spot_img
Home Blog Page 4279

ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ୍ ଘଟଣା, ଝାଡ଼ଖଣ୍ଡରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ତନାଘନା । ଅଭିଯୁକ୍ତ ପ୍ରେମିକ ବିକାଶ କୁମାରକୁ ଝାଡଖଣ୍ଡରୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ବିକାଶ କୁମାରଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯିବ । ପୂର୍ବରୁ ବିକାଶଙ୍କ ପ୍ରେମିକାକୁ ଗିରଫ କରାଯାଇଥିଲା । କୋର୍ଟ ଚାଲାଣ ପରେ ବିକାଶ କୁମାରଙ୍କୁ ୫ ଦିନିବ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ । ଯୁବତୀ ଜଣକ ସମ୍ପୃକ୍ତ ଇଞ୍ଜିନିୟରିଂ କଲେଜରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି । ଟ୍ୟୁସନ ଓ ଆଡମିଶନ ଫି’ ଟଙ୍କାକୁ ବୟଫ୍ରେଣ୍ଡ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ ଯୁବତୀ । ଉଭୟଙ୍କୁ ରିମାଣ୍ଡରେ ନେଇ ମୁହାଁମୁହିଁ ଜେରା କରିବ ପୋଲିସ । ପ୍ରେମିକାଠାରୁ ଟଙ୍କା ନେଇ ଅନଲାଇନ୍ ଜୁଆରେ ବିନିଯୋଗ କରିଥିଲା ପ୍ରେମିକ ବିକାଶ କୁମାର । ୬୦ରୁ ୬୫ ଲକ୍ଷ ଟଙ୍କା ଅନଲାଇନ୍ ଜୁଆରେ ବିନିଯୋଗ କରିଥିଲା ବିକାଶ । ମଝିରେ ପ୍ରେମିକାକୁ ମାତ୍ର ୮୦ ହଜାର ଟଙ୍କା ଫେରାଇଥିଲା ବିକାଶ ।

ଆସନ୍ତାକାଲି ଆସିବ LIC IPO, ମେ’ ୯ ପର୍ଯ୍ୟନ୍ତ ଓପନ୍ ରହିବ ଏହି IPO

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ସର୍ବବୃହତ୍ IPO ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ସର୍ବବୃହତ୍ ଇନ୍ସୁରାନ୍ସ କଂପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା LIC ତା’ର ପ୍ରଥମ ଇନିସିଆଲ୍ ପବ୍ଲିକ୍ ଅଫରିଙ୍ଗ୍ସ ମେ’ ୪ରୁ ଆରମ୍ଭ କରୁଛି । ମେ’ ୯ ପର୍ଯ୍ୟନ୍ତ ଓପନ୍ ରହିବ LICର ଆଇପିଓ । ନିବେଶକ ଏହି ସମୟ ମଧ୍ୟରେ LICର IPO ପାଇବାକୁ ଆବେଦନ କରିପାରିବେ ।  LIC ତା’ର IPOର ମୂଲ୍ୟ ୯୦୨ ଟଙ୍କାରୁ ୯୪୯ ଟଙ୍କା ମଧ୍ୟରେ ରଖିବାକୁ ଘୋଷଣା କରିଛି । ଜଣେ ଗୋଟିଏ ଲଟରେ ୧୫ଟି ସେୟାର ପାଇବ । ଅପର ପ୍ରାଇସ୍ ବ୍ରାଣ୍ଡ ହିସାବରେ ଦେଖିଲେ ମୋଟ୍ ମୋଟିଏ ଲଟ୍ ପାଇଁ ୧୪ ହଜାର ୨୩୫ ଟଙ୍କାର ନିବେଶ କରିପାରିବ ।

