ହକି ବିଶ୍ବକପ ପାଇଁ ଦୁଇ ଓଏସଡି ନିଯୁକ୍ତ

ଭୁବନେଶ୍ବର: ଜାନୁଆରୀ ୧୩ ତାରିଖରେ ଓଡ଼ିଶାରେ ଖେଳାଯିବ ପୁରୁଷ ବିଶ୍ବକପ ହକି । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ଦୁଇ ଜଣ ଆଇଏଏସଙ୍କୁ ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବର ପାଇଁ ରଘୁ ଜୀ.ଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ରାଉରକେଲା ପାଇଁ ଭୂପେନ୍ଦର ସିଂ ପୁନିଆଙ୍କୁ ଦାୟିତ୍ବ ଦିଆଯାଇଛି । ଆଇଏଏସ୍ ବଲଓ୍ବନ୍ତ ସିଂଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।