spot_img
Home Blog Page 4054

ଆଜିଠୁ ଆରମ୍ଭ ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ଅଧିବେଶନ, ଗୃହରେ ଉପସ୍ଥାପିତ ହେବ ଷ୍ଟାଣ୍ଡିଂ କମିଟି ରିପୋର୍ଟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ମୌସୁମୀ ଅଧିବେଶନ । ଆଜି ଗୃହରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ । ୧୪ରୁ ୨୮ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । କୌଣସି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇନପାରିଲେ ୨୯ ତାରିଖରେ ତାହା ଗିଲୋଟିନ ଜରିଆରେ ପାରିତ କରାଯିବ । ଆସନ୍ତା ୩୦ ତାରିଖରେ ପାରିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍‌ । ସକାଳ ୧୦ଟା ୩୦ରୁ ୧ ଘଣ୍ଟାର ପ୍ରଶ୍ନକାଳକୁ ସୁରୁଖୁରୁରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜିଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଆଇନଶୃଙ୍ଖଳା, ଚାଷୀ, ବେକାରୀ, ଦରଦାମ ଆଦି ପ୍ରସଙ୍ଗ ଉଠାଇବେ ବିରୋଧୀ । ଯାହାକୁ ନେଇ ଗୃହ ବେଶ୍‌ ଉଷ୍ମ ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାହା ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ଶାସକ ଦଳ କହିଛି । କଂଗ୍ରେସ ଓ ବିଜେପି ଯେଉଁ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିବେ, ତାହା ଆଲୋଚନା କରାଯିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ।

 

ଧନକୋଷରେ ବୃଦ୍ଧି ହେବ

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ଫଳଦାୟକ ହେବ । ସନ୍ତାନଙ୍କ ଭବିଷ୍ୟତ ନେଇ ଚିନ୍ତା କରୁଥିଲେ ଆଶ୍ୱସ୍ତି ରୁହନ୍ତୁ । କାରଣ ସନ୍ତାନଙ୍କ ପାଇଁ ଭଲ ଚାକିରିର ସୁଯୋଗ ଆସିପାରେ । ଯେଉଁମାନେ ବିଦେଶରେ ବସବାସ କରିବାକୁ ଇଚ୍ଛୁକ ଅଛନ୍ତି ସେମାନଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ । କୌଣସି ନୂଆ ଯୋଜନାରେ ଧନ ନିବେଶ କଲେ ସଫଳତା ପ୍ରାପ୍ତି ହେବ । କାର୍ଯ୍ୟକ୍ଷେତ୍ରରେ ପୂର୍ବରୁ କରିଥିବା କିଛି ଭୁଲ୍ ପାଇଁ କ୍ଷମା ମାଗିପାରନ୍ତି । ନଚେତ୍,କାର୍ଯ୍ୟକ୍ଷେତ୍ରରେ ଥିବା ଅଧିକାରୀ ଆପଣଙ୍କ ଉପରେ ଅସନ୍ତୋଷ ଭାବ ରଖିପାରନ୍ତି । ବନ୍ଧୁମାନଙ୍କ ସହ କୌଣସି ଯାତ୍ରାରେ ଯିବାପାଇଁ ଯୋଜନା କରିପାରନ୍ତି ।

ବୃଷ : ଆଜିର ଦିନଟି ପରୋପକାର କାର୍ଯ୍ୟରେ ଅତିବାହିତ କରିବେ । ନିଜ କାର୍ଯ୍ୟଠାରୁ ପର ବ୍ୟକ୍ତିଙ୍କ କାର୍ଯ୍ୟରେ ଅଧିକ ଧ୍ୟାନ ଦେବେ । ଏଥିରୁ ନିବୃତ୍ତ ରୁହନ୍ତୁ । ଶ୍ୱଶୁର ଘରୁ ଋଣ ଆଣିବାକୁ ଚାହୁଁଥିଲେ, ଏହା ଉଭୟ ଘର ମଧ୍ୟରେ ଫାଟ ସୃଷ୍ଟି କରିପାରେ । ନବବିବାହିତ ଦମ୍ପତ୍ତିଙ୍କର ସନ୍ତାନ ପ୍ରାପ୍ତି ହୋଇପାରେ । ନିଜ ଅର୍ଜିତ ଧନରୁ କିଛି ଅଂଶ ଦାନ କାର୍ଯ୍ୟରେ ଲଗାନ୍ତୁ । ପରିବାରରେ କାହାକୁ କୌଣସି କଥା ଦେଇଥିଲେ ତାହା ପୂରଣ କରିବାକୁ ଚେଷ୍ଟା କରନ୍ତୁ, ନଚେତ୍ ପରିବାର ସଦସ୍ୟଙ୍କ ସହ ମତାନ୍ତର ଦେଖାଦେଇପାରେ ।