ରିଲେଟ୍ କ୍ଷେତ୍ରରେ ମୋଟ୍ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶର ସୀମା ରହିଛି । LIC ପଲିସିଧାରୀଙ୍କ ପାଇଁ ସେୟାର ଉପରେ ୬୦ ଟଙ୍କାର ଡିସକାଉଣ୍ଟ ଦେଇଥିବା ବେଳେ ରିଟେଲ୍ ନିବେଶକଙ୍କ ପାଇଁ ମୋଟ୍ IPO ମୂଲ୍ୟରେ ୩୫ ପ୍ରତିଶତର ସଂରକ୍ଷଣ ମଧ୍ୟ କରିଛି । ଅର୍ଥାତ୍ ରିଟେଲ୍ ଇନଭେଷ୍ଟରମାନେ ଏହି ୩୫ ପ୍ରତିଶତ ନିଶ୍ଚୟ ପାଇବେ । ବଡ଼ ବଡ଼ କଂପାନୀ, ମ୍ୟୁଚୁଆଲ୍ ଫଣ୍ଡ, ବିଦେଶି ପୁଞ୍ଜି ନିବେଶକାରୀ ସଂସ୍ଥା ଏହି କାଟାଗୋରୀରେ ରହିବେ ନାହିଁ । ମେ’ ୨ ତାରିଖରେ ଆଙ୍କର ଇନଭେଷ୍ଟରମାନଙ୍କ ପାଇଁ LIC IPO ଓପନ୍ କରିଛି । ଏହା ପ୍ରଥମକୁ କୋଟା ଫୁଲ୍ କରିବା ସହ ଓଭର୍ ସବସ୍କ୍ରାଇବ୍ ହୋଇଛି । ସବୁଠାରୁ ବଡ଼ ଆଙ୍କର ଇନଭେଷ୍ଟର ଭାବରେ ଉଭା ହୋଇଛି SBI ମ୍ୟୁଚୁଆଲ ଫଣ୍ଡ । SBI ୧ ହଜାର ୬ କୋଟି ୮୯ ଲକ୍ଷ ଟଙ୍କା ନିବେଶ କରିଥିବା ବେଳେ ICICI ପ୍ରୁଡେନସିଆଲ୍ ମ୍ୟୁଚୁଆଲ୍ ଫଣ୍ଡ ୭୨୫ କୋଟି ଟଙ୍କାର ନିବେଶ କରିଛି ।

ସେହିପରି HDFC ମ୍ୟୁଚୁଆଲ୍ ଫଣ୍ଡ ୫୨୫ କୋଟି ଟଙ୍କାର ନିବେଶ କରିଛି । ସିଙ୍ଗାପୁର ସରକାର ୧୫୧ କୋଟି ୬୭ ଲକ୍ଷ ଟଙ୍କାର ନିବେଶ କରିଥିବା ବେଳେ, BPN ଇନଭେଷ୍ଚମେଣ୍ଟ ୪୪୯ କୋଟି ୯୯ ଲକ୍ଷ ଟଙ୍କା ନିବେଶ କରିଛି । ମୋଟ୍ ୫ ହଜାର ୬ ଶହ ୨୭ କୋଟି ଟଙ୍କାର ନିବେଶ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ  LICର କିଛି ଅଂଶଧନ ସାଧାରଣ ଲୋକଙ୍କୁ ବିକି, IPOରୁ ସରକାର ୨୧ ହଜାର କୋଟି ଟଙ୍କାର ପୁଞ୍ଜି ଉଠାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ସଫଳ ହେଲେ ଗତ ବର୍ଷର PAYTM IPO ଠାରୁ ଏହା ଅଧିକ ବଡ଼ ଓ ସଫଳ ହେବ ।

ତେବେ ଆପଣ LICର IPO ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଡି ମାର୍ଟ ଆକାଉଣ୍ଟ ଖୋଲି KYC ଅପଡେଟ୍ କରି ଏହାକୁ ଆବେଦନ କରିପାରିବେ । ରିଲାଏନ୍ସ ଇଣ୍ଡଷ୍ଟ୍ରି, TCS, HDFC, ଇନଫୋସିସ୍ ପରେ ଦେଶର ପଞ୍ଚମ ବୃହତ୍ତର କଂପାନୀ ଭାବେ LICର ନାଁ ରହିବ । ଏହାର ମାର୍କେଟ ଭେଲ୍ୟୁଏସନ୍ ୬ ଲକ୍ଷ କୋଟି ଟଙ୍କା ରଖାଯାଇଛି ।

ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ୨୪ ଘଣ୍ଟାରେ ଲଘୁଚାପର ରୂପନେବ

ଭୁବନେଶ୍ୱର: ଆସୁଛି ବାତ୍ୟା ଆସାନୀ । ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ବାତ୍ୟାରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି । ପାଣିପାଗ ମଡେଲ ଓ୍ୱିଣ୍ଡି ପକ୍ଷରୁ ଜାରି ହୋଇଥିବା ଗ୍ରାଫିକ୍ସ ଅନୁସାରେ ବାତ୍ୟାଟି ଅତି ତୀବ୍ର ବେଗରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ।

କିନ୍ତୁ ଲଘୁଚାପ ପରେ ଏହାର ଗତିପଥ ଏବଂ ତୀବ୍ରତା ଜଣାପଡ଼ିବ । ଦୁଇ ଦିନ ମଧ୍ୟରେ ବାତ୍ୟାର ସ୍ପଷ୍ଟ ଚିତ୍ର ଆସିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏବେ ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି । ବଙ୍ଗୋପସାଗରରେ ମେଘଖଣ୍ଡ ଏକାଠି ହେଉଥିବା ନେଇ ସାଟେଲାଇଟ୍‌ରୁ ଚିତ୍ର ମିଳିଛି । ସାମ୍ଭାବ୍ୟ ବାତ୍ୟା ଉପରେ ନଜର ରଖିଛି ଆଇଏମ୍‌ଡି । ସେପଟେ ଉପକୂଳ ଓଡ଼ିଶାରେ ସାମାନ୍ୟ କମିଛି ତାତି । ତାପମାତ୍ରା ଅଧିକ ନଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳୁରେ ସନ୍ତୁଳି ହେଉଛନ୍ତି ଲୋକେ। କିନ୍ତୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ମିଳିବନି ତାତିରୁ ତ୍ରାହି । ଅଧିକାଂଶ ଜିଲ୍ଲାର ତାତି ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର ।

ପୁଣି ବିବାହ କରିବେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ

ଓ୍ୱାଶିଂଟନ: ପୁଣି ବିବାହ କରିବେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଦୀର୍ଘ ୩୦ ବର୍ଷର ଦାମ୍ପତ୍ୟ ଜୀବନ ପରେ ବିଲ ଗେଟ୍ସ ତାଙ୍କ ସ୍ତ୍ରୀ ମେଲିଣ୍ଡା ଫ୍ରେଞ୍ଚଙ୍କ ସହ ବିବାହ ବିଚ୍ଛେଦ କରିଥିଲେ । ତେବେ ବିବାହ ବିଚ୍ଛେଦ ପରେ ପୁଣି ଥରେ ବିବାହ କରିବାକୁ ଇଚ୍ଛା ଜାହିର କରିଛନ୍ତି ପ୍ରତିଷ୍ଠିତ ଉଦ୍ୟୋଗପତି ବିଲ ଗେଟ୍ସ । ବିବାହ ବିଚ୍ଛେଦର ବର୍ଷେ ପରେ ପୂର୍ବତନ ପତ୍ନୀ ମେଲିଣ୍ଡାଙ୍କୁ ପୁଣି ଥରେ ବିବାହ କରିବାକୁ ଚାହୁଁଛନ୍ତି ବୋଲି ବିଲ୍ ଗେଟ୍ସ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି । ୨୦୨୧ରେ ମେଲିଣ୍ଡା ଫ୍ରେଞ୍ଚ ଓ ବିଲ ଗେଟ୍ସଙ୍କ ୩୦ ବର୍ଷର ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ସେମାନଙ୍କର ତିନିଟି ସନ୍ତାନ ରହିଛନ୍ତି ।

