ସେ ରୀନାଙ୍କୁ ପ୍ରଥମ ବିବାହ କରିଥିଲେ । ଉଭୟ ଆପୋଷ ବୁଝାମଣାରେ ଛାଡପତ୍ର ମଧ୍ୟ ନେଇଛନ୍ତି । ତେବେ ପ୍ରଥମ ପତ୍ନୀଙ୍କ ସହମତିରେ ଦ୍ୱିତୀୟ ବିବାହ କରୁଛନ୍ତି ଅରୁଣ । ସ୍ଥାନୀୟ ଏକ ସ୍କୁଲରେ ଟିଚର ଥିବା ବୁଲବୁଲ ଏବେ ଅରୁଣ ଲାଲଙ୍କ ଲାଇଫ ପାର୍ଟନର ପାଲଟି ଯାଇଛନ୍ତି । ଅରୁଣ ଓ ବୁଲବୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଜାଣିଛନ୍ତି । ଅରୁଣ ଓ ବୁଲବୁଲଙ୍କ ବିବାହ ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ଏହା ସହ ଏହି ନବ ଦମ୍ପତିଙ୍କ ନିକଟକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ।

 

ମେ’ ୨ରେ କୋଲକତାସ୍ଥିତ ହୋଟେଲ ପିୟରଲେସରେ ଅରୁଣ ଲାଲ୍ ଓ ବୁଲବୁଲଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବରେ ବହୁ ହାଇପ୍ରୋଫାଇଲ ଅତିଥି ସାମିଲ ହୋଇଥିଲେ । ଅରୁଣ ଲାଲଙ୍କ ବିବାହ ଉତ୍ସବରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାୟନ ଓ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସବା କରିମ ପ୍ରମୁଖ ସାମିଲ ହୋଇଥିଲେ।

ସୂଚନା ଅନୁସାରେ ଅରୁଣ ଲାଲ ୧୯୮୨ରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ୧୬ଟି ଟେଷ୍ଟ ମ୍ୟାଚ ଖେଳି ୭୨୯ ରନ ହାସଲ କରିଛନ୍ତି । ସେହିପରି ଭାରତ ପାଇଁ ୧୩ଟି ଦିନିକିଆ ମ୍ୟାଚ ମଧ୍ୟ ଖେଳିଛନ୍ତି ଅରୁଣ । ସେ ୧୩ଟି ଦିନିକିଆ ମ୍ୟାଚରେ ୧୨୨ ରନ ସଂଗ୍ରହ କରିଥିଲେ । ୧୯୮୨ରେ ଭାରତ ପାଇଁ ଡେବ୍ୟୁ କରିଥିବା ଅରୁଣ ତାଙ୍କ ଶେଷ ୧୯୮୯ ମସିହାରେ ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ । ବର୍ତ୍ତମାନ ଅରୁଣ ଲାଲ ବେଙ୍ଗଲ କ୍ରିକେଟ ଆସୋସିଏସନର ମୁଖ୍ୟ କୋଚ ଭାବରେ ଦାୟିତ୍ୱ ତୁଲାଉଛନ୍ତି ।

ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ହେବ ଆଲୋଚନା । ଦଳୀୟ ସଂଗଠନ ଉପରେ ହେବ ପୁଙ୍ଖାନୁପୁଙ୍ଖ କରାଯିବ ତର୍ଜମା । କିଭଳି ଓଡ଼ିଶା କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ଦୂର କରାଯାଇ ଦଳକୁ ଆଗକୁ ନିଆଯାଇପାରିବ, ସେନେଇ ହେବ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଦଳ ପ୍ରସଙ୍ଗରେ ତାଙ୍କୁ ହାଇକମାଣ୍ଡଙ୍କ ଫୋନ୍ ଆସିଥିଲା ଏବଂ ସେ ଦିଲ୍ଲୀ ଯିବେ ବୋଲି କହିଛନ୍ତି ସୁର ରାଉତରାୟ । ବିଧାୟକ ତାରା ବାହିନୀପତି କହିଛନ୍ତି ଦିଲ୍ଲୀ ଗସ୍ତ ପୂର୍ବରୁ ସବୁ ବିଧାୟକ ଏକାଠି ହେବୁ । କେଉଁ ପ୍ରସଙ୍ଗରେ ରାହୁଲଙ୍କ ସହ ଆଲୋଚନା କରିବୁ ନିଷ୍ପତ୍ତି ନେବୁ । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି କରିବାକୁ ପ୍ରସ୍ତାବ ରଖାଯିବ । ସଂଗଠନ ମଜଭୁତ ହେବା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ତାରା । ସେପଟେ ପୂର୍ବରୁ ପିସିସି ପରିବର୍ତ୍ତନ ପାଇଁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତା ଓ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏନେଇ ପ୍ରଭାରୀ ହାଇକମାଣ୍ଡଙ୍କୁ ମଧ୍ୟ ରିପୋର୍ଟ ଦିଆଯିବ ।