ମିଥୁନ : କୌଣସି କାର୍ଯ୍ୟକୁ ନେଇ ଚିନ୍ତାରେ ପଡ଼ିପାରନ୍ତି । ବନ୍ଧୁଙ୍କ ସହାୟତାରେ କୌଣସି ବ୍ୟବସାୟରେ ଧନ ନିବେଶ କରିବାରୁ ସତର୍କ ରୁହନ୍ତୁ । ନଚେତ୍, ଅସୁବିଧାରେ ପଡ଼ିପାରନ୍ତି । ନେଇ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିଲେ ବାପା, ମାଆଙ୍କ ଆଶିର୍ବାଦ ନିଅନ୍ତୁ, ନିଶ୍ଚିତ ସଫଳ ହେବ । ଶତ୍ରୁ ଉପୁଜିପାରନ୍ତି, ସାବଧାନ ରୁହନ୍ତୁ । ଜୀବନସାଥୀଙ୍କ ସହ ଚାଲିଆସୁଥିବା ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଆୟୋଜନରେ ଅଂଶଗ୍ରହଣ କରିବେ ।

କର୍କଟ : ଆଇନଗତ ମାମଲାରେ ସଫଳତା ମିଳିପାରେ । ଜୀବନରେ ଚାଲିଆସୁଥିବା ସମସ୍ୟାର ସାମାନ୍ୟ ସମାଧାନ ହୋଇପାରେ । ଘରର କୌଣସି ବ୍ୟକ୍ତି ଅବସର ନେବାରୁ ଏଥିପାଇଁ ଘରେ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି । ପୂର୍ବରୁ ଚାଲିଆସୁଥିବା ସମସ୍ୟାର ସାମାନ୍ୟ ସମାଧାନ ହୋଇପାରେ । ଜୀବନସାଥୀଙ୍କୁ ଭ୍ରମଣରେ ନେଇପାରନ୍ତି, ଏଥିପାଇଁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ଆଖପାଖରେ କୌଣସି ବିବାଦ ଉପୁଜିଲେ ଏହାକୁ ଆଗକୁ ବଢ଼ାନ୍ତୁ ନାହିଁ ନଚେତ୍, ଆଗକୁ ଆଇନ ସମସ୍ୟା ଉପୁଜିପାରେ ।

ସିଂହ : ଧନ କୋଷରେ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରେ ବହୁମାତ୍ରାରେ ଧନ ଲାଭ ହୋଇପାରେ । ମାଆଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ, ଏଥିପାଇଁ ଆପଣ ଚିନ୍ତିତ ହୋଇପାରନ୍ତି । ସନ୍ତାନ ବିବାହରେ କୌଣସି ବାଧା ଲାଗିରହିଥିଲେ, ବର୍ତ୍ତମାନ ତାହା ସମାଧାନ ହୋଇପାରେ । ଭାଇଙ୍କ ସହ ଘୋର ବିବାଦ ଉପୁଜିପାରେ । ଏଭଳି ପରିସ୍ଥିତି ଦେଖାଗଲେ ଶାନ୍ତ ରୁହନ୍ତୁ । ସନ୍ଧ୍ୟା ସମୟରେ ପରିବାରର କୌଣସି ସଦସ୍ୟଙ୍କ ଘରକୁ ଯାଇପାରନ୍ତି ।

କନ୍ୟା : ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଦାମ୍ପତ୍ୟ ଜୀବନ ସୁଖ ହେବ । ପରିବାରରେ କୌଣସି ସଦସ୍ୟଙ୍କ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେଉଥିଲେ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ନ୍ତୁ । କାର୍ଯ୍ୟକ୍ଷେତ୍ରରେ କୌଣସି ଶତ୍ରୁଙ୍କ କାରଣରୁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ, ଏଥିପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗି ରହିବ ଏବଂ ଏଥିସହ କୌଣସି ପୁରସ୍କାରର ଅଧିକାରୀ ମଧ୍ୟ ହୋଇପାରନ୍ତି ।

ତୁଳା : ସାଂସାରିକ ସୁଖ ପ୍ରାପ୍ତି ହେବ । ସନ୍ଧ୍ୟା ସମୟରେ କୌଣସି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ରାଜନୀତି କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ କୌଣସି ଉଚ୍ଚପଦ ମିଳିପାରେ । କୌଣସିରେ ଧନ ନିବେଶ କରିଥିଲେ ଏହା ଆପଣଙ୍କ ବନ୍ଧୁଙ୍କ ସହ ଆଲୋଚନା କରନ୍ତୁ ନାହିଁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି । ଧନ ନିବେଶ କରୁଥିଲେ ସାବଧାନତା ଅବଲମ୍ୱନ କରନ୍ତୁ । ପୂର୍ବରୁ କରିଥିବା ଭୁଲ ପାଇଁ ଦଣ୍ଡ ମିଳିପାରେ ।

ବିଛା : ଆଜିର ଦିନଟି ଆପଣଙ୍କ ପାଇଁ ବ୍ୟସ୍ତବହୁଳ ରହିବ । ପ୍ରେମୀଯୁଗଳଙ୍କ ମଧ୍ୟରେ କଳହ ସୃଷ୍ଟି ହେବ । କୌଣସି ବନ୍ଧୁ ସାହାଯ୍ୟ ପାଇଁ ଅନୁରୋଧ କରିପାରନ୍ତି । ନିଜ ଅର୍ଜିତ ଧନର କିଛି ଅଂଶ ଗରିବଙ୍କ ସେବାରେ ଲାଗିପାରେ । ମାନସିକ ଶାନ୍ତି ମିଳିବ । ଆପଣଙ୍କ ଖର୍ଚ୍ଚ କ୍ରମଶଃ ବଢ଼ୁଥିବାରୁ ଏହା ଚିନ୍ତାର କାରଣ ହୋଇପାରେ ।

