‘ସମାଜ’ ସହ ଓଡ଼ିଶାର ଶହେ ବର୍ଷର ଇତିହାସ ଯୋଡ଼ି ହୋଇ ରହିଛି: ମୁଖ୍ୟମନ୍ତ୍ରୀ

କଟକ: ସମାଜ ୧୦୩ ବର୍ଷ ସ୍ବନକ୍ଷତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ସମାଜ ପରିବାରକୁ ଅଭିନନ୍ଦନ ଜଣାଇବା କହିଥିଲେ ଯେ, ‘ଓଡ଼ିଶାର ଘରେ ଘରେ ପରିଚିତ ସମାଜ । ଓଡ଼ିଶାର ଶହେ ବର୍ଷର ଇତିହାସ ସହ ଯୋଡ଼ି ହୋଇରହିଛି । ସେବା ଓ ସଚେତନତା କ୍ଷେତ୍ରରେ ଆଦର୍ଶ ହୋଇ ରହିଛି । ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନରେ ଗୁରୁତ୍ବ ବଜାୟ ରଖିଛି ।

ଏହି ଅବସରରେ ସେ ଫାଇଭ ଟି ଉପକ୍ରମରେ କିଭଳି  ଉତ୍କଳମଣିଙ୍କ ଜନ୍ମସ୍ଥାନର ପୁନଃ ବିକାଶ କରାଯାଉଛି ସେବାବଦରେ ମଧ୍ଯ କହିଥିଲେ । ଡିଜିଟାଲ ଯୁଗରେ ପ୍ରିଣ୍ଟ୍ ଏବେ ମଧ୍ୟ ତା’ର ପ୍ରାସଙ୍ଗିକତା ହରାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ଡିଜିଟାଲ୍ ଯୁଗରେ ବି ପ୍ରିଣ୍ଟ ମିଡିଆର ଆଦୃତି ରହିଛି । ରାଜ୍ୟର ବିକାଶ କ୍ଷେତ୍ରରେ ସମାଜ ଦାୟିତ୍ବ ସଂପନ୍ନ ଗଣମାଧ୍ୟମ ଭାବେ ଆଗକୁ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ସମାଜର ସାମାଜିକ ଅଙ୍ଗିକାରକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କୋଭିଡ୍ କାଳରେ ଟ୍ରଷ୍ଟର କାର୍ଯ୍ୟକୁ ପ୍ରଶଂସା କରିଥିଲେ । କୋଭିଡ୍ କାଳରେ ସମାଜ ଦ୍ୱାରା ପରିଚାଳିତ ଗୋପବନ୍ଧୁ ହସ୍ପିଟାଲର ଭୂମିକାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଥିଲେ । ସେ କହିଥିଲେ ଯେ, ‘ସମାଜ ଦ୍ବାରା ପରିଚାଳିତ ଗୋପବନ୍ଧୁ ହସପିଟାଲ କୋଭିଡ୍ ସମୟରେ ବେଶ୍ ଭଲ କାମ କରିଛି । ଏବେ ମଧ୍ୟ ଗରିବ ରୋଗୀଙ୍କୁ ବିଏସକେଓ୍ବାଇ କାର୍ଡ ମାଧ୍ୟମରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛି ।

ଏହାସହ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୈନିକ ଖବର କାଗଜ ସମାଜର ୧୦୩ ତମ ସ୍ବନକ୍ଷତ୍ର ଦିବସ କଟକ ସାରଳା ଭବନରେ ଆୟୋଜିତ ହୋଇଥିଲା ।