ଏଥିସହିତ ପଢ଼ନ୍ତୁ: ନିରଞ୍ଜନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ଏବଂ ଇସ୍ତଫା କଥା ସ୍ପଷ୍ଟ କଲେ ତାରା ବାହିନିପତି

ନିରଞ୍ଜନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ଏବଂ ଇସ୍ତଫା କଥା ସ୍ପଷ୍ଟ କଲେ ତାରା ବାହିନିପତି

ଜୟପୁର: କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଦଳୀୟ ବିଧାୟକ ତାରା ବାହିନିପତି ।  ନିର୍ବାଚନରେ ବହୁବାର ହାରିଥିବା ଏବଂ ଅମାନତ ହରାଇଥିବା ନେତାଙ୍କୁ ଯଦି ପିସିସି ସଭାପତି କରାଯାଏ, ତେବେ ଦଳ ଆଗକୁ କେମିତି ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରତି ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ କମିବାରେ ଲାଗିଛି । ସେଥିପାଇଁ ରାଜ୍ୟ ପ୍ରଭାରୀ ଠାରୁ ଆରମ୍ଭ କରି ସମସ୍ତେ ଦାୟୀ ।

ଏହାସହ ସେ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦୋଇଥିବା କଥାକୁ ଆଜି ସ୍ପଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ସରୁ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ବି ଭୁଲ କରିଛନ୍ତି ପିସିସି ସଭାପତି ବୋଲି କହିଛନ୍ତି ତାରା । ସେ ଜଣେ ବରିଷ୍ଠ କଂଗ୍ରସ ନେତା ଓ ବହୁ ଥର ବିଧାୟକ ହୋଇଛନ୍ତି । ସେ କଣ କହିଦେଲେ ବୋଲି ତାଙ୍କୁ କାରଣ ଦର୍ଶାଓ ନୋଟିସ୍ ମାଗିବା ଠିକ ନୁହଁ ବୋଲି କହିଛନ୍ତି । ଜଣେ ବିଧାୟକଙ୍କୁ ପିସିସି ସଭାପତି କରିବା ଦାବି ପୁଣି ଦୋହରାଇଛନ୍ତି ତାରା । ତାଙ୍କୁ ପିସିସି ସଭାପତି ଦେଲେ ସେ ଭାର ଗ୍ରଣ କରିବେ କିନ୍ତୁ କାହାକୁ ମାଗିବେ ନାହିଁ । କାହାର ପ୍ରଭାବରେ ସେ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇନଥିବା କହିଛନ୍ତି ।

ସେ ଏଣିକି କୋରାପୁଟ ଜିଲ୍ଲାର ସଂଗଠନ ସହିତ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ଲୋକଙ୍କ ପାଖରେ ପହଞ୍ଚିବାକୁ ସେ ଇସ୍ତଫା ଦେଇଥିବା ଆଜି କହିଛନ୍ତି ତାରା ପ୍ରସାଦ ବାହିନିପତୀ । ସେ ଏ ନେଇ ସମସ୍ତ ବିଷୟ ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କୁ କହିଥିବା ବେଳେ ରାହୁଳ ଗାନ୍ଧୀ ଓ ସୋନିଆ ଗାନ୍ଦୀ ଯାହାକୁ ପିସିସି କରିବେ ତାହାକୁ ଏବେ ନଜର ।

ଏଥିସହିତ ପଢ଼ନ୍ତୁ: ଇଦ୍ ଉଲ୍ ଫିତର ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛା

ଇଦ୍ ଉଲ୍ ଫିତର ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ମୁସଲମାନ୍ ଭାଇ-ଭଉଣୀମାନଙ୍କ ପର୍ବ ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ମୁସଲମାନ ଭାଇ-ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି ଯେ, ସମସ୍ତ ଦେଶବାସୀ ବିଶେଷକରି ମୁସଲମାନ ଭାଇ-ଭଉଣୀଙ୍କୁ ଇଦ୍ ମୁବାରକ୍ । ପବିତ୍ର ରମଜାନ୍ ମାସ ପରେ ପାଳିତ ହେଉଥିବା ଏହି ପର୍ବ ସମାଜରେ ଭାଇଚାରା ଓ ସଦ୍‌ଭାବନାକୁ ମଜବୁତ୍ କରିଥାଏ । ଆସନ୍ତୁ, ଏହି ପବିତ୍ର ଅବସରରେ ଆମେ ସବୁ ନିଜକୁ ମାନବତାର ସେବାରେ ସମର୍ପି ଦେବା ଏବଂ ଗରିବଙ୍କ ଜୀବନରେ ସୁଧାର ଆଣିବାକୁ ପ୍ରୟାସ କରିବା ।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇଦ୍ ଉଲ୍ ଫିତର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ପର୍ବ ଆମମାନଙ୍କ ମଧ୍ୟରେ ଏକତା ଏବଂ ଭାତୃଭାବକୁ ଆହୁରି ବୃଦ୍ଧି କରୁ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି । ଇଦ୍ ପର୍ବ ସମସ୍ତଙ୍କ ମଧ୍ୟରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ  ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ରଥ ନିର୍ମାଣର ଆଜି ଶୁଭ ଅନୁକୂଳ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଆଜି ଅନୁକୂଳ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପାରମ୍ପରିକ ରୀତିନୀତିରେ ଯଜ୍ଞ ଓ ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ବିଶ୍ୱକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିବେ । ଏପଟେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାକୁ ଶ୍ରୀନହର ସମ୍ମୁଖରେ ଚାଳି ତିଆରି ଶେଷ ହୋଇଛି । ମଙ୍ଗଳବାର ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ମଧ୍ୟ ଚାଲିବ ।

ରଥ ନିର୍ମାଣ ଅନୁକୂଳ ପାଇଁ ୩ଟି ୧୨ଫୁଟିଆ ଧଉରା କାଠ ମହା ରଥଖଳାରେ ରଖା ସରିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ ଅପରାହ୍ନ ୪ଟାରେ । ଏହାପରେ ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ୱତନ୍ତ୍ର କୁରାଢିରେ ରଥ ନିର୍ମାଣ ଅନୁକୂଳ କରିବେ । ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ତିନି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମେ ଚକ ନିର୍ମାଣ କରାଯିବ ।

୧୪ ତାରିଖ ଶନିବାର ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ । ୨୨ ତାରିଖ ରବିବାର ଭଉଁରୀ ଉତ୍ସବରେ ଚକ ଅଖ ଡେରା ହୋଇ ଜୁନ୍‌ ୧୪ ମଙ୍ଗଳବାର ସ୍ନାନପୂର୍ଣ୍ଣମୀରେ ଚାରି ନାହାକା ଉଠିବ । ଜୁନ୍‌ ୩୦ ତାରିଖ ଗୁରୁବାର ଉଭାଯାତ୍ରା (ରଥ ଯାତ୍ରା ପୂର୍ବ ଦିନ) ଅବସରରେ ରଥଖଳାରୁ ତିନି ରଥ ପ୍ରସ୍ତୁତ ହୋଇ ସିଂହଦ୍ୱାରରେ ପହଞ୍ଚିବ । ଜୁଲାଇ ୧ ତାରିଖ ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ଗୁଣ୍ଡିଚା ଘର ଜନ୍ମବେଦିକୁ ଯାତ୍ରା କରିବେ।

ଅନ୍ୟପକ୍ଷରେ ବାଲୁକା କଳା ମାଧ୍ୟମରେ ଚନ୍ଦନ ଯାତ୍ରା ଓ ରଥ କାଠ ଅନୁକୂଳର ଶୁଭକାମନା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଏଥିସହିତ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ‘କାଳିଆ’ ଟଙ୍କା