ଧନୁ : କୌଣସି ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି । ସନ୍ଧ୍ୟା ସମୟରେ କୌଣସି ପରିଚିତ ବ୍ୟକ୍ତି ଆପଣଙ୍କୁ ସାକ୍ଷାତ କରିବାକୁ ଆସିପାରନ୍ତି । ଯାହାଙ୍କ ସହ ଆପଣ ନିଜ ସମସ୍ୟାକୁ ନେଇ ଆଲୋଚନା କରିପାରନ୍ତି । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ । ବିଦ୍ୟାର୍ଥୀମାନେ ଯେଉଁ ବିଷୟରେ ଦୁର୍ବଳ ଥିବେ ସେହି ବିଷୟ ପଢ଼ିବାକୁ ଆଦୌ ମନ ଲାଗିବ ନାହିଁ ।

ମକର : ଆଜିର ଦିନଟି ଉତ୍ତମ ଫଳଦାୟକ ହେବ । ଜମିବାଡ଼ି ସମ୍ୱନ୍ଧୀୟ ସମସ୍ୟା କାରଣରୁ ଚିନ୍ତାରେ ପଡ଼ିପାରନ୍ତି । ମାନସମ୍ମାନରେ ବୃଦ୍ଧି ହେବ । କୌଣସି କାର୍ଯ୍ୟ କରିବା ଆଗରୁ ଭାବିଚିନ୍ତି କରନ୍ତୁ । ଆଇନଗତ ସମସ୍ୟା ଥିଲେ ବାରମ୍ବାର କୋର୍ଟକୁ ଯିବାକୁ ପଡ଼ିପାରେ । ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ ।

କୁମ୍ଭ : ଆଜିର ଦିନଟି ଆପଣଙ୍କ ପାଇଁ ଚିନ୍ତାରେ କଟିବ । ଶତ୍ରୁ ଉପୁଜିପାରନ୍ତି । ଏଥିଲାଗି ବୁଦ୍ଧିବିଚାରର ସହ ତାଙ୍କୁ ପରାସ୍ତ କରିବା ଆବଶ୍ୟକ । ଆୟ ପାଇଁ ନୂଆ ପନ୍ଥା ଆପଣେଇପାରନ୍ତି । ଏହି ପନ୍ଥା ଆପଣେଇ ଧନ ଅର୍ଜନ କରିପାରିବେ । ଯଦି କୌଣସି ବାଧା ଦେଖାଦିଏ,ତେବେ ଏହାକୁ ସମାଧାନ କରିବା ପାଇଁ ସଫଳ ହେବେ ।

ମୀନ : ଆଜିର ଦିନଟି ସାମାନ୍ୟ ରହିବ । ବନ୍ଧୁମାନଙ୍କ ସହ ବାହାରକୁ ଭ୍ରମଣ କରିବାକୁ ଯୋଜନା କରିପାରନ୍ତି । ସମ୍ପତ୍ତି ସମ୍ୱନ୍ଧିତ ମାମଲା ପୂର୍ଣ୍ଣ ହେବ । ବ୍ୟବସାୟରେ କାହାକୁ ଦେଇଥିବା ଋଣ ଫେରସ୍ତ ପାଇବେ । ଏଥିପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ସନ୍ତାନଙ୍କ ଖର୍ଚ୍ଚକୁ ନେଇ ଚିନ୍ତା କରିପାରନ୍ତି । ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ନିଜ ବନ୍ଧୁଙ୍କ ପ୍ରତି ସାବଧାନ ରୁହନ୍ତୁ ।

ରତ୍ନବେଦୀକୁ ବିଜେ ହେଲେ ଶ୍ରୀଜିଉ, ଶେଷ ହେଲା ୯ଦିନିଆ ରଥଯାତ୍ରା

ପୁରୀ: ସରିଲା ଶ୍ରୀମନ୍ଦିର ବାହାରେ ଶ୍ରୀଜିଉଙ୍କ ଲୀଳାଖେଳା । ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କଲେ ଚତୁର୍ଦ୍ଧା ମୂରତୀ । ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି କଳାଠାକୁର । ବଡ଼ ଆଡମ୍ବରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଭିତରେ ଶ୍ରୀମନ୍ଦିରକୁ ଫେରିଛନ୍ତି ଶ୍ରୀଜିଉ । ଶୃଙ୍ଖଳାର ସହ ଶେଷ ହୋଇଛି ନୀଳାଦ୍ରୀ ବିଜେ  ।

ନୀଳାଦ୍ରୀ ବିଜେ ଅବସରରେ ବଡ଼ଦାଣ୍ଡରେ ଜନସମୁଦ୍ର ଦେଖାଯାଇଥିଲା । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । କରୋନା କଟକଣାର ଦୁଇ ବର୍ଷ ପରେ ଶ୍ରୀଜିଉଙ୍କୁ ପାଖରୁ ଦେଖିବା ଓ ଛୁଇଁବାର ସୁଯୋଗ ମିଳିଥିଲା  ଶ୍ରଦ୍ଧାଳୁମାନଙ୍କୁ । ପୁଣିଥରେ ଶ୍ରୀମନ୍ଦିରଙ୍କୁ ଫେରିବା ଅବସରରେ ଭାବବିହ୍ୱଳ ହୋଇଯାଇଥିଲେ ଶ୍ରଦ୍ଧାଳୁ  । ଆର ବର୍ଷକୁ ପୁଣି ଭକ୍ତ ଆଉ ଭଗବାନଙ୍କ ମିଳନ ହେବ  । ଆସନ୍ତାକାଲିଠାରୁ ପୁଣିଥରେ ଶ୍ରୀମନ୍ଦିରରେ ଅଭଡ଼ା ବାସିବ  । ଛପନ ଭୋଗ ଲାଗି ପ୍ରଭୁଙ୍କ ପାଖରେ ଲାଗି ହେବା ପରେ ବଜାରକୁ ଆସିବ  ।