ମିଳିଲା ଆଉ ଏକ ପୃଥିବୀ, ପୃଥିବୀର ସୋଲାର ସିଷ୍ଟମରେ ଲୁଚି ରହିଛି ଦ୍ୱିତୀୟ ପୃଥିବୀ

ନୂଆଦିଲ୍ଲୀ: ମିଳିଲା ଆଉ ଏକ ପୃଥିବୀର ସନ୍ଧାନ । ପୃଥିବୀର ସୋଲାର ସିଷ୍ଟମରେ ଲୁଚି ରହିଛି ଦ୍ୱିତୀୟ ପୃଥିବୀ । ଶନି ଗ୍ରହ ନିକଟରେ ପୃଥିବୀ ଭଳି ଏକ ଗ୍ରହ ଥିବା ସନ୍ଧାନ ମିଳିଛି । ଶନି ଗ୍ରହ ଚାରିପଟେ ଘୂରି ବୁଲୁଥିବା ୮୨ଟି ଚନ୍ଦ୍ର ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ହେଉଛି ଟାଇଟାନ । ଯାହା ପୃଥିବୀ ସହ ପ୍ରୟାତଃ ସମାନ । ଟାଇଟାନରେ ନଦୀ, ହ୍ରଦ ଏବଂ ସମୁଦ୍ର ଅଛି । ମାତ୍ର ଏହା ପୃଥିବୀ ଅପେକ୍ଷା ଭିନ୍ନ ସାମଗ୍ରୀରେ ପରିପୂର୍ଣ୍ଣ । ଟାଇଟାନରେ ତରଳ ମିଥେନ ଷ୍ଟ୍ରିମ୍ ବରଫ ପୃଷ୍ଠ ତିଆରି କରୁଥିବା ବେଳେ ନାଇଟ୍ରୋଜେନ୍ ପବନ ଓ ହାଇଡ୍ରୋକାର୍ବନ୍ ବାଲୁକା ଗଦା ନିର୍ମାଣ କରୁଛି । ଷ୍ଟାନଫୋର୍ଡ ୟୁନିଭରସିଟିର ଭୂବିଜ୍ଞାନୀ ମାଥିଉ ଲାପୋଟ୍ରେଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଏହି ତଥ୍ୟ ହାସଲ କରିଛନ୍ତି । ଟାଇଟାନରେ ସମତଳ ଭୂମି ଏବଂ ସବୁଜିମା ସୃଷ୍ଟି ହୋଇପାରିବ ବୋଲି ଏହି ଅନୁସନ୍ଧାନରୁ ଜଣାପଡ଼ିଛି । ବୈଜ୍ଞାନିକମାନେ ଦୀର୍ଘଦିନ ଧରି ଏହି ରହସ୍ୟମୟ ଦୁନିଆର ଅନୁସନ୍ଧାନରେ ଲାଗିଥିଲେ ।

ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ଅକ୍ଷୟ ତୃତୀୟା । ଅନୁକୂଳର ମହାପର୍ବ । ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ ଆଜିର ଦିନ । ଚାଷ ଜମିରେ ପୂଜାର୍ଚ୍ଚନା ସହ ଅଖି ମୁଠି ଅନୁକୂଳ କରିଛନ୍ତି ଚାଷୀ । ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କରିଛନ୍ତି ଚାଷୀମାନେ । ଆଜିଠୁ କୃଷିଭିତ୍ତିକ କାମର ମୂଳଦୁଆ ପଡିଥାଏ । ହଳଦୀ, ଚନ୍ଦନ, ସିନ୍ଦୂର ଲଗାଇ ଧାନ ବିହନପୂର୍ଣ୍ଣ ନୂଆ ଗଉଣି ଓ ଟୋକେଇକୁ ପାଟବସ୍ତ୍ରରେ ସଜାଇ ଜମିରେ ଅଖି ମୁଠି ଅନୁକୂଳ ହୋଇଛି ।