ଭାଇଚାରାର ପର୍ବ ଇଦ୍ ଆଜି: ୨ବର୍ଷ ପରେ ଏକାଠି ହେବେ ମୁସଲମାନ ଭାଇ-ଭଉଣୀ

ଭୁବନେଶ୍ୱର: ଆଜି ଭାଇଚାରାର ପର୍ବ ଇଦ୍ । କରୋନା କଟକଣା କୋହଳ ହେବାରୁ ପ୍ରାୟ ୨ବର୍ଷ ପରେ ଏକାଠି ହେବେ ମୁସଲିମ୍‌ ଭାଇ ଭଉଣୀମାନେ । ମସ୍‌ଜିଦ୍‌ ଯାଇ ନମାଜ ପାଠ କରିବା ସହିତ ଘରେ ପ୍ରସ୍ତୁତ କରିବେ ସୁସ୍ୱାଦୁ ବ୍ୟଞ୍ଜନ । ରଙ୍ଗ ବେରଙ୍ଗର ପୋଷାକ ସହ ଗହଳିରେ ବାରି ହୋଇପଡ଼ିବ ଅତରର ବାସ୍ନା । ରାସ୍ତାଘାଟରେ ଦେଖିବାକୁ ମିଳିବ ମୁସଲିମ୍‌ ଭାଇଙ୍କ ଆଲିଙ୍ଗନର ଦୃଶ୍ୟ । କରୋନା କଟକଣା ହଟିବା ପରେ ଚମକିବ ଇଦ୍‌ ପର୍ବ । ଗୋଟିଏ ମାସ ଯାଏ ରୋଜା (ଉପବାସ) ରଖିବା ପରେ ମସଜିଦ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଇଦ୍‌ ଗାହା ବା ଖୋଲା ପଡ଼ିଆକୁ ଯାଇ ସମୂହ ନମାଜ ପାଠ କରିବେ ।

ତେବେ ଏହି ମାସରେ ବର୍ଷକର ଆୟର ୨.୫ ପ୍ରତିଶତ ସମ୍ପତ୍ତି ଜକାତ୍‌ ହିସାବରେ ଦାନ କରାଯାଏ । ଫିତ୍‌ରାରେ ଗରିବ ଲୋକଙ୍କୁ ଖାଦ୍ୟ ଲାଗି ଦାନ କରାଯାଇଥାଏ । ଯେଉଁଥିରେ ପରିବାରର ପ୍ରତି ସଦସ୍ୟ ୬୦ ଟଙ୍କା ଲେଖାଏଁ ଗରିବ ଲୋକଙ୍କୁ ଦାନ କରାଯାଏ । ନମାଜ ପାଠ ପରେ ପରିବାର ସଦସ୍ୟଙ୍କ ପାଇଁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯିବ । ରୋଷେଇ ଘରୁ ବିରିୟାନୀ, ଲଚ୍ଛା ପରି ଅନେକ ଖାଦ୍ୟର ସୁଗନ୍ଧ ଭାସି ଆସିବ । ସମ୍ପର୍କୀୟକୁ ଘରକୁ ଡାକିବା ସହିତ ଖଜୁରୀ, ବିରିୟାନୀ ଓ ଲଚ୍ଛାକୁ ଉପହାର ସ୍ୱରୂପ ଭେଟି ଦେବେ ।

ଏଥିସହିତ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ‘କାଳିଆ’ ଟଙ୍କା

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ‘କାଳିଆ’ ଟଙ୍କା

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ୨୦୨୨ ଆର୍ଥିକ ବର୍ଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ‘କାଳିଆ’ ଟଙ୍କା ପ୍ରଦାନ କରିବେ । ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ଉପକୃତ ହେବେ । ଏ ବାବଦରେ ରାଜ୍ୟ ସରକାର ୮ଶହ କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିପରି କୃଷି ବିଭାଗ ପକ୍ଷରୁ ‘ପଣସ ମିଶନ’ ଓ ଅଧିକରୁ ଅଧିକ ବାଜରା ଚାଷ କରାଯିବା ପାଇଁ ମିଲେଟ ମିଶନକୁ ସଂପ୍ରସାରିତ କରାଯିବ । ଏହାସହ କୃଷକ ଓ କୃଷି ଉଦ୍ୟୋଗୀଙ୍କୁ ସବୁ ସହାୟତାକୁ ଗୋଟିଏ ପ୍ଲାଟ ଫର୍ମରେ ଯୋଗାଇଦେବା ପାଇଁ ସୁଗମ ପୋର୍ଟାଲ ଓ କୃଷକ ଓଡ଼ିଶା ପୋର୍ଟାଲ ଲୋକାର୍ପଣ କରାଯିବ ।