ଶ୍ରୀମନ୍ଦିରକୁ ବିଜେ କରିବା ସମୟରେ ଜୟବିଜୟ ଦ୍ବାର ବନ୍ଦ କରିଦିଅନ୍ତି ଅଭିମାନୀନି ମହାଲକ୍ଷ୍ମୀ । ରଥଯାତ୍ରାରେ ସାଙ୍ଗରେ ନେଇ ନଥିବାରୁ ଅଭିମାନ କରିଥିଲେ ମହାଲକ୍ଷ୍ମୀ । ମହାପ୍ରଭୁ ଦ୍ବାର ପାଖରେ ପହଞ୍ଚିବା ପରେ ଚାଲିଥିଲା ବଚନିକା ବା କଳି । ମହାପ୍ରଭୁଙ୍କର ଏହା ଏକ ମାନବୀୟ ଲୀଳା । ଶେଷରେ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ଖୁଆଇ ମାନଭଞ୍ଜନ କରିଛନ୍ତି  । ତା’ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଯାଇ ରତ୍ନସିଂହାସନରେ ବିଜେ କରିଛନ୍ତି  । ଏହା ସହ ଶେଷ ହୋଇଛି ମହାବାହୁଙ୍କ ସର୍ବଶ୍ରେଷ୍ଠ ଯାତ୍ରା- ଘୋଷଯାତ୍ରା- ରଥଯାତ୍ରା  । ଆଷାଢ଼ ଶୁଳ୍କ ଦ୍ବିତୀୟାଠାରୁ ଶୂନ୍ୟଶୂନ୍ୟ ଲାଗୁଥିବା ଶ୍ରୀମନ୍ଦିର ପୁଣି ପୂରି ଉଠିଛି  ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ବାଲାଟ ବକ୍ସ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲାଟ ବକ୍ସ ଓ ଅନ୍ୟ ନିର୍ବାଚନ ସାମଗ୍ରୀ ଭୁବନେଶ୍ୱରରେ ପହଞ୍ଚିଛି । ସହକାରୀ ରିଟର୍ଣ୍ଣ ଅଫିସର ଓ ନିର୍ବାଚନ ଅଧିକାରୀ ଦିଲ୍ଲୀ ଯାଇ ଏହି ନିର୍ବାଚନ ସାମଗ୍ରୀ ଆଣି ଆସିଛନ୍ତି । କଡା ସୁରକ୍ଷା ବଳୟରେ ଏହି ସମାଗ୍ରୀ ସବୁକୁ ଭୁବନେଶ୍ୱର ବିମାନ ବନ୍ଦରରୁ ବିଧାନସଭା ନିଆଯାଇଛି । ତେବେ ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ ହେବ ଏବଂ ୨୧ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।

ଓଡିଶା  ବିଧାନସଭା ସଚିବାଳର ପ୍ରଥମ ମହଲାର ରୁମ୍ ନଂ ୫୪ରେ ଭୋଟ ଗ୍ରହଣ ୧୮ ତାରିଖରେ ହେବ  । ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ  । ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀ ବିଧାନସଭା ସଚିବାଳୟକୁ ବାଲାଟ ବକ୍ସ ଅନ୍ୟ ନିର୍ବାଚନ ସାମଗ୍ରୀ ପଠାଯାଇଛି  । ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଓଡିଶାର ଝିଅ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି  ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଜିତିଲା ଭାରତ; ବିଜୟ ଲକ୍ଷ୍ୟ ହାସଲ କଲେ ୨ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ

ଇଂଲଣ୍ଡ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଲଣ୍ଡନର ଓଭାଲ ଷ୍ଟାଡିୟମରେ ପ୍ରଥମ ଦିନିକିୟା ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଭାରତକୁ ଏକତରଫା ବିଜୟ ମିଳିଛି । ଅଧିନାୟକ ରୋହିତ ଶର୍ମା ବିଜୟୀ ପାରି ଖେଳିଛନ୍ତି  । ୧୧୧ରନର ବିଜୟ ଲକ୍ଷ୍ୟକୁ ଭାରତ ହାସଲ କରି ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା (୫୮ ବଲ୍, ୭୬ରନ୍) ଓ ଶିଖର ଧୱନ (୫୪ବଲ୍, ୩୧ରନ୍) ୧୮ ଓଭର ୪ଟା ବଲରେ ୧୧୪ ରନ୍ କରି ଭାରତକୁ ବିଜୟ ଦେଇଛନ୍ତି । ଆଜିର ମ୍ୟାଚରେ ଶ୍ରେଷ୍ଠ ବୋଲିଂ ପାଇଁ ଜଶପ୍ରୀତ ବୁମରାହଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚନା କରାଯାଇଛି  । ବୋଲିଂରେ ଭାରତ ପକ୍ଷରୁ ଜଶପ୍ରୀତ ଓ ମହମ୍ମଦ ଶାମି ଚମତ୍କାର ପ୍ରଦର୍ଶନ କରିଥିଲେ । ୧୧୦ ରନ୍ ଭିତରେ ସବୁ ୱିକେଟ ଅକ୍ତିଆର କରିଥିଲେ ।

ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୫.୨ ଓଭରରେ ନିଜର ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତୀୟ ଘାତକ ବୋଲର ଜଶପ୍ରୀତ ବୁମରାହଙ୍କ ବୋଲିଂ ଆଗରେ ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନମାନେ ତିଷ୍ଟି ପାରିନଥିଲେ  । ୫୦ ଓଭର ବିଶିଷ୍ଟ ଏହି ମ୍ୟାଚରେ କେବଳ ଅଧା ଓଭର ଖେଳ ଚାଲିଥିଲା  । ଭାରତୀୟ ଦଳ ପକ୍ଷରୁ ଜଶପ୍ରୀତ ବୁମରାହ ୭ ଓଭର ବୋଲିଂ କରି ୧୯ ରନ ବିନିମୟରେ ସର୍ବାଧିକ ୬ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ମହମ୍ମଦ ଶାମି ୭ ଓଭର ବୋଲି କରି ୩୧ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଏମାନଙ୍କ ବ୍ୟତୀତ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ  ।

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ଶହୀଦ, ୨ଜଣ ଆହତ

ଶ୍ରୀନଗର: ଶ୍ରୀନଗରରେ ପୁଣିଥରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଶ୍ରୀନଗରର ଲାଲ ବଜାର ଅଞ୍ଚଳରେ ଚେକ ପୋଷ୍ଟରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ପୋଲିସ ଟିମ୍ ଉପରେ ଅଚାନକ ଲୁଚି ରହିଥିବା ଆତଙ୍କବାଦୀ ମାନେ ଗୁଳି ଚଳାଇଥିଲେ । ପୋଲିସ ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଇଥିଲା  । ହେଲେ ଜଣେ ପୋଲିସ କର୍ମଚାରୀଙ୍କର ଏହି ଗୁଳିବିନିମୟରେ ମୃତ୍ୟୁ ହୋଇଯାଇଛି ସେହିପରି ଅନ୍ୟ ଦୁଇଜଣ କନେଷ୍ଟବଳ ଆହତ ହୋଇଛନ୍ତି । ସନ୍ଧ୍ୟା ୭ ଟା ୧୫ ସମୟରେ ଏହି ଗୁଳିମାଡ଼ ହୋଇଥିବା ସୂଚନା  ।

ପ୍ରଥମେ ଏଥିରେ ଆହତ ତିନି ଜଣ ପୋଲିସ କର୍ମୀଙ୍କୁ ମେଡିକାଲି ନିଆଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣଙ୍କ ଚିକିତ୍ସା ଚାଲିଛି  । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଶହୀଦ ପୋଲିସ କର୍ମଚାରୀ ହେଲେ ଏଏସଆଇ ମୁସ୍ତାକ ଅହମଦ । ତେବେ ଲାଲ ବଜାର ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରିଦେଇଛନ୍ତି  । ସର୍ଚ୍ଚ ଅପରେସନ ଜାରି ରହିଥିବା ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  ।

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ: ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୧୧ରନ୍

ଲଣ୍ଡନ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଲଣ୍ଡନର ଓଭାଲ ଷ୍ଟାଡିୟମରେ ପ୍ରଥମ ଦିନିକିୟା ମ୍ୟାଚ ଖେଳାଯାଉଛି । ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଭାରତୀୟ ବୋଲରଙ୍କ ବୋଲିଂରେ ଧରାଶାୟୀ ହୋଇଛି । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ସେହିପରି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିଜର ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୦ ରନ୍ କରିବାକୁ ସକ୍ଷମ ହୋଇଛି । ଭାରତୀୟ ଘାତକ ବୋଲର ଜଶପ୍ରୀତ ବୁମରାହଙ୍କ ବୋଲିଂ ଆଗରେ ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନମାନେ ତିଷ୍ଟି ପାରିନାହାନ୍ତି । ମାତ୍ର ୨୫.୨ ଓଭର ଚାଲିଥିବା ବେଳେ ସମସ୍ତ ୱିକେଟର ପତନ ଘଟିଛି  ।

