ରାଜ୍ୟରେ ପୃଥକ ସ୍ଥାନରେ ବଜ୍ରପାତରେ ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପୃଥକ ସ୍ଥାନରେ ବଜ୍ରପାତରେ ୩ ମୃତ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନପୁରରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର ଜିଲ୍ଲା ସୋରରେ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନପୁରରେ ବିଲକୁ ଘାସ ଆଣିବାକୁ ଯାଇଥିବା ବେଳେ ବଜ୍ରପାତ ଘଟି ଦୁଇଜଣଙ୍କର ଜୀବନ ଯାଇଛି ।

ମୃତକ ହେଲେ ବାଞ୍ଚା ମଲ୍ଲିକ ଓ ନାବାଳକ ଚନ୍ଦନ ମଲ୍ଲିକ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ବାଲେଶ୍ବର ଜିଲ୍ଲା ସୋରରେ ଚାଷ କରୁଥିବାବେଳେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଖଇରା ବ୍ଲକ କଅଁଳ ଖୁଣ୍ଟା ଗାଁର ବିବେକ ଖୁଣ୍ଟିଆ ।