ଅକ୍ଷୟ ତୃତୀୟା ଅବସରରେ କୃଷିମନ୍ତ୍ରୀ ଅରୁଣ ସାହୁ କୃଷି ଯନ୍ତ୍ରପାତି ଓ ତାଲିମ କେନ୍ଦ୍ର ପରିସରରେ ଅଖି ମୁଠି ଅନୁକୂଳ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏହା ବିଧି ମୁତାବକ ବିହନ ଅନୁକୂଳ କରିଥିଲେ କୃଷିମନ୍ତ୍ରୀ । ଅକ୍ଷୟ ତୃତୀୟାରେ ସୁନା କିଣିବାର ପରମ୍ପରା ରହିଛି । ତେଣୁ ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାଜିଛନ୍ତି ଚଷା ପୁଅ । ସେ ମୁଣ୍ଡରେ ଗାମୁଛା ଭିଡି, ଚାଷ କ୍ଷେତରେ ହଳ ବୁଲାଇବା ସହ ବିହନ ବୁଣିଛନ୍ତି । ସେହିଭଳି ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଓ ଯାଜପୁର ଜିଲ୍ଲା ଧର୍ମଶାଳା କିଷାନ କଂଗ୍ରେସ ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ ନରସିଂହପୁର ଠାରେ ପାଳିତ ହୋଇଛି ।

ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧକ୍ଷ ଅମିୟ କୁମାର ପଟ୍ଟନାୟକ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ । ପ୍ରଥମେ ବାଜା ସକୀର୍ତ୍ତନ ସହ ଜମିରେ ପହଞ୍ଚି ଭୂମି ପୂଜନ କରାଯାଇଥିଲା ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇ । ମାଆ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥିଲା । ପରେ ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧକ୍ଷ ଓ ଧର୍ମଶାଳା କୃଷକ ସେଲ କର୍ମକର୍ତ୍ତା ମିଶି ଅଖିମୁଠି ଅନୁକୂଳ କରି ଚାଷଜମି ରେ ଧାନ ପକାଇ ଲଙ୍ଗଳ ସାହାଯ୍ୟ ରେ ହଳ କରିଥିଲେ । ଓଡିଶା ଏକ ଚାଷୀ ବହୁଳ ରାଜ୍ୟ ହୋଇ ଥିବାରୁ । ଏଠାରେ ଚାଷ ଏକ ପ୍ରମୁଖ ଫସଲ ଆଗାମୀ ବର୍ଷ ଓଡିଶା ଚାଷୀ ଙ୍କ ପାଇଁ ସୁଖ ସମୃଦ୍ଧି ଆଣିବା ସହ ଭଲ ଫସଲ ହେଉ ବୋଲି କୃଷକ ସେଲ ଅଧକ୍ଷ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବେ କଂଗ୍ରେସ ବିଧାୟକ

ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ, ଭିଡିଓ ଜାରି କରି ଘେରିଲା ବିଜେପି

ନୂଆଦିଲ୍ଲୀ: ଦେଶରେ କଂଗ୍ରେସକୁ ନେଇ ଥମୁନି ଚର୍ଚ୍ଚା । ନିକଟରେ ପ୍ରଶାନ୍ତ କିଶୋରଙ୍କୁ ନେଇ ବେଶ୍ ଚର୍ଚ୍ଚାରେ ଥିଲା ଦେଶର ସର୍ବ ପୁରାତନ ଦଳ କଂଗ୍ରେସ । ତେବେ ଏହି ଚର୍ଚ୍ଚା ଥମିବାକୁ ଆସିଥିବାବେଳେ ଏବେ ପୁଣି ଥରେ ଚର୍ଚ୍ଚା ଘେରକୁ ଆସିଛି କଂଗ୍ରେସ । ତେବେ ଚଳିତ ଥର କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ରାହୁଲ ଗାନ୍ଧୀଙ୍କ ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାର ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଘେରିଛି ବିଜେପି ।

