ରାଜ୍ୟକୁ ଆସିବ ଇଲେକ୍ଟ୍ରୋନିକ ଭେଇକିଲ

1 min read

ଭୁବନେଶ୍ବର: ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ରାଜ୍ୟକୁ ଆସିବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଶିଳ୍ପ । ଓଡ଼ିଶାରେ ଉତ୍ପାଦନ ନିମନ୍ତେ କିଛି ଚାର୍ଜିଂ ଷ୍ଟେସନ ନିର୍ମାତା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । କିଛି ପ୍ରମୁଖ ବୈଦ୍ୟୁତିକ ଯାନ ନିର୍ମାତା ମେକ୍ ଇନ୍ ଓଡ଼ିଶାର ଆଗାମୀ କନକ୍ଲେଭରେ ଯୋଗଦେବେ । ନିବେଶକ ସମ୍ମିଳନୀରେ ବହୁ ଖ୍ୟାତାନାମା କମ୍ପାନୀ ଓଡ଼ିଶା ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଣୁ ଆଗାମୀ ଦିନରେ ଓଡ଼ିଶାରେ ଅଟୋମୋବାଇଲ କମ୍ପାନୀ ସ୍ଥାପନ ହେବାର ସମ୍ଭାବନା ରହିଛି ।

ଓଡ଼ିଶାରେ ବିଦ୍ୟୁତ ଚାଳିତ ଓ ହାଇବ୍ରିଡ ଯାନ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ଦକ୍ଷ ମାନବ ସମ୍ବଳ ସହିତ ବିଦ୍ୟୁତ, ଜଳ ଓ ଜମିର ସୁବିଧା ରହିଛି । ବିଭିନ୍ନ ଆଇଟିଆଇରୁ ଉତ୍ତୀର୍ଣ୍ଣ ଦକ୍ଷ ମାନବ ସମ୍ବଳ ବିଭିନ୍ନ ଅଟୋମୋବାଇଲ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଦେଶରେ ବିଦ୍ୟୁତ ଚାଳିତ ଯାନର ଚାହିଦା ବଢୁଛି । ଏହାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଇଭି-ପଲିସି ୨୦୨୧ ପ୍ରଣୟନ କରିଛନ୍ତି । ଏଣୁ ଓଡ଼ିଶାରେ ଇଭି ଶିଳ୍ପ ପ୍ରତିଷ୍ଠା ହେଲେ ରାଜ୍ୟ ସରକାର ସମସ୍ତ ପ୍ରୋତ୍ସାହନ ଯୋଗାଇ ଦେବେ । ପୁରୁଣା ଗାଡ଼ି ସ୍କ୍ରାପ ଶିଳ୍ପ ପାଇଁ ମଧ୍ୟ ଏଥିରେ ପ୍ରୋତ୍ସାହନ ବ୍ୟବସ୍ଥା ଅଛି । ଅନେକ ରାଜ୍ୟ ଏହି ଶିଳ୍ପକୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିବାବେଳେ ଓଡ଼ିଶାରେ ଇଭି ଶିଳ୍ପର ସମ୍ଭାବନା ବେଶ୍ ଉଜ୍ଜ୍ବଳ । ଏହାଦ୍ବାରା ବ୍ୟପକ ନିଯୁକ୍ତି ସୁଯୋଗ ସହିତ ଓଡ଼ିଶାରେ ଦକ୍ଷ ମାନବ ସମ୍ଭଳକୁ ରୋଜଗାର ମିଳିପାରିବ ।