ଘରେ ପଶି ଡିଜିପିଙ୍କୁ ହତ୍ୟା କଲେ ଆତଙ୍କବାଦୀ

1 min read

ଜମ୍ମୁ: ଗୃହମନ୍ତ୍ରୀଙ୍କ ଗସ୍ତ ବେଳେ ଜାମ୍ମୁ-କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀଙ୍କ ଜଘନ୍ୟ କାଣ୍ଡ । ଘରେ ପଶି ଜେଲ ଡିଜିପିଙ୍କୁ ହତ୍ୟା । ଡିଜିପି ହେମନ୍ତ କୁମାର ଲୋହିଆଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଡିଜିପିଙ୍କ ବାସଭବନରୁ ତାଙ୍କ ସନ୍ଦିଗ୍ଧ ମୃତଦେହ ଉଦ୍ଧାର କରାଯାଇଛି ।

କାଚ ବୋତଲ ଭାଙ୍ଗି ଦୁର୍ବୃତ୍ତ ତାଙ୍କ ବେକ କାଟି ଦେଇଥିବା ବେଳେ ଡିଜିପିଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘରୋଇ ସହାୟକ ୟାସିରଙ୍କ ଉପରେ ସନ୍ଦେହ କରୁଛି ପୋଲିସ । ୟାସିର ଶବକୁ ଜଳାଇବାକୁ ମଧ୍ୟ ଚେଷ୍ଟା କରିଥିବା ଜଣାପଡ଼ିଛି । ବେଡରୁମରେ ନିଆଁ ଜଳୁଥିବା ଦେଖି ସୁରକ୍ଷାକର୍ମୀ ପୋଲିସକୁ ଖବର ଦେଇଥିଲେ । ସ୍ପଟରେ ଫରେନସିକ ଓ କ୍ରାଇମ ଟିମ୍ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ଘରୋଇ ସହାୟକଙ୍କୁ ଗିରଫ କରିବା ପାଇଁ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଟିଆରଏଫ ନାମକ ଏକ ଆତଙ୍କବାଦୀ ସଂଗଠନ ଡିଜିପିଙ୍କ ହତ୍ୟା ନେଇ ନିଜକୁ ଦାୟୀ କରିଛି ।୧୯୯୨ ବ୍ୟାଚର IPS ଅଫିସର ଥିଲେ ହେମନ୍ତ କୁମାର ।