ଆଜି ଅପରାହ୍ଣରେ ହେବାକୁ ଥିବା ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଚଆଲ ମାଧ୍ୟମରେ ଯୋଡ଼ି ହେବା ସହ ଏହି ଟଙ୍କା ପ୍ରଦାନ କରିବେ । ଏହା ସହିତ ମିଶ୍ରିତ ଚାଷ ନେଇ ଯୋଜନା ଆରମ୍ଭ କରାଯିବ । ମଇ ୩୧ରେ ବ୍ରଜରାଜନଗରରେ ଉପ-ନିର୍ବାଚନ ଥିବା ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏଣୁ ସେଠାକର ଚାଷୀ ଏହି ସହାୟତା ରାଶି ପାଇପାରିବେ ନାହିଁ । ୨୦୧୮ରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

ଏଥିସହିତ ପଢ଼ନ୍ତୁ:ଓଡ଼ିଶା ଉପକୂଳରେ ହିଟ୍ କରିବ ବାତ୍ୟା ଆସାନୀ

ଏହି ରାଶିର ବ୍ୟକ୍ତିମାନଙ୍କର ଦୂର ହେବ ଆର୍ଥିକ ସମସ୍ୟା

ମେଷ : ଆଜିର ଦିନଟି ମେଷ ରାଶିଙ୍କ ପାଇଁ ଶୁଭ । ଆପଣଙ୍କ ଉପଯୁକ୍ତ ବ୍ୟବହାର ଅନ୍ୟଙ୍କୁ ପ୍ରଭାବିତ କରିବ । ଦୈନିକ କାର୍ଯ୍ୟରୁ ନିବୃତ୍ତ ହୋଇ କୈଣସି ନୂତନ କାର୍ଯ୍ୟରେ ସମୟ ନିଯୋଗ କରିପାରନ୍ତି । ବ୍ୟବସାୟରେ ନୈରାଶ୍ୟଜନକ ସଫଳତା ମିଳିପାରେ । ଚାକିରିରେ ନ୍ୟସ୍ତ ଥିବା ଲୋକଙ୍କ ପାଇଁ ଆଜିର ଦିନଟି ଆରାମଦାୟକ । ଆର୍ଥିକ ସ୍ଥିତି ଭଲ ରହିବ । ନିଜ ଚେଷ୍ଟା ବଳରେ କର୍ମକ୍ଷେତ୍ରରେ ଲାଭବାନ ହେବେ । କୌଣସି ଧଳା ବସ୍ତୁ ଦାନ କରନ୍ତୁ ।

ବୃଷ : ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେବ । ବାପା, ମା’ଙ୍କ ସହ ମତଭେଦ ଦେଖାଦେଇପାରେ । ପ୍ରେମ ସମ୍ବନ୍ଧ ପାଉଁ ଉପଯୁକ୍ତ ସମୟ । ଚାକିରି ସଫଳତା ହାସଲ କରିବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଚାକିରି କିମ୍ୱା ବ୍ୟବସାୟିକ ବ୍ୟକ୍ତି ସଫଳତା ହାସଲ କରିବେ । ପାରିବାରିକ ସୁଖ ମିଳିବ । ଶିବଲିଙ୍ଗଙ୍କୁ କ୍ଷୀର ଅର୍ପଣ କରନ୍ତୁ ।