୫୦ ଓଭର ବିଶିଷ୍ଟ ଏହି ମ୍ୟାଚରେ କେବଳ ଅଧା ଓଭର ଖେଳ ଚାଲିଥିଲା। ଆରମ୍ଭରୁ ହିଁ ଜଶପ୍ରୀତ ଏବଂ ଶାମି ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଭଲ ଆରମ୍ଭ ଦେବାକୁ ସୁଯୋଗ ଦେଇନଥିଲେ। ଇଂଲଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜେସନ ରୟ ଏବଂ ଜନି ବେୟାରଷ୍ଟୋ ଦଳକୁ ଭଲ ଆରମ୍ଭ ଦେବାରେ ବିଫଳ ହୋଇଥିଲେ । ଜେସନ ଖାତା ନଖୋଲିପାରି ବୁମରାହଙ୍କ ଓଭରରେ ବୋଲ୍ଡ ଆଉଟ୍ ହୋଇଥିଲେ । ସେହିପରି ବେୟାରଷ୍ଟୋ ମଧ୍ୟ ବୁମରାହଙ୍କ ଶେଷ ବଲରେ କ୍ୟାଚ ଆଉଟ୍ ହୋଇଥିଲେ । ଏହାପରେ ଇଂଲଣ୍ଡର ଗୋଟିଏ ପରେ ଗୋଟିଏ ୱିକେଟ୍ ଗଳିଥିଲା  । ଅଧିନାୟକ ଜୋସ ବଟଲର କିଛି ସମୟ କ୍ରୀଜରେ ଅବଶ୍ୟ ରହିଥିଲେ । ୩୦ ରନ କରି ଶାମିଙ୍କ ଓଭରରେ ଆଉଟ୍ ହୋଇଥିଲେ  । ଇଂଲଣ୍ଡର ଚାରି ଜଣ ବ୍ୟାଟ୍ସମ୍ୟାନ ଖାତା ନଖୋଲିପାରି ଆଉଟ୍ ହୋଇଥିଲେ ।

ସେହିପରି ତିନି ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତୀୟ ଦଳ ପକ୍ଷରୁ ଜଶପ୍ରୀତ ବୁମରାହ ୭ ଓଭର ବୋଲିଂ କରି ୧୯ ରନ ବିନିମୟରେ ସର୍ବାଧିକ ୬ ୱିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ମହମ୍ମଦ ଶାମି ୭ ଓଭର ବୋଲି କରି ୩୧ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଏମାନଙ୍କ ବ୍ୟତୀତ ପ୍ରସିଦ୍ଧ କ୍ରୀଷ୍ଣା ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ  । ଏବେ ଭାରତକୁ ବିଜୟ ପାଇଁ ୧୧୧ରନର ସହଜ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଶିଖର ଧୱନ ଓପନିଂ କରିବେ । ଯଦି ଭାରତ ଆଜିର ମ୍ୟାଚରେ ବିଜୟୀ ହୁଏ ତେବେ ଏହି ସିରିଜରେ ୧-୦ରେ ଆଗୁଆ ରହିବ  ।

୫୭ଲକ୍ଷ ଭର୍ତ୍ତି ଏଟିଏମ ଭ୍ୟାନ ହାଇଜାକ୍ ଘଟଣା; ଟଙ୍କା ସହ ୫ଗିରଫ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆକ ସହରରେ ଗତ ୬ ତାରିଖ ଦିନ ୫୭ଲକ୍ଷ ଟଙ୍କା ଭର୍ତ୍ତି ଥିବା ଏଟିଏମ ଭ୍ୟାନ ଗାଡିକୁ ଚାଳକ ହାଇଜାକ ମାମଲାରେ ପୋଲିସ ସମସ୍ତ ଅପରାଧୀଙ୍କୁ ଗିରଫ କରିଛି  । ଗାଡ଼ିରେ ଥିବା ୫୭ ଲକ୍ଷ ଟଙ୍କା ଲୁଟିନେଇଥିବା ଘଟଣା ରେ ଆଜି ଖଡ଼ିଆଳ ପୋଲିସ ୫ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନୂଆପଡା ଏସପି ପ୍ରଦୂଷ ଦିବାକର ପ୍ରକାଶ କରିଛନ୍ତି । ସୂଚନାନୁଯାୟୀ, ୬ ତାରିଖ ଦିନ ସିଏମଏସ କଂପାନୀ ର ଏଟିଏମ ଭେନ ଭାରତୀୟ ଷ୍ଟେଟବ୍ୟାଙ୍କ ରୁ ୫୭ ଲକ୍ଷ ଟଙ୍କା ଭର୍ତ୍ତି କରି ବୋଡେ଼ନ ଓ ସିନାପାଲି ରେ ଥିବା ଏଟିଏମ ରେ ଭର୍ତ୍ତି କରିବା ପାଇଁ ବାହାରିଥିଲା ।

ଏହି ଦିନ ନିୟମିତ ଗାଡି ଚାଳକ ଛୁଟି ରେ ଥିବା ବେଳେ ଜୟରାମ ମାଝୀ ଗାଡି ଚାଳକ ଭାବେ ଥିଲେ । ଏହି ସମୟ ରେ ଏଟିଏମ ରେ ଟଙ୍କା ଭର୍ତ୍ତି ପାଇଁ ଭ୍ୟାନ ରେ ଥିବା ଦୁଇଜଣ କର୍ମଚାରୀ ବ୍ୟାଙ୍କ କୁ ଯାଇଥିବା ବେଳେ ସୁରକ୍ଷା ଦାଇତ୍ୱ ରେ ଥିବା ତୁଲଧର ମାଝୀ ଶୌଚାଳୟକୁ ଯାଇଥିଲେ  । ଏହାର ସୁଯୋଗ ନେଇ ଗାଡିଚାଳକ ଜୟରାମ ମାଝୀ ୫୭ ଲକ୍ଷ ଟଙ୍କା ଭର୍ତ୍ତି ଏଟିଏମ ଭ୍ୟାନ କୁ ହାଇଜାକ କରି ନେଇଥିଲେ।