ସୋମବାର ବିଳମ୍ବିତ ରାତିରେ ନେପାଳର କାଠମାଣ୍ଡୁର ଏକ ନାଇଟ କ୍ଲବରେ ନଜର ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନାଇଟ କ୍ଲବ ପବରେ ରାହୁଲଙ୍କୁ ଜଣେ ନେପାଳୀ ବାନ୍ଧବୀଙ୍କ ସହ ଦେଖିବାକୁ ମିଳିଥିଲା । ଆଉ ତାଙ୍କ ପାଖରେ ଥିଲା ମଦ ବୋତଲ । ଆଉ ତାଙ୍କ ପାଖରେ ଥିବା ଲୋକମାନେ ନାଚ ଗୀତରେ ମସୁଗୁଲ ଥିଲେ । ପବ୍ ଭିତରେ ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ।

ବିଜେପି ସୋସିଆଲ ମିଡିଆ ଇନଚାର୍ଜ ଅମିତ ମାଲଭିଅ  ଟ୍ୱିଟ୍ କରି କହିଛନ୍ତି, ‘ମୁମ୍ବାଇ ଉପରେ ଆକ୍ରମଣ ବେଳେ ମଧ୍ୟ ରାହୁଲ ଗାନ୍ଧୀ ନାଇଟ୍ କ୍ଲବ୍‌ରେ ଥିଲେ । ଆଉ ଏବେ ଯେତେବେଳେ ତାଙ୍କ ଦଳ ସଙ୍କଟରେ ରହିଛି ଏହି ସମୟରେ  ମଧ୍ୟ ନାଇଟ୍ କ୍ଲବରେ ଅଛନ୍ତି ରାହୁଲ । ତାଙ୍କ ମଧ୍ୟରେ ନିରନ୍ତରତା ଅଛି।’ । ସେପଟେ ରାହୁଲ ଗାନ୍ଧୀଙ୍କ ନାଇଟ କ୍ଲବ ଭିଡିଓ ସେୟାର କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ।  ‘ଭେକେସନ୍‌, ପାର୍ଟି, ହଲିଡେ, ପ୍ଲେଜର ଟ୍ରିପ୍‌, ପ୍ରାଇଭେଟ୍‌ ଫରେନ୍‌ ଭିଜିଟ୍‌ ଟ୍ରିପ୍‌ ଆଦି ଏବେ ଦେଶ ପାଇଁ କୌଣସି ନୂଆ କଥା ନୁହେଁ ବୋଲି କିରଣ ରିଜିଜୁ କହିଛନ୍ତି ।

 

ରାଜସ୍ଥାନ ଯୋଧପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଲିସ ଉପରକୁ ଟେକା ପଥର ମାଡ଼

ଯୋଧପୁର: ଆଜି ସକାଳୁ ରାଜସ୍ଥାନର ଯୋଧପୁର ଜଲୋରି ଗେଟ୍ ଅଞ୍ଚଳରେ ଇଦ୍ ନମାଜ ପଢ଼ା ସରିବା ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ହିଂସା ବେଳେ ପୋଲିସ ଉପରକୁ ଟେକା ପଥର ମାଡ଼ କରାଯାଇଥିବା ବେଳେ ଅନେକ ଗାଡ଼ି ଭାଙ୍ଗି ଦିଆଯାଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଗତକାଲି ରାତିରେ ଜଲୋରି ଗେଟଠାରେ ଥିବା ସ୍ୱାଧୀନତା ସଂଗ୍ରାମୀ ବାଲ ମୁକୁନ୍ଦ ବିର୍ସାଙ୍କ ପ୍ରତିମୂର୍ତ୍ତିରେ ସାମ୍ପ୍ରଦାୟିକ ପତାକା ଓ ଲାଉଡ ସ୍ପିକର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ପଥରମାଡ଼ ହୋଇଥିଲା । ଏଥିରେ ଚାରି ଜଣ ପୋଲିସ କର୍ମୀଙ୍କ ସମେତ ଅନେକ ଆହତ ହୋଇଥିଲେ ।