ମିଥୁନ : ଆର୍ଥିକ ଏବଂ ପାରିବାରିକ ସମ୍ୱନ୍ଧୀୟ ଲାଭଦାୟକ ଯାତ୍ରା କରିବାର ସମ୍ଭାବନା ରହିଛି । ଆତ୍ମବିଶ୍ୱାସର କାର୍ଯ୍ୟ କଲେ ନିଶ୍ଚିତ ସଫଳତା ହାସଲ କରିବେ । ଚାକିରିରେ ଅନ୍ୟର ସହାୟତା ଯୋଗୁଁ କୌଣସି ନୂଆ କାର୍ଯ୍ୟ ଶିଖିବାର ସୁଯୋଗ ମିଳିପାରେ । ମନ ପ୍ରସନ୍ନ ରହିବ । ଗଣେଷଙ୍କୁ ମୋଦକ ଭୋଗ ଚଢ଼ାନ୍ତୁ ।

କର୍କଟ : ଆଜିର ଦିନରେ ଆପଣ ବିଭିନ୍ନ କଠିନ ସମସ୍ୟାର ସମ୍ମୁଖୀନ କରିପାରନ୍ତି । କୌଣସି କାର୍ଯ୍ୟ ପୂରଣ ହେବାରେ ବାଧା ଉପୁଜିପାରେ । କିଛି ବ୍ୟବସାୟିକ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ପଡ଼ିପାରେ । କୌଣସି ନୂଆ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବାର ଏହା ଉପଯୁକ୍ତ ସମୟ । ଆଜିର ଦିନରେ କାର୍ଯ୍ୟବାର ବଢ଼ିବ । ଶିବ ଚାଳିସା ପାଠ କରନ୍ତୁ ।

ସିଂହ : କିଡନୀ ଏବଂ ହାଡ଼ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢ଼ିପାରେ । ବରିଷ୍ଠ ନାଗରିକଙ୍କୁ କୌଣସି ପ୍ରକାର ଲମ୍ୱା ଯାତ୍ରା କରିବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ପାରିବାରିକ ଅଶାନ୍ତି ହେତୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । କଥାରେ ମଧୁରତା ଥିବାରୁ ବନ୍ଧୁ, ପରିବାର, ସମ୍ପର୍କୀୟଙ୍କ ସହ ମଧୁର ସମ୍ପର୍କ ରହିବ । ଚାଉଳରେ ଜଳ ମିଶାଇ ଶବଲିଙ୍ଗଙ୍କୁ ଅର୍ପଣ କରନ୍ତୁ ।

କନ୍ୟା : କୌଣସି ନୂତନ କାର୍ଯ୍ୟ ଶୁଭାରମ୍ଭର ଏହା ଉପଯୁକ୍ତ ସମୟ । ଘରେ ଅତିଥି ଆସିପାରନ୍ତି । ଏହି କାରଣରୁ ଘରେ ଖୁସିର ବାତାବରଣ ବଜାୟ ରହିବ । ଶିବ ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।

ତୁଳା : ସମ୍ପର୍କୀୟଙ୍କ କାରଣରୁ ବ୍ୟାବସାୟରେ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ପରିବାରର ବୟସ୍କ ବ୍ୟକ୍ତି ସହାୟ ହେବେ । ଶତ୍ରୁଙ୍କୁ ପରାଜିତ କରିବେ । ଭଗବାନ ଗଣେଷଙ୍କୁ ଆରାଧନା କରନ୍ତୁ ।

ବିଛା : ଭାଗ୍ୟ ସହାୟ ହେବ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ସଫଳତା ପ୍ରାପ୍ତ ହେବ । ବିଦେଶରେ ରହୁଥିବା ଲୋକଙ୍କୁ ହଠାତ୍ ଲାଭ ମିଳିପାରେ । ଏଥିସହ ଯାତ୍ରା କରିବାର ସମ୍ଭବ ରହିଛି । ଆର୍ଥିକ ସ୍ଥିତି ଭଲ ରହିବ । ମାତ୍ର, ହଠାତ୍ ଖର୍ଚ୍ଚ ବଢ଼ିପାରେ । ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରନ୍ତୁ ।

