ଆମେରିକାରେ ୪ ଭାରତୀୟ ବଂଶୋଦ୍ଭବ ଅପହୃତ

1 min read

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ୪ ଭାରତୀୟ ବଂଶୋଦ୍ଭବଙ୍କୁ ଅପହରଣ । ଅପହୃତଙ୍କ ମଧ୍ୟରେ ଏକ ୮ ମାସର ଶିଶୁ ରହିଛି । ଏହି ଘଟଣାରେ କାଲିଫର୍ନିଆର ମର୍ସଡ କଣ୍ଟିରେ ଗୋଟିଏ ପରିବାରର ୩ ଜଣ ଓ ଅନ୍ୟ ଜଣେ ଭାରତୀୟଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି ପୋଲିସ ।

ସାଉଥ ହାଇଓ୍ବେ-୫୯ ଉପରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଅପହରଣ କରିଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୩୬ ବର୍ଷୀୟ ଜଗଦୀପ ସିଂ, ତାଙ୍କ ପତ୍ନୀ ଜସଲିନ କୌର ଓ ତାଙ୍କର ୮ମାସର ଝିଅ ଏବଂ ଅମନଦୀପ ସିଂ ନାମକ ଜଣେ ବ୍ୟକ୍ତି ରହିଛନ୍ତି । ଅପହରଣର କାରଣ ଜଣାପଡ଼ି ନଥିବା ବେଳେ ଅପହରଣକାରୀଙ୍କୁ ଖୋଜୁଛି ପୋଲିସ ।