ତେବେ ଗତକାଲି ରାତି ହିଂସା ପରେ ସହର ଓ ପୁରା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା । ଆଜି ରାତି ୧ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିବ ଓ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି । ଅନ୍ୟପକ୍ଷରେ ଆଇନଶୃଙ୍ଖଳା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶାନ୍ତି ଓ ଭାଇଚାରାର ପରମ୍ପରାକୁ ସମ୍ମାନ ଦେବାକୁ ଅପିଲ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେପଟେ ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ ନମାଜ ପରେ ବିଗିଡିଛି ସ୍ଥିତି । ନମାଜ ପାଠ ପରେ କେତେକ ଅସାମାଜିକ ଗୋଷ୍ଠୀ ଆଜାଦ କାଶ୍ମୀର ନାରା ଲଗାଇଥିଲେ । ସୁରକ୍ଷାବଳ ପକ୍ଷରୁ ସେମାନଙ୍କ ରୋକାଯିବାକୁ ଚେଷ୍ଟା କରାଯିବା ପରେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିଲେ । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆଇନଶୃଙ୍ଖଳା ପାଇଁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି ।

 

 

 

ଗୁଳି ଫୁଟାଇ ସୁନା ଦୋକାନୀଙ୍କ ଠାରୁ ଲୁଟ୍ ଉଦ୍ୟମ: ଜଣେ ଗୁରୁତର

ଭୁବନେଶ୍ୱର: ପୁଣି ରାଜଧାନୀରେ ଫୁଟିଲା ଗୁଳି । ଲୁଟେରାଙ୍କ ଟାର୍ଗେଟରେ ସୁନା ଦୋକାନୀ। ଲୁଟ୍ ଉଦ୍ଦେଶ୍ୟରେ ସାମନ୍ତରାପୁର ଛକରେ ହୋଇଛି ଗୁଳିମାଡ଼ । ଦେବୀ ଦୁର୍ଗା ଜୁଏଲାରୀ ମାଲିକ ଓ କାରିଗର ଲୁଟ୍‌ର ଶିକାର ହୋଇଥିବା ବେଳେ କାରିଗର ରାଜେନ୍ଦ୍ର ସାହୁଙ୍କ ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅଳ୍ପକେ ବର୍ତ୍ତିଛନ୍ତି ସୁନା ଦୋକାନ ମାଲିକ ପ୍ରଶାନ୍ତ କୁମାର ସାହୁ । ସ୍ଥାନୀୟ ଲୋକ ଆସିବାରୁ ଦୋକାନ ଲୁଟିବା ଯୋଜନା ଫେଲ୍ ମାରିଛି ।

କାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ କଳାପଲସରରେ ୩ଜଣ ଲୁଟେରା ଆସି ୩ରାଉଣ୍ଡ ଗୁଳି ଚଲାଇଥିଲେ । ସୁନା ଦୋକାନ କର୍ମଚାରୀଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ମାଲିକ ପ୍ରଶାନ୍ତଙ୍କ ଗୋଡ଼ରେ ଘସି ହୋଇ ଗୁଳି ଖସିଯାଇଛି । ଲିଙ୍ଗରାଜ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସିସିଟିଭି ଫୁଟେଜ୍ ଆଧାରରେ ଚାଲିଛି ଛାନବିନ୍ ।