ସୁରକ୍ଷା କର୍ମୀ ତୁଲଧର ମାଝୀ ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ଖଡ଼ିଆଳ ପୋଲିସ ତଦନ୍ତ ରେ ଲାଗିପଡିଥିଲେ । ଶେଷରେ  ଭେନ ଟି ନୂଆପଡା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ମଝିରେ ଥିବା ଭରୁଆ କାନୀ ଗାଁ ନିକଟରେ ପୋଲିସ ଏଟିଏମ ଭ୍ୟାନ କୁ ପାଇଥିଲା । ଏହି ଘଟଣା ପରେ ପୋଲିସ ଟିମ ତଦନ୍ତ ରେ ଲାଗିପଡିଥିଲା । କୋମନା ପୋଲିସ ଗାଡିଚାଳକ ଜୟରାମ ମାଝୀ କୁ କୋମନା ରେ ଗିରଫ କରିବା ପରେ ଗାଡିଚାଳକ ର କହିବା ଅନୁସାରେ ପୋଲିସ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା କଂଦେଇ ଗାଁ ରେ ଥିବା ଗାଡିଚାଳକ ର ଭଉଣୀ ବିଶାଖା ମାଝୀ ଓ ସଂପର୍କୀୟ ନରେନ୍ଦ୍ର ମାଝୀ ଈଶ୍ୱର ମାଝୀ ଙ୍କ ଠାରେ ପହଂଚି ଲୁଟ ଟଙ୍କା କୁ ଜବତ କରିଥିଲା ।

ପରେ କୋମନା ଥାନା ଛତା ଗାଁ ରେ ଥିବା ଭୁଜବଲ ମାଝୀ ଙ୍କ ଠାରୁ ମଧ୍ୟ ଟଙ୍କା ଜବତ କରିଥିଲା । ଗାଡିଚାଳକ ଜୟରାମ ମାଝୀ ଏଟିଏମ ଭ୍ୟାନ ରୁ ଟଙ୍କା ଲୁଟ କରି ନିଜ ସଂପର୍କୀୟ ପାଖରେ ରଖିଥିଲା ।ଏହି କାର୍ଯ୍ୟରେ ସମ୍ପର୍କୀୟ ମାନେ ମଧ୍ୟ ତାକୁ ସହାୟତା କରିଥିଲେ । ଗାଡିଚାଳକ ଜୟରାମ ମାଝୀ ଙ୍କୁ ପୋଲିସ ଗିରଫ କରିବା ଶହ ତାକୁ ସହଯୋଗ କରିଥିବା ସଂପର୍କୀୟ ଙ୍କୁ ମଧ୍ୟ ଗିରଫ କରିଛି  । ବ୍ୟବହୃତ ଗାଡି ଗୁଡିକ ସହ ଲୁଟ ୫୭ ଲକ୍ଷ ଟଙ୍କା ରୁ ପୋଲିସ ମୋଟ ୫୫ଲକ୍ଷ ୭୬ ହଜାର ୭୫୦ ଟଙ୍କା ଜବତ କରିଛି  । ପ୍ରେସମିଟ ଜରିଆରେ ନୂଆପଡା ଏସ୍ପି ପ୍ରଦୂଷ ଦିବାକର ସୂଚନା ଦେଇଛନ୍ତି  ।

ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ସମର୍ଥନ ଦେବ ଶିବସେନା, ଉଦ୍ଧବଙ୍କ ଘୋଷଣା

ମୁମ୍ବାଇ: ରାଷ୍ଚ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା  । ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ମଙ୍ଗଳବାର ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି  । ଠାକରେ ଦଳର ସାଂସଦ, ବିଧାୟକ ଏବଂ ଆଦିବାସୀ ସମେତ ଅନ୍ୟ ନେତାମାନଙ୍କ ସହ ବିଚାର ବିମର୍ଶ ପରେ ଏହି ଘୋଷଣା କରିଛନ୍ତି । ଶିବସେନାର ଅନେକ ନେତା ଏବଂ ଆଦିବାସୀ ଗୋଷ୍ଠୀର ପଦାଧିକାରୀଙ୍କ ଅନୁରୋଧ କ୍ରମେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା କଥା କହିଛନ୍ତି ଠାକରେ ।

ଏହା ବ୍ୟତୀତ ଠାକରେ କହିଛନ୍ତି ପୂର୍ବରୁ ମଧ୍ୟ ନିଜେ ସ୍ୱତନ୍ତ୍ର ଭାବେ ନିଷ୍ପତ୍ତି ନେଉଥିଲି ଆଉ ଏବେ ମଧ୍ୟ ନେଉଛି । ସୂଚନାଥାଉକି, ଶିବସେନାର ବିଦ୍ରୋହୀ ନେତା ଏକନାଥ ଶିନ୍ଦେ ଠାକରେଙ୍କ ସହ ବିଶ୍ୱାସଘାତକ କରି ବିଜେପି ସହ ସରକାର ଗଠନ କରିଛନ୍ତି  । ନିଜେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି  । ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଆଶଙ୍କା କରାଯାଉଥିଲା ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଶିବସେନା ସମର୍ଥନ କରିବ ନାହିଁ  ।