ଧନୁ : ପରିବାର ସଦସ୍ୟଙ୍କ ସହ ବ୍ୟକ୍ତିଗତ କଥା ଆଲୋଚନା କରିପାରନ୍ତି । ଏଥିସହ ସାହାଯ୍ୟ ମିଳିପାରେ । ନିଜ ଲକ୍ଷ୍ୟ ପୂରଣ କରିବାକୁ ଚେଷ୍ଟା କରନ୍ତୁ । ଅନ୍ୟ ସହ ମିଳିମିଶି କରିଥିବା କାର୍ଯ୍ୟକରୁ ଲାଭ ମିଳିପାରେ । ସକାରାତ୍ମକ ଚିନ୍ତାଧାରା ରଖନ୍ତୁ । ଯୋଗ ଏବଂ ପ୍ରାଣାୟାମର ଅଭ୍ୟାସ କରନ୍ତୁ ।

ମକର : ଆଜିର ଦିନରେ ଆପଣ ଚିନ୍ତିତ ରହିପାରନ୍ତି । ଅନାବଶ୍ୟକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସମ୍ପର୍କୀୟଙ୍କ ସହ କଳହ ଦେଖାଦେଇପାରେ । ସମସ୍ୟାର ସମ୍ମୁଖୀନ ହେବେ । ନୂତନ ବନ୍ଧୁ ଭବିଷ୍ୟତରେ ସହାୟ ହେବେ । ଭାଗ୍ୟ ସହାୟ ହେବ । ହନୁମାନ ଚାଳିସା ପାଠ କରନ୍ତୁ ।

କୁମ୍ଭ : ଆର୍ଥିକ ସ୍ଥିତି ଉତ୍ତମ ରହିବ । ସମ୍ମାନ ଓ ଖ୍ୟାତି ଅର୍ଜନ ହେବ । ବ୍ୟବସାୟରେ ବିସ୍ତାର ହେବ । ପରିଶ୍ରମର ଫଳ ମିଳିବ । ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ ହେବ । ପରିବାର ସଦସ୍ୟଙ୍କ ସହ ମଧୁର ସମ୍ପର୍କ ବଢ଼ିବ । ମନଧ୍ୟାନ ଦେଇ କାମ କରିବେ । ଧନଲାଭର ସୁଯୋଗ ରହିଛି । ଗଣେଷଙ୍କ ଆରାଧନା କରନ୍ତୁ ।

ମୀନ : ବ୍ୟବସାୟିରେ ସଫଳ ହେବ । ଏଥିସହ ପ୍ରସିଦ୍ଧିଲାଭ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଆତ୍ମବିଶ୍ୱାସ ବଢ଼ିବ । ବରିଷ୍ଠ ଅଧିକାରୀଙ୍କ ସହାୟ ମିଳିବ । ଶୁଭ ଖବରରୁ ଆଜିର ଦିନଟି ଆରମ୍ଭ ହେବ । କାର୍ଯ୍ୟକ୍ଷେତ୍ରରେ ଧନ ଲାଭ ହେବ । ଧନ ସଞ୍ଚୟ କରିବେ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

ଡକାୟତି ଯୋଜନା ଫେଲ: ୧୧ ଜଣଙ୍କୁ ଧରିଲା ପୋଲିସ

କଳାହାଣ୍ଡି: ଫେଲ ମାରିଲା ବ୍ୟାଙ୍କ ଡକାୟତି ଯୋଜନା । ପାଟ୍ରୋଲିଂ ବେଳେ ଲୁଟେରା ଗ୍ୟାଙ୍ଗକୁ ଧରିଲା କଳାହାଣ୍ଡି ପୋଲିସ । ଉତକେଲା ଅଞ୍ଚଳରେ ବ୍ୟାଙ୍କ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୬ ଲୁଟେରାଙ୍କ ସହିତ ୫ ସ୍କ୍ରାପ୍ ବ୍ୟବସାୟୀ । ଖୋଲତାଡ଼ ପରେ ସମସ୍ତେ ବାଇକ ଓ ଚାରିଚକିଆ ଯାନ ଚୋରି ରାକେଟରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା ପୋଲିସ । ସେମାନଙ୍କ ନିକଟରୁ ୧୦ ବାଇକ ସମେତ ଗୋଟିଏ ବୋଲେରୋ, ଟାୟାର, ୪ଟି ଦାମୀ ମୋବାଇଲ, କଟିଂ ମେସିନ, ଲୁହା ରଡ୍ ଆଦି ଅନେକ ସାମଗ୍ରୀ ଜବତ ହୋଇଛି । ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।