୬୬ ବର୍ଷରେ ଦ୍ୱିତୀୟ ଥର ବର ସାଜିଲେ ଅରୁଣ, ୨୮ ବର୍ଷ ସାନ ବୁଲବୁଲଙ୍କୁ କଲେ ବିବାହ

ନୂଆଦିଲ୍ଲୀ: ପୁଣି ଥରେ ବର ସାଜିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଆରୁଣ ଲାଲ୍ । ୬୬ ବର୍ଷରେ ପୁଣି ଥରେ ବର ବେଶରେ ନଜର ଆସିଲେ ଅରୁଣ । କୋଲକାତାରେ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲ ସାହାଙ୍କ ବିବାହ କରିଛନ୍ତି ଅରୁଣ ଲାଲ । ଗତ ମାସରେ ଅରୁଣ ଲାଲ ଓ ବୁଲବୁଲ ସାହା ର୍ନିବନ୍ଧ କରିଥିଲେ । ୬୬ ବର୍ଷିୟ ଅରୁଣ ଲାଲଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ଏହା ପୂର୍ବରୁ ସେ ରୀନାଙ୍କୁ ପ୍ରଥମ ବିବାହ କରିଥିଲେ । ଉଭୟ ଆପୋଷ ବୁଝାମଣାରେ ଛାଡପତ୍ର ମଧ୍ୟ ନେଇଛନ୍ତି । ତେବେ ପ୍ରଥମ ପତ୍ନୀଙ୍କ ସହମତିରେ ଦ୍ୱିତୀୟ ବିବାହ କରୁଛନ୍ତି ଅରୁଣ । ସ୍ଥାନୀୟ ଏକ ସ୍କୁଲରେ ଟିଚର ଥିବା ବୁଲବୁଲ ଏବେ ଅରୁଣ ଲାଲଙ୍କ ଲାଇଫ ପାର୍ଟନର ପାଲଟି ଯାଇଛନ୍ତି । ଅରୁଣ ଓ ବୁଲବୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଜାଣିଛନ୍ତି । ଅରୁଣ ଓ ବୁଲବୁଲଙ୍କ ବିବାହ ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ଏହା ସହ ଏହି ନବ ଦମ୍ପତିଙ୍କ ନିକଟକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ।

 

ମେ’ ୨ରେ କୋଲକତାସ୍ଥିତ ହୋଟେଲ ପିୟରଲେସରେ ଅରୁଣ ଲାଲ୍ ଓ ବୁଲବୁଲଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବରେ ବହୁ ହାଇପ୍ରୋଫାଇଲ ଅତିଥି ସାମିଲ ହୋଇଥିଲେ । ଅରୁଣ ଲାଲଙ୍କ ବିବାହ ଉତ୍ସବରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାୟନ ଓ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସବା କରିମ ପ୍ରମୁଖ ସାମିଲ ହୋଇଥିଲେ।

ସୂଚନା ଅନୁସାରେ ଅରୁଣ ଲାଲ ୧୯୮୨ରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ୧୬ଟି ଟେଷ୍ଟ ମ୍ୟାଚ ଖେଳି ୭୨୯ ରନ ହାସଲ କରିଛନ୍ତି । ସେହିପରି ଭାରତ ପାଇଁ ୧୩ଟି ଦିନିକିଆ ମ୍ୟାଚ ମଧ୍ୟ ଖେଳିଛନ୍ତି ଅରୁଣ । ସେ ୧୩ଟି ଦିନିକିଆ ମ୍ୟାଚରେ ୧୨୨ ରନ ସଂଗ୍ରହ କରିଥିଲେ । ୧୯୮୨ରେ ଭାରତ ପାଇଁ ଡେବ୍ୟୁ କରିଥିବା ଅରୁଣ ତାଙ୍କ ଶେଷ ୧୯୮୯ ମସିହାରେ ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ । ବର୍ତ୍ତମାନ ଅରୁଣ ଲାଲ ବେଙ୍ଗଲ କ୍ରିକେଟ ଆସୋସିଏସନର ମୁଖ୍ୟ କୋଚ ଭାବରେ ଦାୟିତ୍ୱ ତୁଲାଉଛନ୍ତି ।