ହେଲେ ଶିବସେନା ସାଂସଦମାନେ ଠାକରେଙ୍କ ଉପରେ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଚାପ ପକାଇଥିଲେ  । ଆଉ ଏବେ ସାଂସଦମାନଙ୍କ ଜିଦ ଆଗରେ ହାର ମାନି ସମର୍ଥନ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଶିବସେନାର ୧୯ ଜଣ ସାଂସଦ ଲୋକସଭାରେ ଅଛନ୍ତି ସେହିପରି ରାଜ୍ୟସଭାରେ ୩ଜଣ ସାଂସଦ ରହିଛନ୍ତି । ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ୨୧ ତାରିଖରେ ଭୋଟ ଗଣତି କରାଯିବ । ଏନଡିଏ ପ୍ରାର୍ଥୀ ଯଦି ନିର୍ବାଚନ ଜିତନ୍ତି ତେବେ ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଅନ୍ୟପଟେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି  ।

ପ୍ରଥମ ଦିନିକିଆ ମ୍ୟାଚ: ବୁମରାହଙ୍କ ଦମଦାର ବୋଲିଂ, ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ୭ ରନ୍/୩ୱିକେଟ

ଲଣ୍ଡନ: ଭାରତୀୟ କ୍ରିକେଟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି  । ପୂର୍ବରୁ ଏକ ଟେଷ୍ଟ ମ୍ୟାଚ ଓ ତିନୋଟି ଟି-୨୦ ମ୍ୟାଚ୍ ସରିବା ପରେ ଏବେ ଦିନିକିଆ ମ୍ୟାଚ ଆଜିଠୁ ଆରମ୍ଭ ହୋଇଛି । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିଛି । ଘରୋଇ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଛି । ଇଂଲଣ୍ଡ ଦଳ ପ୍ରଥମରୁ ବିପର୍ଯ୍ୟର ସାମ୍ନା କରିଛି । ୩ ଓଭର ଚାଲିଥିବା ବେଳେ ଦଳ ୩ଟି ୱିକେଟ ହରାଇ ମାତ୍ର ୭ ରନ୍ ସଂଗ୍ରହ କରିଛି  । ପ୍ରାରମମ୍ଭିକ ବ୍ୟାଟ୍ସମ୍ୟାନ ଜେସନ ରୟଙ୍କୁ ବୁମରାହ ଆଉଟ୍ କରିଛନ୍ତି । ଫାଷ୍ଟ ଡାଉନରେ ଆସିଥିବା ଜୋ ରୁଟଙ୍କୁ ମଧ୍ୟ ବୁମରାହ ଆଉଟ୍ କରି ପାଭେଲିଅନ ପଠାଇଛନ୍ତି । ସେହିପରି ବେନ ଷ୍ଟୋକ୍ସଙ୍କୁ ମଧ୍ୟ ନିଜ ୩ୟ ଓଭରରେ ମହମ୍ମଦ ସାମି ଆଉଟ୍ ପାଭେଲିଅନ ପଠାଇ ଦେଇଛନ୍ତି । କ୍ରୀଜରେ ବର୍ତ୍ତମାନ ଇଂଲଣ୍ଡର ଦୁଇ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଓ ଜୋସ ବଟଲର ଦଣ୍ଡାୟମାନ ଅଛନ୍ତି ।

ଭାରତୀୟ ଦଳ ନେତୃତ୍ୱ ରୋହିତ ଶର୍ମା ନେଉଛନ୍ତି ସେହିପରି ଘରୋଇ ଇଂଲଣ୍ଡ ଦଳର ନେତୃତ୍ୱ ଜୋସ୍ ବଟଲର ନେଉଛନ୍ତି  । ଖରାପ ଫର୍ମ ଏବଂ ମାସଂପେଶୀରେ ଆଘାତ କାରଣରୁ କୋହଲିଙ୍କୁ ବିଶ୍ରମା ଦିଆଯାଇଛି  । ଶ୍ରେୟସ ଆୟର ତାଙ୍କ ସ୍ଥାନରେ ଖେଳୁଛନ୍ତି । ଅନ୍ୟପକ୍ଷରେ ଜୋ ରୁଟ, ବେନ ଷ୍ଟୋକ୍ସ ଏବଂ ଜନି ବେୟାରଷ୍ଟୋ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି  । ଏହା ପୂର୍ବରୁ ଭାରତକୁ ପଞ୍ଚମ ଟେଷ୍ଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ଟି-୨୦ ସିରିଜରେ ୨-୧ରେ ଜିତିଥିଲା  ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଜଶପ୍ରୀତ ବୁମରାହ, ଯୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କ୍ରୀଷ୍ଣା  ।

ଇଂଲଣ୍ଡ ଦଳ: ଜେସନ ରୟ, ଜନି ବେୟାର ଷ୍ଟୋ, ଜୋ ରୁଟ୍, ବେନ ଷ୍ଟୋକ୍ସ, ଜୋସ ବଟଲର (ୱିକେଟକିପର/ଅଧିନାୟକ), ଲିୟାମ ଲିଭିଙ୍ଗଷ୍ଟୋନ, ମୋଇନ ଅଲୀ, କ୍ରେଗ ଓଭରଟନ, ଡେଭିଡ ୱିଲି, ବ୍ରାୟଡନ ଏବଂ ରିସ ଟାପଲି  ।